ପ୍ରମୁଖ ଖବର
ନୂଆଁଖାଇ: ପଶ୍ଚିମ ଓଡ଼ିଶାର ଏକତା ଓ ଭାଇଚାରାର ମହାପର୍ବ
ପୁରୁଣା ସମୟରେ ଦେବଦେବୀଙ୍କ ଉପାସନା ଓ ଆନନ୍ଦ ପ୍ରକାଶର ପରମ୍ପରା ଆଦିମ ସଭ୍ୟତାରୁ ରହିଆସିଛି। ସମୟ ବଦଳିବା ସହ ଏହାର ରୂପ ମଧ୍ୟ ବଦଳିଛି। ଏହି ପରମ୍ପରାର ଏକ ଅନନ୍ୟ ରୂପ ହେଉଛି ପଶ୍ଚିମ ଓଡ଼ିଶାର ମହାନ କୃଷିଭିତ୍ତିକ ପର୍ବ ନୂଆଁଖାଇ। ଏହାକୁ ନବାନ୍ନ ଭକ୍ଷଣର ପର୍ବ ମଧ୍ୟ କୁହାଯାଏ। ଭାଦ୍ରବ ମାସ ଶୁକ୍ଳ ପଞ୍ଚମୀ ଦିନ ମହାସମାରୋହରେ ପଶ୍ଚିମ ଓଡ଼ିଶାରେ ନୂଆଁଖାଇ ପାଳନ କରାଯାଏ। ଜାତି, ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ସମସ୍ତ ପରିବାର ଏହି […]
ଗୋପାଳନ ଯୋଜନାରେ ଋଣ ମିଳୁନି: ସେବା ସମବାୟ ସମିତିର ଟାଳଟୁଳ ନୀତିକୁ ନେଇ ଗୋପାଳକଙ୍କ ଅସନ୍ତୋଷ
ଖୋର୍ଦ୍ଧା: ନିମ୍ନସ୍ତରରେ ବସବାସ କରୁଥିବା ବ୍ୟକ୍ତିବିଶେଷଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆଣିବା ଲକ୍ଷ୍ୟରେ ଗୋପାଳନ ଯୋଜନାରେ ସୋସାଇଟି ସହାୟତାରେ ଋଣ ଯୋଗାଇ ଦିଆଯାଉଛି। ହେଲେ ସୋସାଇଟିର ଟାଳଟୁଳ ନୀତି ଯୋଗୁଁ ହିତାଧିକାରୀମାନେ ଏହି ଯୋଜନାରୁ ବଞ୍ଚିତ ହେଉଥିବା ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ ଦେଖିବାକୁ ମିଳିଛି ଟାଙ୍ଗୀ ବ୍ଲକ୍ ଛଣଗିରି ପଞ୍ଚାୟତ ଅଧୀନ ନିମେଇପୁରର ୪ ନମ୍ବର ୱାର୍ଡରେ ବସବାସ କରୁଥିବା ଗୋପାଳକ ପରିବାରଙ୍କ କ୍ଷେତ୍ରରେ। ଗୋପାଳକ ଶ୍ରୀକାନ୍ତ ଜେନାଙ୍କ ଅଭିଯୋଗ ଅନୁଯାୟୀ, ଚଳିତବର୍ଷ ମାର୍ଚ୍ଚ ୧୭ […]
ଭଦ୍ରକ ଷ୍ଟାଡିୟମ୍ରେ ଭଙ୍ଗାରୁଜା ଅଭିଯୋଗ: ୧୨ କ୍ରୀଡ଼ା ସଂଘର କାର୍ଯ୍ୟାଳୟ ମାଟିରେ ମିଶାଇଦେଲେ ଠିକାଦାର!
