ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଦିଆଯିବ ଡ୍ରୋନ୍
1 min read

ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଦିଆଯିବ ଡ୍ରୋନ୍

ନୂଆଦିଲ୍ଲୀ/ଭୁବନେଶ୍ୱର ୦୧-୧୧-୨୦୨୪ (ପିପିଏସ) : ଡିଏୱାଇ- ଏନଆରଏଲଏମ ଅଧୀନରେ ୧୨୬୧ କୋଟି ଟଙ୍କା ବ୍ୟୟ ଅଟକଳରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଡ୍ରୋନ ଯୋଗାଇବା ପାଇଁ କେନ୍ଦ୍ରୀୟ ଯୋଜନା ‘ନମୋ ଡ୍ରୋନ୍ ଦିଦି’ କୁ ସରକାର ଅନୁମୋଦନ ଦେଇଛନ୍ତି। ଏହି ଯୋଜନାରେ ୨୦୨୪- ୨୫ ରୁ ୨୦୨୫ -୨୦୨୬ ମଧ୍ୟରେ ୧୪୫୦୦ ମନୋନୀତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ କୃଷି ଉଦ୍ଦେଶ୍ୟରେ ବ୍ୟବହାର ନିମନ୍ତେ କୃଷକମାନଙ୍କୁ ଭଡ଼ା ଦେବା (ବର୍ତ୍ତମାନ ପାଇଁ ତରଳ ସାର ଓ କୀଟନାଶକ ପ୍ରୟୋଗ) ପାଇଁ ଡ୍ରୋନ ଯୋଗାଇଦେବାକୁ ଲକ୍ଷ୍ୟ ରଖାଯାଇଛି। କୃଷି ଓ କୃଷକ କଲ୍ୟାଣ ବିଭାଗ, ଗ୍ରାମ୍ୟ ଉନ୍ନୟନ ବିଭାଗ, ଗ୍ରାମ୍ୟ ଉନ୍ନୟନ ବିଭାଗ, ସାର ବିଭାଗ, ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଏବଂ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟର ସଚିବଙ୍କ କ୍ଷମତାସମ୍ପନ୍ନ କମିଟି ଦ୍ୱାରା ଏହି ଯୋଜନା କେନ୍ଦ୍ର ସ୍ତରରେ ପରିଚାଳିତ ହେବ ।

ଏହି ଯୋଜନା ଅଧୀନରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ପ୍ୟାକେଜ୍ ଭାବରେ ଡ୍ରୋନ୍ କିଣିବା ପାଇଁ ଡ୍ରୋନ୍ ଏବଂ ଅନ୍ୟାନ୍ୟ ଉପକରଣ / ଆନୁଷଙ୍ଗିକ ଶୁଳ୍କର ସର୍ବାଧିକ ୮.୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମୂଲ୍ୟର ୮୦% ହାରରେ କେନ୍ଦ୍ରୀୟ ଆର୍ଥିକ ସହାୟତା ପ୍ରଦାନ କରାଯିବ। ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକର କ୍ଲଷ୍ଟର ସ୍ତରୀୟ ମହାସଂଘ (ସିଏଲ୍ଏଫ୍) ନାସନାଲ୍ ଏଗ୍ରିକଲଚର ଇନ୍ଫ୍ରା ଫାଇନାନ୍ସିଂ ଫାସିଲିଟି (ଏଆଇଏଫ୍) ଅଧୀନରେ ଋଣ ଆକାରରେ ବଳକା ରାଶି (ସମୁଦାୟ କ୍ରୟ ଖର୍ଚ୍ଚରୁ ରିହାତିକୁ ବାଦ ଦେଇ) ବୃଦ୍ଧି କରିପାରିବେ। ଏଆଇଏଫ୍ ଋଣ ଉପରେ ୩% ହାରରେ ସୁଧ ରିହାତି ସିଏଲଏଫ /ଏସଏଚଜିମାନଙ୍କୁ ପ୍ରଦାନ କରାଯିବ। ଏହି ଯୋଜନାରେ କେବଳ ଡ୍ରୋନ ନୁହେଁ, ପ୍ୟାକେଜ ଭାବରେ ଡ୍ରୋନ ଯୋଗାଇ ଦିଆଯିବ ।

ଏହି ପ୍ୟାକେଜରେ ତରଳ ସାର ଓ କୀଟନାଶକ ସିଞ୍ଚନ ପାଇଁ ସ୍ପ୍ରେ ଆସେମ୍ବଲି ସହ ମୌଳିକ ଡ୍ରୋନ, ଡ୍ରୋନ୍ କ୍ୟାରିଂ ବକ୍ସ, ଷ୍ଟାଣ୍ଡାର୍ଡ ବ୍ୟାଟେରୀ ସେଟ୍, ଡାଉନୱାର୍ଡ ଫେସିଂ କ୍ୟାମେରା, ଡୁଆଲ ଚ୍ୟାନେଲ ଫାଷ୍ଟ ବ୍ୟାଟେରୀ ଚାର୍ଜର, ବ୍ୟାଟେରୀ ଚାର୍ଜର ହବ୍, ଆନିମୋମିଟର, ପିଏଚ୍ ମିଟର ଏବଂ ସମସ୍ତ ସାମଗ୍ରୀ ଉପରେ ୧ ବର୍ଷର ଅନସାଇଟ୍ ଗ୍ୟାରେଣ୍ଟି ରହିବ। ଏହି ପ୍ୟାକେଜରେ ୦୪ଟି ସ୍ପେୟାର ବ୍ୟାଟେରୀ ସେଟ୍, ଗୋଟିଏ ସ୍ପେୟାର ପ୍ରୋପେଲର ସେଟ୍ (ପ୍ରତି ସେଟ୍ ରେ ୬ଟି ପ୍ରୋପେଲର୍ ଥାଏ), ନୋଜଲ ସେଟ୍, ଡୁଆଲ୍ ଚ୍ୟାନେଲ୍ ଫାଷ୍ଟ ବ୍ୟାଟେରି ଚାର୍ଜର, ବ୍ୟାଟେରୀ ଚାର୍ଜର ହବ୍, ଡ୍ରୋନ୍ ପାଇଲଟ୍ ଓ ଡ୍ରୋନ୍ ଆସିଷ୍ଟାଣ୍ଟଙ୍କ ପାଇଁ ୧୫ ଦିନର ପ୍ରଶିକ୍ଷଣ, ଏକ ବର୍ଷର ବ୍ୟାପକ ବୀମା, ୨ ବର୍ଷର ବାର୍ଷିକ ରକ୍ଷଣାବେକ୍ଷଣ ଚୁକ୍ତି ଏବଂ ପ୍ରଯୁଜ୍ୟ ଜିଏସଟି ରହିଛି ।

ଅତିରିକ୍ତ ବ୍ୟାଟେରୀ ସେଟ୍ ନିରନ୍ତର ଡ୍ରୋନ୍ ଉଡ଼ାଣକୁ ସୁନିଶ୍ଚିତ କରିବ , ଯାହା ଗୋଟିଏ ଦିନରେ ୨୦ ଏକର ଜମିକୁ ସହଜରେ ଅତିକ୍ରମ କରିପାରିବ । ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ଜଣେ ସଦସ୍ୟଙ୍କୁ ୧୫ ଦିନିଆ ପ୍ରଶିକ୍ଷଣ ପାଇଁ ଚୟନ କରାଯିବ, ଯେଉଁଥିରେ ବାଧ୍ୟତାମୂଳକ ଡ୍ରୋନ୍ ପାଇଲଟ ତାଲିମ ଏବଂ ପୋଷକ ତତ୍ତ୍ୱ ଏବଂ କୀଟନାଶକ ପ୍ରୟୋଗ ପାଇଁ କୃଷି ଉଦ୍ଦେଶ୍ୟରେ ଅତିରିକ୍ତ ପ୍ରଶିକ୍ଷଣ ଅନ୍ତର୍ଭୁକ୍ତ । ବିଦ୍ୟୁତସାମଗ୍ରୀ ମରାମତି, ଫିଟିଂ ଓ ମେକାନିକାଲ୍ କାମ କରିବାକୁ ଇଚ୍ଛା ରଖିଥିବା ଏସ୍ଏଚଜିର ଅନ୍ୟ ସଦସ୍ୟ/ ପରିବାର ସଦସ୍ୟଙ୍କୁ ଡ୍ରୋନ୍ ସହାୟକ ଭାବେ ପ୍ରଶିକ୍ଷଣ ଦିଆଯିବ। ଡ୍ରୋନ୍ ନିର୍ମାତାମାନେ ପରିଚାଳନା ମାର୍ଗଦର୍ଶିକାରେ ଦର୍ଶାଯାଇଥିବା ପ୍ରଶିକ୍ଷଣ କାର୍ଯ୍ୟସୂଚୀ ଅନୁଯାୟୀ ଡ୍ରୋନ୍ ଯୋଗାଣ ସହିତ ପ୍ୟାକେଜ୍ ଭାବରେ ଏହି ପ୍ରଶିକ୍ଷଣ ପ୍ରଦାନ କରିବେ।

Leave a Reply

Your email address will not be published. Required fields are marked *