ରାଜନୀତି
ମୁଖ୍ୟମନ୍ତ୍ରୀଙ୍କ ଘୋଷଣା : ନୂଆଁଖାଇ ପାଇଁ ସେପ୍ଟେମ୍ବର ୯ ଛୁଟି
ଭୁବନେଶ୍ୱର,୨୯-୦୮-୨୪(ପିପିଏସ) : ନୂଆଁଖାଇ ଉପଲକ୍ଷେ ସେପ୍ଟେମ୍ବର ୯ ତାରିଖକୁ ଛୁଟି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେପ୍ଟେମ୍ବର ୮ ତାରିଖରେ ନୂଆଁଖାଇ ପର୍ବ ପଡ଼ୁଛି। ତେବେ ସେହିଦିନ ରବିବାର ପଡୁଛି। ରବିବାର ଛୁଟି ଦିବସ ହୋଇଥିବାରୁ ୯ ତାରିଖ ଅର୍ଥାତ୍ ସୋମବାରକୁ ଛୁଟି ଘୋଷଣା କରାଯାଇଛି। ସେହିଦିନ ରାଜ୍ୟର ସବୁ ସରକାରୀ କାର୍ଯ୍ୟାଳୟ, ମାଜିଷ୍ଟେରିଆଲ କୋର୍ଟ ଓ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ।
ଆସିଲା ‘ସୁଭଦ୍ରା’ ଯୋଜନାର ସଂଶୋଧିତ ଗାଇଡଲାଇନ୍ : ରାସନ୍ କାର୍ଡଧାରୀ ନଚେତ୍ ପରିବାରର ଆୟ ଅଢ଼େଇ ଲକ୍ଷ ଟଙ୍କାରୁ କମ୍ ଥିଲେ ମିଳିବ ସହାୟତା
ଭୁବନେଶ୍ୱର,୨୯-୦୮-୨୪(ପିପିଏସ) : ବିଜେପି ସରକାରଙ୍କ ମହତ୍ୱାକାଂକ୍ଷୀ ‘ସୁଭଦ୍ରା’ ଯୋଜନାର ସଂଶୋଧିତ ଗାଇଡଲାଇନ୍ ଆଜି ଜାରି ହୋଇଛି । ରାସନକାର୍ଡଧାରୀ ପରିବାର ସଦସ୍ୟ (ଉଭୟ ଜାତୀୟ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀ ) କିମ୍ବା ପରିବାରର ଆୟ ଅଢ଼େଇ ଲକ୍ଷ ଟଙ୍କାରୁ କମ୍ ଥିବା ଜଣେ ୨୧ରୁ ୬୦ବର୍ଷ ବୟସର ମହିଳା ‘ସୁଭଦ୍ରା’ ଯୋଜନା ପାଇଁ ଆବେଦନ କରିପାରିବେ । ପୂର୍ବରୁ ଜାରି ହୋଇଥିବା ଗାଇଡଲାଇନରେ ଏହି ‘ଆୟସୀମା’କୁ ସାମିଲ କରାଯାଇଛି ଓ ବାକି ଅପରିବର୍ତ୍ତିତ […]
କ୍ଷତିଗ୍ରସ୍ତ କୁକୁଡ଼ା ଚାଷୀଙ୍କୁ ମିଳିବ କ୍ଷତିପୂରଣ : ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ
ଭୁବନେଶ୍ୱର,୨୯-୦୮-୨୪(ପିପିଏସ) : ପୁରୀ ଜିଲ୍ଳାରେ ମାଡ଼ିଚାଲିଛି ବାର୍ଡ ଫ୍ଲୁ। ସତ୍ୟବାଦୀ ଓ ପିପିଲି ଅଞ୍ଚଳରୁ ଯାଇଥିବା ବାର୍ଡ ଫ୍ଲୁ ନମୁନା ପଜିଟିଭ୍ ଆସିଥିବା ବେଳେ ଆଜି ସୁଦ୍ଧା ୩୦ ହଜାର କୁକୁଡା ମରା ଯାଇଥିବା କହିଛନ୍ତି ମତ୍ସ୍ୟ ଓ ପ୍ରାଣୀ ସଂପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ। ବାର୍ଡ ଫ୍ଲୁରେ କ୍ଷତିଗ୍ରସ୍ତ କୁକୁଡ଼ା ଚାଷୀଙ୍କୁ କ୍ଷତିପୂରଣ ଦେବେ ସରକାର। ଏହି ସୂଚନା ଦେଇଛନ୍ତି ମନ୍ତ୍ରୀ ଶ୍ରୀ ମଲ୍ଲିକ। ସେ କହିଛନ୍ତି, ଛୋଟ କୁକୁଡ଼ାକୁ ୨୦ ଟଙ୍କା ଓ ବଡ଼ […]
ମଣିଷକୁ ବ୍ୟାପିନି ବାର୍ଡଫ୍ଲୁ : ସ୍ୱାସ୍ଥ୍ୟମନ୍ତ୍ରୀ
ଭୁବନେଶ୍ୱର,୨୯-୦୮-୨୪(ପିପିଏସ) : ମଣିଷକୁ ସଂକ୍ରମଣ ହୋଇନି ବାର୍ଡ ଫ୍ଲୁ। ପୁରୀ ଜିଲ୍ଲାରୁ ସଂଗୃହୀତ ଅସୁସ୍ଥ ବ୍ୟକ୍ତିଙ୍କ ନମୁନା ନେଗେଟିଭ୍ ଆସିଛି। ବାର୍ଡ ଫ୍ଲୁକୁ ନେଇ ଜାରି ରହିଥିବା ଆତଙ୍କ ଭିତରେ ଆଜି ଏଭଳି ସୂଚନା ଦେଇ ଆଶ୍ୱସ୍ତି ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ। ଶ୍ରୀ ମହାଲିଙ୍ଗ କହିଛନ୍ତି, ପୁରୀ ମଙ୍ଗଳପୁର ଅଂଚଳର ଜଣେ ବ୍ୟକ୍ତିଙ୍କର ଯେଉଁ ନମୁନା ପରୀକ୍ଷା ପାଇଁ ପୁଣେ ଯାଇଥିଲା, ତାହା ନେଗେଟିଭ ଆସିଛି। ତଥାପି ସଂପୃକ୍ତ ବ୍ୟକ୍ତିଙ୍କୁ ଆଇସୋଲେସନରେ ରଖାଯାଇଛି। ବାର୍ଡଫ୍ଲୁ ଯେଭଳି […]
ବିଧାନସଭାରେ ଝଡ଼ : ବିଜ୍ଞାପନରେ ପାଣ୍ଡିଆନଙ୍କ ଫଟୋ ପାଇଁ ଖର୍ଚ୍ଚ ହୋଇଛି ୧୫ କୋଟି ଟଙ୍କା
ଭୁବନେଶ୍ୱର,୨୯-୦୮-୨୪(ପିପିଏସ) : ପ୍ରଚାର ପାଇଁ ରାଜକୋଷରୁ ବିପୁଳ ଖର୍ଚ୍ଚ କରିଛନ୍ତି ପୂର୍ବ ବିଜେଡି ସରକାର। ତେବେ ୫ ବର୍ଷରେ ପ୍ରଚାର ପାଇଁ ବିଜେଡି ୪୫୨ କୋଟି ୯୬ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲା। ଏନେଇ ଗୁରୁବାର ବିଧାନସଭାରେ ଭାଜପା ବିଧାୟକ ଲକ୍ଷ୍ମଣ ବାଗ୍ଙ୍କ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ ଉତ୍ତର ରଖିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ, ବିଜ୍ଞାପନରେ କେବଳ ପାଣ୍ଡିଆନଙ୍କ ଫଟୋ ପାଇଁ ୧୫ କୋଟି ୨୬ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ଯାହାକି ସରକାରୀ ଅର୍ଥକୁ ଶ୍ରାଦ୍ଧ କରାଯାଇଥିବା ଭାଜପା […]
