1 min read

ସିବିଆଇ କାର୍ଯ୍ୟାଳୟରେ ପ୍ରତିକ୍ରିୟା ରଖିଲେ ଆଇଏଏସ୍‌ ଅଧିକାରୀଙ୍କ ଡ୍ରାଇଭର

ଜିଜିଏମ୍ ଏକ ଠିକା ସଂସ୍ଥାରୁ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେବା ମାମଲାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ଶନିବାର ଦିନ ବରିଷ୍ଠ ଆଇଏଏସ୍ ଅଧିକାରୀ ବିଷ୍ଣୁପଦ ସେଠୀଙ୍କ ଡ୍ରାଇଭର ନୃସିଂହ ଶତପଥୀଙ୍କୁ ପଚରାଉଚରା କରିଛି। ଭୁବନେଶ୍ୱର ୧୪-୧୨-୨୦୨୪(ପିପିଏସ) : ରାଷ୍ଟ୍ରାୟତ୍ତ ଉଦ୍ୟୋଗ ‘ବ୍ରିଜ୍ ଆଣ୍ଡ୍ ରୁଫ୍ କର୍ପୋରେସନ୍‌’ ଜିଜିଏମ୍ ଏକ ଠିକା ସଂସ୍ଥାରୁ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେବା ମାମଲାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଶନିବାର ଦିନ ବରିଷ୍ଠ ଆଇଏଏସ୍ ଅଧିକାରୀ ବିଷ୍ଣୁପଦ ସେଠୀଙ୍କ […]

1 min read

ଅଭିଯୋଗ ଶୁଣିଲେ ମୋହନ, ଲୋକଙ୍କ ଦାବି କରିବେ ସମାଧାନ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମାଲକାନଗିରି ଠାରେ ଅନୁଷ୍ଠିତ ଲୋକ ମହୋତ୍ସବ ‘ମାଲ୍ୟବନ୍ତ’ରେ ଯୋଗଦେବା ଅବସରରେ ୫୦ରୁ ଊର୍ଦ୍ଧ୍ବ ଅଭିଯୋଗକାରୀଙ୍କୁ ଭେଟିଛନ୍ତି। ଏହି ଅବସରରେ ଶତାଧିକ ସମର୍ଥକମାନେ ମଧ୍ୟ ଉପସ୍ଥିତ ଥିଲେ। ମାଲକାନଗିରି/ଭୁବନେଶ୍ୱର ୧୪-୧୨-୨୦୨୪(ପିପିଏସ) : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମାଲକାନଗିରି ଠାରେ ଅନୁଷ୍ଠିତ ଲୋକ ମହୋତ୍ସବ ‘ମାଲ୍ୟବନ୍ତ’ ପଡ଼ିଆରେ ବହୁ ସମୟ ରହିବା ସହ ରାତ୍ରୀଯାପନ କରିଥିଲେ। ମୁଖ୍ୟମନ୍ତ୍ରୀ ରାତ୍ରୀଯାପନ କରୁଥିବା ଜିଲ୍ଲାବାସୀ ଜାଣିବା ପରେ ଆଜି ସକାଳୁ ସର୍କିଟ ହାଇସ ନିକଟରେ ପ୍ରବଳ […]

1 min read

ମାଲକାନଗିରିର ବିକାଶକୁ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ମାଲକାନଗିରିରେ ଏକ ମେଗା ସିମେଣ୍ଟ କାରଖାନା ନିର୍ମାଣ ହେବ। ଏହି ପ୍ରକଳ୍ପରେ ୪୦୦୦ କୋଟି ଟଙ୍କାର ପୁଂଜି ନିବେଶ ହେବ। ଏହି କାରଖାନା ପ୍ରତିଷ୍ଠା ହେବା ଦ୍ବାରା ୨୦୦୦ ସ୍ଥାନୀୟ ଯୁବକଯୁବତୀଙ୍କୁ ନିଯୁକ୍ତି ମିଳିବ। ମାଲକାନଗିରି/ଭୁବନେଶ୍ୱର ୧୪-୧୨-୨୦୨୪(ପିପିଏସ) : ରାଜ୍ୟ ସରକାର ଆଦିବାସୀ ଓ ଦୁର୍ଗମ ଅଞ୍ଚଳର ବିକାଶ ପାଇଁ ଅଣ୍ଟା ଭିଡିଛନ୍ତି। ମାଲକାନଗିରିରେ ଏକ ମେଗା ସିମେଣ୍ଟ କାରଖାନା ନିର୍ମାଣ କରିବାକୁ ଯାଉଛନ୍ତି। ଏହି ପ୍ରକଳ୍ପରେ ୪୦୦୦ କୋଟି […]

