ଗ୍ରାହକଙ୍କୁ ଠକୁଛନ୍ତି ୩୭୦ ପେଟ୍ରୋଲ ପମ୍ପ ଏବଂ ୨୮୪୬ଟି ଦୋକାନୀ : ଯୋଗାଣ ମନ୍ତ୍ରୀ ମନ୍ତ୍ରୀ

ଭୁବନେଶ୍ୱର ୨୮-୦୮-୨୪(ପିପିଏସ) : ରାଜ୍ୟରେ ମାପ ଓ ଓଜନରେ ଗ୍ରାହକଙ୍କୁ ଠକୁଛନ୍ତି କେତେକ ବ୍ୟବସାୟୀ । ବର୍ଷକରେ ୨,୮୪୬ ଦୋକାନୀ ଗ୍ରାହକଙ୍କୁ ଠକିଥିବା ନଜରକୁ ଆସିଛି । ୨୧୮୧ ବ୍ୟବସାୟୀ କମ୍ପ୍ୟୁଟର ଓଜନରେ ଠକୁଥିବା ଜଣାପଡିଛି । ସେହିପରି ୧୦୧ ଜଣ ବ୍ୟବସାୟୀ ବଟକରା ଓ ୯୫ ଜଣ ପଳାରେ ଠକୁଛନ୍ତି । ବୁଧବାର ବିଧାନସଭାରେ ଏପରି ଉତ୍ତର ରଖିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।

ସେପଟେ ପେଟ୍ରୋଲ୍‌ ପମ୍ପରେ ମଧ୍ୟ ଜାଲିଆତି ହେଉଛି । ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି, ପେଟ୍ରୋଲ ପମ୍ପରେ ହେଉଛି ଠକେଇ। ରାଜ୍ୟରେ ୩୭୦ଟି ପେଟ୍ରୋଲ ପମ୍ପରେ ମାପରେ ଗଫଲତି ବୋଲି ମନ୍ତ୍ରୀ କହିଛନ୍ତି l

ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳର ଲୋକମାନେ ଅଧିକ ଠକାମୀରେ ଶିକାର ହେଉଛନ୍ତି। ଆଉ ଯେଉଁମାନେ ଜାଣିପାରି ପ୍ରତିବାଦ କରୁଛନ୍ତି, ସେମାନେ ଦୋକାନୀଙ୍କ ଆକ୍ରୋଶରେ ଶିକାର ହେଉଛନ୍ତି । ଏଠି ସହିତ ପେଟୋଲ୍‌ ପମ୍ପ ମାଲିକମାନେ ମଧ୍ୟ ଗ୍ରାହକଙ୍କ ଉପଜରେ ଜୁଲମ ଦେଖାଉଥିବା ଅଭିଯୋଗ ହେଉଛି ।

Leave A Reply

Your email address will not be published.