ସୁଭଦ୍ରା ଯୋଜନାର କାର୍ଯ୍ୟକାରିତା ସଂପର୍କରେ ଉନ୍ନୟନ କମିଶନରଙ୍କ ଜିଲ୍ଲାପାଳଙ୍କ ସହିତ ବୈଠକ
ସମ୍ବଲପୁର/ଭୁବନେଶ୍ୱର,୨୯-୦୮-୨୪(ପିପିଏସ) : ସମ୍ବଲପୁର ସହର OSWAN ସମ୍ମିଳନୀ କକ୍ଷରେ ଗୁରୁବାର ଅପରାହ୍ନରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଶୁଭଦ୍ରା ଯୋଜନା ଉପରେ ଆଭାସୀ ମାଧ୍ୟମରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ବୈଠକରେ ଜିଲ୍ଲାପାଳ ଶ୍ରୀ ସିଦ୍ଧେଶ୍ଵର ବଳିରମ ବୋନ୍ଦର (ଆଇ.ଏ.ଏସ), ଶ୍ରୀ ଧର୍ମେନ୍ଦ୍ର କୁମାର ମଲ୍ଲିକ ସିଡିଏ-କମ-ଇଓ, ଜିଲ୍ଲା ପରିଷଦ, ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ବୈଷୟିକ ଶ୍ରୀ ବି.ବି ପଟ୍ଟନାୟକ, ଜିଲ୍ଲା ସମାଜ କଲ୍ୟାଣ […]
ମା’ କଟକଚଣ୍ଡୀଙ୍କ ମନ୍ଦିର ଉନ୍ନତୀକରଣ କାର୍ଯ୍ୟର ଅନୁଧ୍ୟାନ କଲେ ସାଂସଦ ମହତାବ
କଟକ, ୨୮-୦୮-୨୪(ପିପିଏସ) : ମା’ କଟକଚଣ୍ଡୀଙ୍କ ମନ୍ଦିର ଉନ୍ନତୀକରଣ କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି କଟକ ସାଂସଦ ଭର୍ତ୍ତୃହରି ମହତାବ । ବର୍ତ୍ତମାନ ଚାଲିଥିବା କାର୍ଯ୍ୟଗୁଡ଼ିକ ଦଶହରା ପୂର୍ବରୁ ସରିଯିବ ଏବଂ ଦଶହରା ପରେ ନୂତନମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାକୁ ଯାଉଛି । ଏଥିପାଇଁ ଆନୁଷଙ୍ଗିକ ପଥର କାମ ଚାଲୁରହିଛି । ତେବେ ନୂତନ ମନ୍ଦିର ନିର୍ମାଣବେଳେ ଯେଭଳି ପୂଜାବିଧିରେ କୌଣସି ବାଧା ନଉପୁଜେ ତାହାକୁ ସୁନିଶ୍ଚିତ କରାଯିବ । ମା’ଙ୍କ ଆସ୍ଥାନ ଯେପରି ରହିଛି ସେହିପରି […]
ବାଚସ୍ପତିଙ୍କ କଡ଼ା ନିର୍ଦ୍ଦେଶ : ବିଧାନସଭାକୁ ମୋବାଇଲ୍ ଫୋନ୍ ଓ ପାଣି ବୋତଲ ମନା