1 min read

ରେଳ ଷ୍ଟେସନ୍‌ରେ ଶୁଖିଲା ମହାପ୍ରସାଦ ବିକ୍ରି ପ୍ରସଙ୍ଗ

ସାଂସଦଙ୍କ ପ୍ରସ୍ତାବକୁ ସେବାୟତଙ୍କ ବିରୋଧ ଓଡ଼ିଶାର ପ୍ରମୁଖ ରେଳ ଷ୍ଟେସନ୍‌ରେ ମହାପ୍ରଭୁଙ୍କ ଶୁଖିଲା ମହାପ୍ରସାଦ ବିକ୍ରି ପାଇଁ ଗତକାଲି ସଂସଦରେ ପ୍ରସ୍ତାବ ରଖିଥିଲେ ପୁରୀ ସାଂସଦ ସମ୍ବିତ ପାତ୍ର। ଏହାକୁ ବିରୋଧ କରିଛନ୍ତି ସେବାୟତ। ଶ୍ରୀଜଗନ୍ନାଥ ଭକ୍ତ ପରିଷଦ ବି ସାଂସଦଙ୍କ ଏହି ପ୍ରସ୍ତାବକୁ ବିରୋଧ କରିଛି। ପୁରୀ/ଭୁବନେଶ୍ୱର ୧୩-୧୨-୨୦୨୪(ପିପିଏସ ) : ଓଡ଼ିଶାର ପ୍ରମୁଖ ରେଳ ଷ୍ଟେସନ୍‌ରେ ମହାପ୍ରଭୁଙ୍କ ଶୁଖିଲା ମହାପ୍ରସାଦ ବିକ୍ରି ପାଇଁ ଗତକାଲି ସଂସଦରେ ପ୍ରସ୍ତାବ ରଖିଥିଲେ ପୁରୀ ସାଂସଦ ସମ୍ବିତ ପାତ୍ର। […]

1 min read

ଓଡିଶା ମାଷ୍ଟର୍ସ ସେମିଫାଇନାଲ ରେ ପହଁଚିଲେ ତାନଭି ଶର୍ମା ଶ୍ରୀୟାନସି ଭାଲିସେଟ୍ଟୀ

ପୁରୁଷ ସେମି ରେ ସତୀଶ କୁମାର, ଥରୁନ ମାନନେପାଲି.. କଟକ ,୧୩-୧୨-୨୦୨୪(ପିପିଏସ ) : ଜବାହରଲାଲ ଇଣ୍ଡୋର ଷ୍ଟେଡ଼ିଅମ ଚାଲିଥିବା ବି.ଡବଲୁ. ଏଫ ଟୁର ସୁପର 100 ‘ଓଡିଶା ମାଷ୍ଟର୍ସ ‘ ତୃତୀୟ ସଂସ୍କରଣ ର କ୍ୱାର୍ଟର ଫାଇନାଲ ରାଉଣ୍ଡ ସମାପ୍ତ ହୋଇ ସେମି ଫାଇନାଲ ରାଉଣ୍ଡ ଚୂଡାନ୍ତ ହୋଇଯାଇଅଛି l ଆଜି କ୍ୱାର୍ଟର ଫାଇନାଲ ରାଉଣ୍ଡ ର ସମସ୍ତ ବିଭାଗ ର ୨0 ଟି ମ୍ୟାଚ ଅନୁଷ୍ଠିତ ହୋଇଥିଲା l ତିନୋଟି କୋର୍ଟ ରେ ଆରମ୍ଭ […]