ଭଦ୍ରକ: ୫ ଏକର ପରିମିତି ଭୂମିରେ ଥିବା ଭଦ୍ରକର ଐତିହାସିକ ନେହରୁ ଷ୍ଟାଡିୟମ୍କୁ ନେଇ ପୁଣି ବିବାଦ ଦେଖାଦେଇଛି। ଷ୍ଟାଡିୟମ୍ର ମରାମତି ଓ ଉନ୍ନତୀକରଣ କାର୍ଯ୍ୟ ଚାଲିଥିବାବେଳେ ଠିକାଦାରଙ୍କ ପୋକଲିନ୍ ମେସିନ୍ ଷ୍ଟାଡିୟମ୍ ପରିସରରେ ଥିବା ୧୨ଟି କ୍ରୀଡ଼ା ସଂଘର କାର୍ଯ୍ୟାଳୟକୁ ଭାଙ୍ଗି ମାଟିରେ ମିଶାଇ ଦେଇଥିବା ଅଭିଯୋଗ ହୋଇଛି। ଏହାକୁ ବିରୋଧ କରି ଜିଲ୍ଲା ଅଲିମ୍ପିକ୍ ସଂଘର କର୍ମକର୍ତ୍ତାମାନେ ଥାନାରେ ଅଭିଯୋଗ କରିଛନ୍ତି। ଜିଲ୍ଲା ଅଲିମ୍ପିକ୍ ସଂଘର ସମ୍ପାଦକ ଶୁଭେନ୍ଦୁ ରାୟମହାପାତ୍ରଙ୍କ ଅଭିଯୋଗ ଅନୁଯାୟୀ, କ୍ରୀଡ଼ା […]
ଯାତ୍ରୀଙ୍କ ସେବାରେ ଲାଗିପାରୁନି ନୂତନ ବସଷ୍ଟାଣ୍ଡ; କେବେ କାର୍ଯ୍ୟକାରୀ ହେବ କେନ୍ଦ୍ରାପଡ଼ାର ନୂତନ ବସଷ୍ଟାଣ୍ଡ ?
କେନ୍ଦ୍ରାପଡ଼ା, (ପିପିଏସ): ଦୀର୍ଘ ଦୁଇ ବର୍ଷ ହେବ କେନ୍ଦ୍ରାପଡ଼ାର ନୂତନ ବସଷ୍ଟାଣ୍ଡର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲେ ସୁଦ୍ଧା ତାହା ଲୋକ ମାନଙ୍କ ସେବାରେ ଲାଗିପାରୁନାହିଁ l୨୦୨୨/୨୦୨୩ ଆର୍ଥିକ ବର୍ଷରେ କେନ୍ଦ୍ରାପଡ଼ା ଜ଼ିଲ୍ଲା ରାସ୍ତା ଓ ଗୃହ ନିର୍ମାଣ ବିଭାଜନ-୧ ତରଫରୁ ପାଖା ପାଖି ଚାରିକୋଟି ଟଙ୍କା ବ୍ୟୟ ଅଟକଳରେ ଏହି କାର୍ଯ୍ୟର ଟେଣ୍ଡର ଡକାଯାଇଥିଲା l କାର୍ଯ୍ୟ କରିଥିବା ଠିକାଦାର ମଧ୍ୟ ସଠିକ ସମୟରେ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିଥିଲେ l କିନ୍ତୁ ପ୍ରଶାସନିକ ଅବହେଳା ପାଇଁ […]
ରାସ୍ତା ନିର୍ମାଣରେ ମାନ ଓ ଦାୟିତ୍ୱକୁ ନେଇ ପ୍ରଶ୍ନ
ସରକାରୀ ଅର୍ଥରେ ରାସ୍ତା ନିର୍ମାଣ, ମାନକୁ ନେଇ ଉଠିଲା ପ୍ରଶ୍ନ କଳାହାଣ୍ଡି ଜିଲ୍ଲାରେ ସରକାରୀ ଅର୍ଥରେ ଚାଲିଥିବା ରାସ୍ତା ନିର୍ମାଣକୁ ନେଇ କେତେକ ପ୍ରଶ୍ନ ଉଠିଛି। ବିଶେଷକରି ମୁଖିଗୁଡ଼ା–ମହୁଲପାଟଣ ଘାଟ ରାସ୍ତା ନିର୍ମାଣ କାମର ମାନ, ବ୍ୟବହୃତ ସାମଗ୍ରୀ ଓ କାର୍ଯ୍ୟର ଗୁଣବତ୍ତାକୁ ନେଇ ସ୍ଥାନୀୟ ମହଲରେ ଆଲୋଚନା ହେଉଛି। ସୂଚନା ଅନୁସାରେ, ଏହି କାମ ପାଇଁ ପ୍ରାୟ ୨ କୋଟି ୪୫ ଲକ୍ଷ ଟଙ୍କାର ଟେଣ୍ଡର ହୋଇଥିବା କୁହାଯାଉଛି। ତେବେ ନିର୍ମାଣ କାର୍ଯ୍ୟରେ ନିର୍ଦ୍ଧାରିତ ମାନଦଣ୍ଡ […]
