ତାତିରେ ସିଝିଲା ଓଡ଼ିଶା: ବୌଦ୍ଧରେ ସର୍ବାଧିକ ୪୩.୬

ଭୁବନେଶ୍ୱର ୧୬-୦୩-୨୦୨୫(ପିପିଏସ ) : ଓଡ଼ିଶାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଛି। ରବିବାର ରାଜ୍ୟର ସାତଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରି ସେଲସିୟସ ଉପରେ ରେକର୍ଡ କରାଯାଇଛି। ବୌଦ୍ଧ ସହର ୪୩.୬ ଡିଗ୍ରୀ ସେଲସିୟସ ତାପମାତ୍ରା ସହିତ ସବୁଠାରୁ ଉତ୍ତପ୍ତ ସ୍ଥାନ ଭାବରେ ଉଭା ହୋଇଛି।

ପାଣିପାଗ ବିଭାଗ ଅନୁଯାୟୀ, ସାରା ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇଛି। ଝାରସୁଗୁଡ଼ାରେ ୪୨ ଡିଗ୍ରି ସେଲସିୟସ୍, ବଲାଙ୍ଗୀରରେ ୪୧.୭ଡିଗ୍ରି ସେଲସିୟସ୍, ଅନୁଗୁଳରେ ୪୧.୧ ଡିଗ୍ରି ସେଲସିୟସ୍, ଟିଟଲାଗଡ଼ରେ ୪୦.୫ ଡିଗ୍ରି ସେଲସିୟସ୍, ସୁନ୍ଦରଗଡ଼ରେ ୪୦.୩ ଡିଗ୍ରି ସେଲସିୟସ୍ ଏବଂ ଭବାନୀପାଟଣାରେ ୪୦.୨ଡିଗ୍ରି ସେଲସିୟସ୍ ରେକର୍ଡ କରାଯାଇଛି।

Odisha Sizzles
Odisha Sizzles Photograph: (PRAJATANTRA THE VOICE)

ଓଡ଼ିଶା ସରକାର ହିଟ୍‌ୱେଭ୍ ଆଲର୍ଟ ଜାରି କରିଛନ୍ତି ଏବଂ ଗରମ ଜନିତ ରୋଗରୁ ରକ୍ଷା ପାଇବା ପାଇଁ ଆବଶ୍ୟକୀୟ ସତର୍କତା ଅବଲମ୍ବନ କରିବାକୁ ଲୋକଙ୍କୁ ପରାମର୍ଶ ଦେଇ

Leave A Reply

Your email address will not be published.