ବର୍ଷାରେ ଶୋଚନୀୟ ଭୂତମୁଣ୍ଡା-ଇଟାପୁର ରାସ୍ତା, ଯାତାୟାତରେ ହନ୍ତସନ୍ତ ଲୋକେ
ବାଇକମାଳ: ବାଇକମାଳ ବ୍ଲକ କାଂସଡ଼ା ପଞ୍ଚାୟତ ଭୂତମୁଣ୍ଡା-ଇଟାପୁର (ଢେଙ୍କିମୁଣ୍ଡା) କଚ୍ଚା ରାସ୍ତା ବର୍ଷା ହେତୁ ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି। ଭୂତମୁଣ୍ଡା ଗାଁଠାରୁ ପ୍ରାୟ ୧ କିମି ଦୂରରେ ଏହି ରାସ୍ତା ଅବସ୍ଥିତ। ଗାଁରେ ଦୀର୍ଘଦିନ ଧରି ୬୦ରୁ ଊର୍ଦ୍ଧ୍ୱ ପରିବାର ବସବାସ କରୁଥିବାବେଳେ ପ୍ରାୟ ୪୦୦ ଜଣ ଲୋକ ରହୁଛନ୍ତି। ହେଲେ ଗାଁକୁ ଯିବା ପାଇଁ ଥିବା କଚ୍ଚା ରାସ୍ତାଟି ଦୀର୍ଘଦିନ ଧରି ଅବ୍ୟବସ୍ଥିତ ଅବସ୍ଥାରେ ପଡ଼ିରହିଛି। ବର୍ଷାଋତୁରେ ଏହି ରାସ୍ତାର ଅବସ୍ଥା ଆହୁରି ଶୋଚନୀୟ ହୋଇପଡ଼ୁଥିବା […]
ଗାଁ ବିକାଶରେ ଅଚଳାବସ୍ଥା, ଅନୁଦାନ ଅପେକ୍ଷାରେ ପଞ୍ଚାୟତ
ବାରିପଦା: ଗ୍ରାମାଞ୍ଚଳରେ ବିକାଶ ମୁହଁମାଡ଼ି ପଡ଼ିଛି। ଜଙ୍ଗଲ ଓ ପାହାଡ଼ ପାଖ ଗାଁର ଅବସ୍ଥା ଶୋଚନୀୟ। ପାହାଡ଼ ଚଢ଼ି ଲୋକେ ରାସନ ଓ ଭତ୍ତା ପାଇଁ ଯାଉଛନ୍ତି। ସରକାର ପରେ ସରକାର ବଦଳୁଛି, ହେଲେ ମୟୂରଭଞ୍ଜ ଜିଲ୍ଲାର ଗ୍ରାମାଞ୍ଚଳର ଚିତ୍ର ବିଶେଷ ବଦଳିନାହିଁ। ବାରିପଦା ବ୍ଲକର ବଡ଼ଜୋର ଏବଂ ଖୁଣ୍ଟା ବ୍ଲକର ଭୋଳାଗଡ଼ିଆ ପଞ୍ଚାୟତ ଚିତ୍ରରୁ ଏହା ସ୍ପଷ୍ଟ ହେଉଛି। ବଡ଼ଜୋର ପଞ୍ଚାୟତର ନିଜସ୍ୱ ଆୟ କିଛିନାହିଁ। ସରକାରୀ ଅନୁଦାନ ଉପରେ ହିଁ ପଞ୍ଚାୟତ ନିର୍ଭରଶୀଳ। ଅଢ଼େଇ […]
ଅସ୍ତରଙ୍ଗ ବଜାରରେ ବଡ଼ ଧରପକଡ଼, ମେଡିକାଲ ଷ୍ଟୋରରେ ଡ୍ରଗ୍ସ ବିଭାଗର ରେଡ୍
ଅସ୍ତରଙ୍ଗ: ‘ପ୍ରଜାତନ୍ତ୍ର’ରେ ଖବର ପ୍ରକାଶ ପରେ ଅସ୍ତରଙ୍ଗ ବଜାରରେ ହଠାତ୍ ଡ୍ରଗ୍ସ ବିଭାଗର ଫ୍ଲାଇଂ ସ୍କ୍ୱାଡ୍ର ଚଢ଼ାଉ। ବୁଧବାର ଅପରାହ୍ନରେ ଆଳସାହିରୁ ଅସ୍ତରଙ୍ଗ ମୁଖ୍ୟ ବଜାର ପର୍ଯ୍ୟନ୍ତ ପ୍ରାୟ ଦୁଇ ଘଣ୍ଟା ଧରି ବିଭିନ୍ନ ମେଡିକାଲ ଷ୍ଟୋରରେ ହୋଇଥିଲା ତନାଘନା ଯାଞ୍ଚ। ନକଲି କିମ୍ବା ନିମ୍ନମାନର ଔଷଧ ବିକ୍ରି ସନ୍ଦେହରେ କିଛି ଔଷଧର ନମୁନା ସଂଗ୍ରହ କରିଛି ତିନି ଜଣିଆ ଟିମ୍। ଚଢ଼ାଉର ନେତୃତ୍ୱ ନେଇଥିଲେ ଖୋର୍ଦ୍ଧା ଜୋନ୍ର ସହକାରୀ ଔଷଧ ନିୟନ୍ତ୍ରକ ଡ. ସୁଦର୍ଶନ ବିଶ୍ୱାଳ। […]
ଅସ୍ତରଙ୍ଗ ଥାଳିରେ ‘ବିଷ’! ନକଲି ପନିରଠୁ ନିମ୍ନମାନର ଖାଦ୍ୟ, ଚଢ଼ାଉକୁ ଅପେକ୍ଷା
ଅସ୍ତରଙ୍ଗ: ଅସ୍ତରଙ୍ଗ ବ୍ଲକ୍ରେ ଖାଦ୍ୟ ସୁରକ୍ଷାକୁ ନେଇ ଉଠିଛି ବଡ଼ ପ୍ରଶ୍ନ। ବଜାରରେ ନକଲି ପନିର, ମାନବିହୀନ ବୋତଲ ପାଣି ଓ ନିମ୍ନମାନର ଖାଦ୍ୟ ବିକ୍ରି ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିଥିବାବେଳେ, ଦୀର୍ଘଦିନ ହେଲା ଖାଦ୍ୟ ସୁରକ୍ଷା ବିଭାଗର ବଡ଼ଧରଣର ଯାଞ୍ଚ କିମ୍ବା ଚଢ଼ାଉ ହୋଇନଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ଅଭିଯୋଗ ଅନୁଯାୟୀ, ଅସ୍ତରଙ୍ଗ ମୁଖ୍ୟ ବଜାର ସମେତ ବିଭିନ୍ନ ଛକ ଓ ଗାଁ ଅଞ୍ଚଳରେ ନିମ୍ନମାନର ଖାଦ୍ୟ ସାମଗ୍ରୀ ବିକ୍ରି ହେଉଛି। ବଜାରରେ କିଲୋ […]
ତେଲ ଆମଦାନିରେ ଭାରତର ଆଭିମୁଖ୍ୟ ସ୍ପଷ୍ଟ, ରୁଷକୁ ନେଇ ବଡ଼ ବୟାନ
ନୂଆଦିଲ୍ଲୀ: ରୁଷରୁ ଅଶୋଧିତ ତେଲ କିଣିବା ନେଇ ଭାରତ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିଛି। ଅର୍ଥମନ୍ତ୍ରୀ ନିର୍ମଳାସୀତାରମଣ କହିଛନ୍ତି ଯେ ନିଜର ଆବଶ୍ୟକତା ଓ ଆର୍ଥିକ ସ୍ୱାର୍ଥକୁ ପ୍ରାଥମିକତା ଦିଆଯିବ। ଯେଉଁଠାରୁ ତେଲଉପଲବ୍ଧ ହେବ ଓ ଅର୍ଥନୈତିକ ଭାବେ ଉପଯୁକ୍ତ ମନେ ହେବ, ଭାରତ ସେଠାରୁ ତେଲ କିଣିବ। ସୀତାରମଣ କହିଛନ୍ତି,ଭାରତର ୧୪୦ କୋଟି ନାଗରିକଙ୍କ ଶକ୍ତି ଆବଶ୍ୟକତା ପୂରଣ ପାଇଁ ତେଲ ଯୋଗାଣର ଏକାଧିକ ଉତ୍ସ ରହିବାଜରୁରୀ। ରୁଷରୁ ତେଲ ଆମଦାନି ବନ୍ଦ କରି ଅନ୍ୟ ଦେଶରୁ ତୁରନ୍ତ […]
