ରାଜନୀତି
ଚିଟଫଣ୍ଡ ଜମାକାରୀଙ୍କୁ ଟଙ୍କା ଫେରସ୍ତ କଲେନି ବିଜେଡି ସରକାର: ମନମୋହନ ସାମଲ
ଭୁବନେଶ୍ୱର ୨୫-୧୨-୨୦୨୪(ପିପିଏସ ) : ଖୁବ୍ ଶୀଘ୍ର ଜମାକାରୀଙ୍କୁ ମିଳିବ ଚିଟଫଣ୍ଡ ଟଙ୍କା। ଏନେଇ ସରକାର ଚିନ୍ତା କରୁଛନ୍ତି। ଖୁବଶୀଘ୍ର ନୀତିଗତ ନିଷ୍ପତ୍ତି ନିଆଯାଇ ପୂରା ପ୍ରକ୍ରିୟାକୁ ଶେଷ କରାଯିବ। ଏକଥା କହିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ। ଏହାସହ କମିଶନର ରିପୋର୍ଟ ସାର୍ବଜନୀନ ନେଇ ସରକାର ଅନୁଧ୍ୟାନ କରୁଥିବା ନେଇ ସେ ସୂଚନା ଦେଇଛନ୍ତି।ପୂର୍ବ ବିଜେଡି ସରକାରଙ୍କୁ ଟାର୍ଗେଟ କରିଛନ୍ତି ମନମୋହନ। ସିଧାସଳଖ କହିଛନ୍ତି, ଜମାକାରୀଙ୍କୁ ଟଙ୍କା ଫେରସ୍ତ ଦାୟିତ୍ବ ପୂର୍ବ ସରକାରଙ୍କର ଥିଲା। କିନ୍ତୁ […]
ଧର୍ମେନ୍ଦ୍ରଙ୍କୁ ଭେଟିଲେ ଅମରେଶ, ରାଜନୈତିକ ମହଲରେ ଚର୍ଚ୍ଚା
ଭୁବନେଶ୍ୱର ୨୪-୧୨-୨୦୨୪ (ପିପିଏସ) : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଜେଡି କର୍ପୋରେଟର ଅମରେଶ ଜେନା ଭେଟିବା ନେଇ ବଢିଲା ଚର୍ଚ୍ଚା। ଦୀର୍ଘଦିନ ହେବ ଭୁବନେଶ୍ବର ବିଜେଡି ନେତୃତ୍ବଙ୍କ ଉପରେ ଅସନ୍ତୋଷ ଜାହିର କରୁଥିବା ଅମରେଶଙ୍କୁ ଏବେ ଖୋଲାଖୋଲି ବିଜେପି ନେତାଙ୍କ ସହ ବିଭିନ୍ନ କାର୍ଯ୍ୟକ୍ରମରେ ଦେଖିବାକୁ ମିଳୁଛି। ଭୁବନେଶ୍ବରରେ ଅମରେଶଙ୍କୁ ଧର୍ମେନ୍ଦ୍ର ଡାକି କିଛି ପଚାରିବା ପରେ ସେ ବିଜେପିର ନିକଟତର ହେଉଥିବା ଚର୍ଚ୍ଚା ହେଉଛି। ଏହି ଚର୍ଚ୍ଚାକୁ ବଳ ଦେଇଛି ବିଜେପି ବିଧାୟକ ବାବୁ ସିଂଙ୍କ […]
ଓଡ଼ିଶାର ନୂଆ ରାଜ୍ୟପାଳ ନିଯୁକ୍ତ ହେଲେ ହରିବାବୁ କମ୍ଭମପତି
ଭୁବନେଶ୍ୱର ୨୪-୧୨-୨୦୨୪ (ପିପିଏସ) : ଓଡ଼ିଶାର ନୂଆ ରାଜ୍ୟପାଳ ନିଯୁକ୍ତ ହେଲେ ହରିବାବୁ କମ୍ଭମପତି | ଏହାପୂର୍ବରୁ ମିଜୋରାମର ରାଜ୍ୟପାଳ ଥିଲେ | ରଘୁବର ଦାସଙ୍କ ସ୍ଥାନ ନେବେ ହରିବାବୁ | ପୂର୍ବରୁ ଆନ୍ଧ୍ରରେ ବିଜେପି ରାଜ୍ୟ ସଭାପତି ଥିଲେ | ୨୦୧୪ରେ ବିଶାଖାପାଟଣାରୁ ଲୋକସଭାକୁ ନିର୍ବାଚିତ ମଧ୍ୟ ହୋଇଥିଲେ | ଉଲ୍ଲେଖ ଥାଉ କି ଜୁଲାଇ, ୨୦୨୧ରେ ତାଙ୍କୁ ମିଜୋରାମ ରାଜ୍ୟପାଳ ଭାବେ ନିଯୁକ୍ତି ମିଳିଥିଲା | ୨୦୧୪ ମସିହାରେ ଲୋକସଭା ନିର୍ବାଚନରେ ସେ ବିଜେପି […]
