ଦ୍ୱାରଶୁଣୀ ଘାଟିଠୁ ବଳିଗଲାଣି ୨୨୦ ନମ୍ବର ଜାତୀୟ ରାଜପଥ
ରାଇରଙ୍ଗପୁର/ଭୁବନେଶ୍ୱର ୦୬-୧୦-୨୦୨୪ (ପିପିଏସ) : ରାଂଚି-ବିଜୟୱାଡା ୨୨୦ ନମ୍ବର ଜାତୀୟ ରାଜପଥ ଦୁର୍ଘଟଣାର ପିିଛା ଛାଡୁ ନାହିଁ। ଆଜି ପୁଣି ସଡ଼କ ଦୁର୍ଘଟଣାରେ ଜଣକର ମୃତ୍ୟୁ ଘଟିଥିବା ବେଳେ ଦୁଇଜଣଙ୍କୁ ଗୁରୁତର ଆହତ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ବାଦାମପାହାଡ ଥାନା ଅର୍ନ୍ତଗତ ୨୨୦ ନଂ ଜାତୀୟ ରାଜପଥର ଝଲଡୁଙ୍ଗରୀ ନିକଟରେ ମଧ୍ୟ ରାତ୍ରରେ ଗୋଟିଏ ବାଇକରେ ତିନିଜଣ ବାଇକ ଆରହୀ ଯଶିପୁରରୁ ରାଇରଙ୍ଗପୁର ଯିବା ରାସ୍ତାରେ ଦୂର୍ଘଟଣା ଘଟିଥିଲା।
ଦୂର୍ଘଟଣା ଘଟିବାର ଦୀର୍ଘ ସମୟରେ ସ୍ଥାନୀୟ ବାସିନ୍ଦା ଦେଖିବା ପରେ ୩ ଜଣ ଗୁରୁତରଙ୍କୁ ଉଦ୍ଧାର କରି ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସ୍ୟାଳୟରେ ଭର୍ତି କରିଥିଲେ। ୩ ଜଣ ଗୁରୁତରଙ୍କ ମଧ୍ୟରୁ ରାଇରଙ୍ଗପୁର ଗ୍ରାମାଂଚଳ ଥାନା ଅର୍ନ୍ତଗତ ଚିଙ୍ଗୁଡିପୋଖରୀ ଗ୍ରାମର ବିରଂଚି ଲୋହାରଙ୍କ ପୁତ୍ର ସହଦେବ ଲୋହାର (୨୯)ଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ବାଙ୍ଗିରିପୋଷି ଅଂଚଳର ସଂଜିତ ମହାନ୍ତ ଓ ରବି ନାଏକ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି। ଏନେଇ ବାଦାମପାହାଡ଼ ପୁଲିସ ୧୦୮/୨୪ରେ ଏକ ମାଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି। ଦୂର୍ଘଟଣାଗ୍ରସ୍ତ ଗାଡିକୁ ପୁଲିସ୍ ଜବତ କରିଛି।