1 min read

ନିର୍ମାଣାଧୀନ ଛାତ ଭୁଶୁଡ଼ି ଜଣେ ମୃତ, ୨ ଗୁରୁତର

ଏକ ତାରକା ହୋଟେଲ୍‌ ପାଖରେ ସଂପ୍ରସାରଣ କାର୍ଯ୍ୟ ବେଳେ ଅଘଟଣ ଘଟିଛି। ତିନି ମହଲାର ନିର୍ମାଣ ଛାତଭୁଶୁଡ଼ି ପଡ଼ିଛି। ଏହି ଦୁର୍ଘଟଣାରେ ଜଣେ ଲୋକଙ୍କର ମୃତ୍ୟୁ ହୋଇଛି। ଅଘଟଣର ଶିକାର ହୋଇଥିବା ଅନ୍ୟ ୨ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତାହତମାନଙ୍କର ପରିଚୟ ମିଳିପାରି ନାହିଁ।  ଢେଙ୍କାନାଳ/ଭୁବନେଶ୍ୱର ୦୯-୧୦-୨୦୨୪ (ପିପିଏସ) : ଢେଙ୍କାନାଳ ସହର ଉପକଣ୍ଠ ମହିଷାପାଟଠାରେ ବୁଧବାର ଅପରାହ୍‌ଣରେ ଏକ ତାରକା ହୋଟେଲ୍‌ ପଛପାଖରେ ସଂପ୍ରସାରଣ କାର୍ଯ୍ୟ କରାଯାଉଥିବା ଅଘଟଣ ଘଟିଛି। ତିନି ମହଲାର ଛାତ […]

1 min read

ମହିଳାଙ୍କୁ ପୂଜା ଭେଟି:ଖାତାକୁ ଗଲା ‘ସୁଭଦ୍ରା ‘ଟଙ୍କା

‘ସୁଭଦ୍ରା’ ପ୍ରଥମ ପର୍ଯ୍ୟାୟର ପ୍ରଥମ କିସ୍ତିର ଟଙ୍କା ଭୁବନେଶ୍ୱରରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଡିବିଟି ମାଧ୍ୟମରେ ମହିଳାଙ୍କ ଖାତାକୁ ପ୍ରଦାନ କରିଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟରେ ବାରିପଦାରେ ରାଜ୍ୟର ୪୦ଲକ୍ଷ ରୁ ଅଧିକ ମହିଳାଙ୍କୁ ଟଙ୍କା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ବାରିପଦା/ଭୁବନେଶ୍ୱର ୦୯-୧୦-୨୦୨୪ (ପିପିଏସ) : ‘ସୁଭଦ୍ରା’ ପ୍ରଥମ ପର୍ଯ୍ୟାୟର ପ୍ରଥମ କିସ୍ତିର ଟଙ୍କା ଭୁବନେଶ୍ୱରରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଡିବିଟି ମାଧ୍ୟମରେ ମହିଳାଙ୍କ ଖାତାକୁ ପ୍ରଦାନ କରିଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟରେ ବାରିପଦାରେ […]

1 min read

ସୁଭଦ୍ରା ଯୋଜନାର ସଫଳ ରୂପାୟନ କରିଛୁ : ମୁଖ୍ୟମନ୍ତ୍ରୀ

ବାରିପଦା/ଭୁବନେଶ୍ୱର ୦୯-୧୦-୨୦୨୪ (ପିପିଏସ) : ଆମେ ଦେଇଥିବା କଥା ରଖିଛୁ ଏବଂ ମା’ମାନଙ୍କୁ  ‘ସୁଭଦ୍ରା’ ଯୋଜନାରେ ଟଙ୍କା ପ୍ରଦାନ କରିଛୁ। ବହୁ ପ୍ରତୀକ୍ଷିତ  ‘ସୁଭଦ୍ରା’ ଯୋଜନାର ସଫଳ ରୂପାୟନ କରିଛୁ। ମହିଳାଙ୍କୁ ସ୍ବାବଲମ୍ବୀ କରିବାରେ ଏହା ସହାୟକ ହେଉଛି। ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଡିବିଟି ମାଧ୍ୟମରେ ଦ୍ବିତୀୟ ପର୍ଯ୍ୟାୟରେ ବାରିପଦାରେ ରାଜ୍ୟର ୪୦ଲକ୍ଷ ରୁ ଅଧିକ ମହିଳାଙ୍କୁ ଟଙ୍କା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ ବଟନ୍ ଟିପି ଏହି […]

