ଓଡିଶା ମାଷ୍ଟର୍ସ ସେମିଫାଇନାଲ ରେ ପହଁଚିଲେ ତାନଭି ଶର୍ମା ଶ୍ରୀୟାନସି ଭାଲିସେଟ୍ଟୀ

ପୁରୁଷ ସେମି ରେ ସତୀଶ କୁମାର, ଥରୁନ ମାନନେପାଲି..

କଟକ ,୧୩-୧୨-୨୦୨୪(ପିପିଏସ ) : ଜବାହରଲାଲ ଇଣ୍ଡୋର ଷ୍ଟେଡ଼ିଅମ ଚାଲିଥିବା ବି.ଡବଲୁ. ଏଫ ଟୁର ସୁପର 100 ‘ଓଡିଶା ମାଷ୍ଟର୍ସ ‘ ତୃତୀୟ ସଂସ୍କରଣ ର କ୍ୱାର୍ଟର ଫାଇନାଲ ରାଉଣ୍ଡ ସମାପ୍ତ ହୋଇ ସେମି ଫାଇନାଲ ରାଉଣ୍ଡ ଚୂଡାନ୍ତ ହୋଇଯାଇଅଛି l ଆଜି କ୍ୱାର୍ଟର ଫାଇନାଲ ରାଉଣ୍ଡ ର ସମସ୍ତ ବିଭାଗ ର ୨0 ଟି ମ୍ୟାଚ ଅନୁଷ୍ଠିତ ହୋଇଥିଲା l ତିନୋଟି କୋର୍ଟ ରେ ଆରମ୍ଭ ହୋଇଥିବା ମିକ୍ସଡ଼ ଡବଲସ ର ପ୍ରଥମ ମେଚ ରେ ଚୀନ ଯୋଡି ଗାଓ ଜିଆ ଯୁଆନ ଓ ଟାଙ୍ଗ ରୁଈ ଝି ଭାରତୀୟ ଯୋଡି ସତୀଶ କୁମାର କରୁଣାକରଣ ଓ ଆଦ୍ୟା ଭାରିୟାଥ ଙ୍କୁ 21-19,16-21 ଓ 21-16 ପଏଣ୍ଟ ରେ ପରାସ୍ତ କରିଛନ୍ତି l ଭାରତୀୟ ଯୋଡି ରୋହନ କପୁର ଓ ରୁଥ୍ବୀକା ଶିବାନୀ ଚୀନ ଯୋଡି ଝୁ ୟୀ ଜୁନ ଓ ହୁଅଙ୍ଗ କେ ଜିନ ଙ୍କୁ ସିଧାସଳଖ 21-18,21-17 ପଏଣ୍ଟ ରେ ପରାସ୍ତ କରି ସେମି ଫାଇନାଲ ରେ ପହଞ୍ଚିଛନ୍ତି l ଫ୍ରାନ୍ସ ଯୋଡି ଜୁଲିଏନ ମାଇଓ ଓ ଲୀ ପାଲେର୍ମ ଚୀନ ଯୋଡି ଝାଙ୍ଗ ହାନ ୟୁ ଓ ବାଓ ଲୀ ଜିଙ୍ଗ ଙ୍କୁ 18-21,21-18,22-20 ପଏଣ୍ଟ ରେ ଏବଂ ସିଙ୍ଗାପୁର ଯୋଡି ହି ୟଙ୍ଗ କାଇ ଓ ଜିନ ୟୁ ଜିଆ ଭାରତୀୟ ଯୋଡି ସାତ୍ଵିକ ରେଡି ଓ ବୈଷ୍ଣବୀ ଖାଦକେକର ଙ୍କୁ 26-24,21-7 ରେ ପରାସ୍ତ କରି ସେମି ଫାଇନାଲ ରେ ପହଞ୍ଚିଛନ୍ତି l ପୁରୁଷ ସିଙ୍ଗଲସ ରେ ଭାରତୀୟ ଖେଳାଳୀ ଙ୍କ ଦବଦବା ଜାରିରହିଛି l ପ୍ରଥମ କ୍ୱାର୍ଟର ଫାଇନାଲ ରେ ଭାରତ ର ସଂଜୀବୀ ସତୀଶ କୁମାର ଚୀନ ଖେଳାଳୀ ହୁ ଜ଼ୀହେ ଆନ ଙ୍କୁ 4-21,21-19,21-13 ପଏଣ୍ଟ ରେ, ଦ୍ଵିତୀୟ କ୍ୱାର୍ଟର ରେ ଭାରତୀୟ ଖେଲାଳୀ ଥରୁନ ମାନନେପାଲି ନିଜଦେଶର ଅଭିଷେକ ସାଇନି ଙ୍କୁ 21-11,21-6 ପଏଣ୍ଟ ରେ, ତୃତୀୟ କ୍ୱାର୍ଟର ରେ ଥାଇଲାଣ୍ଡ ଖେଳାଳୀ panitchaphon teeraratsakul ଚୀନ ଖେଳାଳୀ liu yu xuan ଙ୍କୁ 21-6, 21-14 ପଏଣ୍ଟ ରେ………. ଏବଂ ସିଙ୍ଗଲସ ର ଶେଷ କ୍ୱାର୍ଟର ଫାଇନାଲ ରେ ଭାରତୀୟ ଖେଳାଳୀ ଆୟୁଷ ସେଟ୍ଟି ନିଜଦେଶର ସତୀଶ କୁମାର କରୁଣାକରଣ ମଧ୍ୟରୁ ବିଜୟୀ ଖେଳାଳୀ ସେମିଫାଇନାଲ ପାଈଁ ଯୋଗ୍ୟତା ଅର୍ଜନ କରିବ l ମହିଳା ସିଙ୍ଗଲସ ରେ ଭାରତ ପାଈଁ ମିଶ୍ରିତ ଫଳ ମିଳିଛି l

