ପୁଣି ମହଙ୍ଗା ମାଡ଼: ବଢ଼ିଲା ପେଟ୍ରୋଲ-ଡିଜେଲ ଦର
1 min read

ପୁଣି ମହଙ୍ଗା ମାଡ଼: ବଢ଼ିଲା ପେଟ୍ରୋଲ-ଡିଜେଲ ଦର

ନୂଆଦିଲ୍ଲୀ/ଭୁବନେଶ୍ୱର ୦୧-୧୧-୨୦୨୪ (ପିପିଏସ) : ଉପଭୋକ୍ତାଙ୍କ ଉପରେ ଗୋଟିଏ ପରେ‌ ଗୋଟିଏ ମହଙ୍ଗା ମାଡ଼ ଜାରି ରହିଛି। ପେଟ୍ରୋଲ ଡିଜେଲ ଦର ବୃଦ୍ଧି ପାଇଛି। ଦୀପାବଳି ଉତ୍ସବରେ ବୁଡି ରହିଥିବା ଲୋକଙ୍କୁ ପୁଣି ଥରେ ମୁଦ୍ରାସ୍ଫୀତିର ସମ୍ମୁଖୀନ ହେବାକୁ ପଡ଼ିବ।  ୧ ନଭେମ୍ବରଠାରୁ ନୂତନ ଦର ମଧ୍ୟ ପ୍ରକାଶ ପାଇଛି । ରିପୋର୍ଟ ଅନୁଯାୟୀ ଦିଲ୍ଲୀରୁ ପାଟନା ପର୍ଯ୍ୟନ୍ତ ପେଟ୍ରୋଲ ଡିଜେଲ ମହଙ୍ଗା ହୋଇଛି।

ଦିଲ୍ଲୀ ଏନସିଆରରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ମଧ୍ୟ ବୃଦ୍ଧି କରାଯାଇଛି। ଆଇଓସି ଦ୍ୱାରା ପ୍ରକାଶିତ ଦର ଅନୁଯାୟୀ, ଦିଲ୍ଲୀରେ ପେଟ୍ରୋଲ ବର୍ତ୍ତମାନ ଲିଟର ପିଛା ୯୪.୭୨ ରୁ ୯୪.୭୭ଟଙ୍କାକୁ ବୃଦ୍ଧି ପାଇଛି। ଏହା ବ୍ୟତୀତ ଡିଜେଲ ମୂଲ୍ୟରେ ମଧ୍ୟ ବୃଦ୍ଧି ଘଟିଛି। ପୂର୍ବରୁ ଲିଟର ପିଛା ଡିଜେଲର ଦର ୮୭.୬୨ ଟଙ୍କା ଥିଲା, ବର୍ତ୍ତମାନ ଏହା ୮୭.୬୭ ଟଙ୍କାରେ ପହଞ୍ଚିଛି।

ମୁମ୍ବାଇରେ ପେଟ୍ରୋଲର ଦର ବର୍ତ୍ତମାନ ଲିଟର ପିଛା ୧୦୩.୪୪ ଟଙ୍କା ଏବଂ ଡିଜେଲର ଦର  ଲିଟର ପିଛା ୮୯.୯୭ ଟଙ୍କା ହୋଇଛି। କୋଲକାତାରେ ପେଟ୍ରୋଲର ଦର ଲିଟର ପିଛା ୧୦୪.୯୩ ଟଙ୍କା ଏବଂ ଡିଜେଲ ୯୧.୭୫ ଟଙ୍କା ରହିଛି। ଏହା ବ୍ୟତୀତ ଚେନ୍ନାଇରେ ପେଟ୍ରୋଲର ଦର ଲିଟର ପିଛା ୧୦୦.୭୯ ଟଙ୍କା ଏବଂ ଡିଜେଲର ଦର ଲିଟର ପିଛା ୯୨.୩୮ଟଙ୍କା ରହିଛିସୂଚନା ଅନୁଯାୟୀ ଅଶୋଧିତ ତୈଳ ଦରରେ ମଧ୍ୟ ବୃଦ୍ଧି ଘଟିଛି। ଗତ ୨୪ ଘଣ୍ଟା ମଧ୍ୟରେ ଅଶୋଧିତ ତୈଳ ଦର ବୃଦ୍ଧି ପାଇଛି। ସୂଚନାନୁସାରେ, ବ୍ରେଣ୍ଟ ଅଶୋଧିତ ଦର ବ୍ୟାରେଲ ପିଛା ପ୍ରାୟ ଦେଢ଼ ଡଲାର ବୃଦ୍ଧି ପାଇ ୭୨.୭୫ ଡଲାର ହୋଇଛି। ଏହା ବ୍ୟତୀତ ଡବ୍ଲୁଟିଆ ବ୍ୟାରେଲ ପିଛା ୮୬.୮୧ ଡଲାରରେ  ପହଞ୍ଚିଛି। ଯେଉଁଥିପାଇଁ ପେଟ୍ରୋଲ ଏବଂ ଡିଜେଲର ଦର ମଧ୍ୟ ଆନୁପାତିକ ଭାବେ ବୃଦ୍ଧି ପାଇଥିବା ବିଶେଷଜ୍ଞମାନେ ମତପୋଷଣ କରିଛନ୍ତି।

Leave a Reply

Your email address will not be published. Required fields are marked *