1 min read

ବସୁନ୍ଧରା ଜମି ବିକ୍ରି ହୋଇ ପାରିବନି: ରାଜସ୍ବ ମନ୍ତ୍ରୀ

ବସୁନ୍ଧରା ଯୋଜନାରେ ଭୂମିହୀନଙ୍କୁ ଜମି ଲ୍ୟାଣ୍ଡ ସେଟଲମେଣ୍ଟ ୧୯୬୨ ଅନୁଯାୟୀ ୪ ଡେସିମିଲ ଜମି ଦିଆଯିବାର ବ୍ୟବସ୍ଥା ଅଛି। ସେ ଜମି ୧୦ ବର୍ଷ ପରେ ବିକ୍ରି କରିବାର ନିୟମ ଥିଲା। କିନ୍ତୁ ଏହାକୁ ଏଣିକି ବିକ୍ରି କରାଯାଇ ପାରିବ ନାହିଁ ବୋଲି ସରକାରୀସ୍ତରରେ ସଂଶୋଧନ କରାଯାଇଛି ଭୁବନେଶ୍ୱର ୧୩-୧୨-୨୦୨୪(ପିପିଏସ ) : ବସୁନ୍ଧରା ଯୋଜନାରେ ଭୂମିହୀନଙ୍କୁ ଜମି ଲ୍ୟାଣ୍ଡ ସେଟଲମେଣ୍ଟ ୧୯୬୨ ଅନୁଯାୟୀ  ୪ ଡେସିମିଲ ଜମି ଦିଆଯିବାର ବ୍ୟବସ୍ଥା ଅଛି। ସେ ଜମି ୧୦ […]

1 min read

ଜାଲ୍‌ ସାର୍ଟିଫିକେଟ୍‌ ଦେଇ ଚାକିରି ମହଙ୍ଗା ପଡ଼ିଲା

ବିଦାହେଲେ ଅଙ୍ଗନବାଡି କର୍ମୀ କୁଆରମୁଣ୍ଡା/ଭୁବନେଶ୍ୱର ୧୩-୧୨-୨୦୨୪(ପିପିଏସ ) : ଜାଲ୍‌ ସାର୍ଟିଫିକେଟ୍‌ ଦେଇ ଚାକିରି ମହଙ୍ଗା ପଡ଼ିଛି। ସତ୍ୟ ଜଣାପଡ଼ିବା ପରେ ଅଙ୍ଗନବାଡ଼ି କର୍ମୀ ଚାକିରିରୁ ବିଦା ହୋଇଛନ୍ତି। ଏଭଳି ଏକ ଘଟଣା ସୁନ୍ଦରଗଡ଼ ଜିଲ୍ଲା କୁଆରମୁଣ୍ଡା ବ୍ଲକ୍‌ର ଏକ ଅଙ୍ଗନବାଡ଼ି କେନ୍ଦ୍ରରେ ଘଟିଛି। ଚଳିତ ବର୍ଷ ଫେବ୍ରୁଆରି ୯ ତାରିଖରେ କଚାରୁ-୧ ଅଙ୍ଗନବାଡ଼ି କେନ୍ଦ୍ରରେ କର୍ମୀ ଭାବେ ବାହାମନୀ ଲୁଗୁନଙ୍କୁ ନିଯୁକ୍ତି ଦିଆଯାଇଥିଲା। କିନ୍ତୁ ମିଥ୍ୟା ଯୁକ୍ତ ୨ ସାର୍ଟିଫିକେଟ୍‌ ଦେଇଥିବା ଅଭିଯୋଗରେ ବିଭାଗ ପକ୍ଷରୁ ତାଙ୍କୁ […]