1 min read

 ଶସ୍ତ୍ର ପୂଜନ କାର୍ଯ୍ୟକ୍ରମରେ ଯୋଗଦେଲେ ଶତାଧିକ ସାଧୁସନ୍ଥ, ମହିଳା

ଭୁବନେଶ୍ୱର ୦୯-୧୦-୨୦୨୪ (ପିପିଏସ) : ଜଗତଜନନୀ ମା’ ଦୁର୍ଗାଙ୍କର ପବିତ୍ର ଷଷ୍ଠୀ ଉତ୍ସବ ପାଳନ ରାଜଧାନୀ ଭୁବନେଶ୍ୱରସ୍ଥିତ ରାମମନ୍ଦିର ଠାରେ ଶସ୍ତ୍ର ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଭାରତ ରକ୍ଷା ମଞ୍ଚ ତରଫରୁ ଅୟୋଜିତ ଏହି କାର୍ଯ୍ୟକ୍ରମରେ ଏକ ବିଶାଳ ସନାତନ ସଂସ୍କୃତି ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା। ଭାରତ ରକ୍ଷା ମଞ୍ଚର ପ୍ରତିଷ୍ଠାତା ତଥା ରାଷ୍ଟ୍ରୀୟ ସଂଯୋଜକ ସୂର୍ଯ୍ୟକାନ୍ତ କେଲେକରଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଭାରତ ରକ୍ଷା ମଞ୍ଚର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଅଶୋକ […]

1 min read

 ମୋଦୀ ସରକାରଙ୍କ ବଡ଼ ନିଷ୍ପତ୍ତି : ୨୦୨୮ ପର୍ଯ୍ୟନ୍ତ ମାଗଣା ରାସନ

ନୂଆଦିଲ୍ଲୀ/ଭୁବନେଶ୍ୱର ୦୯-୧୦-୨୦୨୪ (ପିପିଏସ) : ବୁଧବାର ଦିନ ଅନୁଷ୍ଠିତ ହୋଇଥିବା କେନ୍ଦ୍ର କ୍ୟାବିନେଟ ବୈଠକରେ ଅନେକ ପ୍ରମୁଖ ନିଷ୍ପତ୍ତି ନିଆଯାଇଛି। ଡିସେମ୍ବର ୨୦୨୮ ପର୍ଯ୍ୟନ୍ତ ପ୍ରଧାନ ମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଏବଂ ଅନ୍ୟାନ୍ୟ ହିତାଧିକାରୀ ଯୋଜନା ଅଧୀନରେ ମାଗଣା ରାସନ  ଜାରି ରଖିବାକୁ କ୍ୟାବିନେଟ ଅନୁମତି ଦେଇଛି।କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ସ୍ପନ୍ଦନ ଗ୍ରାମ କାର୍ଯ୍ୟକ୍ରମ ଅଧୀନରେ ରାଜସ୍ଥାନ ଏବଂ ପଞ୍ଜାବର ସୀମାନ୍ତ ଅଞ୍ଚଳରେ ୨୨୮୦ କିଲୋମିଟର ରାସ୍ତା ନିର୍ମାଣ ନିଷ୍ପତ୍ତି ମଧ୍ୟ […]

1 min read

ସ୍ମାର୍ଟସିଟି ପ୍ରକଳ୍ପ: ଅବଧି ସରିଲାଣି, କାମ ସରୁନି

୨୦ କୋଟିର ସାଇନ୍ସ ପାର୍କ ଅଧପନ୍ତରିଆ ସମାନସ୍ଥିତିରେ କମାଣ୍ଡସେଣ୍ଟର ଓ ଟ୍ରାଇବାଲ୍‌ ମ୍ୟୁଜିୟମ୍‌  କାର୍ଯ୍ୟକ୍ଷମ‌ ‌ହେଉନି ୧୧୦ କୋଟିର ସିସି କ୍ୟାମେରା ରାଉରକେଲା/ଭୁବନେଶ୍ୱର, ୦୭-୧୦-୨୦୨୪ (ପିପିଏସ) : ବିଭାଗୀୟ ଅଧିକାରୀଙ୍କ ଅବହେଳା ଓ ଠିକାସଂସ୍ଥାର ମନମାନି ଯୋଗୁଁ ସରୁନି ସ୍ମାର୍ଟସିଟି ପ୍ରକଳ୍ପ। ଗୋଟିଏ କି ଦୁଇଟି ନୁହେଁ, ଏକାଧିକ ପ୍ରକଳ୍ପର ସମାନସ୍ଥିତି। କୁହାଗଲା ୨୦୨୨ ସୁଦ୍ଧା ସମସ୍ତ ପ୍ରକଳ୍ପ ସରିବ। ଇତିମଧ୍ୟରେ ଦୁଇ ବର୍ଷ ବିତିଗଲାଣି, କାମଗୁଡ଼ିକ ସେମିତି କଚ୍ଛପ ଗତିରେ ଚାଲୁଛି। ଛେଣ୍ଡ କଲୋନି ରିମ୍‌ସ […]

