1 min read

ପାକିସ୍ତାନକୁ କୂଟନୈତିକ ସହାୟତା ମାଗିଲା ଭାରତ

ନୂଆଦିଲ୍ଲୀ ; ଗତ ୭ ମାସ ଧରି ପାକିସ୍ତାନର କରାଚୀ ବନ୍ଦରରେ ୬ ଜଣ ଭାରତୀୟ ନାବିକ ଫସି ରହିଛନ୍ତି । ଏମାନଙ୍କ ମଧ୍ୟରେ ଭାରତୀୟ ମର୍ଚ୍ଚାଣ୍ଟ ନେଭିର ଜଣେ ମୁଖ୍ୟ ଅଧିକାରୀ ମଧ୍ୟ ଅଛନ୍ତି । ପରିବାରବର୍ଗଙ୍କ ବାରମ୍ବାର ନିବେଦନ ଏବଂ ନାବିକମାନଙ୍କୁ ପ୍ରତ୍ୟାବର୍ତ୍ତନ କରିବାରେ ବିଳମ୍ବ ମଧ୍ୟରେ ଭାରତ ସରକାର ବର୍ତ୍ତମାନ ପାକିସ୍ତାନରୁ କୂଟନୈତିକ ସହାୟତା ଲୋଡିଛନ୍ତି । ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଏହା ନିଶ୍ଚିତ ହୋଇଛି । ୬ ଜଣ ଭାରତୀୟ ନାବିକଙ୍କୁ ସୁରକ୍ଷିତ ଭାବେ ଦେଶକୁ ଫେରାଇ ଆଣିବାକୁ ଭାରତ ସରକାର ପାକିସ୍ତାନର ସହଯୋଗ ଲୋଡିଛନ୍ତି । ବିଦେଶ ମନ୍ତ୍ରଣାଳୟ କହିଛି ଯେ, ଏହି ମାମଲାରେ ମୁଖ୍ୟତଃ ଜାହାଜ ଚଳାଚଳ କମ୍ପାନୀ ଏବଂ ବନ୍ଦର କର୍ମଚାରୀଙ୍କ ମଧ୍ୟରେ ଏକ ବାଣିଜ୍ୟିକ ବିବାଦ । ତେବେ ଅଟକିଥିବା ନାବିକମାନଙ୍କୁ ଘରକୁ ଫେରାଇ ଆଣିବା ପାଇଁ ସରକାର ସମସ୍ତ ପକ୍ଷଙ୍କ ସହ ଯୋଗାଯୋଗ ରଖିଛନ୍ତି । ବିଦେଶ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୈସ୍ୱାଲ କହିଛନ୍ତି, ଭାରତ ସରକାର ଅଟକିଥିବା ନାବିକମାନଙ୍କ ସହିତ ସେମାନଙ୍କ ନିଯୁକ୍ତିଦାତା ଓ ଜାହାଜ କମ୍ପାନିର ଏଜେଣ୍ଟଙ୍କ ସହ ଯୋଗାଯୋଗରେ ଅଛନ୍ତି । ପାକିସ୍ତାନ ସରକାରଙ୍କୁ ଏନେଇ ଭାରତ ପକ୍ଷରୁ କୂଟନୈତିକ ଅନୁରୋଧ କରାଯାଇଛି । ଜାହାଜ ମାଲିକ ଏବଂ ବନ୍ଦର କର୍ମଚାରୀଙ୍କ ମଧ୍ୟରେ ଥିବା ବିବାଦର ସମାଧନ ପାଇଁ ଆଲୋଚନା ଚାଲିଛି । ନୂତନ ନାବିକ ଦଳ ଜାହାଜରେ ଯୋଗ ନ ଦେବା ପର୍ଯ୍ୟନ୍ତ ବର୍ତ୍ତମାନର ନାବିକମାନେ ଜାହାଦ ଛାଡିପାରିବେ ନାହିଁ । ଜାହାଜରୁ କର୍ମଚାରୀମାନଙ୍କୁ ଔପଚାରିକ ଭାବ ମୁକ୍ତ କରିବା ପୂର୍ବରୁ ବିକଳ୍ପ ନାବିକ ଦଳର ବ୍ୟବସ୍ଥା କରିବା ଆବଶ୍ୟକ । ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ ଆହୁରି କହିଛନ୍ତି ଯେ, ଫସି ରହିଥିବା ନାବିକ, ସେମାନଙ୍କ ସିପିଂ କମ୍ପାନୀ ଏବଂ କମ୍ପାନୀର ଏଜେଣ୍ଟଙ୍କ ସହ ଭାରତ ସରକାର ଯୋଗାଯୋଗରେ ଅଛନ୍ତି । ପାକିସ୍ତାନରୁ କନସୁଲାର ସହାୟତା ମଧ୍ୟ ଅନୁରୋଧ କରାଯାଇଛି । ସରକାର ଏହାର ସମାଧାନ ଖୋଜିବାକୁ ଚେଷ୍ଟା କରୁଛନ୍ତି। ପାକିସ୍ତାନ ପକ୍ଷରୁ କନସୁଲାର ସହାୟତା ମାଗିଥିବା ଭାରତ କହିଛି ।

Leave a Reply

Your email address will not be published. Required fields are marked *