ଜାତିସଂଘରେ ପାକିସ୍ତାନ ବିରୋଧରେ ବର୍ଷିଲେ କାଶ୍ମୀରୀ ମହିଳା
ଜେନେଭା: ପାକିସ୍ତାନ-ଅଧିକୃତ କାଶ୍ମୀର (ପିଓକେ)ରେ ମାନବାଧିକାର ଓ ନାଗରିକ ଅଧିକାର ସ୍ଥିତିକୁ ନେଇ ଜାତିସଂଘ ମାନବାଧିକାର ପରିଷଦରେ ଆପତ୍ତି ଉଠାଇଛନ୍ତି ଜମ୍ମୁ-କାଶ୍ମୀରର ସାମାଜିକ କର୍ମୀ ତସଲିମା ଅଖତର। ଜେନେଭାରେ ଚାଲିଥିବା ଜାତିସଂଘ ମାନବାଧିକାର ପରିଷଦର ୬୩ତମ ଅଧିବେଶନରେ ସେ ପିଓକେରେ ଚାଲିଥିବା ପ୍ରତିବାଦ ଓ ଏହା ବିରୋଧରେ ସୁରକ୍ଷା ବାହିନୀର ପ୍ରତିକ୍ରିୟା ନେଇ ଚିନ୍ତା ପ୍ରକଟ କରିଥିଲେ। ଅଖତର କହିଥିଲେ ଯେ, ପିଓକେରେ ନାଗରିକମାନେ ମୌଳିକ ଅଧିକାର ଓ ନାଗରିକ ସୁବିଧା ଦାବି କରି ଆନ୍ଦୋଳନ କରୁଛନ୍ତି। […]
ସେପ୍ଟେମ୍ବର ୩୦ ସୁଦ୍ଧା ପ୍ରକାଶ ପାଇବ ନିଟ୍ ପିଜି ପରୀକ୍ଷା ଫଳ
ନୂଆଦିଲ୍ଲୀ: ନ୍ୟାସନାଲ ବୋର୍ଡ଼ ଅଫ୍ ମେଡିକାଲ ସାଇନ୍ସେସ୍ (ଏନ୍ବିଇଏମ୍ଏସ୍) ଦ୍ବାରା କରାଯାଇଥିବା ନିଟ୍ ପିଜିପ୍ରବେଶିକା ପରୀକ୍ଷା ୨୦୨୬ ଫଳାଫଳ ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ଘୋଷଣା କରିପାରେ। ଏନ୍ବିଇଏମ୍ଏସ୍ଏପର୍ଯ୍ୟନ୍ତ ଉତ୍ତର ପ୍ରକାଶନ ନେଇ କୌଣସି ନିର୍ଦ୍ଦିଷ୍ଟ ତାରିଖ ଘୋଷଣା କରିନଥିବାବେଳେ ଖୁବ୍ ଶୀଘ୍ର ନ୍ୟାସନାଲପ୍ରବେଶିକା ପରୀକ୍ଷା ପ୍ରୋଭିଜନାଲ୍ ଉତ୍ତର କୀ ଓ ପ୍ରାର୍ଥୀଙ୍କ ଉତ୍ତର ପତ୍ର ପ୍ରକାଶ କରିବ ବୋଲି ଆଶା କରାଯାଉଛି।ପରୀକ୍ଷା ସ୍ୱଚ୍ଛତା ଉପରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପାଳନ କରି, ଚଳିତ ବର୍ଷ ବୋର୍ଡ ପ୍ରଥମ ଥର ପାଇଁ ଉତ୍ତର କୀ ଓରେକର୍ଡ ହୋଇଥିବା ଉତ୍ତର […]
ଅମ୍ବାନୀଙ୍କୁ ପଛରେ ପକାଇ ଆଦାନୀ ଭାରତର ଏକ ନମ୍ବର ଧନୀ