1 min read

ମୌସୁମୀ ଓଡ଼ିଶା ଛାଡ଼ିବା ବିଳମ୍ବ ହେବ

ଭୁବନେଶ୍ୱର, ୦୭-୧୦-୨୦୨୪ (ପିପିଏସ) : ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲାରେ ପାଗ ମେଘୁଆ ସହ କିଛି ସ୍ଥାନରେ ବର୍ଷା ହୋଇଛି। ଗଞ୍ଜାମର ଆସ୍କାଠାରୁ କଟକ ପର୍ଯ୍ୟନ୍ତ ଘଡ଼ଘଡ଼ି ସହ ବର୍ଷା ଲାଗିରହିଛି। ସୋମବାର ମଧ୍ୟ ଏଭଳି ସ୍ଥିତି ଲାଗି ରହିପା‌ରେ। ବଙ୍ଗୋପସାଗରୀୟ ପବନ ସହ ଉତ୍ତର ଭାରତରୁ ଆସୁଥିବା ଶୁଷ୍କ ପବନ ମିଶିବାରୁ ବାୟୁମଣ୍ଡଳ ଅସ୍ଥିର ହେବା ସହ ବର୍ଷା ହେଉଛି। ମଙ୍ଗଳବାରଠାରୁ ଏହି ବର୍ଷା ଛତିଶଗଡ଼କୁ ମୁହାଁଇବ। ଆସନ୍ତା ୧୨ ତାରିଖ ବେଳକୁ ପବନର ଦିଗ ପରିବର୍ତ୍ତନ […]

1 min read

ସେଞ୍ଚୁରି ମାରିଲା ଟମାଟୋ:ହନ୍ତସନ୍ତ ଖାଉଟି

ଟମାଟୋ ଦର ସେଞ୍ଚୁରି ମାରିଛି। ଚାରି ପାଞ୍ଚ ଦିନ ତଳେ ଏହା କେଜି ପିଛା ୬୦ ଟଙ୍କାରେ ବିକ୍ରି ହେଉଥିଲା। କିନ୍ତୁ ହଠାତ୍‌ ଏହା ୧୦୦ ଟଙ୍କାରେ ପହଞ୍ଚିଛି। ଦେଶରେ ବର୍ଷା ‌ଯୋଗୁଁ ଟମା‌ଟୋ ଯୋଗାଣ ଓଡ଼ିଶାକୁ ବାଧାପ୍ରାପ୍ତ ହୋଇଛି। ୧୦୦୦ ଟଙ୍କାରେ ବ୍ୟାଗ୍ ଭର୍ତ୍ତି ହେଉନି ଭୁବନେଶ୍ୱର, ୦୭-୧୦-୨୦୨୪ (ପିପିଏସ) : ଟମାଟୋ ଦର ସେଞ୍ଚୁରି ମାରିଛି। ଚାରି ପାଞ୍ଚ ଦିନ ତଳେ ଏହା କେଜି ପିଛା ୬୦ ଟଙ୍କାରେ ବିକ୍ରି ହେଉଥିଲା। କିନ୍ତୁ ହଠାତ୍‌ […]

1 min read

ସାମାନ୍ୟ ବଚସାରୁ ହତ୍ୟା

ଭୁଜାଲିରେ ହାଣି ହତ୍ୟା ଅଭିଯୋଗ। ସୁନ୍ଦରଗଡ଼ ସଦର ଥାନା ରତନପୁର ଗାଁ ରାସ୍ତା ମନୋଜ ସା ଓରଫ ପାଣ୍ଡୁକୁ ହତ୍ୟା କରିଛନ୍ତି ଗାଁର ଦୁଇ ଭାଇ ବିଜୟ ମହାନନ୍ଦିଆ ଏବଂ ଡୁଲାମଣି ମହାନନ୍ଦିଆ। ସୁନ୍ଦରଗଡ଼/ଭୁବନେଶ୍ୱର, ୦୭-୧୦-୨୦୨୪ (ପିପିଏସ) : ଗାଁ ଦାଣ୍ଡରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହତ୍ୟା। ଭୁଜାଲିରେ ହାଣି ହତ୍ୟା ଅଭିଯୋଗ। ସୁନ୍ଦରଗଡ଼ ସଦର ଥାନା ରତନପୁର ଗାଁ ରାସ୍ତା ମନୋଜ ସା ଓରଫ ପାଣ୍ଡୁକୁ ହତ୍ୟା କରିଛନ୍ତି ଗାଁର ଦୁଇ ଭାଇ ବିଜୟ ମହାନନ୍ଦିଆ […]

1 min read

ବସ୍ ଧର୍ମଘଟ ଡାକରା ପ୍ରତ୍ୟାହୃତ

ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଓ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶା ଘରୋଇ ବସ ମାଲିକ ସଂଘର ବୈଠକ ପରେ ବସ୍ ବନ୍ଦ ଡାକରା ପ୍ରତ୍ୟାହୃତ ହୋଇଛି। ଏନେଇ ଉଭୟ ସଂଘ ପକ୍ଷରୁ ସୂଚନା ଦିଆଯାଇଛି। ଭୁବନେଶ୍ୱର, ୦୭-୧୦-୨୦୨୪ (ପିପିଏସ) : ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଓ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶା ଘରୋଇ ବସ ମାଲିକ ସଂଘର ବୈଠକ ପରେ ବସ୍ ବନ୍ଦ ଡାକରା ପ୍ରତ୍ୟାହୃତ ହୋଇଛି। ଏନେଇ ଉଭୟ ସଂଘ […]