ପ୍ରମୁଖ ଖବର
୧୯ ବର୍ଷରୁ କମ୍ ଏସିଆ କପ୍ ସେମିଫାଇନାଲରେ ଆଫଗାନିସ୍ତାନକୁ ଧୂଳି ଚଟାଇଲା ଭାରତ
୨୦୨୬ର ଫାଇନାଲରେ ଶାନଦାର ଏଣ୍ଟ୍ରି ମାରିଛି ଭାରତୀୟ ଦଳ। ଓମାନର ଅଲ୍ ଅମରାତଠାରେ ଖେଳାଯାଇଥିବା ଫାଇନାଲ ମୁକାବିଲାରେ ଆଫଗାନିସ୍ତାନକୁ ୮ ୱିକେଟ୍ରେ ଏକତରଫା ଭାବେ ପରାସ୍ତ କରି ଟିମ୍ ଇଣ୍ଡିଆ ଟାଇଟଲ ଲଢ଼େଇ ପାଇଁ ଯୋଗ୍ୟତା ଅର୍ଜନ କରିଛି। ଏହି ବିଜୟ ସହ ଆସନ୍ତା ୧୪ ତାରିଖରେ ହେବାକୁ ଥିବା ଫାଇନାଲରେ ଭାରତ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଭେଟିବ। ଗ୍ରୁପ୍ ପର୍ଯ୍ୟାୟରେ ପାକିସ୍ତାନଠାରୁ ମିଳିଥିବା ପରାଜୟର ପ୍ରତିଶୋଧ ନେବା ପାଇଁ ଯୁବ ବ୍ରିଗେଡ୍ଙ୍କ ପାଖରେ ଏହା ଏକ […]
ଏୟାର ଇଣ୍ଡିଆ ବିମାନକୁ ହାଇଜାକ ଧମକ
କୋଲକାତା : ନେତାଜୀ ସୁଭାଷ ଚନ୍ଦ୍ର ବୋଷ ବିମାନବନ୍ଦରରେ ଖେଳିଯାଇଛି ହଇଚଇ। କୋଲକାତାରୁ ମୁମ୍ବାଇ ଅଭିମୁଖେ ଯାଉଥିବା ଏକ ଏୟାର ଇଣ୍ଡିଆ ବିମାନକୁ ଉଡ଼ାଣ ପୂର୍ବରୁ କ୍ୟାନ୍ସେଲ୍ କରାଯାଇଛି। ବିମାନର ପାଇଖାନାରୁ ଏକ କାଗଜପତ୍ରରେ ଅପହରଣ ଧମକପୂର୍ଣ୍ଣ ନୋଟ୍ ମିଳିବା ପରେ ଏହି ପଦକ୍ଷେପ ନିଆଯାଇଛି। ନୋଟ୍ ମିଳିବା ପରେ ବିମାନ କର୍ମଚାରୀମାନେ ତତ୍କ୍ଷଣାତ୍ ଏୟାର ଟ୍ରାଫିକ କଣ୍ଟ୍ରୋଲ (ATC) ଟାଓ୍ବାରକୁ ସତର୍କ କରାଇଥିଲେ। ସୁରକ୍ଷା ଦୃଷ୍ଟିରୁ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ବିମାନରୁ ଓହ୍ଲାଇ ଦିଆଯାଇଥିଲା […]
ସ୍ୱଚ୍ଛ ସର୍ବେକ୍ଷଣ ପୁରସ୍କାର ୨୦୨୫–୨୬
ସ୍ୱଚ୍ଛ ଉପକୂଳ ସହର ବର୍ଗରେ ପୁରୀ ପ୍ରଥମ ଭୁବନେଶ୍ୱର: ସ୍ୱଚ୍ଛ ସର୍ବେକ୍ଷଣ ପୁରସ୍କାର ୨୦୨୫–୨୬ରେ ସ୍ୱଚ୍ଛ ଉପକୂଳ ସହର ବର୍ଗରେ ପୁରୀ ପ୍ରଥମ ସ୍ଥାନ ହାସଲ କରିଛି। ସେହିପରି ଓଡ଼ିଶାର ପ୍ରଥମ ରାଜ୍ୟସ୍ତରୀୟ ସ୍ୱଚ୍ଛ ସହର ଭାବେ ଭୁବନେଶ୍ୱରକୁ ସ୍ୱୀକୃତି ମିଳିଛି। ୨୦ ହଜାରରୁ ୫୦ ହଜାର ଜନସଂଖ୍ୟା ବର୍ଗର ସହରାଞ୍ଚଳ ସ୍ଥାନୀୟ ସଂସ୍ଥା (ULB) ମଧ୍ୟରେ ଆସିକା ପୌରପାଳିକା ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ବୁଧବାର ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ ଆୟୋଜିତ ସ୍ୱତନ୍ତ୍ର ସମାରୋହରେ ଭାରତର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ […]
କଟକ ବାଲିଯାତ୍ରାରେ ମୁଖ୍ୟ ଅତିଥି ହେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
