ରାଜ୍ୟସଭାରେ ‘ବନ୍ଦେ ମାତରମ୍’ ବିଲ୍ ଆଗତ କରିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ
ନୂଆଦିଲ୍ଲୀ,୧୯।୭: ସଂସଦର ମୌସୁମୀ ଅଧିବେଶନରେ ସୋମବାରଠାରୁ ଆରମ୍ଭ ହେବାକୁ ଯାଉଛି। ଏହି ଅଧିବେଶନର ଆରମ୍ଭରୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ରାଜ୍ୟସଭାରେ ‘ବନ୍ଦେ ମାତରମ୍’ ବିଲ୍ ଆଗତ କରିବେ। ପ୍ରସ୍ତାବିତ ଆଇନର ଲକ୍ଷ୍ୟ ହେଉଛି ଜାତୀୟ ସଙ୍ଗୀତ,‘ବନ୍ଦେ ମାତରମ୍’ କୁ ଜାତୀୟ ସଙ୍ଗୀତ, ‘ଜନ ଗଣ ମନ’ ଦ୍ୱାରା ବର୍ତ୍ତମାନ ମିଳୁଥିବା ସମାନ ଆଇନଗତ ଏବଂ ନ୍ୟାୟିକ ସୁରକ୍ଷା ପ୍ରଦାନ କରିବା। ଯଦି ଏହା ପ୍ରଣୟନ କରାଯାଏ, ତେବେ ଏହି ବିଲ୍ ଜାତୀୟ ସମ୍ମାନ ଅପମାନ ନିବାରଣ ଆଇନରେ ସଂଶୋଧନ ଆଣିବ ଯାହା ଦ୍ୱାରା ‘ବନ୍ଦେ ମାତରମ୍’ର ଅପମାନକୁ ଏକ ଦଣ୍ଡନୀୟ ଅପରାଧ ପାଲଟିବ, ଯାହା ଆଇନଗତ ସୁରକ୍ଷା ଦୃଷ୍ଟିରୁ ଜାତୀୟ ସଙ୍ଗୀତ ସହିତ ସମାନ ହେବ। ପ୍ରସ୍ତାବିତ ଆଇନ ଅନୁଯାୟୀ, ଯଦି କୌଣସି ବ୍ୟକ୍ତି ଉଦ୍ଦେଶ୍ୟମୂଳକ ଭାବରେ ଜାତୀୟ ସଙ୍ଗୀତର ଆବେଦନକୁ ଅପମାନ କରନ୍ତି କିମ୍ବା ବାଧା ଦିଅନ୍ତି, ତେବେ ସେମାନଙ୍କୁ ୩ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ, ଜରିମାନା କିମ୍ବା ଉଭୟ ହୋଇପାରେ। ରାଷ୍ଟ୍ରୀୟ ସମ୍ମାନର ଅପମାନ ନିବାରଣ ଆଇନ ଜାତୀୟ ସଙ୍ଗୀତକୁ ସମ୍ମାନ ଦେବ, ଯାହା ଦ୍ୱାରା ଲୋକମାନେ ଏହାକୁ ଗାଇବା ସମୟରେ ଠିଆ ହେବା ଏବଂ ଅସମ୍ମାନ କିମ୍ବା ବାଧା ସୃଷ୍ଟି କରୁଥିବା କାର୍ଯ୍ୟକୁ ଉପରେ ରୋକ ଲଗାଇବ। ପ୍ରସ୍ତାବିତ ସଂଶୋଧନର ଲକ୍ଷ୍ୟ ହେଉଛି ‘ବନ୍ଦେ ମାତରମ୍’ କୁ ସମାନ ଆଇନଗତ ସୁରକ୍ଷା ପ୍ରଦାନ କରିବା, ଯାହାକୁ ଜାତୀୟ ସଙ୍ଗୀତ ଭାବରେ ମାନ୍ୟତା ମିଳିବା ସତ୍ତ୍ୱେ ଏପର୍ଯ୍ୟନ୍ତ ଏପରି ଆଇନଗତ ସୁରକ୍ଷା ମିଳିନାହିଁ। ପ୍ରସ୍ତାବିତ ଆଇନ ଅନୁଯାୟୀ, ଯଦି ଏହି ବିଲ୍ ସଂସଦର ଉଭୟ ଗୃହ ଦ୍ୱାରା ଗୃହୀତ ହୁଏ, ତେବେ ‘ବନ୍ଦେ ମାତରମ୍’କୁ ଅପମାନ କରିବା ଏକ ଫୌଜଦାରୀ ଅପରାଧ ହୋଇଯିବ। ଯାହାକି ଅନ୍ୟ ରାଷ୍ଟ୍ରୀୟ ପ୍ରତୀକ ଯେପରିକି ଜାତୀୟ ସଙ୍ଗୀନ, ଜାତୀୟ ପତାକା ଓ ସମ୍ବିଧାନର ସୁରକ୍ଷା କରାଯାଏ। ଏହି ବଇନଗତ ପଦକ୍ଷେପ ଗୃହମନ୍ତ୍ରଣାଳୟ ୯ ଜୁଲାଇରେ ସବୁ ରାଜ୍ୟକୁ ଦିଆଯାଇଥିବା ନିର୍ଦେଶ ପରେ ଆଣିଛି। ଏଥିରେ କୁହାଯାଇଛି ସରକାରୀ କାମ ବେଳେ ଯେତେବେଳେ ବି ଜନଗଣମନ ଗାନ କରାଯାଏ ତେବେ ତା ପୂର୍ବରୁ ବନ୍ଦେ ମାତରମ ବଜା ଯିବ। ଏହି ପ୍ରସ୍ତାବିତ ପରିବର୍ତ୍ତନ ଉପରେ ସଂସଦରେ ଚାଲୁଥିବା ମୌସୁମୀ ଅଧିବେଶନରେ ଚର୍ଚ୍ଚା ହେବ।
ଜମ୍ମୁ-କଶ୍ମୀରରେଭୟଙ୍କରଭୂସ୍ଖଳନ: ୧୬ମୃତ
ନୂଆଦିଲ୍ଲୀ, ୧୯।୭: ଉତ୍ତର ଏବଂ ପୂର୍ବ ଭାରତରେ ଦକ୍ଷିଣ-ପଶ୍ଚିମ ମୌସୁମୀ ସକ୍ରିୟ ରହିବା ଯୋଗୁ ପ୍ରବଳ ବର୍ଷା ସାଙ୍ଗକୁ ଭୂସ୍ଖଳନରେ ୧୬ ଜଣଙ୍କ ମୃତ୍ୟୁ ଘଟିଛି। ଏପରିକି ଅନେକ ନିଖୋଜ ଥିବା ସୂଚନା ମିଳିଛି। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଆସନ୍ତା ୬ରୁ ୭ ଦିନ ଉତ୍ତର, ପୂର୍ବ ଏବଂ ଉତ୍ତର-ପୂର୍ବ ଭାରତରେ ମୌସୁମୀ ସକ୍ରିୟ ରହିବା ସାଙ୍ଗକୁ ବର୍ଷା ହେବାନେଇ ପୂର୍ବାନୁମାନ କରାଯାଇଛି। ଅନ୍ୟପକ୍ଷେ ଜମ୍ମୁ ଏବଂ କଶ୍ମୀରରେ ପ୍ରବଳ ବର୍ଷା ହୋଇ ଅଧିକ କ୍ଷତିଗ୍ରସ୍ତ ହୋଇଛି। ପୁଞ୍ଚ ଏବଂ ରାଜୌରୀର ଯୋଡ଼ା ସୀମାବର୍ତ୍ତୀ ଜିଲାଗୁଡ଼ିକରେ ବାଦଲ ଫଟା ବର୍ଷା ଯୋଗୁ ଭୂସ୍ଖଳନ ଏବଂ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇ ଅତିକମରେ ୧୧ଜଣଙ୍କ ମୃତ୍ୟୁ ହୋଇଛି । ଅନେକ ନିଖୋଜ ଅଛନ୍ତି। ପୁଞ୍ଚ ଜିଲାର ସୁରନକୋଟ ତହସିଲ ଅଞ୍ଚଳରେ ସବୁଠାରୁ ଅଧିକ କ୍ଷୟକ୍ଷତି ହୋଇଛି। ଏପରିକି ସମ୍ପୃକ୍ତ ଅଞ୍ଚଳରେ ମୃତ୍ୟୁ ସଂଖ୍ୟା ମଧ୍ୟ ଅଧିକ ହୋଇଛି। ଅଧିକାରୀଙ୍କ କହିବା ମୁତାବକ, ନିରନ୍ତର ବର୍ଷା ଏବଂ କ୍ଷତିଗ୍ରସ୍ତ ରାସ୍ତା ମଧ୍ୟରେ ନିଖୋଜଙ୍କୁ ଖୋଜିବା କଷ୍ଟକର ହେଉଥିବା କହିଛନ୍ତି।
