1 min read

ବ୍ରହ୍ମପୁତ୍ରରେ ଡ୍ୟାମ୍ ନିର୍ମାଣ କରିବ ଚୀନ୍: ଭାରତ ବନ୍ୟାରେ ବୁଡ଼ିବା ଆଶଙ୍କା

ଭାରତ ତଥା ଅନ୍ୟ ପଡ଼ୋଶୀ ଦେଶର ବିରୋଧକୁ ଅଣଦେଖା କରି ଚୀନ୍ ବ୍ରହ୍ମପୁତ୍ର ନଦୀରେ ବିଶ୍ୱର ବୃହତ୍ତମ ଡ୍ୟାମ୍ ନିର୍ମାଣ କରିବାକୁ ଘୋଷଣା କରିଛନ୍ତି। ଚୀନ୍ ଏଥିପାଇଁ ୧୩୭ ବିଲିୟନ ଡଲାର ଖର୍ଚ୍ଚ କରିବାକୁ ଯାଉଛି। ଏହି ଡ୍ୟାମ୍ ଭାରତ ଏବଂ ବାଂଲାଦେଶ ପାଇଁ ଏକ ବଡ଼ ବିପଦ ହୋଇପାରେ ବୋଲି କୁହାଯାଉଛି ନୂଆଦିଲ୍ଲୀ/ଭୁବନେଶ୍ୱର ୨୬-୧୨-୨୦୨୪(ପିପିଏସ) : ତିବ୍ଦତର ଦୀର୍ଘତମ ନଦୀ ୟାରଲୁଙ୍ଗ ତ୍ସାଙ୍ଗପୋ ଉପରେ ଏକ ସୁପର ପାୱାର ଡ୍ୟାମ୍ ନିର୍ମାଣ କରିବାକୁ ଚୀନ୍ ସରକାର […]

1 min read

ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଅସୁସ୍ଥ, ଏମ୍ସରେ ଭର୍ତ୍ତି

ନୂଆଦିଲ୍ଲୀ/ଭୁବନେଶ୍ୱର ୨୬-୧୨-୨୦୨୪(ପିପିଏସ) : ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁବାର ବିଗିଡ଼ିଯିବା ପରେ ତାଙ୍କୁ ଏମ୍ସର ଜରୁରୀକାଳୀନ ବିଭାଗରେ ଭର୍ତ୍ତି କରାଯାଇଛି। ଘନିଷ୍ଠ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ସେ ବର୍ତ୍ତମାନ ଆଇସିୟୁରେ ଚିକିତ୍ସିତ ହେଉଛନ୍ତି। ବରିଷ୍ଠ ଡାକ୍ତରମାନଙ୍କ ଏକ ଦଳ ତାଙ୍କର ଚିକିତ୍ସା କରୁଛନ୍ତି । ୯୨ ବର୍ଷୀୟ ମନମୋହନ ସିଂହ ୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ ଭାରତର ପ୍ରଧାନମନ୍ତ୍ରୀ ଥିଲେ […]

1 min read

ଓସିଏ ଆପେକ୍ସ କାଉନ୍‌ସିଲ ବୈଠକ

ବାରବାଟୀ ଏକଦିବସୀୟ ପାଇଁ ପ୍ରସ୍ତୁତି କଟକ,୨୪-୧୨-୨୦୨୪ (ପିପିଏସ) : ଆସନ୍ତା ବର୍ଷ ଫେବ୍ରୁଆରି ୯ତାରିଖରେ ବାରବାଟୀ ଷ୍ଟାଡିୟମରେ ହେବାକୁ ଥିବା ଆନ୍ତର୍ଜାତିକ ମ୍ୟାଚ୍‌କୁ ଦୃଷ୍ଟିରେ ରଖି ରବିବାର ଓଡ଼ିଶା କ୍ରିକେଟ୍‌ ସଂଘ (ଓସିଏ)ର ଆପେକ୍ସ କାଉନ୍‌ସିଲ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ଆସନ୍ତା ଅନ୍ତର୍ଜାତୀୟ ଏକଦିବସୀୟ କ୍ରିକେଟ୍ ମ୍ୟାଚ୍ ବିଷୟରେ ସ୍ବତନ୍ତ୍ର ଭାବେ ଆଲୋଚନା କରାଯାଇଥିଲା। ମ୍ୟାଚ୍ ପୂର୍ବରୁ ବାରବାଟୀ ଷ୍ଟାଡିୟମ୍‌ର ଆବଶ୍ୟକ ମରାମତି କରାଯିବା ସହ ଷ୍ଟାଡିୟମର ରୂପରେଖ ପରିବର୍ତ୍ତନ କରାଯିବା ବିଷୟରେ ଆଲୋଚନା […]

