ଆଞ୍ଚଳିକ ଖବର
ବୌଦ୍ଧ ଜିଲ୍ଲାସ୍ତରୀୟ ବିଜ୍ଞାନ ନାଟକ ପ୍ରତିଯୋଗିତା
ବୌଦ୍ଧ : ତା. ୯. ୧୦. ୨୦୨୬ ରିଖରେ ସ୍ଥାନୀୟ ଯୋଗୀନ୍ଦ୍ରଦେବ ସରକାରୀ ଉଚ୍ଚ ବିଦ୍ୟାଳୟ ର ଶତାବ୍ଦୀ କକ୍ଷ ଠାରେ ବୌଦ୍ଧ ଜିଲ୍ଲାସ୍ତରୀୟ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମ ର ଉଦ୍ଘାଟନୀ ଉତ୍ସବ ରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଚୂଡ଼ାମଣୀ ବାରିକ ଓ ଭାସ୍କର ଲେଙ୍କା, ଗୋଷ୍ଠୀ ଶିକ୍ଷା ଅଧିକାରୀ କେଶବ ମଲ୍ଲିକ,ଯୋଗୀନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟ ର ଶିକ୍ଷୟିତ୍ରୀ ଅର୍ଚ୍ଚନା ମହାନ୍ତି,ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଜୟନ୍ତ କୁମାର […]
ଗାଁ ଦାଣ୍ଡରେ ନିଶାପ ନାହିଁ, ଥାନାରେ ଭିଡ !
ଭାଇଚାରା ଭାଙ୍ଗୁଛି, ବଢୁଛି ଶତ୍ରୁତା ! ଅସ୍ତରଙ୍ଗ :- ଦିନେ ଗାଁ ମୁଣ୍ଡ ଭାଗବତ ଟୁଙ୍ଗି, ଗାଁ ଚାନ୍ଦିନୀ କିମ୍ବା ବରଗଛ ମୂଳ ଥିଲା ଗାଁର କୋର୍ଟ। ଘରୋଇ କଳି, ଜମିବାଡି ବିବାଦ, ଝଗଡା ସବୁ ମୁରବିଙ୍କ ଗୋଟିଏ କଥାରେ ଶେଷ ହୋଇଯାଉଥିଲା। ବାବା ଲୋକନାଥ, ବୁଧେଶ୍ୱର, ପଶ୍ଚିମେଶ୍ୱର, ଗ୍ରାମେଶ୍ୱରଙ୍କ ନାଁ ଧରି ଶପଥ କଲେ ସବୁ ସରିଯାଉଥିଲା। ମୁରବି ଯାହା କହିବେ ତାହା ସମସ୍ତେ ଶିରୋଧାର୍ଯ୍ୟ କରୁଥିଲେ। ବିନା ପଇସାରେ ନ୍ୟାୟ ମିଳୁଥିଲା। ଏବେ ସେ […]
ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ କଷ୍ଟି ଡାକୁଆଙ୍କ ସହିଦ୍ ଦିବସ ପାଳିତ
