September 2026
ରାସ୍ତା ନାହିଁ, ଦୋଳା ଭରସା; ସୁଗାମାହା ଗାଁରେ ବିକାଶର ଚିତ୍ର ଶୋଚନୀୟ
ଘୁ.ଉଦୟଗିରି: ଦେଶ ସ୍ୱାଧୀନତାର ୭୯ ବର୍ଷ ପରେ ମଧ୍ୟ କନ୍ଧମାଳ ଜିଲ୍ଲାର ଘୁ.ଉଦୟଗିରି ବ୍ଲକ୍ ଅନ୍ତର୍ଗତ ଗ୍ରେସିଙ୍ଗିଆ ପଞ୍ଚାୟତର ସୁଗାମାହା ଗାଁକୁ ଯିବା ପାଇଁ ପକ୍କା ରାସ୍ତା ନାହିଁ। ଜଙ୍ଗଲ ଓ ପାହାଡ଼ ଘେରା ଏହି ଗାଁ ରାଜ୍ୟ ରାଜପଥଠାରୁ ପ୍ରାୟ ୩ କିଲୋମିଟର ଦୂରରେ ରହିଛି। ଗାଁକୁ ଯିବା ପାଇଁ ଲୋକଙ୍କୁ ଚାଲିଚାଲି ଯିବାକୁ ପଡ଼ୁଛି। ସୁଗାମାହାରେ ପ୍ରାୟ ୩୦ଟି ପରିବାରର ପ୍ରାୟ ୨୦୦ ଲୋକ ବସବାସ କରନ୍ତି। ଏଠାରେ ଅଧିକାଂଶ ଆଦିବାସୀ ପରିବାର ରହୁଥିବା […]
ଟିଟିଲାଗଡ଼ରେ ଯୁବପିଢ଼ି ନିଶା କବଳରେ, ଚିନ୍ତା ବଢ଼ାଉଛି ନିଶା ବଟିକା
ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ ସହର ଏକ ଶାନ୍ତିପ୍ରିୟ ସହର ଭାବେ ପରିଚିତ। ଟିଟିଲାଗଡ଼ ରେଳ ଜଙ୍କସନ୍ ଯୋଗୁଁ ଏଠାରୁ ଦେଶର ବିଭିନ୍ନ ପ୍ରାନ୍ତକୁ ଯିବା ପାଇଁ ଲୋକଙ୍କ ଯାତାୟାତ ଲାଗି ରହିଥାଏ। ଦିନକୁ ଦିନ ଟ୍ରେନ୍ ସଂଖ୍ୟା ବଢ଼ିବା ସହ ଯାତ୍ରୀଙ୍କ ସଂଖ୍ୟା ମଧ୍ୟ ବଢ଼ୁଛି। ଅନ୍ୟପଟେ ସହରର ଯୁବପିଢ଼ି ମଧ୍ୟରେ ନିଶା ସେବନ ବଢ଼ୁଥିବା ଚିତ୍ର ଏବେ ଚିନ୍ତାର କାରଣ ହୋଇଛି। ଏକପଟେ ଅଭିଭାବକମାନେ ପିଲାଙ୍କ ଭବିଷ୍ୟତ ଗଢ଼ିବା ପାଇଁ ସ୍ୱପ୍ନ ଦେଖୁଥିବା ବେଳେ […]
୨୨୦ ନମ୍ବର ଜାତୀୟ ରାଜପଥ ଶୋଚନୀୟ, ରାସ୍ତାରେ ବଡ଼ ବଡ଼ ଖାଲ
ପାଟଣା: ପାଟଣା-ସାହାରପଡ଼ା ଦେଇ ରାଞ୍ଚି ଯାଉଥିବା ୨୨୦ ନମ୍ବର ଜାତୀୟ ରାଜପଥର ଅବସ୍ଥା ବିଭିନ୍ନ ସ୍ଥାନରେ ଶୋଚନୀୟ ହୋଇପଡ଼ିଛି। ବର୍ଷକ ତଳେ ଦେଓ ଜଳସେଚନ ବିଭାଗ ପକ୍ଷରୁ ଗୋରାଣ୍ଡିଯୋଡ଼ିଠାରୁ ବଳଭଦ୍ରପୁର ମଧ୍ୟରେ ୬ଟି କେନାଲ ଉପରେ ଜାତୀୟ ରାଜପଥ କଟାଯାଇ ମରାମତି କରାଯାଇଥିଲା। କାମ ଦେଓ ଜଳସେଚନ ବିଭାଗର ହୋଇଥିଲେ ମଧ୍ୟ ରାସ୍ତା ମରାମତିର ଦାୟିତ୍ୱ ଜାତୀୟ ରାଜପଥ ବିଭାଗକୁ ଦିଆଯାଇଥିଲା। ଠିକାଦାର ନିଯୁକ୍ତ କରି କାମ କରାଯାଇଥିଲେ ମଧ୍ୟ ଏହାର ମାନକୁ ନେଇ ପ୍ରଶ୍ନ ଉଠିଛି। […]
ଆଜିର ରାଶିଫଳ
ମେଷ: ଆଜି ଜୀବନରେ କିଛି ନୂତନ ସୁଯୋଗ ମିଳିପାରେ। ଚାକିରି ପାଇଁ ପ୍ରସ୍ତୁତି କରୁଥିବା ଯୁବକ-ଯୁବତୀଙ୍କ ପାଇଁ ଦିନଟି ଅନୁକୂଳ। ପରିବାରରେ ଖୁସିର ପରିବେଶ ରହିବ। ବୃଷ: ଆଜି କିଛି ନୂଆ ଶିଖିବାର ସୁଯୋଗ ମିଳିବ। କାର୍ଯ୍ୟକ୍ଷେତ୍ରରେ ସକାରାତ୍ମକ ପରିବର୍ତ୍ତନ ଆସିପାରେ। ପଦୋନ୍ନତି କିମ୍ବା ନୂଆ ଚାକିରିର ସମ୍ଭାବନା ରହିଛି। ମିଥୁନ: ସାମାଜିକ କ୍ଷେତ୍ରରେ ଆଜି ଆପଣଙ୍କ ପରିସର ବୃଦ୍ଧି ପାଇବ। ଯୋଗାଯୋଗ ଦକ୍ଷତାରେ ଉନ୍ନତି ହେବ। କାହାକୁ ସାହାଯ୍ୟ କରିବାର ସୁଯୋଗ ମଧ୍ୟ ମିଳିପାରେ। କର୍କଟ: […]
ଆଜିର ରାଶିଫଳ
♈ ମେଷ କାର୍ଯ୍ୟକ୍ଷେତ୍ରରେ ନୂଆ ଦାୟିତ୍ୱ ମିଳିପାରେ। ଅଧିକାରୀଙ୍କ ସହଯୋଗରେ ଅଟକିଥିବା କାମ ଆଗକୁ ବଢ଼ିବ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। ♉ ବୃଷ ଆର୍ଥିକ ଦିଗରୁ ଦିନଟି ଅନୁକୂଳ ରହିବ। ପୁରୁଣା ଟଙ୍କା ଫେରିପାଇବାର ସୁଯୋଗ ରହିଛି। ପରିବାରରେ କୌଣସି ଶୁଭ ଖବର ମିଳିପାରେ। ♊ ମିଥୁନ ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଭଲ। ପଢ଼ାରେ ଏକାଗ୍ରତା ବଢ଼ିବ। ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ଯୋଜନାବଦ୍ଧ ଭାବେ ପ୍ରସ୍ତୁତି ନେଲେ ଲାଭ ମିଳିବ। ♋ କର୍କଟ ପାରିବାରିକ ସମ୍ପର୍କରେ […]
ପାହାଡ଼ ଛାଡ଼ିଲେ, ତଥାପି ସମସ୍ୟା ଛାଡ଼ିଲାନି; ବିକାଶରୁ ବଞ୍ଚିତ ତମାଙ୍ଗ ଗ୍ରାମବାସୀ
