ଭାରତୀୟ ପ୍ରଧାନମନ୍ତ୍ରୀଙ୍କୁ କୁଏତ ଆସିବାକୁ ୪୦ ବର୍ଷ ଲାଗିଗଲା : ମୋଦୀ

ନୂଆଦିଲ୍ଲୀ/ଭୁବନେଶ୍ୱର ୨୧-୧୨-୨୦୨୪ ( ପିପିଏସ ) : କୁଏତର କ୍ୟାନଭାସରେ ଭାରତୀୟତାର ରଙ୍ଗ ରହିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ସହରର ଶେଖ୍ ସାଦ୍ ଅଲ୍ ଅବଦୁଲ୍ଲା ଇନ୍ଡୋର ସ୍ପୋର୍ଟସ୍ କମ୍ପ୍ଲେକ୍ସରେ ଆୟୋଜିତ କମ୍ୟୁନିଟି ଇଭେଣ୍ଟ ‘ହାଲା ମୋଦୀ’ରେ ଭାରତୀୟମାନଙ୍କୁ ସମ୍ବୋଧିତ କରି ସେ କହିଛନ୍ତି, ମୁଁ ଅଢ଼େଇ ଘଣ୍ଟା ପୂର୍ବରୁ ଏଠାରେ ପହଞ୍ଚିଛି। ଆପଣମାନଙ୍କୁ ଦେଖିଲେ ଲାଗୁଛି ଏଠାରେ ଏକ ମିନି ଭାରତ ସୃଷ୍ଟି ହୋଇଛି । ଭାରତର କୋଣ ଅନୁକୋଣରୁ ଭିନ୍ନ ଭିନ୍ନ ଭାଷା କହୁଥିବା ଲୋକମାନେ ଏଠାରେ ଦେଖିବାକୁ ମିଳନ୍ତି । କିନ୍ତୁ ସମସ୍ତଙ୍କ ହୃଦୟରେ କେବଳ ଗୋଟିଏ ପ୍ରତିଫଳନ ରହିଛି- ଭାରତ ମାତା କି ଜୟ।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଏହି ମୁହୂର୍ତ୍ତ ମୋ ପାଇଁ ଅତ୍ୟନ୍ତ ସ୍ୱତନ୍ତ୍ର। ୪ ଦଶନ୍ଧିରୁ ଅଧିକ ସମୟ ପରେ ଅର୍ଥାତ୍ ୪୩ ବର୍ଷ ପରେ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀ କୁଏତ୍ ଆସିଛନ୍ତି। ଭାରତରୁ ଏଠାକୁ ଆସିବାକୁ ୪ ଘଣ୍ଟା ସମୟ ଲାଗିଥାଏ, କିନ୍ତୁ ପ୍ରଧାନମନ୍ତ୍ରୀଙ୍କୁ ଏଠାକୁ ଆସିବାକୁ ୪ ଦଶନ୍ଧି ଲାଗିଥିଲା। କୁଏତରେ ଭାରତର ପ୍ରତିଭା, ବୈଷୟିକ ଜ୍ଞାନକୌଶଳ ଓ ପରମ୍ପରାର ମସଲାକୁ ଆପଣ ମିଶ୍ରଣ କରିଛନ୍ତି। ସେଥିପାଇଁ ମୁଁ ଆଜି ଏଠାକୁ କେବଳ ଆପଣଙ୍କୁ ଭେଟିବା ପାଇଁ ନୁହେଁ, ବରଂ ଆପଣ ସମସ୍ତଙ୍କ ସଫଳତାକୁ ପାଳନ କରିବାକୁ ଆସିଛି ।

Leave A Reply

Your email address will not be published.