ରାଜନୀତି
ଓଡ଼ିଶା ପଞ୍ଚାୟତ ନିର୍ବାଚନକୁ ନେଇ ବଡ଼ ଅପଡେଟ୍: ୨୧ ତାରିଖରେ ବସିବ ପରବର୍ତ୍ତୀ ବୈଠକ
ଭୁବନେଶ୍ୱର,୧୦୲୭(ବ୍ୟୁରୋ): ରାଜ୍ୟରେ ଆଗାମୀ ପଞ୍ଚାୟତ ନିର୍ବାଚନକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଓଡ଼ିଶାରେ ଏଥର ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟା ଆସନ୍ତା ବର୍ଷର ଏପ୍ରିଲ କିମ୍ବା ମେ’ ମାସ ଆଡ଼କୁ ଅନୁଷ୍ଠିତ ହେବା ନେଇ ସଙ୍କେତ ମିଳିଛି। ରାଜ୍ୟ ନିର୍ବାଚନ କମିଶନରଙ୍କ ସଚିବ ସନ୍ତୋଷ କୁମାର ଦାଶ ଏହି ସମ୍ପର୍କରେ ଗଣମାଧ୍ୟମକୁ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରଦାନ କରିଛନ୍ତି। ବର୍ଷା ଋତୁ ପୂର୍ବରୁ ପ୍ରକ୍ରିୟା ଶେଷ କରିବାକୁ ଲକ୍ଷ୍ୟ ସଚିବଙ୍କ ସୂଚନା ମୁତାବକ, ନିର୍ବାଚନ ପୂର୍ବରୁ […]
ନ୍ୟୁଜିଲାଣ୍ଡରେ ପହଞ୍ଚିଲେ ପିଏମ୍ ମୋଦୀ
ୱେଲିଙ୍ଗଟନ୍,୧୦୲୭ (ଉଦୟ) :ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ସଫଳ ତିନି ଦେଶୀୟ ବିଦେଶ ଗସ୍ତର ଅନ୍ତିମ ପର୍ଯ୍ୟାୟରେ ଶୁକ୍ରବାର ନ୍ୟୁଜିଲାଣ୍ଡରେ ପହଞ୍ଚିଛନ୍ତି। ୱେଲିଙ୍ଗଟନ୍ ବିମାନବନ୍ଦରରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସେଠାକାର ପ୍ରଧାନମନ୍ତ୍ରୀ କ୍ରିଷ୍ଟୋଫର ଲକ୍ସନ ଭବ୍ୟ ଓ ଉଷ୍ମ ସ୍ୱାଗତ ଜଣାଇଛନ୍ତି। ଏହି ଦୁଇ ଦିନିଆ ଗସ୍ତ କାଳରେ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କରେ ଏକ ନୂଆ ଅଧ୍ୟାୟ ଯୋଡ଼ିହେବ ବୋଲି ଆଶା କରାଯାଉଛି। ବାଣିଜ୍ୟିକ ସମ୍ପର୍କ ଓ ପ୍ରବାସୀଙ୍କ ଉପରେ ରହିବ ନଜର […]
ଦ୍ୱିତୀୟ ଦିନରେ ବି ଆମେରିକା–ଇରାନ ମଧ୍ୟରେ ପ୍ରତିଆକ୍ରମଣ ଜାରି
