ଆଞ୍ଚଳିକ ଖବର
ଅସ୍ତରଙ୍ଗ ବନ୍ୟା ରେ ବ୍ଲକ ପ୍ରଶାସନ ନିଖୋଜ, ବିଧାୟକ ଙ୍କ କଡା କଟାକ୍ଷ
ଅସ୍ତରଙ୍ଗ,୦୧/୦୮: ମହାନଦୀ ରେ ଜଳସ୍ତର ବୃଦ୍ଧି ପାଇବା ଫଳରେ ଶାଖା ଦେବୀ ନଦୀ ରେ ମଧ୍ୟ ଜଳସ୍ତର ବଢି ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ର ତଳିଆ ଅଞ୍ଚଳ ରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଶୁକ୍ରବାର ଅପେକ୍ଷା ଶନିବାର ଦେବୀ ର ଜଳସ୍ତର କିଛି ମାତ୍ରାରେ ହ୍ରାସ ପାଇଥିଲେ ମଧ୍ୟ ବ୍ଲକ ର ୯ ଟି ଗ୍ରାମରେ ପାଣି ଜମି ରହିଥିବା ବେଳେ ହେକ୍ଟର ହେକ୍ଟର ଚାଷ ଜମି ଜଳମଗ୍ନ ହୋଇଛି। ଏହି ସ୍ଥିତି ର […]
ଜଗତସିଂହପୁର ଜଳ ସମ୍ପଦ ବିଭାଗ ଅଧିକାରୀ – ଠିକାଦାର ମିଲିଭଗତ; ଦିନରେ ଗୋଟେ ଠିକାଦାର, ରାତିରେ ଆଉ ଏକ ଠିକାଦାର
ଅସ୍ତରଙ୍ଗ, ୦୧/୦୮: ମହାନଦୀ ରେ ଜଳସ୍ତର ବୃଦ୍ଧି ପାଇବା ସହିତ ତାର ଶାଖା ଦେବୀ ନଦୀ ମଧ୍ୟ ରୌଦ୍ର ରୂପ ଧାରଣ କରିଛି। ପୁରୀ ଜିଲ୍ଲା ଓ ଜଗତସିଂହପୁର ଜିଲ୍ଲା ସଂଯୋଗ କରୁଥିବା ଅନେକ ସ୍ଥାନରେ ଅଂଚଳ ର ଲୋକ ଯେତେବେଳେ ଘର ବଞ୍ଚାଇବା ପାଇଁ ଚିନ୍ତା କରୁଛନ୍ତି, ସେତେବେଳେ ଜଗତସିଂହପୁର ଜଳସମ୍ପଦ ବିଭାଗ ର କିଛି ଅଧିକାରୀ ଓ ମିଲିଭଗତ ଠିକାଦାର ମାନେ ଚିନ୍ତା କରୁଛନ୍ତି କେମିତି ବନ୍ୟା ରୁ ଅଧିକ ଟଙ୍କା କମାଯିବ।ଆଶ୍ଚର୍ଯ୍ୟ ର […]
ବନ୍ୟା ପ୍ରପୀଡ଼ିତଙ୍କୁ ଭେଟିଲେ ସାଂସଦ ,ଜିଲ୍ଲାପାଳ ଓ ଏସପି
ରଘୁନାଥପୁର, ୧/୮(ପିପିଏସ): ମହାନଦୀରେ ବନ୍ୟା ଆସି ଜଳସ୍ତର ବୃଦ୍ଧି ପାଉଥିବାରୁ କୌଣସି ଅଘଟଣକୁ ଦୃଷ୍ଟିରେ ରଖି ରଘୁନାଥପୁର ବ୍ଲକ ଅଞ୍ଚଳର ଶତାଧିକ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି। ପୂରଣ ଆଦିବାସୀ ସାହିରେ ବନ୍ୟାଜଳ ଚତୁର୍ପାର୍ଶ୍ୱରେ ଘେରି ରହିଥିବା ସ୍ଥଳେ ଲୋକମାନେ ଘରୁ ଯିବାକୁ ଅମଙ୍ଗ ହୋଇଥିଲେ।ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇ,ଏଡିଏମ ଜ୍ୟୋତିଶଙ୍କର ରାୟ,ବିଡିଓ ବିରଞ୍ଚି ନାରାୟଣ ବେହେରା,ତହସିଲଦାର ରାଜଲକ୍ଷ୍ମୀ ନାୟକ ଓ ଆଇଆଇସି ପ୍ରେମଜିତ ଦାସ ଗତକାଲି ପୋଲିସ ଫୋର୍ସ ସହ ସେଠାରେ ପହଞ୍ଚି ସେମାନଙ୍କୁ […]
ନିଜ ଜୀବନ ବାଜି ଲଗାଇ ୨ଶହ ମଇଁଷି ଉଦ୍ଧାର କଲେ ଅସ୍ତରଙ୍ଗ-କୋଣାର୍କ ଅଗ୍ନିଶମ ବୀର।
