ଶିକ୍ଷା ଓ ନିଯୁକ୍ତି
ବିଦ୍ୟାଳୟ ମଧ୍ୟାହ୍ନ ଭୋଜନ ସଙ୍କଟରେ; ଅଣ୍ଡା ଠାରୁ ପନିପରିବା ସବୁ ଆକାଶ ଛୁଆଁ
ଅସ୍ତରଙ୍ଗ, ୨୦/୦୭: ଥାଳିରେ ଭାତ, ଡାଲି ଆଉ ସାଙ୍ଗରେ ଗୋଟେ ଅଣ୍ଡା କି ପୋଷଣ ଲଡୁ। ରାଜ୍ୟ ସରକାରଙ୍କ ଏହି “ପୋଷଣ” ସ୍ୱପ୍ନ ଏବେ ବଜାର ଦର ଆଗରେ ମଳିନ ପଡୁଛି। ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକରେ ମଧ୍ୟାହ୍ନ ଭୋଜନ ଯୋଜନା ଏବେ ବଡ ସଙ୍କଟ ଦେଇ ଗତି କରୁଛି। ଅସ୍ତରଙ୍ଗ ମଣ୍ଡଳ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ଅଧୀନରେ ମୋଟ ୧୩ ସାଧନ କେନ୍ଦ୍ର ରହିଛି। ଏଥିରେ ୧୩୧ଟି ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସହ […]
Truecaller ଭଳି ଆପ୍ସ ଉପରେ କଡ଼ା ଆକ୍ସନ
ନୂଆଦିଲ୍ଲୀ, ଜୁଲାଇ ୧୨(ଉଦୟ): ଟେଲିକମ୍ ରେଗୁଲେଟରୀ ଅଥରିଟି ଅଫ୍ ଇଣ୍ଡିଆ (TRAI) ଏବେ Truecaller ଭଳି କଲ୍ ମ୍ୟାନେଜମେଣ୍ଟ ଆପ୍ସଗୁଡ଼ିକ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରସ୍ତୁତ ହେଉଛି। ଏଥିପାଇଁ TRAI ଆଇଟି (IT) ମନ୍ତ୍ରଣାଳୟଠାରୁ ଅନୁମତି ମାଗିଛି। ନିକଟରେ ଉପଭୋକ୍ତାମାନଙ୍କୁ ହଇରାଣ କରୁଥିବା ଫ୍ରଡ୍ ଏବଂ ସ୍ପାମ୍ କଲ୍ ଉପରେ ରୋକ୍ ଲଗାଇବା ପାଇଁ ରେଗୁଲେଟର ଏକ ଡ୍ରାଫ୍ଟ ନିୟମାବଳୀ ଜାରି କରିଥିଲେ, ଯେଉଁଥିରେ ଏହି କଲ୍ ମ୍ୟାନେଜମେଣ୍ଟ ଆପ୍ସଗୁଡ଼ିକୁ ନିୟନ୍ତ୍ରଣ କରିବା ପାଇଁ […]
BSNL ଆଣିଲା ନୂଆ ସାଟେଲାଇଟ୍ ଫୋନ୍, ଦାମ୍ ଶୁଣିଲେ ଉଡ଼ିଯିବ ହୋସ୍
ନୂଆଦିଲ୍ଲୀ : ସରକାରୀ ଟେଲିକମ୍ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ୍ (BSNL) ଭାରତୀୟ ବଜାରରେ ଏକ ନୂଆ ସାଟେଲାଇଟ୍ ଫୋନ୍ ଲଞ୍ଚ କରିଛି। ଏହି ଫୋନ୍ଟି ବିଶେଷ କରି ବ୍ୟବସାୟିକ ତଥା ଜରୁରୀକାଳୀନ ପରିସ୍ଥିତିରେ ବ୍ୟବହାର କରିବା ପାଇଁ ପ୍ରସ୍ତୁତ କରାଯାଇଛି। ତେବେ ଦୂରସଞ୍ଚାର ବିଭାଗ (DoT) ର ନିୟମ ଅନୁଯାୟୀ, କୌଣସି ବି ବ୍ୟକ୍ତି ବା ସଂସ୍ଥା ବିନା ଅନୁମତିରେ ଏହି ସାଟେଲାଇଟ୍ ଫୋନ୍ ବ୍ୟବହାର କରିପାରିବେ ନାହିଁ। ଆବଶ୍ୟକୀୟ ସରକାରୀ ଅନୁମତି ମିଳିବା […]
