ଜାତୀୟ
ଟପ୍-୬ରେ ଓଡ଼ିଶାର ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ଭୁବନେଶ୍ୱର, ୧୦ା୭ (ଉଦୟ): ଜାତୀୟ ସଙ୍ଗୀତ ମଞ୍ଚରେ ପୁଣି ଚମକିଲେ ଓଡ଼ିଶାର କନ୍ୟା। ଜାତୀୟ ସ୍ତରର ଅତ୍ୟନ୍ତ ଲୋକପ୍ରିୟ ସଙ୍ଗୀତ ରିଆଲିଟି ଶୋ’ ‘ଇଣ୍ଡିଆନ ଆଇଡଲ-୧୬’ର ସେମିଫାଇନାଲ୍ ପର୍ଯ୍ୟାୟରେ ପହଞ୍ଚି ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଜ୍ୟୋତିର୍ମୟୀ ନାୟକ ରାଜ୍ୟ ପାଇଁ ଗୌରବ ଆଣିଦେଇଛନ୍ତି। ନିଜର ଦମ୍ଦାର ପରଫର୍ମାନ୍ସ ବଳରେ ସେ ଶୋ’ର ଶ୍ରେଷ୍ଠ ୬ ଜଣ ପ୍ରତିଯୋଗୀଙ୍କ (Top-6) ମଧ୍ୟରେ ସ୍ଥାନ ସୁରକ୍ଷିତ କରିଛନ୍ତି। ଦର୍ଶକ ଓ ବିଚାରକଙ୍କ ମନ ଜିଣିଲେ ଜ୍ୟୋତିର୍ମୟୀ ଓଲିଉଡ୍ ସଙ୍ଗୀତ ଜଗତରେ […]
ରାମମନ୍ଦିର ଦାନ ପ୍ରସଙ୍ଗକୁ ନେଇ ରାଜନୀତି, ବିରୋଧୀଙ୍କୁ ଜବାବ ଦେଲେ ଯୋଗୀ
ଅଯୋଧ୍ୟା,୭|୭(ଉଦୟ): ରାମମନ୍ଦିରକୁ ମିଳୁଥିବା ଦାନକୁ ନେଇ ରାଜନୈତିକ ମହଳରେ ଆରମ୍ଭ ହୋଇଥିବା ଚର୍ଚ୍ଚା ମଧ୍ୟରେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବିରୋଧୀ ଦଳଗୁଡ଼ିକ ଉପରେ କଡ଼ା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ, ଭକ୍ତମାନଙ୍କ ଆସ୍ଥା ସହ ଜଡ଼ିତ ବିଷୟକୁ ନେଇ ଭ୍ରମ ସୃଷ୍ଟି କରିବା ଉଚିତ ନୁହେଁ।ଅଯୋଧ୍ୟାର ରାମମନ୍ଦିରରେ ଭକ୍ତମାନଙ୍କ ଦାନକୁ ନେଇ ଉଠିଥିବା ଅଭିଯୋଗ ଉତ୍ତର ପ୍ରଦେଶର ରାଜନୀତିରେ ନୂଆ ଚର୍ଚ୍ଚା ସୃଷ୍ଟି କରିଛି। ଏହି ପ୍ରସଙ୍ଗରେ ବିରୋଧୀ ଦଳମାନେ ସରକାର ଓ […]
ଜିମ୍ବାୱେ ଟି-ଟ୍ୱେଣ୍ଟି ସିରିଜ ପାଇଁ ଭାରତୀୟ ଦଳ ଘୋଷଣା
ରିଙ୍କୁ-ମୟଙ୍କଙ୍କ ପ୍ରତ୍ୟାବର୍ତ୍ତନ, ୪ ନୂଆ ମୁହଁଙ୍କୁ ସୁଯୋଗ ନୂଆଦିଲ୍ଲୀ ୭ⵏ୭(ଉଦୟ): ଜିମ୍ବାୱେ ବିପକ୍ଷରେ ହେବାକୁ ଥିବା ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳା ପାଇଁ ଭାରତୀୟ କ୍ରିକେଟ୍ ଦଳ ଘୋଷଣା କରାଯାଇଛି। ଚୟନକର୍ତ୍ତାମାନେ ଯୁବ ପ୍ରତିଭା ଓ ଅଭିଜ୍ଞ ଖେଳାଳିଙ୍କ ମିଶ୍ରଣରେ ୧୫ ଜଣିଆ ଦଳ ଗଠନ କରିଛନ୍ତି। ଶ୍ରେୟାସ ଆୟରଙ୍କୁ ଦଳର ଅଧିନାୟକତ୍ୱ ଦାୟିତ୍ୱ ଦିଆଯାଇଛି। ଏଥର ଦଳର ସବୁଠାରୁ ଚର୍ଚ୍ଚିତ ଦିଗ ହେଉଛି ୱିକେଟ୍କିପର ବ୍ୟାଟର ସଞ୍ଜୁ ସାମସନଙ୍କ ଅନୁପସ୍ଥିତି। ନିକଟରେ କ୍ରମାଗତ କ୍ରିକେଟ୍ […]
ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱର ପ୍ରଶଂସା କଲେ ଇଣ୍ଡୋନେସିଆର ରାଷ୍ଟ୍ରପତି
ଜାକାର୍ତ୍ତା,୭I୭(ଉଦୟ): ଭାରତ ଓ ଇଣ୍ଡୋନେସିଆ ମଧ୍ୟରେ ଦୀର୍ଘଦିନର ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇଣ୍ଡୋନେସିଆ ଗସ୍ତ କରିଛନ୍ତି। ଜାକର୍ତ୍ତାରେ ପହଞ୍ଚିବା ପରେ ସେଠାକାର ରାଷ୍ଟ୍ରପତି ପ୍ରବୋୱୋ ସୁବିଆନ୍ତୋ ପ୍ରଧାନମନ୍ତ୍ରୀଙ୍କୁ ରାଷ୍ଟ୍ରପତି ଭବନରେ ଆନୁଷ୍ଠାନିକ ଭାବେ ସ୍ୱାଗତ ଜଣାଇଥିଲେ। ଉଭୟ ନେତାଙ୍କ ମଧ୍ୟରେ ସୌହାର୍ଦ୍ଦପୂର୍ଣ୍ଣ ପରିବେଶରେ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଦୁଇ ଦେଶର ଭବିଷ୍ୟତ ସହଯୋଗକୁ ନେଇ ବ୍ୟାପକ ଆଲୋଚନା ହୋଇଥିଲା। ବିଶେଷକରି ବାଣିଜ୍ୟ, ବିନିଯୋଗ, ପ୍ରତିରକ୍ଷା, ସାମୁଦ୍ରିକ […]
କେରଳର ଲଗାତାର ପ୍ରବଳ ବର୍ଷା ଯୋଗୁଁ ଭୂସ୍ଖଳନ
ଥିରୁବନନ୍ତପୁରମ, ୭|୭(ବ୍ୟୁରୋ): କେରଳର ୱାୟନାଡ ଜିଲ୍ଲାରେ ଲଗାତାର ପ୍ରବଳ ବର୍ଷା ଯୋଗୁଁ ପରିସ୍ଥିତି ଗୁରୁତର ହୋଇପଡ଼ିଛି। ଅବିରତ ବର୍ଷାର ପ୍ରଭାବରେ କଲ୍ଲାଡି ଟନେଲ ନିର୍ମାଣ ସ୍ଥଳ ନିକଟରେ ଭୂସ୍ଖଳନ ଘଟିଥିବାରୁ ରାସ୍ତା ଅବରୋଧ ହେବା ସହ ଅନେକ ଶ୍ରମିକ ବିପଦରେ ପଡ଼ିଥିଲେ। ଘଟଣା ପରେ ତୁରନ୍ତ ପ୍ରଶାସନ, ଉଦ୍ଧାରକାରୀ ଦଳ ଓ ସ୍ଥାନୀୟ ଲୋକମାନେ ମିଶି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ପ୍ରାଥମିକ ସୂଚନା ଅନୁସାରେ, ଭୂସ୍ଖଳନ ସମୟରେ ପ୍ରାୟ ୧୦ ଜଣ ମାଟି ତଳେ ଫସି […]
ଗାଜା ଉପରେ ଆକ୍ରମଣ ବନ୍ଦ କର, ଯୁଦ୍ଧ ନୁହେଁ ଶାନ୍ତି ଚାହୁଁ |
