କ୍ଷତିଗ୍ରସ୍ତ କୁକୁଡ଼ା ଚାଷୀଙ୍କୁ ମିଳିବ କ୍ଷତିପୂରଣ : ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ

ଭୁବନେଶ୍ୱର,୨୯-୦୮-୨୪(ପିପିଏସ) : ପୁରୀ ଜିଲ୍ଳାରେ ମାଡ଼ିଚାଲିଛି ବାର୍ଡ ଫ୍ଲୁ। ସତ୍ୟବାଦୀ ଓ ପିପିଲି ଅଞ୍ଚଳରୁ ଯାଇଥିବା ବାର୍ଡ ଫ୍ଲୁ ନମୁନା ପଜିଟିଭ୍ ଆସିଥିବା ବେଳେ ଆଜି ସୁଦ୍ଧା ୩୦ ହଜାର କୁକୁଡା ମରା ଯାଇଥିବା କହିଛନ୍ତି ମତ୍ସ୍ୟ ଓ ପ୍ରାଣୀ ସଂପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ।

ବାର୍ଡ ଫ୍ଲୁରେ କ୍ଷତିଗ୍ରସ୍ତ କୁକୁଡ଼ା ଚାଷୀଙ୍କୁ କ୍ଷତିପୂରଣ ଦେବେ ସରକାର। ଏହି ସୂଚନା ଦେଇଛନ୍ତି ମନ୍ତ୍ରୀ ଶ୍ରୀ ମଲ୍ଲିକ। ସେ କହିଛନ୍ତି, ଛୋଟ କୁକୁଡ଼ାକୁ ୨୦ ଟଙ୍କା ଓ ବଡ଼ କୁକୁଡ଼ା ପାଇଁ ୭୦ ଟଙ୍କା ଓ ଅଣ୍ଡା ପିଛା ୩ ଟଙ୍କା କ୍ଷତିପୂରଣ ବ୍ୟବସ୍ଥା ହୋଇଛି । ବର୍ତ୍ତମାନ ସୁଦ୍ଧା ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯାଇଛି । ବାର୍ଡଫ୍ଲୁ କିଭଳି ଅଲଗା ଜିଲ୍ଲାକୁ ନ ବ୍ୟାପିବ ସେ ନେଇ ବିଭାଗ ସଚେତନ ରହିଛି । ନିମାପଡ଼ା ଓ ଡେଲାଙ୍ଗରୁ ନମୁନା ପଠାଯାଇଛି l ରିପୋର୍ଟ ଆସିଲେ ଜଣାପଡ଼ିବ ସେ ଅଞ୍ଚଳରେ ବାର୍ଡଫ୍ଲୁ ଅଛି କି ନାହିଁ ।

Leave A Reply

Your email address will not be published.