1 min read

ରାତ୍ରି ତାପମାତ୍ରା: ରାଜ୍ୟରେ ୧୦ଡ଼ିଗ୍ରି ତଳେ ୮ ସହର, ଆହୁରି କଲବଲ କରିବ ଶୀତ

ଭୁବନେଶ୍ୱର ୧୫-୧୨-୨୦୨୪(ପିପିଏସ ) : ପ୍ରବଳ ଶୀତରେ ସାରା ଓଡ଼ିଶା ଥରୁଛି। ବଣ, ପାହାଡ଼ ଘେରା ଅଞ୍ଚଳର ଲୋକେ ଅଧିକ ହନ୍ତସନ୍ତ ହେଉଛନ୍ତି। ସୂର୍ଯ୍ୟ ଉଦୟ ହେଲେ ସାମାନ୍ୟ ଆଶ୍ବସ୍ତି ଲାଭ କରୁଥିବା ବେଳେ ସୂର୍ଯ୍ୟାସ୍ତ ପରଠାରୁ ପୁଣି ସମାନ ପରିସ୍ଥିତିର ସାମ୍ନା କରିବାକୁ ପଡୁଛି। ଜୀବଜନ୍ତୁ ଓ ବୟସ୍କମାନଙ୍କୁ ଶୀତ ଅଧିକ କଲବଲ କରୁଛି। ଆଗାମୀ ଦିନରେ ଶୀତ ଆହୁରି ବଢ଼ିବାର ଆଶଙ୍କା ରହୁଛି। ଆଭ୍ୟନ୍ତରୀଣରୁ ଉପକୂଳରୁ ଓଡିଶା ପର୍ଯ୍ୟନ୍ତ ପାଣିପାଗ ବିଭାଗ ପକ୍ଷରୁ କୋଲଡ ୱେବ […]

1 min read

ଆଇଏଏସ ଅନିମେଶ ପ୍ରଧାନଙ୍କୁ ମିଳିଲା ଓଡିଶା କ୍ୟାଡର

ଭୁବନେଶ୍ୱର ୧୫-୧୨-୨୦୨୪(ପିପିଏସ ) : ଆଇଏଏସ ଅନିମେଶ ପ୍ରଧାନଙ୍କୁ ମିଳିଲା ଓଡିଶା କ୍ୟାଡର। ଆଇଏଏସ ଅନିମେଶ ପ୍ରଧାନଙ୍କୁ ମିଳିଲା ଓଡିଶା କ୍ୟାଡର ୟୁପି ଏସ ସି ଦ୍ୱାରା ପରିଚାଳିତ ଭାରତୀୟ ପ୍ରସନିକ ସେବା ତଥା ୨୦୨୩ ସିଭିଲ ସର୍ଭିସ ପରୀକ୍ଷାରେ ଦ୍ୱିତୀୟ ରାଙ୍କ ପାଇଥିଲେ ଅନିମେଶ ପ୍ରଧାନ।ସର୍ବ ଭାରତୀୟ ସ୍ତରରେ ଦ୍ଵିତୀୟ ସ୍ଥାନ ଅଧିକାର କରିବା ପରେ ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ କାର୍ଯ୍ୟ କରିବାକୁ ରୁଚି ରଖିଥିବା ସେ କହିଥିଲେ ।  ୨୦୨୩ ସିଭିଲ ସର୍ଭିସ […]