କଟକ: ଐତିହାସିକ କଟକ ବାଲିଯାତ୍ରା-୨୦୨୬ ପାଇଁ ପ୍ରସ୍ତୁତି ଜୋରଦାର ହୋଇଛି। ମହାନଦୀ କୂଳରେ ଆୟୋଜିତ ହେବାକୁ ଥିବା ଏହି ଆଠ ଦିବସୀୟ ଯାତ୍ରାରେ ଚଳିତ ଥର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥି ହେବେ। ସେ ଆସନ୍ତା ୨୪ ତାରିଖ ସନ୍ଧ୍ୟାରେ ବାଲିଯାତ୍ରାକୁ ଉଦ୍ଘାଟନ କରିବେ। କଟକ ଜିଲ୍ଲା ପ୍ରସାସନ ପକ୍ଷରୁ ଗଣମାଧ୍ୟମକୁ ଏହି ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ, କଟକ ବାଲିଯାତ୍ରା ଚଳିତ ବର୍ଷ ନଭେମ୍ବର ୨୪ ତାରିଖ ଠାରୁ ଆରମ୍ଭ ହେବ। ଏହି ଯାତ୍ରା ଡିସେମ୍ବର ୧ ତାରିଖ ପର୍ଯ୍ୟନ୍ତ […]
ମିସାଇଲ୍ ମାଡ଼ରେ ଥରିଲା ୟେମେନ୍
ନୂଆଦିଲ୍ଲୀ : ୟେମେନରେ ହୁତି ବିଦ୍ରୋହୀ ଏବଂ ସାଉଦି ଆରବ ସମର୍ଥିତ ସରକାରୀ ବାହିନୀ ମଧ୍ୟରେ ପୁନର୍ବାର ଆରମ୍ଭ ହୋଇଥିବା ରକ୍ତାକ୍ତ ସଂଘର୍ଷରେ ଏମର୍ମନ୍ତୁଦ ଦୁର୍ଘଟଣା ସୃଷ୍ଟି କରିଛି । ଦକ୍ଷିଣ-ପଶ୍ଚିମ ୟେମେନର ତାଏଜ୍ ପ୍ରଦେଶସ୍ଥିତ ‘ଅଲ୍-ୱାଜିଆ’ର ଏକ ବ୍ୟସ୍ତବହୁଳ ବଜାରରେ ଶୁକ୍ରବାର ସକାଳେ ଘଟିଥିବା ଭୀଷଣ ବାୟୁସେନା ଆକ୍ରମଣରେ ଅତିକମ୍ରେ ୩୦ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୮ ଜଣ ଗୁରୁତର ଆହତ ହୋଇଛନ୍ତି । ହୁତି ବିଦ୍ରୋହୀଙ୍କ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ମୁଖପାତ୍ର ଅନୀସ ଅଲ୍ସବହି ସୋସିଆଲ୍ […]
ବାପା ମାଆଙ୍କ ଆୟ ଆଧାରରେ ସ୍ଥିର ହେବନି ସଂରକ୍ଷଣ : ସୁପ୍ରିମକୋର୍ଟ
ନୂଆଦିଲ୍ଲୀ : କେନ୍ଦ୍ରୀୟ ଲୋକସେବା ଆୟୋଗ (ୟୁପିଏସ୍ସି) ପରୀକ୍ଷାରେ ଓବିସି କ୍ରିମି ଲେୟର ସଂରକ୍ଷଣ ଉପରେ କେନ୍ଦ୍ର ସରକାର ସଂଶୋଧନ ପିଟିସନକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି । ପିତାମାତାଙ୍କ ଦରମା ଓବିସି ସଂରକ୍ଷଣ ଅନୁସାରେ ‘କ୍ରିମି ଲେୟର’ ସ୍ଥିର କରିବାର ଆଧାର ହୋଇପାରିବନି ବୋଲି ସୁପ୍ରିମକୋର୍ଟ କହିଛନ୍ତି । କୌଣସି ପ୍ରାର୍ଥୀଙ୍କୁ ସଂରକ୍ଷଣ ପରିସରରୁ ବାହାର କରିବା ପାଇଁ କେବଳ ଦରମାକୁ ଆଧାର ଭାବେ ବିବେଚନା କରାଯିବା ଉଚିତ ନୁହେଁ । ଏଥିପାଇଁ ପିତାମାତାଙ୍କ ସାମାଜିକ ସ୍ଥିତି ଏବଂ […]
ମାତ୍ର ୩ ବର୍ଷ ଭିତରେ ମିଳିବ ନ୍ୟାୟ : ଶାହା
ନୂଆଦିଲ୍ଲୀ : ନ୍ୟାୟ ପାଇଁ ବର୍ଷ ବର୍ଷ ଧରି କୋର୍ଟର ଚକ୍କର କାଟିବାରୁ ମୁକ୍ତି ଦେବାକୁ କେନ୍ଦ୍ର ସରକାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ମେ’ ୨୦୨୭ ପରେ ରୁଜୁ ହେବାକୁ ଥିବା ସମସ୍ତ ଅପରାଧିକ ମାମଲାରେ ମାତ୍ର ୩ ବର୍ଷ ଭିତରେ ଦୋଷୀଙ୍କୁ ଦଣ୍ଡ ଦେବାର ବ୍ୟବସ୍ଥା ବିକଶିତ କରାଯିବ ବୋଲି କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ ଶାହା ସ୍ପଷ୍ଟ କରିଛନ୍ତି । ଏହି ଲକ୍ଷ୍ୟକୁ ସାକାର କରିବା ପାଇଁ ପୁଲିସର ତଦନ୍ତଠାରୁ ଆରମ୍ଭ କରି ନ୍ୟାୟିକ ପ୍ରକ୍ରିୟା […]
