ପ୍ରମୁଖ ଖବର
କେନ୍ଦ୍ରାପଡ଼ାରେ ବନ୍ୟା ବିପର୍ଯ୍ୟୟ, ବଢ଼ୁଛି ଦୁର୍ଦ୍ଦଶା
କେନ୍ଦ୍ରାପଡ଼ା: ତାଜା ପ୍ରବଳ ବର୍ଷା ଯୋଗୁଁ କେନ୍ଦ୍ରାପଡ଼ାର ବିଭିନ୍ନ ନଦୀରେ ବନ୍ୟାଜଳ ଆହୁରି ବଢ଼ିଛି। ଗତ ଦୁଇ ସପ୍ତାହ ଧରି ବନ୍ୟାରେ ଜୁଝୁଥିବା ଲୋକଙ୍କ ଦୁର୍ଦ୍ଦଶାକୁ ନୂଆ ବର୍ଷା ଆହୁରି ବଢ଼ାଇ ଦେଇଛି। ପଟ୍ଟାମୁଣ୍ଡାଇ, ରାଜକନିକା, ଆଳି, ଡେରାବିଶ ଓ ରାଜନଗର ବ୍ଲକର ଅନେକ ନଦୀକୂଳିଆ ଗାଁରେ ଶତାଧିକ ପରିବାର ଜଳବନ୍ଦୀ ହୋଇ ରହିଛନ୍ତି। ଅନେକ ସ୍ଥାନରେ ଲୋକେ ଖାଦ୍ୟ, ପାନୀୟ ଜଳ ଓ ଔଷଧ ପାଇଁ ଅପେକ୍ଷା କରୁଥିବା ବେଳେ ବର୍ଷା ଯୋଗୁଁ ଉଦ୍ଧାର କାର୍ଯ୍ୟ […]
ରାଖି କେବେ ବାନ୍ଧିବେ? ୨୭ ନା ୨୮ ଅଗଷ୍ଟ, ଜାଣନ୍ତୁ ଶୁଭ ମୁହୂର୍ତ୍ତ
ଭୁବନେଶ୍ୱର: ଭାଇ-ଭଉଣୀଙ୍କ ପବିତ୍ର ସମ୍ପର୍କର ପର୍ବ ରକ୍ଷାବନ୍ଧନ। ଭଉଣୀ ଭାଇଙ୍କ ହାତରେ ରାଖୀ ବାନ୍ଧି ତାଙ୍କ ସୁଖ, ସମୃଦ୍ଧି ଓ ଦୀର୍ଘାୟୁ କାମନା କରୁଥିବା ବେଳେ ଭାଇ ମଧ୍ୟ ଭଉଣୀଙ୍କ ସୁରକ୍ଷା ପାଇଁ ପ୍ରତିଶ୍ରୁତି ଦେଇଥାନ୍ତି। ତେବେ ୨୦୨୬ରେ ପୂର୍ଣ୍ଣିମା ତିଥି ଦୁଇ ଦିନ ରହୁଥିବାରୁ ରକ୍ଷାବନ୍ଧନ କେଉଁ ଦିନ ପାଳନ ହେବ, ତାହାକୁ ନେଇ ଦ୍ୱନ୍ଦ୍ୱ ଦେଖାଦେଇଛି। ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ, ଚଳିତବର୍ଷ ଶ୍ରାବଣ ପୂର୍ଣ୍ଣିମା ଅଗଷ୍ଟ ୨୭ ତାରିଖ ସକାଳ ୯ଟା ୭ ମିନିଟରୁ […]
ଆସୁଛି ଆଉ ଏକ ଲଘୁଚାପ, ୨୨ରୁ ପୁଣି ପ୍ରବଳ ବର୍ଷା
ଭୁବନେଶ୍ୱର, ୧୯/୮: ଲଗାତାର ଲଘୁଚାପ ଯୋଗୁଁ ରାଜ୍ୟରେ ବର୍ଷା ଓ ବନ୍ୟା ସ୍ଥିତି ଜାରି ରହିଥିବା ବେଳେ ଆସୁଛି ଆଉ ଏକ ଲଘୁଚାପ। ଆସନ୍ତା ୨୨ରୁ ୨୩ ତାରିଖ ମଧ୍ୟରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା ଉପକୂଳରେ ଲଘୁଚାପ କ୍ଷେତ୍ର ଗଠନ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ୨୨ ତାରିଖରୁ ରାଜ୍ୟରେ ବର୍ଷାର ପରିମାଣ ପୁଣି ବଢ଼ିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ପାଣିପାଗ ବିଭାଗର ସୂଚନା ଅନୁସାରେ, ଉତ୍ତର […]
