ବଙ୍ଗୋପସାଗରରେ ଅବପାତ, ‘ଅର୍ଣ୍ଣବ’ ନେଇ ଚର୍ଚ୍ଚା
ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ଅବପାତ ଏବେ ଆହୁରି ଘନୀଭୂତ ହେବାରେ ଲାଗିଛି। ଭାରତୀୟ ପାଣିପାଗ ବିଭାଗ (IMD)ର ସୂଚନା ଅନୁସାରେ, ଏହି ଅବପାତ ଆଗାମୀ ସମୟରେ ଗଭୀର ଅବପାତରେ ପରିଣତ ହୋଇ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରିବ। ସେପ୍ଟେମ୍ବର ୨୨ ସୁଦ୍ଧା ଏହା ପଶ୍ଚିମ-କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ରହିଥିବା ବେଳେ ଓଡ଼ିଶାର ଗୋପାଳପୁର ଓ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ମଧ୍ୟବର୍ତ୍ତୀ ଉପକୂଳ ଆଡ଼କୁ ଅଗ୍ରସର ହେଉଛି। IMDର ପୂର୍ବାନୁମାନ ଅନୁସାରେ, ଏହି ପାଣିପାଗ ପ୍ରଣାଳୀ ସେପ୍ଟେମ୍ବର […]
ଅଗରକରଙ୍କ ଭବିଷ୍ୟତକୁ ନେଇ ଚର୍ଚ୍ଚା, ବିସିସିଆଇରେ ନୂଆ ମୁଖ୍ୟ ଚୟନ ନେଇ ଆଲୋଚନା
ନୂଆଦିଲ୍ଲୀ: ଅଜିତ ଅଗରକର ଏବଂ ଭିଭିଏସ୍ ଲକ୍ଷ୍ମଣଙ୍କ ମଧ୍ୟରେ ଦେଖାଦେଇଥିବା ବିବାଦ ଏବେ ଚର୍ଚ୍ଚାରେ ରହିଛି। ଜଣେ ଭାରତୀୟ ପୁରୁଷ ଦଳର ମୁଖ୍ୟ ଚୟନକର୍ତ୍ତା ଭାବେ ଦାୟିତ୍ୱ ତୁଲାଉଥିବା ବେଳେ, ଅନ୍ୟଜଣ ବିସିସିଆଇ ସେଣ୍ଟର ଅଫ୍ ଏକ୍ସିଲେନ୍ସର ମୁଖ୍ୟ ଭାବେ କାର୍ଯ୍ୟ କରୁଛନ୍ତି। ଆହତ ଖେଳାଳିଙ୍କ ପରିଚାଳନା ଏବଂ ଭାରତ ‘ଏ’ ଦଳର ମ୍ୟାଚ୍ ସୂଚୀକୁ ନେଇ ଦୁହିଁଙ୍କ ମଧ୍ୟରେ ମତଭେଦ ଥିବା ନେଇ ଏକ ରିପୋର୍ଟରେ ଦାବି କରାଯାଇଛି। ୨୦୨୩ ଜୁଲାଇରେ ମୁଖ୍ୟ ଚୟନକର୍ତ୍ତା ହୋଇଥିବା […]
ଏଣିକି LPG ସିଲିଣ୍ଡର ପାଇଁ e-KYC ବାଧ୍ୟତାମୂଳକ