ଭୁବନେଶ୍ୱର, ୨୮-୦୮-୨୪(ପିପିଏସ) : ବିଧାନସଭା ଗୃହ ଭିତରେ ମୋବାଇଲ୍ ଫୋନର ଉପଯୋଗ ନକରିବା ପାଇଁ ବିଧାୟକମାନଙ୍କୁ ବାଚସ୍ପତି ସୁରମା ପାଢ଼ୀ ନିର୍ଦ୍ଦେଶ ଦେଇଛନ୍ତି । ଏପରିକି ବିଧାୟକମାନେ ଗୃହ ଭିତରକୁ ପାଣି ବୋତଲ ଧରି ନଆସିବା ପାଇଁ ମଧ୍ୟ ବାଚସ୍ପତି ତାଗିଦ୍ କରିଛନ୍ତି । ବିଧାନସଭା ଗୃହ ଭିତରେ ମୋବାଇଲ ଫୋନରେ ବିଧାୟକମାନେ କଥା ହେଉଥିବା ଓ ଫଟୋ ଉଠାଇବା ଘଟଣା ନଜରକୁ ଆସିବା ପରେ ବାଚସ୍ପତି ଏଭଳି ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି । ଆଜି ବାଚସ୍ପତି […]
ଗ୍ରାହକଙ୍କୁ ଠକୁଛନ୍ତି ୩୭୦ ପେଟ୍ରୋଲ ପମ୍ପ ଏବଂ ୨୮୪୬ଟି ଦୋକାନୀ : ଯୋଗାଣ ମନ୍ତ୍ରୀ ମନ୍ତ୍ରୀ
ଭୁବନେଶ୍ୱର ୨୮-୦୮-୨୪(ପିପିଏସ) : ରାଜ୍ୟରେ ମାପ ଓ ଓଜନରେ ଗ୍ରାହକଙ୍କୁ ଠକୁଛନ୍ତି କେତେକ ବ୍ୟବସାୟୀ । ବର୍ଷକରେ ୨,୮୪୬ ଦୋକାନୀ ଗ୍ରାହକଙ୍କୁ ଠକିଥିବା ନଜରକୁ ଆସିଛି । ୨୧୮୧ ବ୍ୟବସାୟୀ କମ୍ପ୍ୟୁଟର ଓଜନରେ ଠକୁଥିବା ଜଣାପଡିଛି । ସେହିପରି ୧୦୧ ଜଣ ବ୍ୟବସାୟୀ ବଟକରା ଓ ୯୫ ଜଣ ପଳାରେ ଠକୁଛନ୍ତି । ବୁଧବାର ବିଧାନସଭାରେ ଏପରି ଉତ୍ତର ରଖିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ସେପଟେ ପେଟ୍ରୋଲ୍ ପମ୍ପରେ […]
ସତ୍ତା ହରାଉଛି ‘ଅଳକା’
ଜବରଦଖଲ ଯୋଗୁଁ ବନ୍ଦ ହୋଇଗଲାଣି ଜଳପ୍ରବାହ ଜଗତସିଂହପୁର/୨୮-୦୮-୨୪(ପିପିଏସ): କାଠଯୋଡ଼ିର ଶାଖା ନଦୀ ଦେବୀରୁ ବାହାରିଥିଲା ଅଳକା ନଦୀ। ଦିନେ ଏହି ନଦୀ ବାଟ ଦେଇ ଇଂରେଜମାନେ ମାଲ୍ ପରିବହନ କରୁଥିଲେ। ସମୁଦ୍ରରେ ଥିବା ଜାହଜରେ ମାଲ୍ ବୋଝେଇ କରି ବୋଟ୍ଗୁଡ଼ିକ ଫେରୁଥିଲା। ନଦୀରେ ଉଦ୍ବୃତ୍ତ ବର୍ଷା ଜଳ ମଧ୍ୟ ନିଷ୍କାସିତ ହୋଇପାରୁଥିଲା। ଅଳକା ନଦୀ କୂଳରେ ଚାଷବାସ ସହ ଜନବସତି ଗଢ଼ି ଉଠିଥିଲା। ଚାଷ ଜମିକୁ ଜଳସେଚନ ହେଉଥିଲା। ଏବେ କିନ୍ତୁ ବ୍ୟାପକ ଜବରଦଖଲ ପ୍ରକ୍ରିୟାରେ ସତ୍ତା […]