ଆସୁଛି ଆଉ ଏକ ଲଘୁଚାପ, ପୁଣି ଭିଜିବ ଓଡିଶା!
ଭୁବନେଶ୍ୱର ୦୧-୧୧-୨୦୨୪ (ପିପିଏସ) : ଆସୁଛି ଆଉ ଏକ ଲଘୁଚାପ । ପୁଣି ଭିଜିବ ଓଡିଶା । ୫ ତାରିଖରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ ବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ପ୍ରଭାବରେ ଦକ୍ଷିଣ ଓଡିଶା ସମେତ ଆନ୍ଧ୍ରରେ ବର୍ଷା ସମ୍ଭାବନା ରହିଛି । ୮ ରୁ ୧୧ ତାରିଖ ପର୍ଯ୍ୟନ୍ତ ଦକ୍ଷିଣ ଉପକୂଳରେ ବର୍ଷା ସମ୍ଭାବନା ରହିଛି । ଏନେଇ ପାଣିପାଗ ବିଜ୍ଞାନୀ ସୁରେନ୍ଦ୍ରନାଥ ପଶୁପାଳକଙ୍କ ପକ୍ଷରୁ ଶୁକ୍ରବାର ସୂଚନା ମିଳିଛି । ସେହିପରି ୭ ଦିନ ମଧ୍ୟରେ ଲଘୁଚାପ ହେବାର ସମ୍ଭାବନା ନାହିଁ । ଏନେଇ ସୂଚନା ଦେଇଛନ୍ତି ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି । ୩ରୁ ୫ ତାରିଖ ପର୍ଯ୍ୟନ୍ତ ପାଗ ମୁଖ୍ୟତଃ ଶୁଖିଲା ରହିବ । ୬ ଓ ୭ରେ ଉପକୂଳ ଜିଲାର କିଛି ସ୍ଥାନରେ ହାଲୁକା ବର୍ଷା ହୋଇପାରେ ବୋଲି ସୂଚନା ମିଳିଛି ।