1 min read

ଶପଥ ନେଲେ ମହାରାଷ୍ଟ୍ର ମନ୍ତ୍ରିମଣ୍ଡଳର ୩୯ ମନ୍ତ୍ରୀ

ବିଜେପିରୁ ସର୍ବାଧିକ ୧୯, ଶିବସେନାରୁ ୧୧ ଏବଂ ଏନସିପିରୁ ୯ ମନ୍ତ୍ରୀ ମୁମ୍ବାଇ/ଭୁବନେଶ୍ୱର ୧୫-୧୨-୨୦୨୪(ପିପିଏସ ) : ମହାରାଷ୍ଟ୍ର କ୍ୟାବିନେଟର ମନ୍ତ୍ରିମଣ୍ଡଳ ରବିବାର ଶପଥ ନେଇଛନ୍ତି। ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ, ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏବଂ ଅଜିତ ପାଓ୍ବାରଙ୍କ ଉପସ୍ଥିତିରେ ନାଗପୁରଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ୩୯ ବିଧାୟକ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। ରାଜ୍ୟପାଳ ସି.ପି. ରାଧାକ୍ରିଷ୍ଣନ ମନ୍ତ୍ରୀମାନଙ୍କୁ ପଦ ଓ ଗୋପନୀୟତାର ସହ ଶପଥପାଠ କରାଇଥିଲେ। ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହେବାର […]

1 min read

ଅସୁସ୍ଥ ଲାଲକୃଷ୍ଣ ଆଡଭାନୀ

ନୂଆଦିଲ୍ଲୀ /ଭୁବନେଶ୍ୱର ୧୪-୧୨-୨୦୨୪(ପିପିଏସ) : ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ ଅସୁସ୍ଥ ହୋଇପଡ଼ିଛନ୍ତି। ତାଙ୍କୁ ଶନିବାର ଦିଲ୍ଲୀର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ବୟାସାଧିକ କାରଣରୁ ସେ ଅସୁସ୍ଥ ହୋଇପଡ଼ିଥିବା କୁହାଯାଉଛି। ଆଡଭାନୀଙ୍କୁ ଏବେ ୯୭ ବର୍ଷ। ୧୯୨୭ ନଭେମ୍ବର ୮ରେ ଆଡଭାନୀ ବ୍ରିଟିଶ ଇଣ୍ଡିଆର କରାଚୀରେ ଜନ୍ମଗ୍ରହଣ କରିଥିଲେ। ବିଜେପିର ସହପ୍ରତିଷ୍ଠାତା ଆଡଭାନୀ ୨୦୦୨ରୁ ୨୦୦୪ ପର୍ଯ୍ୟନ୍ତ ଭାରତର ଉପପ୍ରଧାନମନ୍ତ୍ରୀ ଥିଲେ।

1 min read

‘ଗରିବୀ ହଟାଓ’ ଦେଶର ସବୁଠୁ ବଡ଼ ଜୁମଲା ଥିଲା : ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଗୋଟିଏ ଶବ୍ଦ ଆମ କଂଗ୍ରେସ କର୍ମୀମାନଙ୍କ ପାଇଁ ଅତ୍ୟନ୍ତ ପ୍ରିୟ ରହିଆସିଛି । ସେହି ଶବ୍ଦଟି ହେଉଛି ‘ଜୁମଲା’ । କିନ୍ତୁ ସମଗ୍ର ଦେଶ ଜାଣେ ଯେ ଯଦି ଦେଶରେ କୌଣସି ବଡ଼ ଜୁମଲା ଥିଲା, ତେବେ ତାହା ଥିଲା ଗରିବୀ ହଟାଓ। ନୂଆଦିଲ୍ଲୀ/ଭୁବନେଶ୍ୱର ୧୪-୧୨-୨୦୨୪(ପିପିଏସ) : ଲୋକସଭାରେ ସମ୍ବିଧାନ ଉପରେ ଚାଲିଥିବା ବିତର୍କର ଉତ୍ତର ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ କଂଗ୍ରେସ […]