ଭାରତ ରଚିଲା ଇତିହାସ; ବିଶ୍ୱର ସର୍ବାଧିକ ଉଚ୍ଚତାରେ କଲା IL-76MD ବିମାନର ସଫଳ ଲ୍ୟାଣ୍ଡିଂ
ନୂଆଦିଲ୍ଲୀ: ଭାରତୀୟ ବାୟୁସେନାକୁ ଆଉ ଏକ ବଡ଼ ସଫଳତା। ଲଦାଖର ନ୍ୟୋମା ଏୟାରଫିଲ୍ଡରେ ୧୩,୬୨୯ ଫୁଟ ଉଚ୍ଚତାରେ ସଫଳତାର ସହ ଅବତରଣ କରି ଇତିହାସ ରଚିଛି ଭାରତୀୟ ବାୟୁସେନାର IL-76MD ହେଭି-ଲିଫ୍ଟ ପରିବହନ ବିମାନ। ଏହି ବିମାନର ଏହା ବିଶ୍ୱର ସର୍ବାଧିକ ଉଚ୍ଚତାରେ ଲ୍ୟାଣ୍ଡିଂ ବୋଲି ଭାରତୀୟ ବାୟୁସେନା ପକ୍ଷରୁ କୁହାଯାଇଛି। ଏହି ସଫଳତା ଭାରତର ସାମରିକ ହାୱାଇ ପରିବହନ କ୍ଷମତାକୁ ଆହୁରି ମଜବୁତ କରିବ।ଏହି ଉପଲବ୍ଧି ଭାରତୀୟ ବାୟୁସେନାର ଖୁବ୍ ଉଚ୍ଚତାରେ ଥିବା ବିମାନ ଇତିହାସରେ […]
ଅଯୋଧ୍ୟା ନିଶ୍ଚୟ ଆସନ୍ତୁ, ତେବେ ତା ପୂର୍ବରୁ କ୍ଷମା ମାଗନ୍ତୁ :ଯୋଗୀ
ଅଯୋଧ୍ୟା : ଅଯୋଧ୍ୟାରେ ଦଶମ ଦୀପୋତ୍ସବ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଶନିବାର ଏହି କାର୍ଯ୍ୟକ୍ରମରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସାମିଲ ହୋଇ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କୁ ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି ଆଜିର ଅଯୋଧ୍ୟା ତ୍ରେତୟା ଯୁଗର ସ୍ମୃତି ମନେ ପକାଇ ଦେଉଛି। ଶ୍ରୀରାମ ହେଉଛନ୍ତି ଭାରତର ଆତ୍ମସମ୍ମାନ। ଅଯୋଧ୍ୟା ଆଜି ପୁଣି ନିଜର ହଜିଯାଇଥିବା ଗୌରବ ଫେରି ପାଇଛି। ଯେଉଁ ଗୌରବ ପାଇଁ କାରସେବକ ଓ ସନ୍ଥମାନେ ବଳିଦାନ ଦେଇଥିଲେ, […]
ମାଗଣାରେ ଛାତ୍ରୀଛାତ୍ରଙ୍କୁ ମିଳିବ ଲାପଟପ
ଚେନ୍ନାଇ : ତାମିଲନାଡୁର ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ କଲେଜ ଛାତ୍ରୀଛାତ୍ରଙ୍କ ପାଇଁ ଏକ ମାଗଣା ଲାପଟପ ଯୋଜନା କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଯୋଜନାର ନାମ ‘ଭେଟ୍ରି ଲାପଟପ ଯୋଜନା’ (Vetri Laptop Scheme) ରଖାଯାଇଛି। ବିଜୟଙ୍କ ନେତୃତ୍ୱାଧୀନ ଟିଭିକେ (TVK) ସରକାର ଏହି ପଦକ୍ଷେପ ପାଇଁ ୨,୦୦୦ କୋଟି ଟଙ୍କାର ବଜେଟ ମଧ୍ୟ ଆବଣ୍ଟନ କରିଛନ୍ତି; ଯାହା ପ୍ରଥମେ ୨୦୨୬-୨୭ ଆର୍ଥିକ ବର୍ଷର ବଜେଟରେ ଘୋଷଣା କରାଯାଇଥିଲା। ସମ୍ବାଦ ସଂସ୍ଥା ପିଟିଆଇ (PTI) […]
