1 min read

୫୨ ମନ୍ଦିରରେ ସ୍ମାର୍ଟଫୋନ୍‌ ବ୍ୟାନ୍‌; ଦର୍ଶନ ପୂର୍ବରୁ ଜମା ଦେବାକୁ ପଡ଼ିବ ମୋବାଇଲ୍‌

ଫଟୋ, ଭିଡିଓ ଓ ରିଲ୍ସ ଉପରେ ରୋକ; ଫୋନ୍‌ ପିଛା ୫ ଟଙ୍କା ଦେଇ ମିଳିବ ଟୋକନ୍‌ ଚେନ୍ନାଇ: ମନ୍ଦିର ପରିସରରେ ଫଟୋ, ଭିଡିଓ ଓ ରିଲ୍ସ ତିଆରି ଉପରେ ରୋକ ଲଗାଇବାକୁ ତାମିଲନାଡୁ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ରାଜ୍ୟର ପ୍ରମୁଖ ୫୨ଟି ମନ୍ଦିରରେ ମଙ୍ଗଳବାରଠାରୁ ସ୍ମାର୍ଟଫୋନ୍‌ ବ୍ୟବହାର ନିଷିଦ୍ଧ କରାଯାଇଛି। ମନ୍ଦିର ଭିତରକୁ ସ୍ମାର୍ଟଫୋନ୍‌ ନେଇ ଆସୁଥିବା ଶ୍ରଦ୍ଧାଳୁଙ୍କୁ ଦର୍ଶନ ପୂର୍ବରୁ ପ୍ରବେଶପଥ ନିକଟରେ ଥିବା ନିର୍ଦ୍ଧାରିତ କାଉଣ୍ଟରରେ ଫୋନ୍‌ ଜମା କରିବାକୁ ପଡ଼ିବ। […]

1 min read

ଆନ୍ଧ୍ରରେ ୫ ହଜାର ମନ୍ଦିର ନିର୍ମାଣକୁ ଗତି; ତ୍ୱରାନ୍ୱିତ କରିବାକୁ ନାଇଡୁଙ୍କ ନିର୍ଦ୍ଦେଶ

ଅମରାବତୀ: ଆନ୍ଧ୍ରପ୍ରଦେଶରେ ଧାର୍ମିକ ଭିତ୍ତିଭୂମି ବିକାଶକୁ ନେଇ ବଡ଼ ପଦକ୍ଷେପ। ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରସ୍ତାବିତ ୫ ହଜାର ମନ୍ଦିର ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ ନିର୍ଦ୍ଦେଶ ଦେଇଛନ୍ତି। ମନ୍ଦିର ନିର୍ମାଣ ପାଇଁ ସ୍ଥାନ ଚିହ୍ନଟ ଓ ଚୂଡ଼ାନ୍ତ ପ୍ରକ୍ରିୟା ଶୀଘ୍ର ସାରିବା ସହ ସ୍ଥାନ ନିର୍ଦ୍ଧାରଣ ପରେ ତୁରନ୍ତ ନିର୍ମାଣ ଆରମ୍ଭ କରିବାକୁ ଟିଟିଡି ଓ ଏଣ୍ଡାଓମେଣ୍ଟସ ବିଭାଗକୁ କୁହାଯାଇଛି। ସରକାରଙ୍କ ସମୀକ୍ଷା ବୈଠକରେ ତିରୁମାଲା ତିରୁପତି ଦେବସ୍ଥାନମ୍ସ (ଟିଟିଡି) […]

