1 min read

ଓଡ଼ିଶାରେ ପ୍ରବଳ ବର୍ଷା ଓ ବଜ୍ରପାତ ଆଶଙ୍କା

ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା ଓ ବିଜୁଳି ଘଡ଼ଘଡ଼ି ସହ ୩୦ରୁ ୪୦ କିମି ବେଗରେ ଝଟକା ପବନ ବହିବାର ସମ୍ଭାବନାକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ବିଭାଗ। ମୌସୁମୀ ଋତୁରେ ବର୍ତ୍ତମାନ ୧୧ଟି ଲଘୁଚାପ ସୃଷ୍ଟି ହୋଇଥିବା ବେଳେ ଗତ ୨୪ ଘଣ୍ଟାରେ ରାଜ୍ୟର ସବୁ ଜିଲ୍ଲାରେ ସ୍ୱାଭାବିକ ବର୍ଷା ସହ ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ରେକର୍ଡ କରାଯାଇଛି। ଏହାସହ ଗୋଟିଏ ସ୍ଥାନରେ ଅତ୍ୟଧିକ ପ୍ରବଳ […]

1 min read

ସେମିକଣ୍ଡକ୍ଟର ଶିଳ୍ପରେ ଓଡ଼ିଶାକୁ ୨୩,୬୦୦ କୋଟିର ନିବେଶ ପ୍ରସ୍ତାବ

ନୂଆଦିଲ୍ଲୀ: ସେମିକଣ୍ଡକ୍ଟର ଶିଳ୍ପ କ୍ଷେତ୍ରରେ ଓଡ଼ିଶା ନିଜର ନିବେଶ ଆକର୍ଷଣ ଓ ଶିଳ୍ପ ବିକାଶ ଅଭିଯାନକୁ ଆହୁରି ତ୍ୱରାନ୍ୱିତ କରିଛି। ନୂଆଦିଲ୍ଲୀରେ ଆୟୋଜିତ ‘ସେମିକନ୍ ଇଣ୍ଡିଆ ୨୦୨୬’ରେ ଓଡ଼ିଶାକୁ ପ୍ରାୟ ୨୩,୬୦୦ କୋଟି ଟଙ୍କାର ନିବେଶ ପ୍ରସ୍ତାବ ମିଳିଛି। ଏହା ମାଧ୍ୟମରେ ପ୍ରାୟ ୬,୧୦୦ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ବିଭିନ୍ନ ବିଶ୍ୱସ୍ତରୀୟ ଓ ଦେଶୀୟ ସେମିକଣ୍ଡକ୍ଟର ଏବଂ ପ୍ରଯୁକ୍ତି କମ୍ପାନୀ ସହ ନିବେଶ ଓ ଶିଳ୍ପ […]

1 min read

ବିଧାନସଭା ଅଧିବେଶନ ୨୨ ତାରିଖରୁ

ଭୁବନେଶ୍ୱର: ସେପ୍ଟେମ୍ବର ୨୨ ତାରିଖରୁ ଆରମ୍ଭ ହେବ ବିଧାନସଭା ଅଧିବେଶନ। ଏହା ଅକ୍ଟୋବର ୩ ତାରିଖ ପର୍ଯ୍ୟନ୍ତ ଚାଲିବ। ବିଧାନସଭା ଚାଲୁଥିବା ସମୟରେ ଯାନବାହନ ଚଳାଚଳ ଓ ଜନସାଧାରଣଙ୍କ ନିରାପତ୍ତାକୁ ଦୃଷ୍ଟିରେ ରଖି ବିଧାନସଭା ସଂଲଗ୍ନ ରାସ୍ତାଗୁଡ଼ିକରେ କଟକଣା ଲଗାଇଛି କମିଶନରେଟ୍ ପୁଲିସ। ପୁଲିସ କମିଶନରେଟ୍ ଅଧୀନରେ ଥିବା ଓଡ଼ିଶା ସହରାଞ୍ଚଳ ପୁଲିସ ଆଇନ, ୨୦୦୩ର ଧାରା ୨୮ (ଓଡ଼ିଶା ଆକ୍ଟ ୨୦୦୭ର ଧାରା ୮) ଏବଂ ପୁଲିସ କମିଶନରେଟ୍, ଭୁବନେଶ୍ୱର-କଟକ ଟ୍ରାଫିକ୍ ଆଣ୍ଡ ପବ୍ଲିକ୍ ଅର୍ଡର […]