କାକଟପୁର, ୦୧/୦୮: ଗୁରୁବାର ରାତି। ଦେବୀ ନଦୀ ମା “ଆଜି ରାଗି ଯାଇଥିଲେ। ପୁରୀ ଜିଲ୍ଲା ଅସ୍ତରଙ୍ଗ ର ତାଳଦା ନିକଟ ଗୋଟେ ନିର୍ଜନ ଟାପୁ। ସେଠାରେ ୨ଶହ ରୁ ରୁ ଉର୍ଦ୍ଧ ମଇଁଷି। ସେମାନେ କେବଳ ମଇଁଷି ନୁହଁନ୍ତି। ସେମାନେ ହେଲେ ଗୋଟେ ଚାଷୀ ର ସ୍ୱପ୍ନ, ଗୋଟେ ପିଲା ର ପାଠ ପଢା, ଗୋଟେ ଘର ର ଚୁଲି।ହଠାତ ଜଳସ୍ତର ବଢିଲା। ଚାରି ପାଖୁ କେବଳ ପ୍ରଖର ସ୍ରୋତ। ମଇଁଷି ମାନେ ପାଣି ରେ […]
ସରକାର ଦେଇଥିବା ବୋଟ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ପରିସରରେ ଦୀର୍ଘ ଦିନ ହେବ ଖତ ଖାଉଛି।
ଅସ୍ତରଙ୍ଗ, ୩୧/୦୭: ଗୋଟିଏ ପଟେ ଦେବୀ ନଦୀ ରେ ବନ୍ୟା ପାଣି ବଢୁଛି, ତଳିଆ ଗାଁ ର ଲୋକ ମଇଁଷି ପାଣି ଘେର ରେ ଫସୁଛନ୍ତି। ଆଉ ଗୋଟିଏ ପଟେ ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ ସରକାର ଦେଇଥିବା ବୋଟ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ପରିସରରେ ଦୀର୍ଘ ଦିନ ହେବ ଖତ ଖାଉଛି। ଏହା କି ପ୍ରଶାସନିକ ତତ୍ପରତା ? ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ପ୍ରଶାସନ ନିକଟରେ ଥିବା “ସ୍ପେସିଆଲ ରିଲିଫ ଓଡିଶା ଏଫଆରପି […]
ବନ୍ୟା ରେ ଯାଜପୁର ଜିଲା ର ୯ ବ୍ଳକ ର ୫୦ ରୁ ଉର୍ଦ୍ଧ ପଞ୍ଚାୟତ ପ୍ରଭାବିତ
ଯାଜପୁର, ୩୧୲୦୭(ପିପିଏସ): ଯାଜପୁରରେ ବନ୍ୟାର ସ୍ଥିତି ଆହୁରି ସଙ୍ଗୀନ ହୋଇପଡ଼ିଛି। ଦଶରଥପୁର ଓ ବରୀ ପରେ ଏବେ ବିଞ୍ଝାରପୁର ବ୍ଲକକୁ ମଧ୍ୟ ଗ୍ରାସ କରିଛି ବନ୍ୟା। ସେଠାରେ ମଧ୍ୟ ନୂଆମାହାରା ନିକଟରେ ଘାଇ ହୋଇ ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇରହିଛି।ବଡ଼କଥା ହେଲା ଦୁଇଦିନ ତଳେ ଦଶରଥପୁରରେ କାଣୀ ନଦୀରେ ହୋଇଥିବା ଘାଇ ଯୋଗୁଁ ଶହ ଶହ ପରିବାର ଏବେବି ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି। ବର୍ତ୍ତମାନ ସୁଦ୍ଧା କେବଳ ସୁକିନ୍ଦା ବ୍ୟତୀତ ମୋଟାମୋଟି ୯ଟି ବ୍ଲକର ୫୦ରୁ ଉର୍ଧ୍ଵ […]
ଫୁଲୁଛି ମହାନଦୀ ଲଗାତର ଦୁଇଦିନ ଧରି ବିଧାୟକଙ୍କ ବନ୍ୟାଞ୍ଚଳ ପରିଦର୍ଶନ।
ଭାପୁର, ୩୧୲୦୭ (ପିପିଏସ): ଲଘୁଚାପ ଜନିତ ବର୍ଷା ଦ୍ଵାରା ମହାନଦୀରେ ବନ୍ୟା ଜଳ ଆସି ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ଫତେଗଡ଼ ପଞ୍ଚାୟତର ମଣିପୁର ଗ୍ରାମ ବାହ୍ୟ ଜଗତରୁ ବିଛିନ୍ନ ହୋଇଛି. ସେହିପରି କରବର-ବୈଦେଶ୍ଵର ରାସ୍ତାର କାଳିଗିରି ପୋଲ ଉପରେ ୪ ଫୁଟ ଉଚ୍ଚର ପାଣି ପ୍ରବାହିତ ହେଉଥିବାରୁ ଯାତାୟାତ ବିଛିନ୍ନ ହୋଇଛି। ମହାନଦୀରେ ବନ୍ୟା ଆସିଥିବାରୁ କରବର ପଞ୍ଚାୟତର କରବର, ବଡ଼ବର, ଲଣ୍ଡାବର, ଗୁଡ଼ୁପଡ଼ା, ମାଣିତ୍ରି, ଶାସନ ପଞ୍ଚାୟତର ଯଶୋବନ୍ତପୁର, ଟିକିରିପଡ଼ା, ପଦ୍ମାବତୀ ପଞ୍ଚାୟତର ପଦ୍ମାବତୀ, […]