1 min read

ନେପାଳରେ ଅଚିହ୍ନା ଶବକୁ ମିଳୁନି ନ୍ୟାୟ

ନୂଆଦିଲ୍ଲୀ: ନେପାଳରେ ଆସିଥିବା ପ୍ରଳୟଙ୍କରୀ ବନ୍ୟାରେ ଏତେ ଲୋକ ଭାସିଗଲେ ଯେ, ଏବେ କୁଢ କୁଢ ଶବଙ୍କୁ ଅନ୍ତିମ ସଂସ୍କାର କରିବା କଷ୍ଟ ହୋଇପଡିଛି।ଏପରିକି  ଗୋଟିଏ ଜିଲ୍ଲାର କର୍ତ୍ତୃପକ୍ଷ ମୃତଦେହକୁ ଚିହ୍ନଟ କରିବା ପୂର୍ବରୁ ଅସ୍ଥାୟୀ କବରରେ ପୋତିବା ଆରମ୍ଭ କରିଛନ୍ତି।ଏହା ହିନ୍ଦୁ ଶବ ସଂସ୍କାର ପରମ୍ପରାକୁ ଅଣଦେଖା କରାଯାଉଥିବା ଅଭିଯୋଗ ହୋଇଛି। ଦକ୍ଷିଣମଧ୍ୟ ନେପାଳର ଚିତୱାନ୍ ଜିଲ୍ଲାରେ ଏହି କ୍ଷୟକ୍ଷତି ସ୍ପଷ୍ଟ ହୋଇଥିଲା । ପ୍ରାୟ ୨୫୦ ମୃତଦେହ ଚିହ୍ନଟ ଅପେକ୍ଷାରେ ସେଠାରେ ପଡ଼ି ରହିଥିଲା ଏବଂ ସେମାନଙ୍କୁ ଅସ୍ଥାୟୀ ଭାବରେ ପୋତିବା ପାଇଁ ଶୀଘ୍ର ଗାତ ଖୋଳାଯାଇଥିଲା।ବୁଧବାରର ଭୟଙ୍କର ବନ୍ୟା ଏବଂ ଭୂସ୍ଖଳନ ଏପର୍ଯ୍ୟନ୍ତ ନେପାଳ ଏବଂ ତିବ୍ଦତରେ ୧୦୦୦ ରୁ ଅଧିକ ଲୋକଙ୍କ ମୃତ୍ୟୁ କରିଛି ଏବଂ ୪୦୦୦ ରୁ ଅଧିକ ଲୋକ ଏର୍ଯ୍ୟନ୍ତ ନିଖୋଜ ଅଛନ୍ତି। ବନ୍ଯାର କେନ୍ଦ୍ର ଭୋଟେକୋଶୀ ନଦୀ ଏହି ଶବ ଗୁଡିକୁ ଶହ ଶହ କିଲୋମିଟର ଭସାଇ ନେଇ ଆସିଥିଲା, ୟାହା ପରେ ଚିତୱାନ୍ ରେ ଏହା ଉଦ୍ଧାର ହୋଇଛି।ଅଧିକାରୀ ମାନେ କହିଛନ୍ତି ଯେ, ଫରେନସିକ୍ ଦଳ ଗୁଡ଼ିକର ଅତ୍ୟଧିକ କାର୍ଯ୍ୟଭାର ଯୋଗୁଁ ଶନିବାର ପ୍ରାୟ ୧୦୦ ମତଦେହକୁ ଅସ୍ଥାୟୀ ଭାବରେ ପୋତି ଦିଆଯଇଥିଲା ମୃତଦେହ ଗୁଡ଼ିକୁ ନେଇ ଯାଉଥିବା ଯାନବାହାନର ଏକ କାଫିଲା ଏକ ଘନ ଜଙ୍ଗଲ ଅଞ୍ଚଳରେ ପହଞ୍ଚିଲା, ଯେଉଁଠାରେ ଏକ ଖୋଳାକାରୀ ଦଳ ଲାଲରେ ଏକ ବିସ୍ତୃତ ଗାତ ଖୋଳି ସେମାନଙ୍କୁ ପୋତି ଦେଇଥିଲା ମୃତଦେହ ଗୁଡ଼ିକର ପରିଚାଳନା ତଦାରଖ କରୁଥିବା ପୋଲିସ ଇନ୍ସପେକ୍ଟର ଅନିଲ ଥାପା କହିନ୍ତି ଯେ, ରବିବାର ଦିନ ଆଶାକରାଯାଇଥିବା ଶବଦାହ ପୂର୍ବରୁ ଆହୁରି ୫୦ ଟି ମୃତଦେହରୁ ଡିଏନଏ ନମୁନା ନିଆଯାଉଛି ଥାପା କହିଛନ୍ତି ଯେ ଅଧିକାରୀ ମାନେ ଡିଏନଏ ନମୁନା ସଂରକ୍ଷଣ କରନ୍ତି, ମୁହଁର ଫଟୋଗ୍ରାଫ୍ ନିଅନ୍ତି ଏବଂ ଅନ୍ୟାନ୍ୟ ଚିହ୍ନଟ ସୂଚନା ରେକର୍ଡ କରନ୍ତି ମୃତଦେହ ଗୁଡ଼ିକୁ ଏକ ରେଫରେନ୍ସ ନମ୍ବର ଦିଆଯାଏ ଯାହା ଦ୍ୱାରା ପରିବାର ଲୋକେ ପରେ ସେଗୁଡ଼ିକୁ ପୁନରୁଦ୍ଧାର କରିପାରିବେ।