ଚିଚିଆ ଶିଵମନ୍ଦିର ଖେଳପଡିଆ ନିର୍ମାଣ ପ୍ରସଙ୍ଗ; ଗଣମାଧ୍ୟମ ରେ ଖବର ପ୍ରସାରଣ ପରେ ଆରମ୍ଭ ହେଲା ଷ୍ଟେଜ ନିର୍ମାଣ
ଗଣମାଧ୍ୟମ ରେ ଖବର ପ୍ରସାରଣ ପରେ ଆରମ୍ଭ ହେଲା ଷ୍ଟେଜ ନିର୍ମାଣ ,ବିନା ସୂଚନା ଫଳକରେ ଚାଲିଛି କାମ ଧର୍ମଗଡ଼ (ପିପିଏସ୍): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଚିଚିଆ ଗ୍ରାମ ପଞ୍ଚାୟତର ଶିବମନ୍ଦିର ଖେଳ ପଡ଼ିଆରେ ବିନା ସୂଚନା ଫଳକରେ ଏକ ଷ୍ଟେଜ ନିର୍ମାଣ କାମ ଚାଲିଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଓ ଅନିଶ୍ଚିତତା ପ୍ରକାଶ ପାଇଛି । କାମଟି କେଉଁ ଯୋଜନାରେ, କେତେ ଅର୍ଥ ବ୍ୟୟରେ ଏବଂ କେଉଁ ବିଭାଗ ଦ୍ୱାରା କରାଯାଉଛି, […]
ପ୍ରଫୁଲ୍ଲ ସାମଲଙ୍କ ଆଶୁ ଆରୋଗ୍ୟ କାମନାରେ ଖାନକା ସରିଫ୍ରେ ସାମୂହିକ ପ୍ରାର୍ଥନା
ଭଦ୍ରକ, ୧୯/୦୭: ବିଜୁ ଜନତା ଦଳର ରାଜ୍ୟ ବରିଷ୍ଠ ଉପସଭାପତି ତଥା ବିଜୁ ଶ୍ରମିକ ସାମ୍ମୁଖ୍ୟର ରାଜ୍ୟ ସଭାପତି ଶ୍ରୀଯୁକ୍ତ ପ୍ରଫୁଲ୍ଲ ସାମଲଙ୍କ ଆଶୁ ଆରୋଗ୍ୟ କାମନା କରି ରବିବାର ଭଦ୍ରକ ପୌରାଞ୍ଚଳର ସରକାର ନଗରସ୍ଥିତ ଖାନକା ସରିଫ୍ରେ ଅବସ୍ଥିତ ଛୋଟେ ସରକାର ଜୀ ଓ ବଡେ ସରକାର ଜୀଙ୍କ ପବିତ୍ର ମଜାରରେ ସାମୂହିକ ପୂଜା-ଅର୍ଚ୍ଚନା ଓ ପ୍ରାର୍ଥନା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ବିଜେଡ଼ି ଭଦ୍ରକ ଟାଉନ୍ ସଭାପତି ଏମ୍.ଡି. ଜକାଉଲ୍ଲାଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ […]
ପିଇବା ପାଣି ପାଇଁ ରାସ୍ତା ରୋକ କଲେ ମହିଳା
ଗୋପ (ପିପିଏସ ): ରାଜ୍ୟ ସରକାର ଘରେ ଘରେ ବିଶୁଦ୍ଧ ପାନୀୟ ଜଳ ପହଞ୍ଚାଇବା ପାଇଁ ବଡ଼ ବଡ଼ ଦାବି କରୁଥିବା ବେଳେ, ବାସ୍ତବ ଚିତ୍ର କିନ୍ତୁ କିଛି ଅଲଗା ବୟାନ କରୁଛି। ପିଇବା ପାଣି ମୁନ୍ଦେ ପାଇଁ ଡହଳବିକଳ ହେଉଛନ୍ତି ଲୋକେ। ଶେଷରେ ବାଧ୍ୟ ହୋଇ ରାସ୍ତାକୁ ଓହ୍ଲାଇଛନ୍ତି ଗ୍ରାମବାସୀ। ପୁରୀ ଜିଲ୍ଲା ନିମାପଡ଼ାରୁ ଆସିଛି ଏଭଳି ଏକ ଚିନ୍ତାଜନକ ଖବର। ପିଇବା ପାଣି ସମସ୍ୟାକୁ ନେଇ ରଣକ୍ଷେତ୍ର ପାଲଟିଲା ମୁଖ୍ୟ ରାସ୍ତା। ପ୍ରାୟ ଦୁଇ […]