ଆମେରିକା ମଦଦ ରେ ଇସ୍ରାଏଲ ର ଗାଜା ଉପରେ ବର୍ବର ଆକ୍ରମଣପ୍ରତିବାଦରେ ବିକ୍ଷୋଭକଟକ ତା ୮/୪- ଆମେରିକାର ସହାୟତାରେ ଯୁଦ୍ଧ ବିରତି ଚୁକ୍ତି ଉଲଂଘନ କରି ଗାଜା ଉପରେ ଉଗ୍ର ଇହୁଦି ବାଦି ଇସ୍ରାଏଲ ରବର୍ବରୋଚିତ ଆକ୍ରମଣର ଦେଶବ୍ୟାପୀ ପ୍ରତିବାଦ ପାଇଁ ଏସ ୟୁ ସି ଆଇ ( କମ୍ୟୁନିଷ୍ଟ) କେନ୍ଦ୍ରୀୟ କମିଟି ପକ୍ଷରୁ ଡ଼ାକରା ଦିଆଯାଇଛି।ଏହି ଡାକରା ଅନୁଯାୟୀ ଆଜି ଦଳର କଟକ ଜିଲ୍ଲା କମିଟି ପକ୍ଷରୁ ସ୍ଥାନୀୟ କଚେରିଗଡା ଠାରେ ବିକ୍ଷୋଭ ପ୍ରଦର୍ଶନ କରଯାଇଥିଲା।ବିକ୍ଷୋଭ […]
ଭାରତୀୟ ଇଞ୍ଜିନିୟରିଂ ଶକ୍ତିର ପ୍ରତୀକ ପମ୍ବନ : ପ୍ରଧାନମନ୍ତ୍ରୀ|
ଚେନ୍ନାଇ : ଭାରତୀୟ ରେଳ ଇତିହାସରେ ଯୋଡ଼ି ହେଲା ସ୍ବର୍ଣ୍ଣିମ ଅଧ୍ୟାୟ । ତାଲିଲନାଡୁର ବହୁପ୍ରତୀକ୍ଷିତ ନୂତନ ପମ୍ବନ ବ୍ରିଜ ଉଦଘାଟିତ ହୋଇଛି । ଦେଶର ପ୍ରଥମ ଭର୍ଟିକାଲ ଲିଫ୍ଟ ସି ବ୍ରିଜ୍ ପ୍ରାୟ ୫୩୫ କୋଟି ଟଙ୍କାରେ ନିର୍ମିତ ହୋଇଛି । ପବିତ୍ର ରାମନବମୀରେ ଦେଶବାସୀଙ୍କୁ ସାମୁଦ୍ରିକ ସେତୁ ଉତ୍ସର୍ଗ କରିଛନ୍ତି ପ୍ରଧାନମନ୍ତ୍ରୀ । ରାମେଶ୍ବରମରୁ ଭାରତର ମୁଖ୍ୟ ଭୂଖଣ୍ଡକୁ ଯୋଡୁଥିବା ଏହି ବ୍ରିଜର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୨୦୧୯ରେ ଏହାର ଶିଳାନ୍ୟାସ ହୋଇଥିଲା । ଏହା କେବଳ ଏକ ବ୍ରିଜ ନୁହେଁ ଭାରତୀୟ ଇଞ୍ଜିନିୟରିଂ ଶକ୍ତିର ପ୍ରତୀକ । ୧୯୧୪ରେ ତିଆରି ହୋଇଥିବା ବ୍ରିଜର ଜାଗା ନେଇଛି ନୂଆ ପମ୍ବନ ବ୍ରିଜ । ପୁରୁଣା ତୁଳନାରେ ଏହା ୩ ମିଟର ଅଧିକ ଲମ୍ବା । ୨.୦୮ କିମି ଦୀର୍ଘ ବ୍ରିଜ ଦ୍ୱାରା ରାମନାଥସ୍ବାମୀ ମନ୍ଦିରକୁ ବର୍ଷକୁ ଆସୁଥିବା ୨୫ ଲକ୍ଷ ତୀର୍ଥଯାତ୍ରୀ ଉପକୃତ ହେବେ । ୭୨.୫ ମିଟର ଲିପ୍ଟ ସ୍ପାନ୍ ଯାହାକି ୧୭ ମିଟର ଉଚ୍ଚ କ୍ଲିୟରାନ୍ସ ପ୍ରଦାନ କରିବ ଯାହା ଦ୍ବାରା ବଡ଼ ବୋଟ୍ ଚଳାଚଳ କରିବା ସହିତ ସାମୁଦ୍ରିକ ସଂଯୋଗୀକରଣରେ ଉନ୍ନତି ହେବ । ପୋଲ ଉପରେ ଟ୍ରେନ୍ ଗଡ଼ିବ ତଳେ ଜାହଜ ଚାଲିବ । ୨୨ ମିଟର ଉପରକୁ ଉଠି ପାରିବ ବ୍ରିଜ୍ । ୫ ମିନିଟରେ ଖୋଲିବ ୩ ମିନିଟରେ ବନ୍ଦ ହୋଇଯିବ ବ୍ରିଜ୍ । ସମୁଦ୍ରରେ ୬, ୭୯୦ ଫୁଟ୍ ଲମ୍ବା ବ୍ରିଜ ତଳେ ବଡ଼ ବଡ଼ ଜାହଜ ଯାଇପାରିବ । ପମ୍ବନ ପୋଲ୍ ସହିତ ୮୩୦୦ କୋଟିର ବିଭିନ୍ନ ରେଳ ପ୍ରକଳ୍ପର ଶୁଭାରମ୍ଭ ଓ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି । ଉଦଘାଟନୀ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଉପସ୍ଥିତ ଥିଲେ । ସେତୁର ଉଦଘାଟନ କରିବା ସହିତ ଏକ ଜନସଭାକୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ । ସେ କହିଛନ୍ତି, ” ଆଜି ରାମନବମୀ । ଭଗବାନ ରାମଙ୍କ ପ୍ରେରଣା ରାଷ୍ଟ୍ର ନିର୍ମାଣର ଆଧାର । ଆଜି ଅଯୋଧ୍ୟାରେ ସୂର୍ଯ୍ୟକିରଣ ରାମଲାଲାଙ୍କ ଭବ୍ୟ ତିଲକ କରିଛି । ତାମିଲନୁଡୁ ସାହିତ୍ୟରେ ଭଗବାନ ରାମଙ୍କ ବିଷୟରେ କୁହାଯାଇଛି । ରାମେଶ୍ବରମର ଏହି ପବିତ୍ର ମାଟିରୁ ସମସ୍ତ ଦେଶବାସୀଙ୍କୁ ରାମନବମୀର ଶୁଭାକାମନା ଦେଉଛି । ଏହା ଭାରତରତ୍ନ ଅବଦୁଲ କଲାମଙ୍କ ମାଟି । ଏହି ପମ୍ବନ ବ୍ରିଜ୍ ଏକ ବଡ଼ ଉଦାହରଣ । ୨୧ ଦଶନ୍ଧୀର ଇଞ୍ଜିନିୟରିଂର ଏହା ଏକ ବଡ଼ ଉଦାହାରଣ । ଏହି ବ୍ରିଜ ଯାତ୍ରାକୁ ସୁଗମ କରିବ । ଏହା ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । ”
ୱାକଫ୍ ସଂଶୋଧନକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, ଆଇନରେ ପରିଣତ ହେଲା ବିଲ୍|
ନୂଆଦିଲ୍ଲୀ : ଆଇନରେ ପରିଣତ ହେଲା ୱାକଫ୍ ସଂଶୋଧନ ବିଲ୍ । ସଂସଦରେ ପାରିତ ହେବା ପରେ ବିଲ୍କୁ ରାଷ୍ଟ୍ରପତିଙ୍କ ଅନୁମୋଦନ ମିଳିଛି । ସାରା ଦେଶରେ ଲାଗୁ ହେବ ନୂଆ ଆଇନ୍ । ଗତ ଶୁକ୍ରବାର ସଂସଦର ଉଭୟ ଗୃହରେ ବିଲ୍ ପାରିତ ହୋଇଥିଲା । ବିରୋଧୀଙ୍କ ହଙ୍ଗାମା ଓ ଜୋରଦାର ବିରୋଧ ଭିତରେ ୱାକଫ୍ ସଂଶୋଧନ ବିଲ୍ ସଂସଦର ଉଭୟ ଗୃହରେ ପାରିତ ହୋଇଥିଲା । ଶନିବାର ବିଲ୍କୁ ରାଷ୍ଟ୍ରପତିଙ୍କ ଅନୁମୋଦନ ମିଳିଛି । ଫଳରେ ଏହା ଏବେ ଆଇନରେ ପରିଣତ ହୋଇଛି । କେନ୍ଦ୍ର ସରକାର ଏହାକୁ ନେଇ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଏହି ଆଇନ ଦେଶବ୍ୟାପୀ କାର୍ଯ୍ୟକାରୀ ହେବ ।
ଚୈତ୍ର ନବରାତ୍ରୀ ସୁଦ୍ଧା ଲାଲ ଆତଙ୍କରୁ ମୁକ୍ତ ହେବ ବସ୍ତର: ଶାହା
ରାୟପୁର: ନକ୍ସଲବାଦ ବିରୋଧରେ କେନ୍ଦ୍ର ସରକାର ଜୋରଦାର ଅଭିଯାନ ଚଳାଇଛନ୍ତି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଲାଗାତାର ଦେଶରୁ ନକ୍ସଲବାଦ ସମାପ୍ତ କରିବା ଉପରେ ଜୋର ଦେଇଆସିଛନ୍ତି । ଏବେ ଅମିତ ଶାହ ଛତିଶଗଡ଼ ଗସ୍ତରେ ଥିବା ବେଳେ ନକ୍ସଲମୁକ୍ତ ଭାରତ ଲାଗି ମୋଦୀ ସରକାରଙ୍କ ସଂକଳ୍ପ ଦୋହରାଇଛନ୍ତି । ଛତିଶଗଡ଼ ଦାନ୍ତେଓ୍ବାଡାର ବସ୍ତରରେ ଆୟୋଜିତ ପଣ୍ଡୁମ ମହୋତ୍ସବରେ ସାମିଲ ହୋଇଥିଲେ କେନ୍ଦ୍ରମନ୍ତ୍ରୀ ଅମିତ ଶାହ । ଏହି ସମୟରେ ଶାହ କହିଛନ୍ତି, ‘ଆଜ ଚୈତ୍ର ନବରାତ୍ରିର ଅଷ୍ଟମୀ ତିଥି । ମୁଁ ଏବେ ମାତା ଦନ୍ତେଶ୍ବରୀଙ୍କ ଆଶୀର୍ବାଦ ନେଇକି ଆସିଛି । ପ୍ରାର୍ଥନା କରୁଛି ଆସନ୍ତା ବର୍ଷ ଚୈତ୍ର ନବରାତ୍ରି ବେଳକୁ ଏଠାରୁ ଲାଲ ଆତଙ୍କ ମୂଳପୋଛ ହୋଇଯାଇଥିବ ଏବଂ ଆମ ବସ୍ତର ସମୃଦ୍ଧ ହୋଇଥିବ।’ ସେ କହିଛନ୍ତି, ଗୁଳିମାଡ଼ ଏବଂ ବୋମା ମାଡ଼ର ସମୟ ଚାଲିଯାଇଛି । ସବୁ ନକ୍ସଲଙ୍କୁ ଯୁଦ୍ଧସ୍ତ୍ର ଛାଡ଼ିବାକୁ ଅପିଲ କରୁଛି । ଯେବେ କେହି ନକ୍ସଲ ପ୍ରାଣ ହରାଉଛି ଏଥିରେ କେହି ଖୁସି ହେଉ ନାହାନ୍ତି । କିନ୍ତୁ ଏହି ଅଞ୍ଚଳ ପାଇଁ ବିକାଶର ଆବଶ୍ୟକତା ରହିଛି । ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ଏବଂ ଉପମୁଖ୍ୟମନ୍ତ୍ରୀ ବିଜୟ ଶର୍ମା ଘୋଷଣା କରିଛନ୍ତି ଯେ, ଯେଉଁ ଗାଁ ନକ୍ସଲଙ୍କୁ ଆତ୍ମସମର୍ପଣ କରିବାକୁ ସାହାଯ୍ୟ କରିବେ ସେହି ସବୁ ଗାଁକୁ ନକ୍ସଲମୁକ୍ତ ଘୋଷଣା କରାଯିବ । ଏହା ସହ ଗାଁର ବିକାଶ ଲାଗି ଏକ କୋଟି ଲେଖାଏଁ ଦିଆଯିବ । ତେଣୁ ଆପଣମାନେ (ନକ୍ସଲ) ନକ୍ସଲବାଦ ଛାଡ଼ି ସମାଜର ମୁଖ୍ୟସ୍ରୋତରେ ସାମିଲ ହୁଅନ୍ତୁ ବୋଲି କହିଛନ୍ତି ଶାହ । ଏଥିପାଇଁ ଭାରତ ଏବଂ ରାଜ୍ୟ ସରକାର ସେମାନଙ୍କ ସୁରକ୍ଷା ସୁନିଶ୍ଚିତ କରିବେ ବୋଲି ମଧ୍ୟ ଶାହ ପ୍ରତିଶ୍ରୁତି ଦେଇଛନ୍ତି । ଅମିତ ଶାହ କହିଛନ୍ତି, ‘କଂଗ୍ରେସ ଗରିବୀ ହଟାଅ ନାରା ଦେଲା କିନ୍ତୁ ଗରିବୀ ହଟାଇ ପାରିଲା ନାହିଁ । ମୋଦୀ ଜୀ ଗରିବଙ୍କ ବିକାଶ ପାଇଁ କାର୍ଯ୍ୟ କରୁଛନ୍ତି । ଗରିବଙ୍କୁ ରାସନ ଦିଆଯାଉଛି । ସମଗ୍ର ଅଞ୍ଚଳରୁ ଲାଲ ଆତଙ୍କ ଆମେ ହଟାଇବୁ । ଆସନ୍ତ ବର୍ଷ ନକ୍ସଲବାଦ ମୂଳପୋଛ ହେଇଯିବ । ପ୍ରତି ଗାଁ ନକ୍ସଲମୁକ୍ତ ହେବ, ଏଥିପାଇଁ କାର୍ଯ୍ୟ ଜାରି ରହିଛି ।’ଶାହ ଆହୁରି କହିଛନ୍ତି ଯେ, ଅସ୍ତ୍ର ଦ୍ବାରା ବିକାଶ ହୋଇପାରିବ ନାହିଁ । ନରେନ୍ଦ୍ର ମୋଦୀ ବସ୍ତରକୁ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି । ବିଷ୍ଣୁଦେବ ସାଏ ରାଜ୍ୟର ପ୍ରଥମ ଆଦିବାସୀ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । କେନ୍ଦୁ ପତ୍ର ଟଙ୍କା ଏବେ ଦଲାଲଙ୍କ ପାଖକୁ ଯାଉ ନାହିଁ । ବସ୍ତରର ପ୍ରତି ଅଞ୍ଚଳରେ ବିକାଶ ହେଉଛି । ବସ୍ତରର ବିକାଶ ଲାଗି ବିଜେପି ସରକାର କାମ କରୁଛନ୍ତି । ଆମେ ଚାହୁଁଛୁ ବସ୍ତରର ଯୁବକ ଆଗକୁ ଆସନ୍ତୁ । ନିଜ ଭାଷା ଓ ପରମ୍ପରାକୁ ଆଗକୁ ଆଣନ୍ତୁ । ସମଗ୍ର ବସ୍ତର ଲାଲ ଆତଙ୍କ ମୁକ୍ତ ହେବାକୁ ଯାଉଛି । ବସ୍ତର ବିକାଶର ରାସ୍ତାରେ ଗତି କରୁଛି ବୋଲି କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ।
ତାତିରେ ସିଝିଲା ଓଡ଼ିଶା: ବୌଦ୍ଧରେ ସର୍ବାଧିକ ୪୩.୬
ଓଡ଼ିଶାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଛି। ରବିବାର ରାଜ୍ୟର ସାତଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରି ସେଲସିୟସ ଉପରେ ରେକର୍ଡ କରାଯାଇଛି। ବୌଦ୍ଧ ସହର ୪୩.୬ ଡିଗ୍ରୀ ସେଲସିୟସ ତାପମାତ୍ରା ସହିତ ସବୁଠାରୁ ଉତ୍ତପ୍ତ ସ୍ଥାନ ଭାବରେ ଉଭା ହୋଇଛି ଭୁବନେଶ୍ୱର ୧୬-୦୩-୨୦୨୫(ପିପିଏସ ) : ଓଡ଼ିଶାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଛି। ରବିବାର ରାଜ୍ୟର ସାତଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରି ସେଲସିୟସ ଉପରେ ରେକର୍ଡ କରାଯାଇଛି। ବୌଦ୍ଧ ସହର ୪୩.୬ ଡିଗ୍ରୀ ସେଲସିୟସ […]