1 min read

ମୋଦୀଙ୍କୁ କୁଏତର ସର୍ବୋଚ୍ଚ ସମ୍ମାନ

ନୂଆଦିଲ୍ଲୀ/ଭୁବନେଶ୍ୱର୨୨-୧୨-୨୦୨୪(ପିପିଏସ):  ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କୁଏତ ଗସ୍ତର ଶେଷ ଦିନରେ ତାଙ୍କୁ କୁଏତର ସର୍ବୋଚ୍ଚ ସମ୍ମାନ ‘ଅର୍ଡର ଅଫ୍ ମୁବାରକ୍ ଅଲ୍ କବୀରପ୍ରଦାନ କରାଯାଇଛି ।ରବିବାର କୁଏତର ବାୟାନ୍ ପ୍ୟାଲେସରେ ତାଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା।ଏହାପରେ କୁଏତ୍ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଏହାର ସର୍ବୋଚ୍ଚ ସମ୍ମାନ ଅର୍ଡର ଅଫ୍ ମୁବାରକ୍ ଅଲ୍ କବୀରରେ ସମ୍ମାନିତ କରିଥିଲେ।ବାୟାନ୍ ପ୍ୟାଲେସ କୁଏତରେ ଶକ୍ତିର ପ୍ରତୀକ ଏବଂ ଅନେକ ଦେଶର ଦୂତାବାସ ମଧ୍ୟ ଏଠାରେ ଅଛି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଦିଆଯାଇଥିବା ଏହା ହେଉଛି ୨୦ତମ ଅନ୍ତର୍ଜାତୀୟ ସମ୍ମାନ ଏହା ବିଦେଶୀ ରାଷ୍ଟ୍ରମୁଖ୍ୟ ଏବଂ ବିଦେଶୀ ରାଜ ପରିବାରର ସଦସ୍ୟମାନଙ୍କୁ ପ୍ରଦାନ କରାଯାଏ ।ପୂର୍ବରୁ ବିଲ୍ କ୍ଲିଣ୍ଟନ୍, ପ୍ରିନ୍ସ ଚାର୍ଲ୍ସ ଓ ଜର୍ଜ ବୁଶଙ୍କ ଭଳି ବିଦେଶୀ ନେତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି।ଭାରତ ସରକାର ଉପସାଗରୀୟ ଦେଶଗୁଡ଼ିକ ସହ ସମ୍ପର୍କକୁ ସୁଦୃଢ଼ କରିବା ଦିଗରେ କାର୍ଯ୍ୟ କରୁଛନ୍ତି। ଭାରତ-କୁଏତ ସମ୍ପର୍କକୁ ବିଶେଷ କରି ବାଣିଜ୍ୟ, ପୁଞ୍ଜିନିବେଶ ଏବଂ ଶକ୍ତି କ୍ଷେତ୍ରରେ ଏକ ନୂତନ ଗତି ପ୍ରଦାନ ଉପରେ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀମୋଦୀ କୁଏତର ଅମୀର ଶେଖ୍ ମେଶାଲ ଅଲ-ଅହମ୍ମଦ ଅଲ-ଜାବେର ଅଲ୍-ସବାଙ୍କ ସହ ଆଲୋଚନା କରିଛନ୍ତି।