1 min read

ଡାକ୍ତରଙ୍କ ପ୍ରେସକ୍ରିପସନ୍ ବିନା ମିଳିବନି କଫ୍ ସିରପ୍

ନୂଆଦିଲ୍ଲୀ: ନିଶା ପାଇଁ କଫ୍ ସିରପ୍‌ର ଦୁରୁପଯୋଗ ବଢ଼ୁଥିବା ଅଭିଯୋଗ ମଧ୍ୟରେ ଏହାର ବିକ୍ରୟ ଉପରେ ନିୟମ କଡ଼ାକଡ଼ି କରିବାକୁ ସରକାର ପଦକ୍ଷେପ ନେଇଛନ୍ତି। ଡାକ୍ତରଙ୍କ ପ୍ରେସକ୍ରିପସନ୍ ବିନା କଫ୍ ସିରପ୍‌ ଭଳି ପ୍ରେସକ୍ରିପସନ୍ ଔଷଧ ବିକ୍ରି ନହେବା ନିଶ୍ଚିତ କରିବାକୁ ଔଷଧ ନିୟମରେ ପରିବର୍ତ୍ତନ ଆଣିବାକୁ ପ୍ରସ୍ତାବ ରହିଛି। ସରକାରୀ ସୂତ୍ର ଅନୁଯାୟୀ, ବୟସ୍କଙ୍କ ପାଇଁ ପ୍ରସ୍ତୁତ କେତେକ କଫ୍ ସିରପ୍‌ ପିଲାମାନଙ୍କୁ ଦିଆଯାଉଥିବା ଘଟଣା ସାମ୍ନାକୁ ଆସିଛି। ଏଭଳି ବ୍ୟବହାରକୁ ରୋକିବା ସହ ଔଷଧର […]

1 min read

ଟ୍ରମ୍ପଙ୍କ ୧୦୦% ଶୁଳ୍କ ଚାପ ଆଗରେ ନଇଁବ ନାହିଁ ଭାରତ

ନୂଆଦିଲ୍ଲୀ: ରୁଷରୁ ତେଲ କ୍ରୟକୁ ନେଇ ଆମେରିକାର ଚାପ ମଧ୍ୟରେ ଭାରତ ନିଜର ଶକ୍ତି ସୁରକ୍ଷା ଏବଂ ଜାତୀୟ ସ୍ୱାର୍ଥକୁ ପ୍ରାଥମିକତା ଦେବ ବୋଲି ସ୍ପଷ୍ଟ କରିଛି। ରୁଷ ଓ ଇରାନ ଉପରେ ନୂତନ କଟକଣା ଲାଗୁ କରିବା ସମ୍ପର୍କିତ ଆମେରିକୀୟ କଂଗ୍ରେସର ପଦକ୍ଷେପ ଉପରେ ଭାରତ ନଜର ରଖିଛି। ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଆମେରିକୀୟ ଅଧିକାରୀଙ୍କ ସହ ଉଚ୍ଚସ୍ତରୀୟ ଆଲୋଚନା ମଧ୍ୟ ହୋଇଥିବା ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଭାରତ ସରକାର କହିଛନ୍ତି […]

1 min read

କାମରେ ଆସୁନି ବସ୍‌ଷ୍ଟାଣ୍ଡର ମାର୍କେଟ୍ କମ୍ପେ୍ଲକ୍ସ

ଖଣ୍ଡପଡ଼ା: ବହୁ ଆଡ଼ମ୍ବର ସହକାରେ ‘ଆମ ବସ୍‌ଷ୍ଟାଣ୍ଡ’ ଉଦ୍‌ଘାଟିତହୋଇଥିଲା। ସମ୍ପ୍ରତି ଏହାର ସ୍ଥିତି ବଦଳି ଯାଇଛି। ବସ୍‌ଷ୍ଟାଣ୍ଡର ଅନେକ ସ୍ଥାନରୁରଙ୍ଗ ଛାଡ଼ିଯାଇଥିବା ବେଳେ କାନ୍ଥରେ ଫାଟ ସୃଷ୍ଟି ହେଉଛି। କେବଳଏହାନୁହେଁ ବସ୍‌ଷ୍ଟାଣ୍ଡ୍ ପରିସରରେ ଥିବା ମାର୍କେଟ୍ କମ୍ପେ୍ଲକ୍ସ ଏଯାଏଁ ବ୍ୟବହାରହୋଇପାରିନାହିଁ। ରାଜ୍ୟ ପୁଲିସ ହାଉସିଂ ବୋର୍ଡ୍ ଦ୍ୱାରା ପ୍ରାୟ ୬ କୋଟିରୁଊର୍ଦ୍ଧ୍ୱ ଟଙ୍କା ବ୍ୟୟରେ ନିର୍ମିତ ବସ୍‌ଷ୍ଟାଣ୍ଡ୍‌ଟି ୨୦୨୪ ଫେବ୍ରୁଆରି ୧୫ରେଉଦ୍‌ଘାଟିତ ହୋଇଥିଲା। ପରିସର ମଧ୍ୟରେ ଅତ୍ୟାଧୁନିକ ଆଲୋକ ବ୍ୟବସ୍ଥାସାଙ୍ଗକୁ ଯାତ୍ରୀ ବିଶ୍ରାମଗାର, ଶୁଦ୍ଧ ପାନୀୟ ଜଳ […]

1 min read

ରାଜ୍ୟର ମେଡିକାଲ କଲେଜ: ରୋଗୀ ବଢୁଛନ୍ତି, ସେବା ବଢୁନି

ଯାଜପୁର: ଯାଜପୁର ଜିଲ୍ଲାବାସୀଙ୍କୁ ନିଜ ଜିଲ୍ଲାରେ ଉନ୍ନତ ଚିକିତ୍ସା ସେବା ଯୋଗାଇବା ଲକ୍ଷ୍ୟରେ ମହାରାଜା ଯଯାତିକେଶରୀ ମେଡିକାଲ କଲେଜ ଓ ହସ୍ପିଟାଲ ଆରମ୍ଭ ହୋଇଛି। ହେଲେ ଭିତ୍ତିଭୂମି ଓ ଶିକ୍ଷା ବ୍ୟବସ୍ଥା ଆଗକୁ ବଢ଼ିଥିଲେ ମଧ୍ୟ ହସ୍ପିଟାଲ ସେବା ଏଯାଏ ସମ୍ପୂର୍ଣ୍ଣ ଭାବେ ସ୍ୱାଭାବିକ ହୋଇପାରିନାହିଁ। ରୋଗୀଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଅନେକ ବିଭାଗରେ ଆବଶ୍ୟକ ଡାକ୍ତର, ଅଧ୍ୟାପକ ଓ ଅନ୍ୟ ମାନବସମ୍ବଳ ଅଭାବ ଚିକିତ୍ସା ସେବାକୁ ପ୍ରଭାବିତ କରୁଛି। ୫୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ଥିଲେ […]