ସମାପ୍ତ ହୋଇଥିବା ଚାରୋଟି କ୍ୱାର୍ଟର ଫାଇନାଲ ରୁ ପ୍ରଥମ ଖେଳ ରେ ଭାରତୀୟ ଖେଳାଳୀ ତାନଭି ଶର୍ମା ନିଜ ଦେଶର ଅନମୋଲ ଖର୍ବ ଙ୍କୁ 25-23 ଓ 21-16,ଦ୍ଵିତୀୟ ରେ ଭାରତୀୟ ଖେଳାଳୀ ଶ୍ରୀୟାନସି ଭାଲିସେଟ୍ଟୀ ହଙ୍ଗକଙ୍ଗ ର ଲୋ ସିନ ୟନ ହେପି ଙ୍କୁ 13-21,21-10,21-14 ରେ ପରାସ୍ତ କରି ସେମି ରେ ପହଂଚି ଛନ୍ତି l ଅନ୍ୟ ଏକ କ୍ୱାର୍ଟର ରେ ଭାରତୀୟ ଖେଳାଳି ରକ୍ଷୀଥା ଶ୍ରୀ ସନ୍ତୋଷ ରାମରାଜ ଯାପlନ ର ସେରନା ଯୋଶିକାବା ଙ୍କ ଠାରୁ ହାରି ପ୍ରତିଯୋଗିତାରୁ ବିଦାୟ ନେଇଛନ୍ତି, ମହିଳା ବିଭାଗ ର ଶେଷ କ୍ୱାର୍ଟର ଫାଇନାଲ ରେ ଚୀନ ଖେଳାଳୀ କାଇ ୟନ ୟନ ନିଜଦେଶର ହାନ କ୍ୱାଆନ ଙ୍କୁ ହରାଇ ସେମି ଫାଇନାଲ ରେ ପହଂଚି ଛନ୍ତି l 14 ତାରିଖ ଅପରାହ୍ନ 1 ଘଣ୍ଟା ସମୟ ରୁ ସମସ୍ତ ପାଞ୍ଚ ଟି ବିଭାଗ ର ଦଶ ଟି ସେମି ଫାଇନାଲ ଅନୁଷ୍ଠିତ ହୋଇ ପନ୍ଦର ତାରିଖ ରେ ଅନୁଷ୍ଠିତ ହେବାକୁ ଥିବା ଫାଇନାଲ ଖେଳ ଲାଇନ ଅପ ଚୂଡାନ୍ତ ହେବ

Leave A Reply

Your email address will not be published.