1 min read

ସାଇବର ଠକଙ୍କ ଆକାଉଣ୍ଟରୁ ଫେରିଲା ୨୪.୬ ଲକ୍ଷ: ଫେରିପାଇଲେ ମେଘାଳୟର ୨ ଯୁବତୀ

ଭୁବନେଶ୍ୱର ୨୧-୧୨-୨୦୨୪ ( ପିପିଏସ ) : କମିସନରେଟ୍‌ ପୁଲିସର ସାଇବର ଥାନାକୁ ମିଳିଛି ବଡ଼ ସଫଳତା। ସାଇବର ଠକ ରୢାକେଟ୍‌ର ମାଷ୍ଟରମାଇଣ୍ଡ୍‌କୁ ଧରିବା ସମ୍ଭବ ହୋଇ ନଥିଲେ ମଧ୍ୟ ଲୁଟ୍‌ର ଶିକାର ହୋଇଥିବା ଯୁବତୀଙ୍କୁ ୨୪ ଲକ୍ଷ ୬୦ ହଜାର ଟଙ୍କା ଫେରାଇବାକୁ ସକ୍ଷମ ହୋଇଛି ପୁଲିସ। ମାଷ୍ଟରମାଇଣ୍ଡ୍‌କୁ ଗିରଫ କରିବାକୁ ଉଦ୍ୟମ ଜାରି ରହିଛି। ଭୁବନେଶ୍ବର ଏମ୍‌ସରେ ଚାକିରି କରିଥିବା ମେଘାଳୟର ୨ ଯୁବତୀ ୨୦୨୩ ଅକ୍ଟୋବର ମାସରେ ଏହି ଠକାମିର ଶିକାର ହୋଇଥିଲେ। […]

1 min read

 ଭାରତୀୟ ପ୍ରଧାନମନ୍ତ୍ରୀଙ୍କୁ କୁଏତ ଆସିବାକୁ ୪୦ ବର୍ଷ ଲାଗିଗଲା : ମୋଦୀ

ନୂଆଦିଲ୍ଲୀ/ଭୁବନେଶ୍ୱର ୨୧-୧୨-୨୦୨୪ ( ପିପିଏସ ) : କୁଏତର କ୍ୟାନଭାସରେ ଭାରତୀୟତାର ରଙ୍ଗ ରହିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ସହରର ଶେଖ୍ ସାଦ୍ ଅଲ୍ ଅବଦୁଲ୍ଲା ଇନ୍ଡୋର ସ୍ପୋର୍ଟସ୍ କମ୍ପ୍ଲେକ୍ସରେ ଆୟୋଜିତ କମ୍ୟୁନିଟି ଇଭେଣ୍ଟ ‘ହାଲା ମୋଦୀ’ରେ ଭାରତୀୟମାନଙ୍କୁ ସମ୍ବୋଧିତ କରି ସେ କହିଛନ୍ତି, ମୁଁ ଅଢ଼େଇ ଘଣ୍ଟା ପୂର୍ବରୁ ଏଠାରେ ପହଞ୍ଚିଛି। ଆପଣମାନଙ୍କୁ ଦେଖିଲେ ଲାଗୁଛି ଏଠାରେ ଏକ ମିନି ଭାରତ ସୃଷ୍ଟି ହୋଇଛି । ଭାରତର କୋଣ ଅନୁକୋଣରୁ ଭିନ୍ନ ଭିନ୍ନ […]

1 min read

ଅଲବିଦା ଉସ୍ତାଦ

ନୂଆଦିଲ୍ଲୀ/ଭୁବନେଶ୍ୱର ୧୫-୧୨-୨୦୨୪(ପିପିଏସ ) : ପ୍ରସିଦ୍ଧ ତବଲା ବାଦକ ଜାକିର ହୁସେନଙ୍କ ପରଲୋକ ହୋଇଯାଇଛି।  କିଛିଦିନ ତଳେ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ ଆମେରିକାର ସାନ୍ ଫ୍ରାନ୍ସିସ୍କୋର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେ ହୃଦଜନିତ ଓ ରକ୍ତଚାପଜନିତ ସମସ୍ୟାର ସମ୍ମୁଖୀନ ହେଉଥିଲେ। ତାଙ୍କୁ ୭୩ ବର୍ଷ ବୟସ ହୋଇଥିଲା।  ଉସ୍ତାଦ ଜାକିର ହୁସେନ ୧୯୫୧ ମସିହା ମାର୍ଚ୍ଚ ୯ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ । ତାଙ୍କୁ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ତବଲା ବାଦକ ଭାବେ ବିବେଚନା […]