ନୂଆଦିଲ୍ଲୀ: ଘରୋଇ ରନ୍ଧନ ଗ୍ୟାସ୍ (LPG) ସିଲିଣ୍ଡର ଯୋଗାଣ ନିୟମରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଅକ୍ଟୋବର ୧ରୁ ସବସିଡି ବା ରିଆତି ମୂଲ୍ୟରେ ଘରୋଇ LPG ସିଲିଣ୍ଡର ପାଇବା ପାଇଁ ବାୟୋମେଟ୍ରିକ୍ ଆଧାର ପ୍ରମାଣୀକରଣ କିମ୍ବା e-KYC ବାଧ୍ୟତାମୂଳକ ହେବ। ନୂଆ ନିୟମ ଅନୁଯାୟୀ, ଯେଉଁ ଗ୍ରାହକ e-KYC ପ୍ରକ୍ରିୟା ସମ୍ପୂର୍ଣ୍ଣ କରିନାହାନ୍ତି କିମ୍ବା ଏହା କରିବାକୁ ଇଚ୍ଛୁକ ନୁହନ୍ତି, ସେମାନଙ୍କୁ ଆଉ ୧୪.୨ କିଲୋଗ୍ରାମର ସବସିଡିଯୁକ୍ତ ସିଲିଣ୍ଡର ମିଳିବ ନାହିଁ। ଏଭଳି ଗ୍ରାହକଙ୍କୁ ବଜାର […]
୮ମ ବେତନ ଆୟୋଗ: ଏରିୟରକୁ ନେଇ ବଢ଼ିଲା ଆଶା, ଜାଣନ୍ତୁ କେତେ ହୋଇପାରେ ରାଶି
ନୂଆଦିଲ୍ଲୀ, ୨୨/୯: ୮ମ କେନ୍ଦ୍ରୀୟ ବେତନ ଆୟୋଗକୁ ନେଇ କେନ୍ଦ୍ରୀୟ କର୍ମଚାରୀଙ୍କ ଅପେକ୍ଷା ଜାରି ରହିଛି। ଆୟୋଗ ବିଭିନ୍ନ କର୍ମଚାରୀ ସଂଗଠନ ଓ ଅନ୍ୟ ପକ୍ଷଙ୍କ ମତାମତ ନେଉଛି। ସରକାରୀ ସୂଚନା ଅନୁଯାୟୀ, ଆୟୋଗକୁ ରିପୋର୍ଟ ଦେବା ପାଇଁ ୧୮ ମାସର ସମୟ ଦିଆଯାଇଛି। ଆୟୋଗ ଚଳିତ ବର୍ଷ ଜୟପୁର, ପୁଡୁଚେରୀ ଓ ଚଣ୍ଡିଗଡ଼ ସମେତ ବିଭିନ୍ନ ସ୍ଥାନରେ ଆଲୋଚନା ଓ ବୈଠକ କରିଛି। ଆୟୋଗର ଅଧିକାରିକ ୱେବସାଇଟ୍ ଅନୁଯାୟୀ, ଆସନ୍ତା ୭ ଓ ୮ ଅକ୍ଟୋବର […]
କାଠ ପୋଲ ଭରସାରେ ଗ୍ରାମବାସୀ, ୭ ବର୍ଷ ହେଲାଣି ସ୍ଥାୟୀ ବ୍ରିଜ୍ ଅପେକ୍ଷା
ଫୁଲବାଣୀ: ରାଜ୍ୟ ସରକାରଙ୍କ ଗାଁ ବିକାଶର ନାରା କନ୍ଧମାଳ ଜିଲ୍ଲାର ଦୁର୍ଗମ ଅଞ୍ଚଳରେ କେତେଦୂର ବାସ୍ତବ ରୂପ ନେଇଛି, ରାଇକଲା ପଞ୍ଚାୟତର ବିଅରପାଙ୍ଗା ଗ୍ରାମର ଚିତ୍ର ଦେଖିଲେ ତାହା ସ୍ପଷ୍ଟ ହେଉଛି। ଆଜି ବି ନାଳ ଉପରେ କାଠ ପକାଇ ତିଆରି ହୋଇଥିବା ବିପଦସଙ୍କୁଳ ଅସ୍ଥାୟୀ ପୋଲ ଦେଇ ଲୋକଙ୍କୁ ଯାତାୟାତ କରିବାକୁ ପଡ଼ୁଛି। ୨୦୧୮ ମସିହାରେ ହୋଇଥିବା ତିତ୍ଲି ବାତ୍ୟାରେ ଗ୍ରାମର ପୁରୁଣା ବ୍ରିଜ୍ ଭାଙ୍ଗିଯାଇଥିଲା। ଏହା ପରେ ପ୍ରାୟ ୭ ବର୍ଷ ବିତିଯାଇଥିଲେ ମଧ୍ୟ […]