ୱାଶିଂଟନ/ତେହେରାନ, ୯୲୭(ବ୍ୟୁରୋ): ଆମେରିକା ଓ ଇରାନ ମଧ୍ୟରେ ସାମରିକ ସଂଘର୍ଷ ଆହୁରି ତୀବ୍ର ରୂପ ନେଇଛି। ଲଗାତାର ଦ୍ୱିତୀୟ ଦିନ ପାଇଁ ଆମେରିକା ଇରାନର ପ୍ରାୟ ୯୦ଟି ସ୍ଥାନକୁ ଲକ୍ଷ୍ୟ କରି ଆକ୍ରମଣ କରିଥିବା ଦାବି କରିଛି। ଏହାପୂର୍ବରୁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ କଡ଼ା ଚେତାବନୀ ଦେଇ “ଜୋରଦାର ଜବାବ” ଦିଆଯିବ ବୋଲି କହିଥିଲେ। ଆମେରିକୀୟ ଆକ୍ରମଣ ପରେ ଖାଡ଼ି ଅଞ୍ଚଳର ଅନେକ ଦେଶରେ ସୁରକ୍ଷା ଚିନ୍ତା ବଢ଼ିଯାଇଛି। ବାହାରିନର ରାଜଧାନୀ ମାନାମାରେ ବିସ୍ଫୋରଣ […]
ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଛାତ୍ର ସଂଗଠନଙ୍କ ମଧ୍ୟରେ ଉତ୍ତେଜନା, ସୁରକ୍ଷାକୁ ନେଇ ଛାତ୍ରୀଙ୍କ ପ୍ରତିବାଦ
ଭୁବନେଶ୍ୱର,୯୲୭(ଉଦୟ): ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ନିକଟରେ ଘଟିଥିବା ଛାତ୍ରୀ ଅଶାନ୍ତି ଘଟଣାକୁ ନେଇ ରାଜନୈତିକ ପରିବେଶ ତୀବ୍ର ହୋଇଯାଇଛି। ଛାତ୍ର ସଂଗଠନ ଏବିଭିପି ଓ ବିଜୁ ଛାତ୍ର ଜନତା ଦଳ (ବିସିଜେଡି) ପୃଥକ୍ ପୃଥକ୍ ସାମ୍ବାଦିକ ସମ୍ମିଳନୀ କରି ପରସ୍ପର ଉପରେ ଗୁରୁତର ଅଭିଯୋଗ ଆଣିବା ସହ ଦୋଷୀଙ୍କ ବିରୋଧରେ କଠୋର ପଦକ୍ଷେପ ଦାବି କରିଛନ୍ତି। ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନ ହେଲେ ଆନ୍ଦୋଳନକୁ ତୀବ୍ର କରାଯିବ ବୋଲି ଉଭୟ ସଂଗଠନ ଚେତାବନୀ ଦେଇଛନ୍ତି। ଘଟଣା ପରେ ବିଶ୍ୱବିଦ୍ୟାଳୟ […]
ରାମମନ୍ଦିର ଦାନ ପ୍ରସଙ୍ଗକୁ ନେଇ ରାଜନୀତି, ବିରୋଧୀଙ୍କୁ ଜବାବ ଦେଲେ ଯୋଗୀ
ଅଯୋଧ୍ୟା,୭|୭(ଉଦୟ): ରାମମନ୍ଦିରକୁ ମିଳୁଥିବା ଦାନକୁ ନେଇ ରାଜନୈତିକ ମହଳରେ ଆରମ୍ଭ ହୋଇଥିବା ଚର୍ଚ୍ଚା ମଧ୍ୟରେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବିରୋଧୀ ଦଳଗୁଡ଼ିକ ଉପରେ କଡ଼ା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ, ଭକ୍ତମାନଙ୍କ ଆସ୍ଥା ସହ ଜଡ଼ିତ ବିଷୟକୁ ନେଇ ଭ୍ରମ ସୃଷ୍ଟି କରିବା ଉଚିତ ନୁହେଁ।ଅଯୋଧ୍ୟାର ରାମମନ୍ଦିରରେ ଭକ୍ତମାନଙ୍କ ଦାନକୁ ନେଇ ଉଠିଥିବା ଅଭିଯୋଗ ଉତ୍ତର ପ୍ରଦେଶର ରାଜନୀତିରେ ନୂଆ ଚର୍ଚ୍ଚା ସୃଷ୍ଟି କରିଛି। ଏହି ପ୍ରସଙ୍ଗରେ ବିରୋଧୀ ଦଳମାନେ ସରକାର ଓ […]