ତେଲକୋଇ: ପାହାଡ଼ ଶିଖରରେ ଗଢ଼ିଉଠିଥିଲା ଜନବସତି। ବର୍ଷ ବର୍ଷ ଧରି ଏଠାରେ ବାସ କରୁଥିଲେ ପାଉଡ଼ିଭୂୟାଁ ଓ ଗୋପାଳ ସମ୍ପ୍ରଦାୟର ଲୋକେ। ମୌଳିକ ସୁବିଧା ଓ ଆଧୁନିକ ଜୀବନଶୈଳୀର ଆଶାରେ ଗ୍ରାମବାସୀ ପାହାଡ଼ ଛାଡ଼ି ତଳକୁ ଆସିଲେ। ପାହାଡ଼ ତଳେ ନୂଆ ଜନବସତି ଗଢ଼ିଉଠିଲା। ହେଲେ ଦୁର୍ଭାଗ୍ୟର ବିଷୟ, ସ୍ଥାନ ବଦଳିଲା ସିନା ସମସ୍ୟା ଦୂର ହେଲା ନାହିଁ। ଆଜି ବି ମୌଳିକ ସୁବିଧା ଓ ସରକାରୀ ଜନକଲ୍ୟାଣ ଯୋଜନାରୁ ବଞ୍ଚିତ ହୋଇ ଦୟନୀୟ ଜୀବନ ବିତାଉଛନ୍ତି […]
ବର୍ଷାରେ ଶୋଚନୀୟ ଭୂତମୁଣ୍ଡା-ଇଟାପୁର ରାସ୍ତା, ଯାତାୟାତରେ ହନ୍ତସନ୍ତ ଲୋକେ
ବାଇକମାଳ: ବାଇକମାଳ ବ୍ଲକ କାଂସଡ଼ା ପଞ୍ଚାୟତ ଭୂତମୁଣ୍ଡା-ଇଟାପୁର (ଢେଙ୍କିମୁଣ୍ଡା) କଚ୍ଚା ରାସ୍ତା ବର୍ଷା ହେତୁ ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି। ଭୂତମୁଣ୍ଡା ଗାଁଠାରୁ ପ୍ରାୟ ୧ କିମି ଦୂରରେ ଏହି ରାସ୍ତା ଅବସ୍ଥିତ। ଗାଁରେ ଦୀର୍ଘଦିନ ଧରି ୬୦ରୁ ଊର୍ଦ୍ଧ୍ୱ ପରିବାର ବସବାସ କରୁଥିବାବେଳେ ପ୍ରାୟ ୪୦୦ ଜଣ ଲୋକ ରହୁଛନ୍ତି। ହେଲେ ଗାଁକୁ ଯିବା ପାଇଁ ଥିବା କଚ୍ଚା ରାସ୍ତାଟି ଦୀର୍ଘଦିନ ଧରି ଅବ୍ୟବସ୍ଥିତ ଅବସ୍ଥାରେ ପଡ଼ିରହିଛି। ବର୍ଷାଋତୁରେ ଏହି ରାସ୍ତାର ଅବସ୍ଥା ଆହୁରି ଶୋଚନୀୟ ହୋଇପଡ଼ୁଥିବା […]
ଗାଁ ବିକାଶରେ ଅଚଳାବସ୍ଥା, ଅନୁଦାନ ଅପେକ୍ଷାରେ ପଞ୍ଚାୟତ
ବାରିପଦା: ଗ୍ରାମାଞ୍ଚଳରେ ବିକାଶ ମୁହଁମାଡ଼ି ପଡ଼ିଛି। ଜଙ୍ଗଲ ଓ ପାହାଡ଼ ପାଖ ଗାଁର ଅବସ୍ଥା ଶୋଚନୀୟ। ପାହାଡ଼ ଚଢ଼ି ଲୋକେ ରାସନ ଓ ଭତ୍ତା ପାଇଁ ଯାଉଛନ୍ତି। ସରକାର ପରେ ସରକାର ବଦଳୁଛି, ହେଲେ ମୟୂରଭଞ୍ଜ ଜିଲ୍ଲାର ଗ୍ରାମାଞ୍ଚଳର ଚିତ୍ର ବିଶେଷ ବଦଳିନାହିଁ। ବାରିପଦା ବ୍ଲକର ବଡ଼ଜୋର ଏବଂ ଖୁଣ୍ଟା ବ୍ଲକର ଭୋଳାଗଡ଼ିଆ ପଞ୍ଚାୟତ ଚିତ୍ରରୁ ଏହା ସ୍ପଷ୍ଟ ହେଉଛି। ବଡ଼ଜୋର ପଞ୍ଚାୟତର ନିଜସ୍ୱ ଆୟ କିଛିନାହିଁ। ସରକାରୀ ଅନୁଦାନ ଉପରେ ହିଁ ପଞ୍ଚାୟତ ନିର୍ଭରଶୀଳ। ଅଢ଼େଇ […]
ଅସ୍ତରଙ୍ଗ ବଜାରରେ ବଡ଼ ଧରପକଡ଼, ମେଡିକାଲ ଷ୍ଟୋରରେ ଡ୍ରଗ୍ସ ବିଭାଗର ରେଡ୍
ଅସ୍ତରଙ୍ଗ: ‘ପ୍ରଜାତନ୍ତ୍ର’ରେ ଖବର ପ୍ରକାଶ ପରେ ଅସ୍ତରଙ୍ଗ ବଜାରରେ ହଠାତ୍ ଡ୍ରଗ୍ସ ବିଭାଗର ଫ୍ଲାଇଂ ସ୍କ୍ୱାଡ୍ର ଚଢ଼ାଉ। ବୁଧବାର ଅପରାହ୍ନରେ ଆଳସାହିରୁ ଅସ୍ତରଙ୍ଗ ମୁଖ୍ୟ ବଜାର ପର୍ଯ୍ୟନ୍ତ ପ୍ରାୟ ଦୁଇ ଘଣ୍ଟା ଧରି ବିଭିନ୍ନ ମେଡିକାଲ ଷ୍ଟୋରରେ ହୋଇଥିଲା ତନାଘନା ଯାଞ୍ଚ। ନକଲି କିମ୍ବା ନିମ୍ନମାନର ଔଷଧ ବିକ୍ରି ସନ୍ଦେହରେ କିଛି ଔଷଧର ନମୁନା ସଂଗ୍ରହ କରିଛି ତିନି ଜଣିଆ ଟିମ୍। ଚଢ଼ାଉର ନେତୃତ୍ୱ ନେଇଥିଲେ ଖୋର୍ଦ୍ଧା ଜୋନ୍ର ସହକାରୀ ଔଷଧ ନିୟନ୍ତ୍ରକ ଡ. ସୁଦର୍ଶନ ବିଶ୍ୱାଳ। […]
ଅସ୍ତରଙ୍ଗ ଥାଳିରେ ‘ବିଷ’! ନକଲି ପନିରଠୁ ନିମ୍ନମାନର ଖାଦ୍ୟ, ଚଢ଼ାଉକୁ ଅପେକ୍ଷା
ଅସ୍ତରଙ୍ଗ: ଅସ୍ତରଙ୍ଗ ବ୍ଲକ୍ରେ ଖାଦ୍ୟ ସୁରକ୍ଷାକୁ ନେଇ ଉଠିଛି ବଡ଼ ପ୍ରଶ୍ନ। ବଜାରରେ ନକଲି ପନିର, ମାନବିହୀନ ବୋତଲ ପାଣି ଓ ନିମ୍ନମାନର ଖାଦ୍ୟ ବିକ୍ରି ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିଥିବାବେଳେ, ଦୀର୍ଘଦିନ ହେଲା ଖାଦ୍ୟ ସୁରକ୍ଷା ବିଭାଗର ବଡ଼ଧରଣର ଯାଞ୍ଚ କିମ୍ବା ଚଢ଼ାଉ ହୋଇନଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ଅଭିଯୋଗ ଅନୁଯାୟୀ, ଅସ୍ତରଙ୍ଗ ମୁଖ୍ୟ ବଜାର ସମେତ ବିଭିନ୍ନ ଛକ ଓ ଗାଁ ଅଞ୍ଚଳରେ ନିମ୍ନମାନର ଖାଦ୍ୟ ସାମଗ୍ରୀ ବିକ୍ରି ହେଉଛି। ବଜାରରେ କିଲୋ […]