ଜାତୀୟ କୃମି ନାଶକ ଦିବସ ଅଗଷ୍ଟ ୨୦୨୬ରାଉଣ୍ଡ ଜିଲ୍ଲାସ୍ତରୀୟ ସମନ୍ୱୟ କମିଟି ବୈଠକ ।
ଦେବଗଡ଼,୩୧୲୦୭: ଜିଲ୍ଲାପାଳଙ୍କ ବିକାଶ ଭବନ ସମ୍ମିଳନୀ କକ୍ଷଠାରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡକ୍ଟର ସଂଘମିତ୍ରା ପଣ୍ଡାଙ୍କ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଜାତୀୟ କୃମି ନାଶକ ଦିବସ ଅଗଷ୍ଟ ୨୦୨୬ରାଉଣ୍ଡ ଜିଲ୍ଲାସ୍ତରୀୟ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। କୃମି ଏକ ଜନସ୍ବାସ୍ଥ୍ୟ ସମସ୍ୟା ଯାହା ପିଲାମାନଙ୍କ ଠାରେ ରକ୍ତ ହୀନତା ଏବଂ ଅଭିବୃଦ୍ଧି ରେ ବାଧକ ସୃଷ୍ଟି କରିଥାଏ ତେଣୁ ଏହାକୁ ମୂଳତ୍ପାଟନ କରିବା ଉଦ୍ଦେଶ୍ୟରେ ଆସନ୍ତା ଅଗଷ୍ଟ ୧୦ […]
ଜଳ ପତ୍ତନ ହ୍ରାସ ପାଇଥିଲେ ବି ଅନେକ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ; ବିପନ୍ନଙ୍କ ପାଖରେ ପହଞ୍ଚୁଛି ଶୁଖିଲା ଓ ରନ୍ଧା ଖାଦ୍ୟ।
ଧାମନଗର,୩୧୲୦୭: ବୈତରଣୀ ଓ ଏହାର ଶାଖାନଦୀ ଗେଙ୍ଗୁଟିରେ ଆସିଥିବା ପ୍ରଳୟଙ୍କରୀ ବନ୍ୟା ସାମାନ୍ଯ କମିଛି। ବୈତରଣୀ ନଦୀର ଆଖୁଆପଦାଠାରେ ଜଳ ସ୍ତର ବିପଦ ସଂକେତ ତଳେ ରହିଛି। ଏଠାରେ ବିପଦ ସଂକେତ ସ୍ତର ୧୮.୩୩ ମିଟର ଥିବାବେଳେ ସଂଧ୍ଯା ୬ଟା ସୁଦ୍ଧା ୧୮.୨୦ ମିଟର ରହିଥିବା ଜଣାପଡ଼ିଛି। ଚଳିତ ବନ୍ଯାରେ ଧାମନଗର ବ୍ଲକର ୩୦ଟି ପଞ୍ଚାୟତର ୧୪୩ଟି ଗାଁର ୧ ଲକ୍ଷ ୬୦ ହଜାର ୨୦୩ ଜଣ ଲୋକ ଗୁରୁତର ଭାବେ ପ୍ରଭାବିତ ହୋଇଛନ୍ତି। ଏହାସହିତ ଧାମନଗର […]
ବୌଦ୍ଧ ଜିଲ୍ଲାରେ ବନ୍ୟା ପରିସ୍ଥିତି ମୁକାବିଲା ପାଇଁ ତତ୍ପର ପ୍ରଶାସନ
ବୌଦ୍ଧ, ୩୧୲୦୭: ବୌଦ୍ଧ ଜିଲ୍ଲାରେ ବନ୍ୟା ପରିସ୍ଥିତି ମୁକାବିଲା ପାଇଁ ତତ୍ପରତା ଦେଖାଇଛି ଜିଲ୍ଲା ପ୍ରଶାସନ l ଆଜି ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ ହରଭଙ୍ଗା ବ୍ଲକର ଜଗନ୍ନାଥ ରୋଡ଼ ସମେତ ବିଭିନ୍ନ ତଳିଆ ଓ ବିଚ୍ଛିନ୍ନ ଅଞ୍ଚଳ ପରିଦର୍ଶନ କରି ସ୍ଥିତିର ସମୀକ୍ଷା କରିଥିଲେ। ହରଭଙ୍ଗା ତହସିଲଦାର କର୍ଣ୍ଣ ସୁନା ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ସହାୟତାରେ ସ୍ଥାନୀୟ ଡଙ୍ଗା ଯୋଗେ କୁଡ଼ାସିଙ୍ଗା ଗ୍ରାମକୁ ଯାଇ ପରିସ୍ଥିତିର ଆକଳନ କରିଥିଲେ। ପ୍ରଭାବିତ ଲୋକଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ […]