ନୟାଗଡ : ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ମହାନ୍ ସ୍ବାଧୀନତା ସଂଗ୍ରାମୀ ସହିଦ କଷ୍ଟି ଡାକୁଆଙ୍କ ସହିଦ୍ ଦିବସ ପାଳିତ ହୋଇ ଯାଇଛି। ବିଦ୍ଯାଳୟ ପରିସରରେ ସ୍ଥାପିତ କଷ୍ଟି ଡାକୁଆଙ୍କ ପ୍ରତିମୂର୍ତ୍ତିରେ ବିଶିଷ୍ଟ ସାହିତ୍ୟିକ ବିଶ୍ବନାଥ ମହାପାତ୍ର ଓ ବରିଷ୍ଠ ସମାଜସେବୀ ପ୍ରମୋଦ ପଟ୍ଟନାୟକ,ବିଦ୍ଯାଳୟର ସଂପାଦକ ସମାଜସେବୀ ଶ୍ରୀଧର ସାହୁ ଓ ଯୁଗ୍ମ ସଂପାଦକ ସନ୍ତୋଷ କୁମାର ନାୟକ ପୁଷ୍ପ ମାଲ୍ଯାର୍ପଣ କରିବା ସହିତ ଧୂପ ଦୀପ ଅର୍ପଣ କରିଥିଲେ। ଏହା ବ୍ଯତୀତ ଉକ୍ତ ମଣ୍ଡପରେ ସ୍ଥାପିତ […]
ମହାନଦୀରେ ବନ୍ୟା ପାଣି, ମଣିପୁର ଗ୍ରାମ ବାହ୍ୟ ଜଗତରୁ ବିଛିନ୍ନ
ଭାପୁର : ମହାନଦୀରେ ବନ୍ୟା ଜଳ ଆସି ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ଫତେଗଡ଼ ପଞ୍ଚାୟତର ମଣିପୁର ଗ୍ରାମ ବାହ୍ୟ ଜଗତରୁ ବିଛିନ୍ନ ହୋଇଛି। ସେହିପରି କରବର-ବୈଦେଶ୍ଵର ରାସ୍ତାର କାଳିଗିରି ପୋଲ ଉପରେ ୩ ଫୁଟ ଉଚ୍ଚର ପାଣି ପ୍ରବାହିତ ହେଉଥିବାରୁ ଯାତାୟାତ ବିଛିନ୍ନ ହୋଇଛି। ମହାନଦୀରେ ବନ୍ୟା ଆସିଥିବାରୁ କରବର ପଞ୍ଚାୟତର କରବର, ବଡ଼ବର, ଲଣ୍ଡାବର, ଗୁଡ଼ୁପଡ଼ା, ମାଣିତ୍ରି, ଶାସନ ପଞ୍ଚାୟତର ଯଶୋବନ୍ତପୁର, ଟିକିରିପଡ଼ା, ପଦ୍ମାବତୀ ପଞ୍ଚାୟତର ପଦ୍ମାବତୀ, ଝଗଡ଼ପଡ଼ା, ଧାନଚେଙ୍ଗଡ଼ା ପଞ୍ଚାୟତର ଧାନଚେଙ୍ଗଡ଼ା, ଲଷ୍ମୀପ୍ରସାଦ, […]
ବନ୍ୟା ଘେରରୁ ଉଦ୍ଧାର ଗର୍ଭବତୀ, ଜନ୍ମ ଦେଲେ ଶିଶୁକନ୍ୟା
ଧାମନଗର : ବନ୍ୟାଜଳ ଘେରରେ ଫସିଥିବା ୯ ମାସର ଗର୍ଭବତୀଙ୍କୁ ଗ୍ରାମବାସୀ ଉଦ୍ଧାର କରି ମେଡିକାଲରେ ପହଞ୍ଚାଇବାରୁ ସେ ଏକ ଶିଶୁକନ୍ୟା ଜନ୍ମ ଦେଇଛନ୍ତି। ବନ୍ୟାର ବିପତ୍ତି ମଧ୍ୟରେ ନବଜାତ ଶିଶୁର ଆଗମନ ପରିବାରରେ ଖୁସି ଆଣିଛି। ଧାମନଗର ବ୍ଲକ ବମକୁରା ଗ୍ରାମର ଉତ୍ତମ ଦଳାଇଙ୍କ ସ୍ତ୍ରୀ ଶୁଭଶ୍ରୀ ବେହେରା ୯ ମାସର ଗର୍ଭବତୀ ଥିଲେ। ଗତ ରାତିରେ ତାଙ୍କର ପ୍ରସବ ଯନ୍ତ୍ରଣା ହେବାରୁ ପରିବାର ଲୋକେ ଗ୍ରାମବାସୀଙ୍କୁ ଖବର ଦେଇଥିଲେ। ବନ୍ୟାଜଳ ମଧ୍ୟରୁ ଗ୍ରାମବାସୀ ଶୁଭଶ୍ରୀଙ୍କୁ […]
