ରାସ୍ତାକଡ଼ରୁ ଗୁରୁତର ଅବସ୍ଥାରେ ନବଜାତ ଶିଶୁକନ୍ୟା ଉଦ୍ଧାର
1 min read

ରାସ୍ତାକଡ଼ରୁ ଗୁରୁତର ଅବସ୍ଥାରେ ନବଜାତ ଶିଶୁକନ୍ୟା ଉଦ୍ଧାର

ପ୍ରବଳ ଶୀତରେ ରାସ୍ତାକଡ଼ରୁ ଗୁରୁତର ଅବସ୍ଥାରେ ଉଦ୍ଧାର ହେଲା ନବଜାତ ଶିଶୁକନ୍ୟାI କେହି ଶିଶୁକନ୍ୟାକୁ ଜନ୍ମ କରି ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ତୁଲୁଣ୍ଡୁପାଲି ଗାଁ ନିକଟ ରାସ୍ତାକଡ଼ରେ ଶିଶୁକନ୍ୟାକୁ ମାଟିରେ ପୋତି ଚାଲି ଯାଇଥିଲେI

ବିନିକା/ଭୁବନେଶ୍ୱର ୧୪-୧୨-୨୦୨୪(ପିପିଏସ) : ପୁଣି ଅଲୋଡ଼ା ହେଲା ଶିଶୁକନ୍ୟାI ପ୍ରବଳ ଶୀତରେ ରାସ୍ତାକଡ଼ରୁ ଗୁରୁତର ଅବସ୍ଥାରେ ଉଦ୍ଧାର ହେଲା ନବଜାତ ଶିଶୁକନ୍ୟାI କେହି ଶିଶୁକନ୍ୟାକୁ ଜନ୍ମ କରି ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ତୁଲୁଣ୍ଡୁପାଲି ଗାଁ ନିକଟ ରାସ୍ତାକଡ଼ରେ ଶିଶୁକନ୍ୟାକୁ ମାଟିରେ ପୋତି ଚାଲି ଯାଇଥିଲେIସନ୍ତୋଷ ନଇ ଓ ତାଙ୍କ ପତ୍ନୀଙ୍କର ଦୀର୍ଘ ୧୫ ବର୍ଷହେଲା ସେମାନଙ୍କ ଔରସରୁ ପିଲା ଜନ୍ମ ହେଉନଥିବାରୁ ସ୍ୱାମୀ-ସ୍ତ୍ରୀ ଦୁହେଁ ଏଇ ଅଲୋଡ଼ା ଶିଶୁକନ୍ୟାକୁ କୋଳେଇ ନେବେ ବୋଲି କହିଛନ୍ତି I ଏଣୁ ଜିଲ୍ଳା ପ୍ରଶାସନ ଅଲୋଡ଼ା ଶିଶୁକନ୍ୟାକୁ ଲାଳନପାଳନ ଲାଗି ହସ୍ତାନ୍ତର କରିବାକୁ ତାଙ୍କ ପରିବାରକୁ ଦାୟିତ୍ୱ ଦେବାକୁ ଜିଲ୍ଳା ପ୍ରଶାସନକୁ ଆକୁଳ ନିବେଦନ କରିଛନ୍ତି ସନ୍ତୋଷ।

ଭୋର ସମୟରେ ତୁଲୁଣ୍ଡୁପାଲି ଗାଁର କେତେକ ଲୋକ ଏହା ଦେଖି ନବଜାତ ଶିଶୁକନ୍ୟାକୁ ମାଟି ଭିତରୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେI ପରେ ଅଧିକ ଚିକିତ୍ସା ପାଇଁ ତାକୁ ସୋନପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛିIତେବେ ସନ୍ତୋଷ ନଇ ଓ ତାଙ୍କ ପତ୍ନୀଙ୍କର ଦୀର୍ଘ ୧୫ ବର୍ଷହେଲା ସେମାନଙ୍କ ଔରସରୁ ପିଲା ଜନ୍ମ ହେଉନଥିବାରୁ ସ୍ୱାମୀ-ସ୍ତ୍ରୀ ଦୁହେଁ ଏଇ ଅଲୋଡ଼ା ଶିଶୁକନ୍ୟାକୁ କୋଳେଇ ନେବେ ବୋଲି କହିଛନ୍ତି I ଏଣୁ ଜିଲ୍ଳା ପ୍ରଶାସନ ଅଲୋଡ଼ା ଶିଶୁକନ୍ୟାକୁ ଲାଳନପାଳନ ଲାଗି ହସ୍ତାନ୍ତର କରିବାକୁ ତାଙ୍କ ପରିବାରକୁ ଦାୟିତ୍ୱ ଦେବାକୁ ଜିଲ୍ଳା ପ୍ରଶାସନକୁ ଆକୁଳ ନିବେଦନ କରିଛନ୍ତି ସନ୍ତୋଷ।

Leave a Reply

Your email address will not be published. Required fields are marked *