1 min read

ମହାକୁମ୍ଭରେ ଓଡ଼ିଆ ଭାଷା: ଷ୍ଟେସନରେ ସ୍ୱତନ୍ତ୍ର ଓଡ଼ିଆ କିଓସ୍କ

ମହାକୁମ୍ଭ ମେଳା ପାଇଁ ପ୍ରୟାଗରାଜ ରେଳଷ୍ଟେସନରେ ଡିଜିଟାଲ ସୁବିଧା ଉପଲବ୍ଧ କରାଯାଇଛି। ବିନା କାହାର ସହାୟତାରେ ଶ୍ରଦ୍ଧାଳୁ ଡିଜିଟାଲ କିଓସ୍କ ମାଧ୍ୟମରେ ସମ୍ପୂର୍ଣ୍ଣ ସୁବିଧା ପାଇବେ। ପ୍ରୟାଗରାଜ/ଭୁବନେଶ୍ୱର ୧୪-୧୨-୨୦୨୪(ପିପିଏସ) : ମହାକୁମ୍ଭ ମେଳା ପାଇଁ ପ୍ରୟାଗରାଜ ରେଳଷ୍ଟେସନରେ ଡିଜିଟାଲ ସୁବିଧା ଉପଲବ୍ଧ କରାଯାଇଛି। ବିନା କାହାର ସହାୟତାରେ ଶ୍ରଦ୍ଧାଳୁ ଡିଜିଟାଲ କିଓସ୍କ ମାଧ୍ୟମରେ ସମ୍ପୂର୍ଣ୍ଣ ସୁବିଧା ପାଇବେ। ତା ପୁଣି ହିନ୍ଦୀ, ଇଂରାଜୀ ଓ ଓଡ଼ିଆ ଭାଷାରେ। ଓଡ଼ିଶାରୁ ମହାକୁମ୍ଭ ମେଳାକୁ ଆସୁଥିବା ଶ୍ରଦ୍ଧାଳୁ କେଉଁ ସ୍ଥାନକୁ […]

1 min read

ପୁରୀ-କୋଣାର୍କ ବେଳାମାର୍ଗରେ ଆରମ୍ଭ ହେଲା ୬ଷ୍ଠ ଇକୋ ରିଟ୍ରିଟ

ଚଳିତବର୍ଷ ୬ଷ୍ଠ ଥର ପାଇଁ ପୁରୀ-କୋଣାର୍କ ବେଳାମାର୍ଗ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ ମୁହାଁଣ ନିକଟରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ପୁଣି ଆୟୋଜିତ ହୋଇଛି ଇକୋ-ରି ଟ୍ରିଟ। ଉପ ମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ା ଉତ୍ସବକୁ ଉଦ୍‌ଘାଟନ କରିଥିଲେ। କୋଣାର୍କ/ରାମଚଣ୍ଡୀ,୧୪-୧୨-୨୦୨୪(ପିପିଏସ) : ଦୀର୍ଘ ୫ ବର୍ଷଧରି ଇକୋ ରିଟ୍ରିଟ କରି ସଫଳତା ସାଉଁଟିବା ପରେ ଚଳିତବର୍ଷ ୬ଷ୍ଠ ଥର ପାଇଁ ପୁରୀ -କୋଣାର୍କ ବେଳାମାର୍ଗ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ ମୁହାଁଣ ନିକଟରେ ପର୍ଯ୍ୟଟନ ବିଭାଗ ପକ୍ଷରୁ […]

1 min read

କଟକରେ ଜଳିଗଲା ‘ମୋ ବସ’, ସବୁ ଯାତ୍ରୀ ସୁରକ୍ଷିତ ଉଦ୍ଧାର

କଟକ, ୧୪-୧୨-୨୦୨୪(ପିପିଏସ) : କଟକ ମଧୁପାଟଣା ଛକ ନିକଟରେ ‘ମୋ ବସ’ ଜଳିଗଲା। ଭୁବନେଶ୍ୱରରୁ କଟକ ଫେରୁଥିବାବେଳେ ମଧୁପାଟଣା ଛକ ନିକଟରେ ‘ମୋ ବସ’ଟି ଜଳିଯାଇଥିବା ସୂଚନା ମିଳିଛି। ‘ମୋ ବସ’ରେ ନିଆଁ ଲାଗିଥିବା ଜଣାପଡ଼ିବା ପରେ କୌଣସି ଯାତ୍ରୀ ନଥିବା ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ।ଅଗ୍ନିଶମ ବାହିନୀ ଖବର ପାଇ ତତ୍କାଳ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରାଯିବାକୁ ଉଦ୍ୟମ ଆରମ୍ଭ କରିଥିଲେ। ନିଆଁ ଲିଭାଇବାକୁ ଅଗ୍ନିଶମ ବାହିନୀ ଆୟତ୍ତ କରିବାକୁ ପ୍ରୟାସ ଜାରି ରଖିଛି। ‘ମୋ […]