1 min read

ପୁରୀ-କୋଣାର୍କ ବେଳାମାର୍ଗରେ ଆରମ୍ଭ ହେଲା ୬ଷ୍ଠ ଇକୋ ରିଟ୍ରିଟ

ଚଳିତବର୍ଷ ୬ଷ୍ଠ ଥର ପାଇଁ ପୁରୀ-କୋଣାର୍କ ବେଳାମାର୍ଗ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ ମୁହାଁଣ ନିକଟରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ପୁଣି ଆୟୋଜିତ ହୋଇଛି ଇକୋ-ରି ଟ୍ରିଟ। ଉପ ମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ା ଉତ୍ସବକୁ ଉଦ୍‌ଘାଟନ କରିଥିଲେ। କୋଣାର୍କ/ରାମଚଣ୍ଡୀ,୧୪-୧୨-୨୦୨୪(ପିପିଏସ) : ଦୀର୍ଘ ୫ ବର୍ଷଧରି ଇକୋ ରିଟ୍ରିଟ କରି ସଫଳତା ସାଉଁଟିବା ପରେ ଚଳିତବର୍ଷ ୬ଷ୍ଠ ଥର ପାଇଁ ପୁରୀ -କୋଣାର୍କ ବେଳାମାର୍ଗ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ ମୁହାଁଣ ନିକଟରେ ପର୍ଯ୍ୟଟନ ବିଭାଗ ପକ୍ଷରୁ […]

1 min read

ହାଇବ୍ରିଡ ମୋଡରେ ହେବ ଚାମ୍ପିୟନ୍ସ ଟ୍ରଫି

ଚାମ୍ପିୟନ୍ସ ଟ୍ରଫିକୁ ନେଇ ଗତ କିଛି ମାସ ହେଲା ଚାଲିଥିବା ଅଚଳାବସ୍ଥା ଦୂର ହୋଇଛି । ଆଇସିସି ଏହି ଟୁର୍ଣ୍ଣାମେଣ୍ଟ ପାଇଁ ‘ହାଇବ୍ରିଡ୍ ମଡେଲ୍’କୁ ମଞ୍ଜୁରି ଦେଇଛି । ପାକିସ୍ତାନ ଓ ଦୁବାଇରେ ହାଇବ୍ରିଡ୍ ମଡେଲରେ ଚାମ୍ପିୟନ୍ସ ଟ୍ରଫି ଖେଳାଯିବ । ଲାହୋର /ଭୁବନେଶ୍ୱର ୧୩-୧୨-୨୦୨୪(ପିପିଏସ ) : ଚାମ୍ପିୟନ୍ସ ଟ୍ରଫିକୁ ନେଇ ଗତ କିଛି ମାସ ହେଲା ଚାଲିଥିବା ଅଚଳାବସ୍ଥା ଦୂର ହୋଇଛି । ଆଇସିସି ଏହି ଟୁର୍ଣ୍ଣାମେଣ୍ଟ ପାଇଁ ‘ହାଇବ୍ରିଡ୍ ମଡେଲ୍’କୁ ମଞ୍ଜୁରି ଦେଇଛି […]

1 min read

ପାରାଦୀପରେ ଫସିଲେ ୭୮ ବାଂଲାଦେଶୀ ନାଗରିକ, ମାଛ ଧରିବାକୁ ଆସି ଅଟକ

ପାରାଦୀପ/ଭୁବନେଶ୍ୱର ୧୦-୧୨-୨୦୨୪(ପିପିଏସ) :  ବିଗତ କିଛି ମାସ ହେଲା ଭାରତ-ବାଂଲାଦେଶର ସଂପର୍କରେ ମଧୁରତା ନାହିଁ। ବିଭିନ୍ନ କାରଣକୁ ନେଇ ଉଭୟ ଦେଶ ମଧ୍ୟରେ ସଂପର୍କ ଭଲ ନଥିବା ବେଳେ ଏଥିରେ ସୁଧାର ଆଣିବା ପାଇଁ ଉଦ୍ୟମ କରାଯାଉଛି। ଏହାରି ମଧ୍ୟରେ ଭାରତୀୟ ସମୁଦ୍ର ସୀମାରୁ ୨ଟି ବାଂଲାଦେଶୀ ମାଛଧରା ଟ୍ରଲର ଜବତ ହୋଇଛି। ଏହି ଟ୍ରଲରେ ୭୮ ଜଣ ମତ୍ସ୍ୟଜୀବୀ ଥିଲେ। ମତ୍ସ୍ୟଜୀବୀମାନଙ୍କୁ ଅଟକ ରଖି ତଟରକ୍ଷୀ ବାହିନୀ ଖୋଳତାଡ଼ କରୁଛି।ବଙ୍ଗୋପସାଗରରେ ଅଟକ ଥିବା ସମସ୍ତ ବାଂଲାଦେଶୀ […]