1 min read

ହିନ୍ଦୀ ପରାମର୍ଶଦାତା ସମିତି ବୈଠକରେ ଯୋଗଦେଲେ ସାଂସଦ ଭର୍ତ୍ତୃହରି ମହତାବ

ନୂଆଦିଲ୍ଲୀ: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ପୁନର୍ଗଠିତ ହିନ୍ଦୀ ପରାମର୍ଶଦାତା ସମିତିର ଦ୍ୱିତୀୟ ବୈଠକରେ କଟକର ସାଂସଦ ଭର୍ତ୍ତୃହରି ମହତାବ ସଦସ୍ୟ ଭାବେ ଯୋଗଦେଇଛନ୍ତି। ରାଜଭାଷା ହିନ୍ଦୀର ବ୍ୟବହାରକୁ ସରକାରୀ କାର୍ଯ୍ୟଧାରାରେ ଅଧିକ ବ୍ୟାପକ ଓ ସୁଦୃଢ଼ କରିବା ନେଇ ବୈଠକରେ ବିସ୍ତୃତ ଆଲୋଚନା ହୋଇଥିଲା। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଆୟୁଷ ରାଷ୍ଟ୍ରମନ୍ତ୍ରୀ ପ୍ରତାପରାଓ ଯାଦବ ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ […]

1 min read

ବ୍ୟାଙ୍କ ଅଫ୍‌ ବରୋଦାରେ ୨୪୮୨ ପଦବୀ, ଓଡ଼ିଶା ପାଇଁ ୧୦୦

ଲୋକାଲ୍‌ ବ୍ୟାଙ୍କ ଅଫିସର ପଦରେ ନିଯୁକ୍ତି; ସେପ୍ଟେମ୍ବର ୭ ଯାଏଁ ଆବେଦନ ଭୁବନେଶ୍ୱର: ଚାକିରି ଆଶାୟୀଙ୍କ ପାଇଁ ଆସିଛି ଭଲ ଖବର। ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଅଫ୍‌ ବରୋଦା ପକ୍ଷରୁ ଲୋକାଲ୍‌ ବ୍ୟାଙ୍କ ଅଫିସର ପଦରେ ବଡ଼ ଧରଣର ନିଯୁକ୍ତି ଦିଆଯିବ। ଦେଶର ୨୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ମୋଟ ୨୪୮୨ଟି ପଦ ରହିଥିବାବେଳେ ଓଡ଼ିଶା ପାଇଁ ୧୦୦ଟି ପଦ ସଂରକ୍ଷିତ ରହିଛି। ବ୍ୟାଙ୍କିଂ ସେବାକୁ ଆହୁରି ସୁଦୃଢ଼ କରିବା ସହ ସ୍ଥାନୀୟ ଯୁବକ-ଯୁବତୀଙ୍କ ପାଇଁ […]

1 min read

ଶିଳ୍ପର ପାଉଁଶରୁ ‘ଦୁର୍ନୀତି’ର ଧୂଆଁ!