1 min read

ପଠାଣି ସାମନ୍ତଙ୍କ ଜନ୍ମସ୍ଥାନରେ ହେବ ପ୍ଲାନେଟାରିୟମ

ବିଶିଷ୍ଟ ଜ୍ୟୋତିର୍ବିଜ୍ଞାନୀ ପଠାଣି ସାମନ୍ତଙ୍କ ଜନ୍ମସ୍ଥାନକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାରୟ ବଡ଼ ଘୋଷଣା କରିଛନ୍ତି। ପଠାଣି ସାମନ୍ତଙ୍କ ଜନ୍ମସ୍ଥାନ ନୟାଗଡ଼  ଜିଲ୍ଲାର ଖଣ୍ଡପଡ଼ାଠାରେ ରାଜ୍ୟ ସରକାର ଏକ ପ୍ଲାନେଟାରିୟମ୍ ସ୍ଥାପନ କରିବେ। ଭୁବନେଶ୍ୱର ୧୩-୧୨-୨୦୨୪(ପିପିଏସ ) : ବିଶିଷ୍ଟ ଜ୍ୟୋତିର୍ବିଜ୍ଞାନୀ ପଠାଣି ସାମନ୍ତଙ୍କ ଜନ୍ମସ୍ଥାନକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାରୟ ବଡ଼ ଘୋଷଣା କରିଛନ୍ତି। ପଠାଣି ସାମନ୍ତଙ୍କ ଜନ୍ମସ୍ଥାନ ନୟାଗଡ଼  ଜିଲ୍ଲାର ଖଣ୍ଡପଡ଼ାଠାରେ ରାଜ୍ୟ ସରକାର ଏକ ପ୍ଲାନେଟାରିୟମ୍ ସ୍ଥାପନ […]

1 min read

ସରକାରୀ ଚାକିରି ଅର୍ଥ ଉପାର୍ଜନ ପାଇଁ କରନ୍ତୁ ନାହିଁ: ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ବିଭିନ୍ନ ବିଭାଗରେ ନୂଆ କରି ନିଯୁକ୍ତି ପାଇଥିବା କର୍ମଚାରୀମାନଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରି କହିଛନ୍ତି, ସରକାରୀ ଚାକିରୀକୁ ଅର୍ଥ ଉପାର୍ଜନ ପାଇଁ କରନ୍ତୁ ନାହିଁ। ସ୍ୱଛତା ସହ କାମ କରନ୍ତୁ ଭୁବନେଶ୍ୱର ୧୩-୧୨-୨୦୨୪(ପିପିଏସ ) : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ବିଭିନ୍ନ ବିଭାଗରେ ନୂଆ କରି ନିଯୁକ୍ତି ପାଇଥିବା କର୍ମଚାରୀମାନଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରି କହିଛନ୍ତି, ସରକାରୀ ଚାକିରୀକୁ ଅର୍ଥ ଉପାର୍ଜନ […]

1 min read

ମଶା ତେଲ ଲିଟର ପିଛା ୭୪୦ ଟଙ୍କାରେ କିଣି ଗିରଫ ହେଲେ ୪ ଜଣ

ଆଜି ଭିଜିଲାନ୍ସ ବିଭାଗ ଝାରସୁଗୁଡ଼ା ମ୍ୟୁନିସିପାଲଟିର ତତ୍କାଳୀନ ନିର୍ବାହୀ ଅଧିକାରୀ ମନୋଜ କୁମାର ତାଣ୍ଡିଙ୍କ ସମେତ ୪ ଜଣଙ୍କୁ ଗିରଫ କରିବା ପରେ କୋର୍ଟ ଚାଲାଣ କରିଛି। ଝାରସୁଗୁଡ଼ା/ଭୁବନେଶ୍ୱର ୧୩-୧୨-୨୦୨୪(ପିପିଏସ ) : ଝାରସୁଗୁଡ଼ା ମ୍ୟୁନିସିପାଲଟି ହୋଇଥିବା ମଶା ତେଲ ଦୁର୍ନୀତି ଘଟଣାରେ ଭିଜିଲାନ୍ସ ବିଭାଗ ତନାଘନା ଆରମ୍ଭ କରିବାର ସପ୍ତାହକ ମଧ୍ୟରେ ବଡ଼ଧରଣର କାର୍ଯ୍ୟାନୁଷ୍ଠାନ ନେଇଛି। ଏହି ଘଟଣାରେ ଆଜି ଭିଜିଲାନ୍ସ ବିଭାଗ ଝାରସୁଗୁଡ଼ା ମ୍ୟୁନିସିପାଲଟିର ତତ୍କାଳୀନ ନିର୍ବାହୀ ଅଧିକାରୀ ମନୋଜ କୁମାର ତାଣ୍ଡିଙ୍କ ସମେତ […]