ବନ୍ଦେ ମାତରମ୍କୁ ନେଇ କଂଗ୍ରେସର ବଡ଼ ନିଷ୍ପତ୍ତି, ୧୯୩୭ ଆଭିମୁଖ୍ୟ ଦୋହରାଇଲା ଦଳ
ନୂଆଦିଲ୍ଲୀ, ୧୯ା୮: ‘ବନ୍ଦେ ମାତରମ୍’କୁ ନେଇ ରାଜନୈତିକ ବିତର୍କ ମଧ୍ୟରେ କଂଗ୍ରେସ କାର୍ଯ୍ୟକାରୀ କମିଟି (CWC) ବୈଠକରେ ଦଳର ଆଭିମୁଖ୍ୟ ସ୍ପଷ୍ଟ କରାଯାଇଛି। ବୁଧବାର ହୋଇଥିବା ବୈଠକରେ ଦଳ ୧୯୩୭ ମସିହାର ନିଷ୍ପତ୍ତିକୁ ଆଧାର କରି ଆଗାମୀ କାର୍ଯ୍ୟକ୍ରମଗୁଡ଼ିକରେ ‘ବନ୍ଦେ ମାତରମ୍’ର ପ୍ରଥମ ଦୁଇଟି ପଦ ଗାନ କରିବା ନେଇ ନିଷ୍ପତ୍ତି ନେଇଛି। ବୈଠକ ପରେ କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ କହିଛନ୍ତି ଯେ ୧୯୩୭ରେ ଏହି ପ୍ରସଙ୍ଗରେ କଂଗ୍ରେସ ପକ୍ଷରୁ ଏକ ସଂକଳ୍ପ ଗୃହୀତ […]
ଭୋପାଳ ବାର ଆସୋସିଏସନ୍ରେ ମହତାବଙ୍କୁ ସମ୍ବର୍ଦ୍ଧନା, ରାଜଭାଷା ନେଇ ଆଲୋଚନା
ଭୋପାଳ, ୧୯।୮: ଭୋପାଳ ବାର ଆସୋସିଏସନ୍ ପକ୍ଷରୁ ଭର୍ତ୍ତୃହରି ମହତାବଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଏହା ପରେ ବରିଷ୍ଠ ଆଇନଜୀବୀମାନଙ୍କ ସହ ସମସାମୟିକ ଆଇନଗତ ପ୍ରସଙ୍ଗ ଏବଂ ନ୍ୟାୟାଳୟଗୁଡ଼ିକରେ ରାଜଭାଷାର ଅଧିକ ବ୍ୟବହାର ନେଇ ଫଳପ୍ରସୂ ଆଲୋଚନା ହୋଇଥିବା ମହତାବ ସୋସିଆଲ ମିଡିଆରେ ଜଣାଇଛନ୍ତି। ଭାଷା ଓ ସଂଳାପ ମାଧ୍ୟମରେ ନ୍ୟାୟ ବ୍ୟବସ୍ଥାକୁ ଅଧିକ ସହଜ ଓ ସମାବେଶୀ କରିବାର ଆବଶ୍ୟକତା ଉପରେ ମଧ୍ୟ ଆଲୋଚନା ହୋଇଛି। ଆଇନ ବ୍ୟବସ୍ଥାକୁ ସାଧାରଣ ଲୋକଙ୍କ ପାଇଁ ଅଧିକ ବୋଧଗମ୍ୟ କରିବାରେ […]
ହାସିନା ପ୍ରସଙ୍ଗରେ ଅଟକିଲା ତାରେକଙ୍କ ଭାରତ ଗସ୍ତ!