ଓପିଜିସି ପାଉଁଶ ପରିଚାଳନାରେ ବଡ଼ ଅନିୟମିତତା ଅଭିଯୋଗ; ବର୍ଷକୁ ୫୦୦ କୋଟିର ଲାଭ, ପାଉଁଶ ଖର୍ଚ୍ଚ ୩୦୦ କୋଟି! ବ୍ୟୁରୋ: ରାଜ୍ୟରେ ବାଲି, ପାଣି ଓ ଖଣି ପରେ ଏବେ ତାପଜ ବିଦ୍ୟୁତ୍ କେନ୍ଦ୍ରରୁ ବାହାରୁଥିବା ପାଉଁଶ ପରିଚାଳନାକୁ ନେଇ ଉଠିଛି ସଙ୍ଗିନ ଅଭିଯୋଗ। ଝାରସୁଗୁଡ଼ା ଜିଲ୍ଲାର ଲଖନପୁର ବ୍ଲକ୍ ବନହରପାଲିଠାରେ ଥିବା ଓପିଜିସିର ତାପଜ ବିଦ୍ୟୁତ୍ କେନ୍ଦ୍ରରୁ ବାହାରୁଥିବା ପାଉଁଶ ପରିଚାଳନା ଏବେ କୋଟି କୋଟି ଟଙ୍କାର କାରବାର ସହ ଜଡ଼ିତ ଏକ ବଡ଼ ପ୍ରସଙ୍ଗ […]

1 min read

୭ ବର୍ଷରେ ଅମୃତ ପାର୍କର ଅମୃତ ଶୁଖିଲା!

ଅବହେଳାରୁ ପରିତ୍ୟକ୍ତ, ପୋଖରୀରେ ଦଳ ଭର୍ତ୍ତି; ବୋଟିଂ ବ୍ୟବସ୍ଥା ଅଚଳ ଭଦ୍ରକ: ଦିନେ ଯେଉଁଠି ଲୋକଙ୍କ ଭିଡ଼ ଜମୁଥିଲା, ଆଜି ସେହି ଅମୃତ ପାର୍କ ଅବହେଳାର ଶିକାର ହୋଇ ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଛି। ୭ ବର୍ଷ ତଳେ ଭଦ୍ରକରେ ନିର୍ମିତ ଏହି ମନୋରଞ୍ଜନ ପାର୍କର ପୋଖରୀ ଏବେ ଦଳରେ ଭର୍ତ୍ତି ହୋଇଯାଇଥିବା ବେଳେ ବୋଟିଂ ବ୍ୟବସ୍ଥା ମଧ୍ୟ ଅଚଳ ହୋଇପଡ଼ିଛି। ରକ୍ଷଣାବେକ୍ଷଣ ଅଭାବରୁ ପାର୍କର ଆକର୍ଷଣ କ୍ରମେ ହ୍ରାସ ପାଇଥିବାରୁ ଲୋକେ ଏଠାକୁ ଆସିବାକୁ ମୁହଁ ମୋଡ଼ୁଛନ୍ତି। […]