ଜରାଜୀର୍ଣ୍ଣ ଅବସ୍ଥାରେ ଦୁଗ୍ଧ ପ୍ରକ୍ରିୟାକରଣ କେନ୍ଦ୍ର
ଦୁଗ୍ଧ ସଂଗ୍ରହ ୫ ହଜାର ଲିଟରରୁ ୫୦୦ ଲିଟରକୁ ଖସିଲା ପାରଳାଖେମୁଣ୍ଡି: ସକାଳ ପାଇଲେ ସଭିଙ୍କୁ ଦୁଗ୍ଧର ଆବଶ୍ୟକତା ପଡ଼େ। ତେଣୁ ଦୁଗ୍ଧର ଚାହିଦା ମେଣ୍ଟାଇବା ପାଇଁ ରାଜ୍ୟ ସରକାର ଦୁଗ୍ଧ ଉତ୍ପାଦନକୁ ଗୁରୁତ୍ୱ ଦେଇ ସାରା ରାଜ୍ୟରେ କାର୍ଯ୍ୟ କରୁଛି ଓମଫେଡ୍ କେନ୍ଦ୍ର। ଓମଫେଡ୍ ମାଧ୍ୟମରେ ଦୁଗ୍ଧ ଉତ୍ପାଦନ କରୁଥିବା ଚାଷୀଙ୍କଠାରୁ ଉଚିତ ମୂଲ୍ୟରେ ଦୁଗ୍ଧ ସଂଗ୍ରହ କରି ସୁଲଭ ମୂଲ୍ୟରେ ଲୋକଙ୍କ ନିକଟରେ ପହଞ୍ଚାଇବାର ବ୍ୟବସ୍ଥା ହୋଇଛି। ଏକଦା ଲୋକଙ୍କ ଏକ ନିର୍ଭରଶୀଳ ସଂସ୍ଥା […]
ଭଙ୍ଗା ଛାତ ତଳେ ପାଠପଢ଼ା; ବାଜିରେ ଲାଗିଛି ଛାତ୍ରଛାତ୍ରୀଙ୍କ ଜୀବନ
ପାଠ ପଢ଼ିବାକୁ ବାଜି ଲାଗିଛି ଜୀବନ। ମାସେ କି ଦୁଇ ମାସ ନୁହେଁ, ଦୁଇ ବର୍ଷ ଧରି ପିଲାମାନେ ଭଙ୍ଗାଦଦରା କୋଠାରେ ପାଠ ପଢ଼ୁଛନ୍ତି। ଗୋଟିଏ ଶ୍ରେଣୀରେ ଗୋଟିଏ ଘରେ ତିନୋଟି ଶ୍ରେଣୀର ପିଲାଙ୍କୁ ପାଠ ପଢ଼ାଯାଉଛି। ଫଳରେ ଶିକ୍ଷକମାନଙ୍କୁ ପାଠ ପଢ଼ାଇବାକୁ ନାନା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ପ୍ରଥମ ଶ୍ରେଣୀର ପିଲାଙ୍କୁ ପାଠ ପଢ଼ାଉଥିଲେ, ଅନ୍ୟ ଶ୍ରେଣୀର ପିଲାମାନେ ଚୁପ୍ ହୋଇ ବସି ରହୁଛନ୍ତି। କେତେବେଳେ ଛାତର ସ୍ଲାବ୍ ଖସୁଛି ତ ଆଉ କେତେବେଳେ […]
ଆଜିର ରାଶିଫଳ
ମେଷ ଆଜି କାର୍ଯ୍ୟକ୍ଷେତ୍ରରେ ନୂଆ ଦାୟିତ୍ୱ ମିଳିପାରେ। ଆପଣଙ୍କ ପ୍ରୟାସକୁ ପ୍ରଶଂସା ମିଳିବ। ଆର୍ଥିକ ଦିଗରେ ଅଟକିଥିବା କାମ ଆଗକୁ ବଢ଼ିବ। ପରିବାରରେ ଶାନ୍ତି ରହିବ। ବୃଷ ବ୍ୟବସାୟରେ ନୂଆ ସୁଯୋଗ ମିଳିପାରେ। ନିବେଶ ସମ୍ପର୍କିତ ନିଷ୍ପତ୍ତିରେ ତରବରି ନକରିବା ଭଲ। ପୁରୁଣା ବନ୍ଧୁଙ୍କ ସହ ଯୋଗାଯୋଗ ହୋଇପାରେ। ଘରୋଇ ପରିବେଶ ଖୁସିରେ ଭରିବ। ମିଥୁନ ଶିକ୍ଷା ଓ ଜ୍ଞାନାର୍ଜନ ପାଇଁ ଦିନଟି ଉପଯୁକ୍ତ। ନୂଆ କିଛି ଶିଖିବାର ସୁଯୋଗ ପାଇବେ। ଚାକିରି ଖୋଜୁଥିବା ବ୍ୟକ୍ତିଙ୍କୁ ଭଲ […]
ଅସ୍ତରଙ୍ଗରେ ଭିନ୍ନକ୍ଷମଙ୍କୁ ନେଇ ଛଳନା!
ଅସ୍ତରଙ୍ଗ: ସରକାର କହୁଛନ୍ତି ସମସ୍ତଙ୍କ ସାଥ, ସମସ୍ତଙ୍କ ବିକାଶ। ହେଲେ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକରେ ବାସ୍ତବ ଚିତ୍ର ଓଲଟା। ସୋମବାର ଅସ୍ତରଙ୍ଗ ବ୍ଲକ ପରିସରରେ ଅନୁଷ୍ଠିତ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ସାମୟିକ ଭାବେ ୧୧୧ ଜଣଙ୍କ ମୁହଁରେ ହସ ଫୁଟାଇଲା ସତ, ହେଲେ ଏହି ଶିବିର ବ୍ଲକ ପ୍ରଶାସନର ମୁଖା ଖୋଲି ଦେଇଛି। ଅସ୍ତରଙ୍ଗ ବ୍ଲକ ଅଧୀନ ୧୫ ଗୋଟି ପଞ୍ଚାୟତ ପାଇଁ ଆୟୋଜିତ ଏହି ଶିବିରରେ ମୋଟ ୧୧୧ ଜଣ ଭିନ୍ନକ୍ଷମ ଯୋଗ […]
ଯାଜପୁର ଜିଲ୍ଲାର ୭ଟି ବିଧାନସଭା ନିର୍ବାଚନମଣ୍ଡଳୀର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶିତ
ଯାଜପୁର (ପିପିଏସ ) ଗଣତନ୍ତ୍ରର ମହାପର୍ବରେ ପ୍ରତ୍ୟେକ ଭୋଟରଙ୍କ ଅଧିକାରକୁ ସୁନିଶ୍ଚିତ କରିବା ଦିଗରେ ଆଉ ଏକ ପଦକ୍ଷେପ ସ୍ୱରୂପ, ଯାଜପୁର ଜିଲ୍ଲାର ୭ଟି ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ. ଆଇ. ଆର )-୨୦୨୬ ପ୍ରକ୍ରିୟା ପରେ ଚୂଡ଼ାନ୍ତ ଭୋଟର ତାଲିକା ଆଜି ପ୍ରକାଶ ପାଇଛି। ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ ଅମ୍ବର କୁମାର କର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହି ଚୂଡ଼ାନ୍ତ ଭୋଟର […]