ଆଡ଼ପ ମଣ୍ଡପରେ ବିଜେ କଲେ ମହାପ୍ରଭୁ; ଶ୍ରୀଗୁଣ୍ଡିଚା ମନ୍ଦିରରେ ସାତ ଦିନ ବିରାଜିବେ ଚତୁର୍ଦ୍ଧା ମୂର୍ତ୍ତି
ପୁରୀ: ବିଶ୍ୱପ୍ରସିଦ୍ଧ ଶ୍ରୀଜଗନ୍ନାଥ ରଥଯାତ୍ରାର ଅନ୍ୟତମ ପବିତ୍ର ନୀତି ‘ଆଡ଼ପ ମଣ୍ଡପ ବିଜେ’ ସଫଳତାର ସହ ଶେଷ ହୋଇଛି। ପାରମ୍ପରିକ ପହଣ୍ଡି ବିଜେ ନୀତିରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଭାଇ ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରା ରଥରୁ ଓହ୍ଲାଇ ଶ୍ରୀଗୁଣ୍ଡିଚା ମନ୍ଦିରର ଆଡ଼ପ ମଣ୍ଡପରେ ବିଜେ କରିଛନ୍ତି। ବେଦ ମନ୍ତ୍ର, ଘଣ୍ଟ-ଘଣ୍ଟା, ହରିବୋଲ ଧ୍ୱନି ଏବଂ ଭକ୍ତଙ୍କ ଜୟଜଗନ୍ନାଥ ଧ୍ୱନି ମଧ୍ୟରେ ସମସ୍ତ ନୀତିକାନ୍ତି ସମ୍ପନ୍ନ ହୋଇଥିଲା। ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ହଜାର ହଜାର […]
ଅବସର ନେବେ କି ରୋହିତ ଶର୍ମା ?
ନୂଆଦିଲ୍ଲୀ, ଜୁଲାଇ ୧୮: ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ରୋହିତ ଶର୍ମାଙ୍କ ଅବସରକୁ ନେଇ ସୋସିଆଲ ମିଡିଆ ଏବଂ କିଛି ଗଣମାଧ୍ୟମରେ ଜୋରଦାର ଚର୍ଚ୍ଚା ଚାଲିଥିବାବେଳେ, ଏହି ପ୍ରସଙ୍ଗରେ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। ବୋର୍ଡ ସଚିବ ଦେବଜିତ ସାଇକିଆ କହିଛନ୍ତି ଯେ, ଲର୍ଡସରେ ଖେଳାଯିବାକୁ ଥିବା ଦିନିକିଆ ମ୍ୟାଚ ରୋହିତଙ୍କ ଶେଷ ଅନ୍ତର୍ଜାତୀୟ ମ୍ୟାଚ ହେବ ବୋଲି କୌଣସି ଆଧିକାରିକ ଆଲୋଚନା କିମ୍ବା ନିଷ୍ପତ୍ତି ହୋଇନାହିଁ। ତେବେ ଅବସର ସମ୍ପର୍କିତ […]
ମାଗଣାରେ ମିଳିଲେ ବି ଏହି ଜିନିଷ ନିଅନ୍ତୁ ନାହିଁ! ବାସ୍ତୁ ମତରେ ବଢ଼ିପାରେ ଆର୍ଥିକ ସମସ୍ୟା