ବାଲେଶ୍ୱରରୁ ୫ ଓରାଙ୍ଗଉଟାନ୍ ଉଦ୍ଧାର, ଦୀଘାରେ ଅଟକିଛି STF ତଦନ୍ତ
ବାଲେଶ୍ୱର/ଭୁବନେଶ୍ୱର/କୋଲକାତା, (ପିପିଏସ୍): ବାଲେଶ୍ୱର ଭୋଗରାଇରୁ ୫ଟି ଓରାଙ୍ଗଉଟାନ୍ (ବନମଣିଷ) ଉଦ୍ଧାର ଘଟଣାରେ ଏସ୍ଟିଏଫ୍ର ତଦନ୍ତ ଏବେ ଦୀଘାରେ ଅଟକିଛି। ଦୀଘାର ଏକ ହୋଟେଲ ଓ କଲାଗାଡ଼ିକୁ କେନ୍ଦ୍ର କରି ତଦନ୍ତ ଆଗକୁ ବଢ଼ୁଥିବା ବେଳେ ଚୋରାଚାଲାଣରେ ହୋଟେଲ ମାଲିକ ବାପ-ପୁଅଙ୍କ ଭୂମିକା ନେଇ ସନ୍ଦେହ ଘନୀଭୂତ ହୋଇଛି। ତେବେ ଏପର୍ଯ୍ୟନ୍ତ କାହାରି ଗିରଫଦାରି କିମ୍ବା ଅଟକ ନେଇ ସ୍ପଷ୍ଟ ସୂଚନା ମିଳିନାହିଁ। ଗତ ୫ ଦିନର ତଦନ୍ତରେ ଏସ୍ଟିଏଫ୍ ୧୫୦ରୁ ଅଧିକ ସିସିଟିଭି ଫୁଟେଜ୍ ଯାଞ୍ଚ କରିଛି। […]
ଗ୍ଲୋବାଲ ସାଉଥକୁ ନିୟମ ନିର୍ଦ୍ଧାରକ ହେବାକୁ ପଡ଼ିବ: ମୋଦୀ
ନୂଆଦିଲ୍ଲୀ, (ପିପିଏସ): ବିଶ୍ୱସ୍ତରୀୟ ଆହ୍ୱାନର ମୁକାବିଲା ପାଇଁ ଗ୍ଲୋବାଲ ସାଉଥକୁ କେବଳ ନିଷ୍ପତ୍ତିର ପ୍ରଭାବିତ ନୁହେଁ, ବରଂ ‘ନିୟମ ନିର୍ଦ୍ଧାରକ’ ହେବାକୁ ପଡ଼ିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ନୂଆଦିଲ୍ଲୀରେ ଶନିବାର ଦୁଇଦିନିଆ ବ୍ରିକ୍ସ ଶିଖର ସମ୍ମିଳନୀର ଉଦ୍ଘାଟନୀ ଅଧିବେଶନରେ ସେ ଏହା କହିଛନ୍ତି। ମୋଦୀ କହିଛନ୍ତି, ବ୍ରିକ୍ସ ବିଶ୍ୱ ମଞ୍ଚରେ ଏକ ସ୍ୱତନ୍ତ୍ର ପରିଚୟ ଗଢ଼ିଛି। ଏହି ଗୋଷ୍ଠୀ କାହା ବିରୋଧରେ ନୁହେଁ। ବରଂ ସମସ୍ତ ଦେଶର ସ୍ୱରକୁ ସମାନ ଗୁରୁତ୍ୱ ଦେଇ ସହଯୋଗ […]
ବାଲେଶ୍ୱରରେ ୫ ଓରାଙ୍ଗଉଟାନ୍ ଉଦ୍ଧାର: ଅବୈଧ ଚାଲାଣ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ବେଗ
ଭୁବନେଶ୍ୱର, (ପିପିଏସ): ଓଡ଼ିଶାରେ ପାଞ୍ଚଟି ଶିଶୁ ଓରାଙ୍ଗଉଟାନ୍ ଉଦ୍ଧାର ଘଟଣାରେ ଗଭୀର ଉଦ୍ବେଗ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହା ସହିତ, ଏହି ପ୍ରାଣୀମାନେ କେଉଁ ପରିସ୍ଥିତିରେ ଓଡ଼ିଶାରେ ପହଞ୍ଚିଲେ, ସେ ସମ୍ପର୍କରେ ସବିଶେଷ ତଦନ୍ତ କରିବାକୁ ସଂପୃକ୍ତ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି କରାଯାଇଥିବା ପ୍ରେସ୍ ରିଲିଜ୍ରେ କୁହାଯାଇଛି, ଦୁବାଇରେ ବ୍ୟସ୍ତବହୁଳ ସରକାରୀ କାର୍ଯ୍ୟକ୍ରମରେ ଥିବା ସତ୍ତ୍ୱେ ମୁଖ୍ୟମନ୍ତ୍ରୀ ଓଡ଼ିଶାର ଘଟଣାକ୍ରମ ସମ୍ପର୍କରେ ନିରନ୍ତର ଅବଗତ ରହିଛନ୍ତି ଏବଂ […]
ଖଣ୍ଡପଡ଼ାରେ ୧୦୫ କୋଟିର ୭ ପ୍ରକଳ୍ପର ଶିଳାନ୍ୟାସ
ଅଞ୍ଚଳବାସୀଙ୍କ ଦୀର୍ଘଦିନର ଦାବି ପୂରଣ ଦିଗରେ ବଡ଼ ପଦକ୍ଷେପ: ଭର୍ତ୍ତୃହରି ମହତାବ ଭାପୁର/ଖଣ୍ଡପଡ଼ା : ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀର ବିକାଶକୁ ଆହୁରି ତ୍ୱରାନ୍ୱିତ କରିବା ଲକ୍ଷ୍ୟରେ ୧୦୫ କୋଟିରୁ ଅଧିକ ଟଙ୍କା ବ୍ୟୟରେ ୭ଟି ଗୁରୁତ୍ୱପୂର୍ଣ୍ଣ ରାସ୍ତା ଓ ସେତୁ ପ୍ରକଳ୍ପର ଶୁଭଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି। ପୂର୍ତ୍ତ ବିଭାଗ ପକ୍ଷରୁ ଭାପୁର ଓ ଖଣ୍ଡପଡ଼ା ବ୍ଲକରେ ଏହି ପ୍ରକଳ୍ପଗୁଡ଼ିକ ହାତକୁ ନିଆଯାଇଛି। ଭାପୁର ବ୍ଲକର ୫ଟି ପ୍ରକଳ୍ପ ପାଇଁ ମୋଟ ୭୪ କୋଟି ଟଙ୍କା ମଞ୍ଜୁର ହୋଇଛି। ଏଥିରେ […]
ଲୋୟର ସୁକତେଲରେ ବିସ୍ଥାପନ ବିବାଦ: ରାତାରାତି ଆଜବେଷ୍ଟସ୍ ଘର, ଉଠିଲା ଦୁର୍ନୀତି ପ୍ରଶ୍ନ
ବଲାଙ୍ଗୀର: ଲୋୟର ସୁକତେଲ ପ୍ରକଳ୍ପକୁ ନେଇ ପୂର୍ବରୁ ବିବାଦ ଲାଗି ରହିଥିଲା। ୨୦୨୪ରେ ପ୍ରକଳ୍ପର ଲୋକାର୍ପଣ ପରେ ବି ବିବାଦ ଥମିନାହିଁ। ବରଂ ବିସ୍ଥାପନ, କ୍ଷତିପୂରଣ ଓ ଦୁର୍ନୀତିକୁ ନେଇ ଏହି ପ୍ରକଳ୍ପ ଅଧିକ ଅପବାଦ ମୁଣ୍ଡାଇଛି। ବିସ୍ଥାପିତଙ୍କୁ କ୍ଷତିପୂରଣ ରାଶି ପ୍ରଦାନରେ ଦୁର୍ନୀତି ନେଇ ବାରମ୍ବାର ଅଭିଯୋଗ ହୋଇଆସୁଛି। ପ୍ରକଳ୍ପ ସହ ସମ୍ପୃକ୍ତ ପୂର୍ବତନ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତ, ପୂର୍ବତନ ସ୍ୱତନ୍ତ୍ର ଭୂଅର୍ଜନ ଅଧିକାରୀ ବିନୟ ଗଡ଼ନାୟକ ଏବଂ ସଦ୍ୟ ଭାବେ ଓଡ଼ିଶା […]
