ହାଇବ୍ରିଡ ମୋଡରେ ହେବ ଚାମ୍ପିୟନ୍ସ ଟ୍ରଫି
ଚାମ୍ପିୟନ୍ସ ଟ୍ରଫିକୁ ନେଇ ଗତ କିଛି ମାସ ହେଲା ଚାଲିଥିବା ଅଚଳାବସ୍ଥା ଦୂର ହୋଇଛି । ଆଇସିସି ଏହି ଟୁର୍ଣ୍ଣାମେଣ୍ଟ ପାଇଁ ‘ହାଇବ୍ରିଡ୍ ମଡେଲ୍’କୁ ମଞ୍ଜୁରି ଦେଇଛି । ପାକିସ୍ତାନ ଓ ଦୁବାଇରେ ହାଇବ୍ରିଡ୍ ମଡେଲରେ ଚାମ୍ପିୟନ୍ସ ଟ୍ରଫି ଖେଳାଯିବ ।
ଲାହୋର /ଭୁବନେଶ୍ୱର ୧୩-୧୨-୨୦୨୪(ପିପିଏସ ) : ଚାମ୍ପିୟନ୍ସ ଟ୍ରଫିକୁ ନେଇ ଗତ କିଛି ମାସ ହେଲା ଚାଲିଥିବା ଅଚଳାବସ୍ଥା ଦୂର ହୋଇଛି । ଆଇସିସି ଏହି ଟୁର୍ଣ୍ଣାମେଣ୍ଟ ପାଇଁ ‘ହାଇବ୍ରିଡ୍ ମଡେଲ୍’କୁ ମଞ୍ଜୁରି ଦେଇଛି । ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ହାଇବ୍ରିଡ୍ ମଡେଲରେ ଚାମ୍ପିୟନ୍ସ ଟ୍ରଫି ଆୟୋଜନ କରିବାକୁ ରାଜି ହୋଇଛି। ଏହାବ୍ୟତୀତ ଆଇସିସି ମଧ୍ୟ ପାକିସ୍ତାନ ବୋର୍ଡର ଏକ ବଡ଼ ସର୍ତ୍ତକୁ ଗ୍ରହଣ କରିଛି। ବିସିସିଆଇ ଓ ପାକିସ୍ତାନ କ୍ରିକେଟ୍ ବୋର୍ଡ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ ହେବା ପରେ ପାକିସ୍ତାନ ଓ ଦୁବାଇରେ ହାଇବ୍ରିଡ୍ ମଡେଲରେ ଚାମ୍ପିୟନ୍ସ ଟ୍ରଫି ଖେଳାଯିବ ବୋଲି ‘ସ୍ପୋର୍ଟସ୍ ତକ୍’ରେ ପ୍ରକାଶିତ ଏକ ରିପୋର୍ଟରୁ ଜଣାପଡ଼ିଛି। ଟୁର୍ଣ୍ଣାମେଣ୍ଟରେ ଟିମ୍ ଇଣ୍ଡିଆର ମ୍ୟାଚ୍ ଦୁବାଇରେ ଖେଳାଯିବ।
ବିସିସିଆଇ ଓ ପାକିସ୍ତାନ କ୍ରିକେଟ୍ ବୋର୍ଡ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ ହେବା ପରେ ପାକିସ୍ତାନ ଓ ଦୁବାଇରେ ହାଇବ୍ରିଡ୍ ମଡେଲରେ ଚାମ୍ପିୟନ୍ସ ଟ୍ରଫି ଖେଳାଯିବ ବୋଲି ‘ସ୍ପୋର୍ଟସ୍ ତକ୍’ରେ ପ୍ରକାଶିତ ଏକ ରିପୋର୍ଟରୁ ଜଣାପଡ଼ିଛି। ଟୁର୍ଣ୍ଣାମେଣ୍ଟରେ ଟିମ୍ ଇଣ୍ଡିଆର ମ୍ୟାଚ୍ ଦୁବାଇରେ ଖେଳାଯିବ।
ଚାମ୍ପିୟନ୍ସ ଟ୍ରଫିର ୧୦ଟି ମ୍ୟାଚ୍ ଆୟୋଜନ କରିବ ପାକିସ୍ତାନ । ଲିଗ୍ ପର୍ଯ୍ୟାୟରେ ଭାରତର ତିନୋଟି ଯାକ ମ୍ୟାଚ୍ ଦୁବାଇରେ ଖେଳାଯିବ। ଭାରତର ଲିଗ୍ ମ୍ୟାଚ୍ ବ୍ୟତୀତ ଟୁର୍ଣ୍ଣାମେଣ୍ଟର ସେମିଫାଇନାଲ ଓ ଫାଇନାଲ୍ ମ୍ୟାଚ୍ ମଧ୍ୟ ଦୁବାଇରେ ଅନୁଷ୍ଠିତ ହେବ। ଯଦି ନକଆଉଟ୍ ପର୍ଯ୍ୟାୟ ପୂର୍ବରୁ ଟିମ୍ ଇଣ୍ଡିଆ ବାଦ୍ ପଡ଼େ, ତେବେ ଏଭଳି ସ୍ଥିତିରେ ଲାହୋର ଓ ରାୱଲପିଣ୍ଡିରେ ସେମିଫାଇନାଲ ଓ ଫାଇନାଲ୍ ଖେଳାଯିବ।