1 min read

ପୁରୀରେ ଶୌଚାଳୟ ଅବ୍ୟବସ୍ଥା, ପର୍ଯ୍ୟଟକ ହନ୍ତସନ୍ତ

ପୁରୀ: ଅବ୍ୟବସ୍ଥା ଓ ପରିଚାଳନାଗତ ତ୍ରୁଟି ଯୋଗୁ ପୁରୀ ସହରର ଅଧିକାଂଶ ଶୌଚାଳୟ ଏବେ ଅଚଳ ଅବସ୍ଥାରେ ରହିଛି। ଫଳରେ ଶ୍ରୀଜଗନ୍ନାଥ ଧାମକୁ ଆସୁଥିବା ହଜାର ହଜାର ପର୍ଯ୍ୟଟକ ଓ ଶ୍ରଦ୍ଧାଳୁ ଅସୁବିଧାରେ ପଡ଼ୁଛନ୍ତି। ବଡ଼ଦାଣ୍ଡ, ଜଗନ୍ନାଥ ବଲ୍ଲଭ ପାର୍କିଂ ଓ ବେଳାଭୂମି ଅଞ୍ଚଳରେ ଥିବା ଅନେକ ଶୌଚାଳୟରେ ତାଲା ଝୁଲୁଥିବା ବେଳେ କେତେକ ସ୍ଥାନରେ ନିୟମିତ ସଫେଇ ହେଉନଥିବା ଅଭିଯୋଗ ହୋଇଛି। ବେଳାଭୂମି ଅଞ୍ଚଳରେ ପର୍ଯ୍ୟଟକଙ୍କ ସୁବିଧା ପାଇଁ ନିର୍ମିତ କିଛି ଶୌଚାଳୟ ମଧ୍ୟ ରକ୍ଷଣାବେକ୍ଷଣ […]

1 min read

ଦୁର୍ଗାପୂଜା ପୂର୍ବରୁ ୧୭ ବିଦ୍ରୋହୀ ଟିଏମ୍‌ସି ସାଂସଦବିଜେପିରେ ଯୋଗଦେବେ

କୋଲକାତା : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପରେ ମମତା ବାନାର୍ଜୀଙ୍କ ଟିଏମସି ବିରୋଧରେ ବିଦ୍ରୋହ ଘୋଷଣା କରିଥିବା ୨୦ ଜଣ ସାଂଦଙ୍କୁ ନେଇ ଆସିଛି ବଡ଼ ଖବର। ଏହି ବିଦ୍ରୋହୀ ସାଂସଦମାନେ ଲୋକସଭାର ମୌସୁମୀ ଅଧିବେଶନ ପୂର୍ବରୁ କମ ପରିଚିତ ନ୍ୟାଶନାଲିଷ୍ଟ ସିଟିଜେନ୍ସ ପାର୍ଟି ଅଫ ଇଣ୍ଡିଆ ବାଏନସିପିଆଇରେ ଯୋଗ ଦେଇଥିଲେ। ଏବେ ସେମାନଙ୍କ ମଧ୍ୟରୁ ୧୭ ଜଣ ଆଗାମୀ ଦୁର୍ଗାପୂଜା ପୂର୍ବରୁ କିମ୍ବା ପରେ ଏନସିପିଆଇ ଛାଡ଼ି ବିଜେପିରେ ବିଧିବଦ୍ଧ ଭାବେ ସାମିଲ ହେବେ। ବିଦ୍ରୋହୀ […]

1 min read

ରାଜଭାଷା ସମ୍ମିଳନୀ; ନିଜ ମାତୃଭାଷାକୁ ଭୁଲ ନାହିଁ : ଅମିତ ଶାହ

ମୁମ୍ବାଇ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍‌ ଶାହ ସୋମବାର ସାଂସ୍କୃତିକ ଜାତୀୟତାବାଦ ଓ ଭାରତୀୟ ଭାଷାର ପ୍ରୋତ୍ସାହନ ଉପରେ ଗୁରୁତ୍ବ ଦେଇଛନ୍ତି। ଶାହ କହିଛନ୍ତି, ସାଂସ୍କୃତିକ ଜାତୀୟତାବାଦର ଉଦ୍ଦେଶ୍ୟ ଭାରତର ସଂସ୍କୃତି ଓ ଇତିହାସ ନେଇ ସଚେତନତା ସୃଷ୍ଟି କରିବା। ଦେଶର ବିବିଧ ଭାଷାର ସ୍ବର ଭିନ୍ନ ହୋଇପାରେ, କିନ୍ତୁ ଜାତୀୟ ଭାବନା ଏକ ରହିବା ଉଚିତ। ଜଣେ ଶିଶୁ ନିଜ ଦେଶକୁ ତା’ର ମାତୃଭାଷା ଦ୍ବାରା ଚିହ୍ନିପାରେ ବୋଲି ଶାହ କହିବା ସହିତ ଭାରତୀୟ ଭାଷାର ପ୍ରୋତ୍ସାହନ ପାଇଁ ସମସ୍ତ […]