କଟକ, ଜୁଲାଇ ୧୮ (ପିପିଏସ): ମାଗଣାରେ କୌଣସି ଜିନିଷ ମିଳିଲେ ଅନେକେ ତାହାକୁ ସହଜରେ ଗ୍ରହଣ କରିନେଇଥାନ୍ତି। ତେବେ ବାସ୍ତୁ ଓ ପାରମ୍ପରିକ ବିଶ୍ୱାସ ଅନୁଯାୟୀ, କିଛି ବସ୍ତୁ ଏପରି ଅଛି ଯାହାକୁ ବିନା ମୂଲ୍ୟରେ ନେବା ଶୁଭ ବୋଲି ଧରାଯାଏ ନାହିଁ। ଏଭଳି କଲେ ଘରର ସୁଖ-ଶାନ୍ତି ଏବଂ ଆର୍ଥିକ ସ୍ଥିତି ଉପରେ ନକାରାତ୍ମକ ପ୍ରଭାବ ପଡ଼ିପାରେ ବୋଲି ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ରହିଛି। ଲୁଣ ବାସ୍ତୁ ମତରେ ଲୁଣର ସମ୍ପର୍କ ଶନି ଦେବଙ୍କ ସହ ରହିଛି। […]
ବିଶ୍ୱ ଜନସଂଖ୍ୟା ପକ୍ଷ-୨୦୨୬
ସୁସ୍ଥ ମା’ ଓ ସୁରକ୍ଷିତ ଶିଶୁ ପାଇଁ ବ୍ରହ୍ମପୁରରେ ଆଇଇସି ସଚେତନତା ରଥ ଶୁଭାରମ୍ଭ ବ୍ରହ୍ମପୁର(ପିପିଏସ୍): ମାତୃ ଓ ଶିଶୁ ସ୍ୱାସ୍ଥ୍ୟର ସୁରକ୍ଷା, ଅନିଚ୍ଛିତ ଗର୍ଭଧାରଣର ପ୍ରତିରୋଧ, ଗର୍ଭଧାରଣ ମଧ୍ୟରେ ସୁସ୍ଥ ସମୟ ଓ ବ୍ୟବଧାନ ସମ୍ପର୍କରେ ସାଧାରଣ ଜନସାଧାରଣଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି କରିବା ଉଦେ୍ଦଶ୍ୟରେ ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏବଂ ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ୧୧ଜୁଲାଇରୁ ୨୪ ଜୁଲାଇ ପର୍ଯ୍ୟନ୍ତ […]
କୃଷି ଓ ଆନୁଷଙ୍ଗିକ ସରକାରୀ ଯୋଜନା ସମ୍ପର୍କରେ ଯୁଗ୍ମ ଅଭିଯୋଗ ଶୁଣାଣିରେ ସ୍ଥାପନ ହେବ ସହାୟତା କେନ୍ଦ୍ର
କେନ୍ଦ୍ରାପଡ଼ା, ୧୮/୭(ପିପିଏସ): କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ କାର୍ଯ୍ୟକାରୀ ବିଭିନ୍ନ ସରକାରୀ ଯୋଜନା ସମ୍ପର୍କରେ ଜନସାଧାରଣ, ବିଶେଷକରି କୃଷକମାନଙ୍କୁ ସଚେତନ କରିବା ଏବଂ ଅଧିକରୁ ଅଧିକ ଯୋଗ୍ୟ ହିତାଧିକାରୀଙ୍କୁ ଏହି ଯୋଜନାଗୁଡ଼ିକର ସୁଫଳ ପ୍ରଦାନ କରିବା ଉଦ୍ଦେଶ୍ୟରେ ପ୍ରତି ସୋମବାର ଆୟୋଜିତ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ସ୍ୱତନ୍ତ୍ର ସହାୟତା କେନ୍ଦ୍ର (ହେଲ୍ପ ଡେସ୍କ) ସ୍ଥାପନ କରାଯିବ। ଏ ନେଇ କେନ୍ଦ୍ରାପଡ଼ା ଜିଲ୍ଲାପାଳ ରଘୁରାମ ଆର୍. ଆୟର ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ଜିଲ୍ଲାରେ କୃଷି ଓ ଆନୁଷଙ୍ଗିକ […]
