ଦୀର୍ଘ ୩୦ବର୍ଷ ପରେ ‘କୁଲି’ ସିନେମାରେ ଏକାଠି ନଜର ଆସିବେ ଅମୀର ଖାନ ଏବଂ ରଜନୀକାନ୍ତ
1 min read

ଦୀର୍ଘ ୩୦ବର୍ଷ ପରେ ‘କୁଲି’ ସିନେମାରେ ଏକାଠି ନଜର ଆସିବେ ଅମୀର ଖାନ ଏବଂ ରଜନୀକାନ୍ତ

ଏହି ଦୁଇ ସୁପରଷ୍ଟାର ଶେଷ ଥର ପାଇଁ ୧୯୯୫ ଚଳଚ୍ଚିତ୍ର ‘ଆତଙ୍କ ହିଁ ଆତଙ୍କ’ରେ ଏକାଠି କାମ କରିଥିଲେ।

ମୁମ୍ବାଇ/ଭୁବନେଶ୍ୱର ୨୮-୦୮-୨୪(ପିପିଏସ): ବଲିଉଡର ଆମୀର ଖାନ ଏବଂ ଦକ୍ଷିଣ ଭାରତୀୟ ସିନେମାର ସୁପରଷ୍ଟାର ରଜନୀକାନ୍ତ ପୁଣି ଥରେ ବଡ ପରଦାରେ ଏକାଠି କାମ କରିବାକୁ ପ୍ରସ୍ତୁତ ଅଛନ୍ତି। ଏହି ଦୁଇ ସୁପରଷ୍ଟାର ଶେଷ ଥର ପାଇଁ ୧୯୯୫ ଚଳଚ୍ଚିତ୍ର ‘ଆତଙ୍କ ହିଁ ଆତଙ୍କ’ରେ ଏକାଠି କାମ କରିଥିଲେ। ବର୍ତ୍ତମାନ ଅମୀର ଓ ରଜନୀକାନ୍ତଙ୍କୁ ଗତ  ୩୦ ପରେ ଏକାଠି ବଡ଼ପରଦାରେ ଦେଖିବାକୁ ମିଳିବ। ପ୍ରକାଶିତ ରିପୋର୍ଟ ମୁତାବକ, ରଜନୀକାନ୍ତଙ୍କ ଆଗାମୀ ଚଳଚ୍ଚିତ୍ର ‘କୁଲି’ରେ ନଜର ଆସିବେ। ‘କୁଲି ଏକ ଆକ୍ସନ୍-ଥ୍ରିଲର ଚଳଚ୍ଚିତ। ଏହି ଚଳଚ୍ଚିତ୍ରରେ ରଜନୀକାନ୍ତ ମୁଖ୍ୟ ଭୂମିକାରେ ଥିବା ବେଳେ ତାଙ୍କ ସହିତ ପ୍ରିୟଙ୍କା ମୋହନ ବି ନଜର ଆସିବେ।

ଦୀର୍ଘବର୍ଷ ପରେ ଅମୀର ଖାନ ଏବଂ ରଜନୀକାନ୍ତ ଏକାଠି ନଜର ଆସିବା ଖବର ସାମ୍ନାକୁ ଆସିବା ପରେ ତାଙ୍କ ପ୍ରଶଂସକମାନେ ଖୁବ ଉତ୍ସାହିତ ହୋଇଯାଇଛନ୍ତି। ‘କୁଲି’ ସିନେମାର ରିଲିଜ୍ ତାରିଖ ଏପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ, କିନ୍ତୁ ଏହି ଫିଲ୍ମ ଶୀଘ୍ର ପ୍ରେକ୍ଷାଳୟରେ ଆସିବ ବୋଲି ଆଶା କରାଯାଉଛି।  ଅମୀର ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ପ୍ରାୟତଃ ଚର୍ଚ୍ଚାରେ ଥାଆନ୍ତି। ନିକଟରେ ରିୟା ଚକ୍ରବର୍ତ୍ତୀଙ୍କ ‘ପୋଡ୍‌କାଷ୍ଟ ଚାପ୍ଟର୍ ୨’ ରେ, ଅମୀର ଖାନଙ୍କ ବିବାହକୁ ନେଇ ତାଙ୍କ ବ୍ୟକ୍ତିଗତ ମତ ପଚରାଯାଇଥିଲା। ସେ ଉତ୍ତରରେ କହିଥିଲେ, “ମୋର ବିବାହ ଦୁଇଥର ବିଫଳ ହୋଇଛି। ମୋ ଠାରୁ ପରାମର୍ଶ ନିଅନ୍ତୁ ନାହିଁ। ମୁଁ ଏକୁଟିଆ ରହିବାକୁ ପସନ୍ଦ କରେ ନାହିଁ। ମତେ ଏକ ପାର୍ଟନର୍ ଦରକାର। ମୁଁ ଏକୁଟିଆ ରହିବା ଭଳି ବ୍ୟକ୍ତି ନୁହେଁ।’

Leave a Reply

Your email address will not be published. Required fields are marked *