ନୂଆଦିଲ୍ଲୀ: ଭାରତର ସବୁଠୁ ଧନୀ ବ୍ୟକ୍ତିଙ୍କ ମୁକୁଟ ପୁଣି ଥରେ ଗୌତମ ଆଦାନୀଙ୍କ ମୁଣ୍ଡରେ। ଏମ୍୩ଏମ୍ ହୁରୁନ୍ ଭାରତୀୟ ଧନୀ ତାଲିକା-୨୦୨୬ ଅନୁସାରେ, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ମୁଖ୍ୟ ମୁକେଶ ଅମ୍ବାନୀଙ୍କୁ ପଛରେ ପକାଇ ଗୌତମ ଆଦାନୀ ଦେଶର ଏକ ନମ୍ବର ଧନୀ ହୋଇଛନ୍ତି। ଆଦାନୀ ପରିବାରର ମୋଟ ସମ୍ପତ୍ତି ୯.୨୩ ଲକ୍ଷ କୋଟି ଟଙ୍କା ବୋଲି ତାଲିକାରେ ଦର୍ଶାଯାଇଛି। ଗତବର୍ଷ ହୁରୁନ୍ ତାଲିକାରେ ୯.୫୫ ଲକ୍ଷ କୋଟି ଟଙ୍କାର ସମ୍ପତ୍ତି ସହ ମୁକେଶ ଅମ୍ବାନୀ ଓ ପରିବାର […]
ମହାକାଶରେ ଚୀନ୍ର ‘ଦିତିଙ୍ଗ’, ଶୁଣିବ ପୃଥିବୀର ରେଡିଓ ସିଗନାଲ
ବେଜିଂ: ମହାକାଶରେ ନିଜର ‘କାନ’ ନିୟୋଜିତ କରିଛି ଚୀନ୍। ଜିଉକ୍ୱାନ୍ ସାଟେଲାଇଟ୍ ଲଞ୍ଚ୍ ସେଣ୍ଟରରୁ ଲିଜିଆନ୍-୧ ୱାଇ-୧୮ ରକେଟ୍ ଜରିଆରେ ମୋଟ ୯ଟି ଉପଗ୍ରହ ଉତ୍କ୍ଷେପଣ କରାଯାଇଛି। ଏଥିରେ ‘ଦିତିଙ୍ଗ-୦୧’ର ତିନୋଟି ଉପଗ୍ରହ ରହିଛି। ଉପଗ୍ରହଗୁଡ଼ିକ ସଫଳତାର ସହ ନିର୍ଦ୍ଧାରିତ କକ୍ଷପଥରେ ପ୍ରବେଶ କରିଛନ୍ତି। ଚୀନ୍ର ପୌରାଣିକ କାହାଣୀର ଏକ ରହସ୍ୟମୟ ପ୍ରାଣୀ ‘ଦିତିଙ୍ଗ’ ନାମରେ ଏହି ଉପଗ୍ରହଗୁଡ଼ିକର ନାମକରଣ କରାଯାଇଛି। ପୌରାଣିକ ବର୍ଣ୍ଣନା ଅନୁସାରେ, ଦିତିଙ୍ଗ କେବଳ ଶବ୍ଦ ଶୁଣି ବସ୍ତୁ ଚିହ୍ନଟ କରିପାରୁଥିଲା। ସେହି […]
ଚୁଟି ଝଡ଼ୁଛି କି? ଜାଣନ୍ତୁ କ’ଣ କରିବେ
ଭୁବନେଶ୍ୱର: ଚୁଟି ଝଡ଼ିବା ଏକ ସାଧାରଣ ସମସ୍ୟା। ଚୁଟି ଝାଡ଼ିବା, ମୁଣ୍ଡ ଧୋଇବା କିମ୍ବା ଚିରୁଣି କରିବା ସମୟରେ କିଛି କେଶ ଝଡ଼ିବା ସ୍ୱାଭାବିକ। ବିଶେଷଜ୍ଞଙ୍କ ଅନୁସାରେ ଦିନକୁ ପ୍ରାୟ ୫୦ରୁ ୧୦୦ଟି କେଶ ଝଡ଼ିବା ସାଧାରଣ ଭାବେ ଦେଖାଯାଏ। କିନ୍ତୁ ହଠାତ୍ ଅଧିକ କେଶ ଝଡ଼ିବା, ମୁଣ୍ଡର କୌଣସି ସ୍ଥାନରୁ ଗୁଚ୍ଛ ଗୁଚ୍ଛ କେଶ ଉଠିଯିବା କିମ୍ବା କେଶ ପତଳା ହେବା ଦେଖାଦେଲେ ଏହାକୁ ଅଣଦେଖା କରିବା ଠିକ୍ ନୁହେଁ। ପ୍ରଥମେ ଜାଣନ୍ତୁ କାରଣ ଚୁଟି […]
