ଦିଗପହଣ୍ଡିରେ ପୁଣି ବୋମାମାଡ଼ କରାଯାଇଥିବାର ଖବର ମିଳିଛି। ଏନେଇ ଅଞ୍ଚଳବାସୀ ଆତଙ୍କିତ ଥିବା ଜଣାଯାଇଛି। କେନାଲ ସାହିର ରାଜେନ୍ଦ୍ର ସେଠୀଙ୍କ ଘରକୁ ବିଳମ୍ବିତ ରାତିରେ ବୋମାମାଡ଼ ହୋଇଥିବା ସୂଚନା ରହିଛି ।
ବ୍ରହ୍ମପୁର/ଭୁବନେଶ୍ୱର ୦୧-୧୧-୨୦୨୪ (ପିପିଏସ) : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରେ ପୁଣି ବୋମାମାଡ଼ କରାଯାଇଥିବାର ଖବର ମିଳିଛି। ଏନେଇ ଅଞ୍ଚଳବାସୀ ଆତଙ୍କିତ ଥିବା ଜଣାଯାଇଛି। କେନାଲ ସାହିର ରାଜେନ୍ଦ୍ର ସେଠୀଙ୍କ ଘରକୁ ବିଳମ୍ବିତ ରାତିରେ ବୋମାମାଡ଼ ହୋଇଥିବା ସୂଚନା ରହିଛି । ସୂଚନାଯୋଗ୍ୟ, ୫ଦିନ ପୂର୍ବେ ଦିଗପହଣ୍ଡି ଥାନା ଅଞ୍ଚଳର ୩ଟି ସ୍ଥାନରେ ବୋମାମାଡ଼ ହୋଇଥିଲା। ବାରମ୍ବାର ବୋମାମାଡ଼କୁ ନେଇ ଆତଙ୍କରେ ଅଞ୍ଚଳବାସୀ। କିନ୍ତୁ ପୁଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉଥିବା ହେତୁ ଏଭଳି ବୋମାମାଡ଼ ଘଟଣା ଦେଖିବାକୁ ମିଳୁଛି।