ନୂଆଦିଲ୍ଲୀ, ୧୯/୮: ବାଂଲାଦେଶ ପ୍ରଧାନମନ୍ତ୍ରୀ ତାରେକ ରହମାନଙ୍କ ପ୍ରସ୍ତାବିତ ଭାରତ ଗସ୍ତକୁ ନେଇ ଅନିଶ୍ଚିତତା ଜାରି ରହିଛି। ଭାରତରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ପ୍ରତ୍ୟର୍ପଣ ପ୍ରସଙ୍ଗ ଏବେ ଏହି ଗସ୍ତରେ ପ୍ରମୁଖ ବାଧା ଭାବେ ଉଭା ହୋଇଛି। ବାଂଲାଦେଶ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ତାରେକଙ୍କ ଭାରତ ଗସ୍ତ ପାଇଁ ଏକ ଅନୁକୂଳ କୂଟନୈତିକ ପରିବେଶ ଆବଶ୍ୟକ। ଏହା ସହ ଶେଖ ହାସିନାଙ୍କ ସମେତ ଅନ୍ୟ କେତେକ ଅଭିଯୁକ୍ତଙ୍କୁ ବାଂଲାଦେଶକୁ ଫେରାଇବା ପ୍ରସଙ୍ଗରେ […]
ଶାରଳା ପୁରସ୍କାର ପାଇବେ କବି ଆଶୁତୋଷ ପରିଡ଼ା
ଭୁବନେଶ୍ୱର, ୧୯/୮: ଓଡ଼ିଆ ସାହିତ୍ୟ ଜଗତରେ ଖୁସିର ଖବର। ବିଶିଷ୍ଟ କବି ଓ ସାହିତ୍ୟିକ ଆଶୁତୋଷ ପରିଡ଼ାଙ୍କୁ ଚଳିତ ବର୍ଷର ପ୍ରତିଷ୍ଠିତ ଶାରଳା ପୁରସ୍କାର ପ୍ରଦାନ କରାଯିବ। ତାଙ୍କ କବିତା ସଂକଳନ ‘ଅପ୍ରସ୍ତୁତ ମୃତ୍ୟୁ’ ପାଇଁ ଏହି ସମ୍ମାନ ପାଇଁ ତାଙ୍କୁ ଚୟନ କରାଯାଇଛି। ୧୯୪୬ ମସିହାରେ କେନ୍ଦ୍ରାପଡ଼ା ଜିଲ୍ଲାରେ ଜନ୍ମିତ ଆଶୁତୋଷ ପରିଡ଼ା ଓଡ଼ିଆ କବିତା କ୍ଷେତ୍ରରେ ନିଜସ୍ୱ ସ୍ୱର ଓ ଚିନ୍ତନଶୀଳ ରଚନା ପାଇଁ ପରିଚିତ। ସାହିତ୍ୟ ସହିତ ବିଜ୍ଞାନ କ୍ଷେତ୍ରରେ ମଧ୍ୟ ତାଙ୍କର […]
କିଡ୍ନି ଷ୍ଟୋନ୍ ହେଲେ ପୁରୁଷଙ୍କଠାରେ ଦେଖାଯାଏ ଏହି ଲକ୍ଷଣ, କେବେ ଯିବେ ଡାକ୍ତରଙ୍କ ପାଖକୁ?