1 min read

ରାସ୍ତାକଡ଼ରୁ ଗୁରୁତର ଅବସ୍ଥାରେ ନବଜାତ ଶିଶୁକନ୍ୟା ଉଦ୍ଧାର

ପ୍ରବଳ ଶୀତରେ ରାସ୍ତାକଡ଼ରୁ ଗୁରୁତର ଅବସ୍ଥାରେ ଉଦ୍ଧାର ହେଲା ନବଜାତ ଶିଶୁକନ୍ୟାI କେହି ଶିଶୁକନ୍ୟାକୁ ଜନ୍ମ କରି ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ତୁଲୁଣ୍ଡୁପାଲି ଗାଁ ନିକଟ ରାସ୍ତାକଡ଼ରେ ଶିଶୁକନ୍ୟାକୁ ମାଟିରେ ପୋତି ଚାଲି ଯାଇଥିଲେI ବିନିକା/ଭୁବନେଶ୍ୱର ୧୪-୧୨-୨୦୨୪(ପିପିଏସ) : ପୁଣି ଅଲୋଡ଼ା ହେଲା ଶିଶୁକନ୍ୟାI ପ୍ରବଳ ଶୀତରେ ରାସ୍ତାକଡ଼ରୁ ଗୁରୁତର ଅବସ୍ଥାରେ ଉଦ୍ଧାର ହେଲା ନବଜାତ ଶିଶୁକନ୍ୟାI କେହି ଶିଶୁକନ୍ୟାକୁ ଜନ୍ମ କରି ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ତୁଲୁଣ୍ଡୁପାଲି ଗାଁ ନିକଟ ରାସ୍ତାକଡ଼ରେ ଶିଶୁକନ୍ୟାକୁ […]

1 min read

ଜେଲ୍ ଗଲେ ରସିକିଆ ରେଳବାଇ ଗ୍ୟାଙ୍ଗମ୍ୟାନ୍

ନାବାଳିକାଙ୍କୁ ଅପହରଣ ମାମଲାରେ ଜେଲ୍ ଗଲେ ରସିକିଆ ରେଳବାଇ ଗ୍ୟାଙ୍ଗମ୍ୟାନ୍। ମୁରିବାହାଲରୁ ନାବାଳିକାଙ୍କୁ ଅପହରଣ ଅଭିଯୋଗରେ ଘନଶ୍ୟାମ ଭୋଇଙ୍କୁ ବଲାଙ୍ଗୀର ପୋକ୍ସୋ କୋର୍ଟ ଚାଲାଣ କରିଥିବା ବେଳେ ଜାମିନ ଆବେଦନ ଖାରଜ ହୋଇଥିଲା। ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି। କଣ୍ଟାବାଞ୍ଜି/ଭୁବନେଶ୍ୱର ୧୪-୧୨-୨୦୨୪(ପିପିଏସ) : ନାବାଳିକାଙ୍କୁ ଅପହରଣ ମାମଲାରେ ଜେଲ୍ ଗଲେ ରସିକିଆ ରେଳବାଇ ଗ୍ୟାଙ୍ଗମ୍ୟାନ୍। ମୁରିବାହାଲରୁ ନାବାଳିକାଙ୍କୁ ଅପହରଣ ଅଭିଯୋଗରେ କେଶ ନ ୩୬୯/୨୪ରେ ରେଳ କର୍ମଚାରୀ (ଗ୍ୟାଙ୍ଗମ୍ୟାନ୍) ଘନଶ୍ୟାମ ଭୋଇଙ୍କୁ  ବଲାଙ୍ଗୀରି ପୋକ୍ସୋ କୋର୍ଟ […]