ପୁରୁଣା ଗାଡ଼ି ବିକ୍ରି ଉପରେ ଲାଗିବ ୧୮% ଜିଏସଟି

ନୂଆଦିଲ୍ଲୀ/ଭୁବନେଶ୍ୱର ୨୧-୧୨-୨୦୨୪ ( ପିପିଏସ ) : ଯଦି ଆପଣ ନିଜର ପୁରୁଣା କାରକୁ ବିକ୍ରି କରି ସେହି ଟଙ୍କାରେ ନୂଆ କାର୍ କିଣିବାକୁ ଚିନ୍ତା କରୁଛନ୍ତି, ତେବେ ଆପଣଙ୍କ ପାଇଁ ଚିନ୍ତାର ଖବର ଆସିଛି, କାରଣ ସରକାର ପୁରୁଣା ଗାଡି ବିକ୍ରି ଉପରେ ଜିଏସଟି ହାର ୧୮%କୁ ବୃଦ୍ଧି କରିଛନ୍ତି। ଶନିବାର ରାଜସ୍ଥାନର ଜୟସେଲମେରରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୫୫ ତମ ଜିଏସଟି ପରିଷଦ ବୈଠକରେ ଏ ନେଇ ନିଷ୍ପତ୍ତି ନିଆଯାଇଛି।  ସରଳ ଭାଷାରେ କହିବାକୁ ଗଲେ ଏବେ ପ୍ରି-ଓନଡ୍ କାର୍ କିଣିବା ପାଇଁ ପୂର୍ବ ଅପେକ୍ଷା ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। କାରଣ ଏବେ ଏସବୁ କାର ଉପରେ ଲାଗୁ ଜିଏସଟି ହାର ୧୨ ପ୍ରତିଶତରୁ ୧୮ ପ୍ରତିଶତକୁ ବୃଦ୍ଧି କରାଯାଇଛି। କେବଳ ପେଟ୍ରୋଲ ଓ ଡିଜେଲ କାର ନୁହେଁ, ଏହି ନିୟମର ପ୍ରଭାବ ସିଏନଜି ଏବଂ ଇଲେକ୍ଟ୍ରିକ୍ ଯାନ ଉପରେ ମଧ୍ୟ ଦେଖିବାକୁ ମିଳିବ । ଅର୍ଥାତ୍ ଯଦି ଆପଣ ପୁରୁଣା ଇଭି କିଣନ୍ତି ତେବେ ଆପଣଙ୍କୁ ୧୮ ପ୍ରତିଶତ ହାରରେ ଜିଏସଟି ଦେବାକୁ ପଡିବ ।ଏଠାରେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କେବଳ ପେଟ୍ରୋଲ ଓ ଡିଜେଲ କାର ନୁହେଁ, ଏହି ନିୟମର ପ୍ରଭାବ ସିଏନଜି ଏବଂ ଇଲେକ୍ଟ୍ରିକ୍ ଯାନ ଉପରେ ମଧ୍ୟ ଦେଖିବାକୁ ମିଳିବ । ଅର୍ଥାତ୍ ଯଦି ଆପଣ ପୁରୁଣା ଇଭି କିଣନ୍ତି ତେବେ ଆପଣଙ୍କୁ ୧୮ ପ୍ରତିଶତ ହାରରେ ଜିଏସଟି ଦେବାକୁ ପଡିବ । ଆଜିର ଜିଏସଟି ପରିଷଦ ବୈଠକରେ ଜୀବନ ଓ ସ୍ବାସ୍ଥ୍ୟବୀମା ଉପରେ ଲାଗୁ ଜିଏସଟି ହାର ସଂପର୍କିତ ନିଷ୍ପତ୍ତିକୁ ବିଳମ୍ବିତ କରାଯାଇଛି । 

Leave A Reply

Your email address will not be published.