ନୂଆଦିଲ୍ଲୀ: କିଡନୀ ଷ୍ଟୋନ୍ ବା ବୃକ୍କ ପଥର ସମସ୍ୟା ପୁରୁଷଙ୍କଠାରେ ବିଭିନ୍ନ ଲକ୍ଷଣ ସୃଷ୍ଟି କରିପାରେ। ପଥରର ଆକାର, ଏହା କେଉଁଠି ଅଟକିଛି ଏବଂ ପରିସ୍ରା ଚଳାଚଳରେ କେତେ ମାତ୍ରାରେ ବାଧା ସୃଷ୍ଟି ହେଉଛି, ତାହା ଅନୁସାରେ ଲକ୍ଷଣର ତୀବ୍ରତା ଭିନ୍ନ ହୋଇଥାଏ। ସାଧାରଣତଃ କିଡନୀରୁ ପଥର ୟୁରେଟର୍କୁ ଖସିବା କିମ୍ବା ପରିସ୍ରା ପ୍ରବାହରେ ବାଧା ଦେବା ସମୟରେ ଲକ୍ଷଣ ସ୍ପଷ୍ଟ ହୋଇଥାଏ। ହଠାତ୍ ତଳ ପିଠି କିମ୍ବା ପାର୍ଶ୍ୱରେ ଯନ୍ତ୍ରଣା କିଡନୀ ଷ୍ଟୋନ୍ର ଏକ ପ୍ରମୁଖ […]
ବିଶ୍ୱ ନଡ଼ିଆ ଉତ୍ପାଦନରେ ଭାରତ ନମ୍ବର-୧, ତାମିଲନାଡୁ ଆଗରେ
ନୂଆଦିଲ୍ଲୀ: ବିଶ୍ୱ ନଡ଼ିଆ ଉତ୍ପାଦନରେ ଭାରତ ଶୀର୍ଷ ସ୍ଥାନରେ ରହିଛି। ବିଶ୍ୱ ଉତ୍ପାଦନରେ ଭାରତର ଅଂଶ ୩୧.୨୪ ପ୍ରତିଶତ ଥିବା ବେଳେ, ନଡ଼ିଆ ଚାଷ ହେଉଥିବା ଅଞ୍ଚଳ ଦୃଷ୍ଟିରୁ ଭାରତ ୧୭.୯୦ ପ୍ରତିଶତ ଅଂଶୀଦାରିତା ସହ ତୃତୀୟ ସ୍ଥାନରେ ରହିଛି। ମଙ୍ଗଳବାର ଜାରି ହୋଇଥିବା ଏକ ସରକାରୀ ଫ୍ୟାକ୍ଟସିଟ୍ରେ ଏହି ସୂଚନା ଦିଆଯାଇଛି। ୨୦୨୪-୨୫ରେ ଭାରତ ୨.୧୯ ନିୟୁତ ହେକ୍ଟର ଜମିରୁ ୨୦,୩୦୧ ନିୟୁତରୁ ଅଧିକ ନଡ଼ିଆ ଉତ୍ପାଦନ କରିଛି। ଏହି ସମୟରେ ହାରାହାରି ଉତ୍ପାଦକତା ହେକ୍ଟର […]
ଫାଶୀ ବ୍ୟବସ୍ଥା ରହିବ: ସୁପ୍ରିମକୋର୍ଟରେ ଖାରଜ ହେଲା ଆବେଦନ
ନୂଆଦିଲ୍ଲୀ: ମୃତ୍ୟୁଦଣ୍ଡ କାର୍ଯ୍ୟକାରୀ କରିବାରେ ବର୍ତ୍ତମାନର ଫାଶୀ ବ୍ୟବସ୍ଥାକୁ ଉଚ୍ଛେଦ କରିବା ଦାବିରେ ହୋଇଥିବା ଆବେଦନକୁ ମଙ୍ଗଳବାର ସୁପ୍ରିମକୋର୍ଟ ଖାରଜ କରିଛନ୍ତି। ଜଷ୍ଟିସ୍ ବିକ୍ରମ ନାଥ ଓ ଜଷ୍ଟିସ୍ ସନ୍ଦୀପ ମେହତାଙ୍କ ଖଣ୍ଡପୀଠ ଫାଶୀକୁ ବର୍ତ୍ତମାନ ପାଇଁ ଅସାମ୍ବିଧାନିକ ଘୋଷଣା କରିବାକୁ ଯଥେଷ୍ଟ ଆଧାର ନଥିବା କହିଛନ୍ତି। ତେବେ ଭବିଷ୍ୟତରେ ନୂଆ ବୈଜ୍ଞାନିକ, ଚିକିତ୍ସାବିଜ୍ଞାନ ସମ୍ବନ୍ଧୀୟ କିମ୍ବା ଅନୁଭୂତିଭିତ୍ତିକ ପ୍ରମାଣ ସାମ୍ନାକୁ ଆସିଲେ ଏହି ପ୍ରସଙ୍ଗର ପୁନଃବିଚାରର ରାସ୍ତା ଖୋଲା ରହିବ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି। […]