କେବଳ ଆମେରିକା ନୁହେଁ, ଭାରତ ବି ଆମ ବନ୍ଧୁ : ନେତନ୍ୟାହୁ
ଆମେରିକା ଏକମାତ୍ର ବନ୍ଧୁ ନୁହେଁ, ଭାରତ ମଧ୍ୟ ଇସ୍ରାଏଲ୍ ସହ ଅଛି: ଜେଡି ଭାନ୍ସଙ୍କ ମନ୍ତବ୍ୟକୁ ନେତାନ୍ୟାହୁଙ୍କ ପ୍ରତିକ୍ରିୟା। ନୂଆଦିଲ୍ଲୀ,୬।୭: ଇସ୍ରାଏଲ୍ର ସବୁଠୁ ବଡ଼ ଏବଂ ଏକମାତ୍ର ଶକ୍ତିଶାଳୀ ବନ୍ଧୁ ହେଉଛି ଆମେରିକା ବୋଲି ଆମେରିକାର ଉପ-ରାଷ୍ଟ୍ରପତି ଜେଡି ଭାନ୍ସ କରିଥିବା ମନ୍ତବ୍ୟ ଉପରେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ ଆମେରିକା ସହିତ ଇସ୍ରାଏଲ୍ର ଅନ୍ୟ ଘନିଷ୍ଠ ବନ୍ଧୁମାନେ ମଧ୍ୟ ଅଛନ୍ତି, ଯାହା ମଧ୍ୟରେ ଭାରତର ସ୍ଥାନ ଗୁରୁତ୍ୱପୂର୍ଣ୍ଣ। ଏକ […]
ଧାମନଗର ନଗର ମଣ୍ଡଳ ପକ୍ଷରୁ ବିଜେପିର ପ୍ରତିଷ୍ଠା ଦିବସ ପାଳନ|
ଧାମନଗର (ପି ପି ଏସ) ୬ ଏପ୍ରିଲ ୧୯୮୦ ରେ ମୁମ୍ବାଇ ସ୍ଥିତ ଆରବ ସାଗର ଉପକୂଳରେ ଜନ୍ମ ନେଇଥିବା ବିଜେପି ଶୁନ୍ୟରୁ ଆଜି ଶିଖରରେ ପହଞ୍ଚିଛି। ସଂଘର୍ଷ, ସଂଗ୍ରାମ ଚିନ୍ତାଧାରା, ମାନବତା, ରାଷ୍ଟ୍ରବାଦ, ସୁଶାସନ ଓ ହିନ୍ଦୁତ୍ବ ବିଚାରଧାରାକୁ ନେଇ ଦଳ ଗୋଟିଏ ପରେ ଗୋଟିଏ ଗୌରବ ଗାଥା ଲେଖୁଛି। ବାଜପେୟୀଙ୍କ ଦ୍ବାରା ବିଜେପିର ସ୍ଥାପନ ହୋଇଥିବା ବେଳେ ଆଜି ଶୀର୍ଷ ସ୍ଥାନରେ ପହଞ୍ଚିବା ମୂଳରେ ଦଳ ନିର୍ମାଣରେ ଅନେକ ରାଜନେତାଙ୍କ ତ୍ୟାଗ ଓ ବଳିଦାନ […]
ୱାକଫ୍ ସଂଶୋଧନକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, ଆଇନରେ ପରିଣତ ହେଲା ବିଲ୍|
ନୂଆଦିଲ୍ଲୀ : ଆଇନରେ ପରିଣତ ହେଲା ୱାକଫ୍ ସଂଶୋଧନ ବିଲ୍ । ସଂସଦରେ ପାରିତ ହେବା ପରେ ବିଲ୍କୁ ରାଷ୍ଟ୍ରପତିଙ୍କ ଅନୁମୋଦନ ମିଳିଛି । ସାରା ଦେଶରେ ଲାଗୁ ହେବ ନୂଆ ଆଇନ୍ । ଗତ ଶୁକ୍ରବାର ସଂସଦର ଉଭୟ ଗୃହରେ ବିଲ୍ ପାରିତ ହୋଇଥିଲା । ବିରୋଧୀଙ୍କ ହଙ୍ଗାମା ଓ ଜୋରଦାର ବିରୋଧ ଭିତରେ ୱାକଫ୍ ସଂଶୋଧନ ବିଲ୍ ସଂସଦର ଉଭୟ ଗୃହରେ ପାରିତ ହୋଇଥିଲା । ଶନିବାର ବିଲ୍କୁ ରାଷ୍ଟ୍ରପତିଙ୍କ ଅନୁମୋଦନ ମିଳିଛି । ଫଳରେ ଏହା ଏବେ ଆଇନରେ ପରିଣତ ହୋଇଛି । କେନ୍ଦ୍ର ସରକାର ଏହାକୁ ନେଇ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଏହି ଆଇନ ଦେଶବ୍ୟାପୀ କାର୍ଯ୍ୟକାରୀ ହେବ ।
ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ପଦକ୍ଷେପକୁ ପ୍ରଶଂସା କଲେ ଧାମନଗରବାସୀ I
ଧାମନଗର (ପି ପି ଏସ) ଧାମନଗରରେ ଖୋଲିଲା ଜଳସେଚନ ଡିଭିଜନ କାର୍ଯ୍ୟାଳୟ। ପୂର୍ବ ସରକାର ସମୟରେ ଧାମନଗରର ତତ୍କାଳୀନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ଆଖୁଆପଦା ଜଳ ସମ୍ପଦ ବିଭାଜନର ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଧାମନଗରରେ ସ୍ଥାପନ ପାଇଁ ସରକାରଙ୍କ ପକ୍ଷରୁ ମଞ୍ଜୁର କରାଇଥିଲେ। ମାତ୍ର ତତ୍କାଳୀନ ଭଣ୍ଡାରିପୋଖରୀ ବିଧାୟକ ତଥା ରାଜ୍ୟ ସରକାରରେ ବରିଷ୍ଠ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଚାପ ପ୍ରୟୋଗ କରି ଏହା ଧାମନଗରରେ କରାଇ ଦେଇନଥିଲେ। ବର୍ତ୍ତମାନ ସମୟ ବଦଳିବା ସହ ସରକାର ମଧ୍ଯ […]
ଧାମନଗର ଓକିଲ ସଂଘର ନବ ନିର୍ବାଚିତ ପ୍ରତିନିଧିଙ୍କ ଶପଥ ଗ୍ରହଣ
ଧାମନଗର (ପି ପି ଏସ) ଏପ୍ରିଲ ଦୁଇ ତାରିଖ ବୁଧବାର ଧାମନଗର ଓକିଲ ସଂଘ ଗୃହରେ ନବ ନିର୍ବାଚିତ ପ୍ରତିନିଧିଙ୍କ ଶପଥ ଗ୍ରହଣ ଉତ୍ସବ ପୂର୍ବତନ ସମ୍ପାଦକ ଅମରେନ୍ଦ୍ର ମହାନ୍ତିଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି ।ପ୍ରଥମେ ନବ ନିର୍ବାଚିତ ପ୍ରତିନିଧି ମାନଙ୍କୁ ପୁଷ୍ପଗୁଚ୍ଛ ସହ ଉତ୍ତରୀୟ ଦେଇ ସମ୍ଵର୍ଦ୍ଧିତ କରାଯାଇଥିଲା।ଓକିଲ ସଂଘର ନିର୍ବାଚନ ଅଧିକାରୀ ନିରାକାର ଜେନା ସଭାପତି ଭାବେ ଅଶୋକ କୁମାର ଦାସ,ଉପସଭାପତି ଭାବେ ପ୍ରଜ୍ଞା ପାରମିତା ଦାଶ, ସାଧାରଣ ସମ୍ପାଦକ ଭାବେ ରଞ୍ଜିତ କୁମାର […]