ସାବଧାନ! ସୁସ୍ଥ ଲୋକଙ୍କ ପାଇଁ କ୍ୟାନ୍ସର ଚିହ୍ନଟ ବ୍ଲଡ୍ ଟେଷ୍ଟ ଜରୁରୀ
ମୁମ୍ବାଇ, ୧୧ା୭: ଆଜିକାଲି ବଦଳୁଥିବା ଜୀବନଶୈଳୀ ମଧ୍ୟରେ କ୍ୟାନ୍ସର (କର୍କଟ ରୋଗ)ର ପ୍ରାରମ୍ଭିକ ଚିହ୍ନଟକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ନିକଟରେ ଦୁବାଇର ଏକ ପ୍ରସିଦ୍ଧ ‘ଲଞ୍ଜେଭିଟି କ୍ଲିନିକ୍’ (Longevity Clinic) ସାଧାରଣ ଲୋକଙ୍କୁ ସେମାନଙ୍କର ବାର୍ଷିକ ସ୍ୱାସ୍ଥ୍ୟ ପରୀକ୍ଷାରେ କ୍ୟାନ୍ସର ଚିହ୍ନଟ କରୁଥିବା କିଛି ବିଶେଷ ବ୍ଲଡ୍ ଟେଷ୍ଟ ବା ‘ଟ୍ୟୁମର୍ ମାର୍କର ଟେଷ୍ଟ’ (Tumour Marker Tests) ସାମିଲ କରିବାକୁ ପରାମର୍ଶ ଦେଇଛି। ଏହି ଟେଷ୍ଟଗୁଡ଼ିକ ମଧ୍ୟରେ CEA, CA-125, AFP, CA 19-9 […]
ବ୍ୟାଙ୍ଗକ୍: ଥାଇଲ୍ୟାଣ୍ଡର ପାଲିଓଣ୍ଟୋଲୋଜିଷ୍ଟ (ଜୀବାଶ୍ମ ବିଜ୍ଞାନୀ)ମାନେ ଦେଶର ଉତ୍ତର-ପୂର୍ବରେ ଅବସ୍ଥିତ କାଲାସିନ୍ ପ୍ରଦେଶରୁ ଡାଇନୋସରର ଏକ ସମ୍ପୂର୍ଣ୍ଣ ନୂଆ ପ୍ରଜାତି ଆବିଷ୍କାର କରିଛନ୍ତି। ଶାକାହାରୀ ଶ୍ରେଣୀର ଏହି ବିଶାଳକାୟ ଡାଇନୋସରର ନାମ ‘ଉରାଗାସରସ୍ କାଲାସିନେନସିସ୍’ (Uragasaurus kalasinensis) ରଖାଯାଇଛି। ବୈଜ୍ଞାନିକମାନଙ୍କ ଅନୁମାନ ଅନୁଯାୟୀ, ଏହି ପ୍ରଜାତି ପ୍ରାୟ ୧୫ କୋଟି (୧୫୦ ମିଲିୟନ) ବର୍ଷ ପୂର୍ବେ ପୃଥିବୀରେ ବାସ କରୁଥିଲେ। କ୍ରିକେଟ୍ ପିଚ୍ ଭଳି ଲମ୍ବା ବେକ: ଏହି ନୂଆ ପ୍ରଜାତିର ଡାଇନୋସରର ବେକ ଅସାଧାରଣ ଭାବେ […]
IT କର୍ମଚାରୀଙ୍କ ପାଇଁ ବଡ଼ ବିପଦ!
ଭୁବନେଶ୍ୱର, ୧୦୲୭(ଉଦୟ): କୃତ୍ରିମ ବୁଦ୍ଧିମତା ବା AI ଏବେ ସଫ୍ଟୱେୟାର ଶିଳ୍ପର ଚିତ୍ରକୁ ଦ୍ରୁତ ଗତିରେ ବଦଳାଉଛି। ଯେଉଁ କାମ ପୂର୍ବରୁ ୫ରୁ ୧୦ ଜଣ ଇଞ୍ଜିନିୟର ମିଶି କରୁଥିଲେ, ସେହି କାମ ଏବେ AI ଟୁଲ୍ର ସାହାଯ୍ୟରେ ଅଳ୍ପ ସମୟରେ ସମ୍ପୂର୍ଣ୍ଣ ହେଉଛି। ଫଳରେ ଅନେକ IT କର୍ମଚାରୀଙ୍କ ମନରେ ଚାକିରି ସୁରକ୍ଷାକୁ ନେଇ ଚିନ୍ତା ବଢ଼ୁଛି। ବଡ଼ ବଡ଼ ସଫ୍ଟୱେୟାର କମ୍ପାନୀମାନେ କୋଡ୍ ଲେଖିବା, ଟେଷ୍ଟିଂ, ଡକ୍ୟୁମେଣ୍ଟେସନ୍ ଏବଂ କଷ୍ଟମର ସପୋର୍ଟ ପାଇଁ AI […]