ବୁଡିଲା କିଆରୀ, କାନ୍ଦୁଛି ଚାଷୀ
ଅସ୍ତରଙ୍ଗ :- ଚାରି ମାସର ଝାଳବୁହା ପରିଶ୍ରମ ଆଖି ଆଗରେ ପାଣିରେ ଭାସୁଛି। କିଆରୀ ମୁଣ୍ଡରେ ବସି ମୁଣ୍ଡରେ ହାତ ଦେଇ କାନ୍ଦୁଛି ଅନ୍ନଦାତା। ଏ କରୁଣ ଦୃଶ୍ୟ ପୁରୀ ଜିଲ୍ଲା କାକଟପୁର ଓ ଅସ୍ତରଙ୍ଗ ବ୍ଲକର ଓଥକା, କଣ୍ଟାପଡା, ସୁଦିକେଶ୍ୱର, ବେଗୁନିଆବସ୍ତ, କେନ୍ଦ୍ରାପଟି, ଶିଶୁଅର। ଯେଉଁଠି ଗର୍ଭଣୀ ଧାନ ଉପରେ ଏକା ସଙ୍ଗେ ଦୁଇ ଦଫା ମାଡ – ତଳେ ଆଣ୍ଠୁଏ ପାଣି, ଉପରେ ମାରାତ୍ମକ ପୋକ। ଆଉ ସବୁଠୁ ବଡ ଦୁଃଖ – ଏ […]
ଲଗାଣ ବର୍ଷାରେ ଧାମନଗର ଅଞ୍ଚଳରେ ବନ୍ୟା
ଧାମନଗର : ଗତ ଚାରି ଦିନ ଧରି ଅବିଶ୍ରାନ୍ତ ବର୍ଷା ଯୋଗୁଁ ବିଭିନ୍ନ ଛୋଟ ବଡ଼ ନଦୀରେ ବନ୍ୟା ଆସି ଧାମନଗର ବିଭିନ୍ନ ଅଞ୍ଚଳ ଜଳମଗ୍ନ ହେବା ସହ ଯାତାୟାତ ରେ ବାଧାପ୍ରାପ୍ତ ହୋଇଛି। ବୈତରଣୀ , କୋଚିଳା, ଗେଙ୍ଗୁଟି, ରେବ, କପାଳୀ ଓ ଯ ନଦୀ ଆଦି ନଦୀରେ ପ୍ରବଳ ବର୍ଷା ଜଳ ଆସିବା ଦ୍ୱାରା ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବୈତରଣୀ ନଦୀର ବନ୍ୟା ଜଳ ବୃଦ୍ଧି ପାଇ ଆଖୁଆପଦାଠାରେ ତାହା ବିପଦ ସଙ୍କେତ […]
ରାସ୍ତା ନଥିବାରୁ ହାତୀଛଡ଼ା ଗ୍ରାମବାସୀଙ୍କ ଦୁର୍ଦ୍ଦଶା, ରୋଗୀଙ୍କୁ ୩ କିମି ବୋହି ନେବାକୁ ପଡ଼ୁଛି
ରାଇରଙ୍ଗପୁର: କେନ୍ଦ୍ର ଓ ରାଜ୍ୟ ସରକାର ଜନସାଧାରଣଙ୍କ ପାଇଁ ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବାବେଳେ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ବ୍ଲକ ଅନ୍ତର୍ଗତ ହାତୀଛଡ଼ା ଗ୍ରାମବାସୀ ମୌଳିକ ସଡ଼କ ସୁବିଧାରୁ ବଞ୍ଚିତ ଥିବା ଅଭିଯୋଗ ହୋଇଛି। ବିଶେଷକରି କଳାମକରୁ ହାତୀଛଡ଼ା ପର୍ଯ୍ୟନ୍ତ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଗାଁରେ ୫୦ରୁ ଅଧିକ ପରିବାର ବସବାସ କରୁଥିବାବେଳେ ଯାତାୟାତର ସୁବିଧା ନଥିବାରୁ ରୋଗୀ ଓ ଗର୍ଭବତୀ ମହିଳାମାନେ ସବୁଠାରୁ ଅଧିକ ହଇରାଣ ହେଉଛନ୍ତି। ବର୍ଷାଦିନେ ସମସ୍ୟା […]
ରାସ୍ତା ନାହିଁ, ଦୋଳା ଭରସା; ସୁଗାମାହା ଗାଁରେ ବିକାଶର ଚିତ୍ର ଶୋଚନୀୟ
ଘୁ.ଉଦୟଗିରି: ଦେଶ ସ୍ୱାଧୀନତାର ୭୯ ବର୍ଷ ପରେ ମଧ୍ୟ କନ୍ଧମାଳ ଜିଲ୍ଲାର ଘୁ.ଉଦୟଗିରି ବ୍ଲକ୍ ଅନ୍ତର୍ଗତ ଗ୍ରେସିଙ୍ଗିଆ ପଞ୍ଚାୟତର ସୁଗାମାହା ଗାଁକୁ ଯିବା ପାଇଁ ପକ୍କା ରାସ୍ତା ନାହିଁ। ଜଙ୍ଗଲ ଓ ପାହାଡ଼ ଘେରା ଏହି ଗାଁ ରାଜ୍ୟ ରାଜପଥଠାରୁ ପ୍ରାୟ ୩ କିଲୋମିଟର ଦୂରରେ ରହିଛି। ଗାଁକୁ ଯିବା ପାଇଁ ଲୋକଙ୍କୁ ଚାଲିଚାଲି ଯିବାକୁ ପଡ଼ୁଛି। ସୁଗାମାହାରେ ପ୍ରାୟ ୩୦ଟି ପରିବାରର ପ୍ରାୟ ୨୦୦ ଲୋକ ବସବାସ କରନ୍ତି। ଏଠାରେ ଅଧିକାଂଶ ଆଦିବାସୀ ପରିବାର ରହୁଥିବା […]
ଟିଟିଲାଗଡ଼ରେ ଯୁବପିଢ଼ି ନିଶା କବଳରେ, ଚିନ୍ତା ବଢ଼ାଉଛି ନିଶା ବଟିକା
ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ ସହର ଏକ ଶାନ୍ତିପ୍ରିୟ ସହର ଭାବେ ପରିଚିତ। ଟିଟିଲାଗଡ଼ ରେଳ ଜଙ୍କସନ୍ ଯୋଗୁଁ ଏଠାରୁ ଦେଶର ବିଭିନ୍ନ ପ୍ରାନ୍ତକୁ ଯିବା ପାଇଁ ଲୋକଙ୍କ ଯାତାୟାତ ଲାଗି ରହିଥାଏ। ଦିନକୁ ଦିନ ଟ୍ରେନ୍ ସଂଖ୍ୟା ବଢ଼ିବା ସହ ଯାତ୍ରୀଙ୍କ ସଂଖ୍ୟା ମଧ୍ୟ ବଢ଼ୁଛି। ଅନ୍ୟପଟେ ସହରର ଯୁବପିଢ଼ି ମଧ୍ୟରେ ନିଶା ସେବନ ବଢ଼ୁଥିବା ଚିତ୍ର ଏବେ ଚିନ୍ତାର କାରଣ ହୋଇଛି। ଏକପଟେ ଅଭିଭାବକମାନେ ପିଲାଙ୍କ ଭବିଷ୍ୟତ ଗଢ଼ିବା ପାଇଁ ସ୍ୱପ୍ନ ଦେଖୁଥିବା ବେଳେ […]
