ମଣିଷକୁ ବ୍ୟାପିନି ବାର୍ଡଫ୍ଲୁ : ସ୍ୱାସ୍ଥ୍ୟମନ୍ତ୍ରୀ
1 min read

ମଣିଷକୁ ବ୍ୟାପିନି ବାର୍ଡଫ୍ଲୁ : ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର,୨୯-୦୮-୨୪(ପିପିଏସ) : ମଣିଷକୁ ସଂକ୍ରମଣ ହୋଇନି ବାର୍ଡ ଫ୍ଲୁ। ପୁରୀ ଜିଲ୍ଲାରୁ ସଂଗୃହୀତ ଅସୁସ୍ଥ ବ୍ୟକ୍ତିଙ୍କ ନମୁନା ନେଗେଟିଭ୍ ଆସିଛି। ବାର୍ଡ ଫ୍ଲୁକୁ ନେଇ ଜାରି ରହିଥିବା ଆତଙ୍କ ଭିତରେ ଆଜି ଏଭଳି ସୂଚନା ଦେଇ ଆଶ୍ୱସ୍ତି ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ।

ଶ୍ରୀ ମହାଲିଙ୍ଗ କହିଛନ୍ତି, ପୁରୀ ମଙ୍ଗଳପୁର ଅଂଚଳର ଜଣେ ବ୍ୟକ୍ତିଙ୍କର ଯେଉଁ ନମୁନା ପରୀକ୍ଷା ପାଇଁ ପୁଣେ ଯାଇଥିଲା, ତାହା ନେଗେଟିଭ ଆସିଛି। ତଥାପି ସଂପୃକ୍ତ ବ୍ୟକ୍ତିଙ୍କୁ ଆଇସୋଲେସନରେ ରଖାଯାଇଛି। ବାର୍ଡଫ୍ଲୁ ଯେଭଳି ନବ୍ୟାପିବ ସେନେଇ ସ୍ୱାସ୍ଥ୍ୟ ବିଭାଗ ସଜାଗ ରହିବା ସହ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ କରାଯାଉଛି।

Leave a Reply

Your email address will not be published. Required fields are marked *