1 min read

ଯାଜପୁରରେ ଡିଏମଏଫ୍ ପାଣ୍ଠି ଖର୍ଚ୍ଚରେ ଅନିୟମିତତା ଅଭିଯୋଗ

୧୧୩ କୋଟିର ପ୍ରକଳ୍ପ ଅଚଳ, ୨୦ ମାସ ଧରି ଏନ୍‌ବିସିସିକୁ ଦିଆଯାଇନି କାର୍ଯ୍ୟାଦେଶ ଯାଜପୁର: ଯାଜପୁର ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମଏଫ୍) ପାଣ୍ଠିକୁ ନେଇ ଜିଲ୍ଲା ପ୍ରଶାସନର ଭୂମିକା ଉପରେ ପ୍ରଶ୍ନ ଉଠିଛି। ଖଣି ପ୍ରଭାବିତ ଅଞ୍ଚଳର ବିକାଶ ପାଇଁ ଉଦ୍ଦିଷ୍ଟ ପାଣ୍ଠିରୁ ବଡ଼ ବଡ଼ ପ୍ରକଳ୍ପ ନିର୍ମାଣ ନିମନ୍ତେ ଅର୍ଥ ମଞ୍ଜୁର ହୋଇଥିଲେ ମଧ୍ୟ ସେଗୁଡ଼ିକର କାର୍ଯ୍ୟାନ୍ୱୟନରେ ଦୀର୍ଘସୂତ୍ରତା ଦେଖାଦେଇଛି। ପ୍ରକଳ୍ପ ନିର୍ମାଣ ପରେ ଠିକାଦାରଙ୍କ ବିଲ୍‌ ପଇଠ କରିବା ନେଇ ଅଭିଯୋଗ ଉଠୁଥିବା ବେଳେ, […]

1 min read

ନେପାଳରେ ବିପର୍ଯ୍ୟୟର ତାଣ୍ଡବ: ମୃତ୍ୟୁସଂଖ୍ୟା ୧ ହଜାର ପାର୍‌, ୩୯୧୬ ନିଖୋଜ

କାଠମାଣ୍ଡୁ: ନେପାଳରେ ଭୟାବହ ବନ୍ୟା ଓ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ମୃତ୍ୟୁସଂଖ୍ୟା ୧ ହଜାର ପାର୍‌ କରିଛି। ନେପାଳରେ ୯୮୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପଡ଼ୋଶୀ ଚୀନ୍‌ରେ ମଧ୍ୟ ୧୬ ଜଣଙ୍କ ମୃତ୍ୟୁ ଖବର ମିଳିଛି। ଫଳରେ ଦୁଇ ଦେଶରେ ମୋଟ ମୃତ୍ୟୁସଂଖ୍ୟା ୧,୦୦୩ରେ ପହଞ୍ଚିଛି। ନେପାଳ ବିପର୍ଯ୍ୟୟ ପରିଚାଳନା ବିଭାଗର ସୂଚନା ଅନୁଯାୟୀ, ଏହି ବିପର୍ଯ୍ୟୟରେ ଏବେ ବି ୩,୯୧୬ ଜଣ ନିଖୋଜ ଅଛନ୍ତି। ନିଖୋଜଙ୍କ ମଧ୍ୟରେ ୫୮୩ ଜଣ ବିଦେଶୀ ନାଗରିକ ଥିବା […]

1 min read

ମୋଦୀଙ୍କ ଗ୍ରୁପ୍‌ ଫଟୋ କାଟି ପୋଷ୍ଟ କଲେ ପାକ୍‌ ପ୍ରଧାନମନ୍ତ୍ରୀ ଶରିଫ

ନୂଆଦିଲ୍ଲୀ: ପୁଣିଥରେ ନିଜର ଛୋଟ ଚିନ୍ତାଧାରାକୁ ବିଶ୍ୱ ସାମ୍ନାରେ ଦେଖାଇଛି ପାକିସ୍ତାନ। ବ୍ରିକ୍ସ ଶିଖର ସମ୍ମିଳନୀକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏକ ଗ୍ରୁପ୍‌ ଫଟୋକୁ କାଟି ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ ଶରିଫ। ଏହାକୁ ନେଇ ଏବେ କୂଟନୈତିକ ଓ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି। ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମଙ୍ଗଳବାର ଏକ ଫଟୋ ସୋସିଆଲ ମିଡିଆରେ ଶେୟାର କରାଯାଇଥିଲା। ଫଟୋଟି ବ୍ରିକ୍ସ ଶିଖର ସମ୍ମିଳନୀ ସମୟର ବୋଲି […]