ଅଜ୍ଞାତ ମୃତଦେହ ଚିହ୍ନଟରେ ବାୟୋମେଟ୍ରିକ୍ସର ଉପଯୋଗ ପାଇଁ ଶାହଙ୍କ ନିର୍ଦ୍ଦେଶ
ନୂଆଦିଲ୍ଲୀ/ଭୁବନେଶ୍ୱର ୨୪-୧୨-୨୦୨୪ (ପିପିଏସ) : ଅଜ୍ଞାତ ମୃତଦେହ ଏବଂ ନିଖୋଜ ବ୍ୟକ୍ତି ମିଳିବା ପରେ ଚିହ୍ନଟ କରିବା ପାଇଁ ବାୟୋମେଟ୍ରିକ୍ ଟେକ୍ନୋଲୋଜି ବ୍ୟବହାର କରିବା ଆବଶ୍ୟକ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି। ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋ (ଏନସିଆରବି) ସହିତ ତିନୋଟି ନୂତନ ଅପରାଧିକ ଆଇନର କାର୍ଯ୍ୟକାରିତା ଉପରେ ଏକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ଶାହ ଅପରାଧ ଅନୁସନ୍ଧାନର ସମସ୍ତ ପ୍ରସଙ୍ଗରେ ଟେକ୍ନୋଲୋଜିର ବ୍ୟବହାର ଉପରେ ଗୁରୁତ୍ୱାରୋପ କରିଛନ୍ତି। ସମସ୍ତ ମାମଲା ପାଇଁ […]
ରୋଜଗାର ମେଳା ଯୁବବର୍ଗଙ୍କୁ ସଶକ୍ତ କରୁଛି : ପ୍ରଧାନମନ୍ତ୍ରୀ
ଦେଶକୁ ବିଶ୍ୱଗୁରୁ କରାଇବାକୁ ହେଲେ ଯୁବ ଗୋଷ୍ଠୀ ଆତ୍ମନିର୍ଭର ହେବା ଉଚିତ : ଆଇନ ମନ୍ତ୍ରୀ ଭୁବନେଶ୍ୱର ୨୪-୧୨-୨୦୨୪ (ପିପିଏସ) : ରୋଜଗାର ମେଳା ଯୁବବର୍ଗଙ୍କୁ ସଶକ୍ତ କରୁଛି ଓ ସେମାନଙ୍କ ସାମର୍ଥ୍ୟକୁ ଉଜାଗର କରୁଛି। ଭାରତର ଯୁବ ପିଢ଼ି ନୂଆ ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ ଓ ସବୁ କ୍ଷେତ୍ରରେ ସଫଳ ବୋଲି ସିଆର୍ପିଏଫ୍ ପକ୍ଷରୁ ଆଇଏମ୍ଏମ୍ଟି ପରିସରରେ ଅନୁଷ୍ଠିତ ରୋଜଗାର ମେଳାରେ ଆଭାସୀ ମାଧ୍ୟମରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମତ ପ୍ରକାଶ କରିଛନ୍ତି। କାର୍ଯ୍ୟକ୍ରମରେ ମୁଖ୍ୟ […]
ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶା ଏକ ମଡେଲ୍: ଉପମୁଖ୍ୟମନ୍ତ୍ରୀ
ଆଇଏମ୍ଡିର ୧୫୦ ବର୍ଷ ପୂର୍ତ୍ତି ଅବସରରେ କର୍ମଶାଳା ସମ୍ବଲପୁର ବାଲେଶ୍ବର, ଭୁବନେଶ୍ବରରେ ପ୍ରତିଷ୍ଠା ହେବ ଡପ୍ଲର୍ ରାଡାର୍ ଭୁବନେଶ୍ୱର ୨୪-୧୨-୨୦୨୪ (ପିପିଏସ) : ଭାରତ ପାଣିପାଗ ବିଭାଗ(ଆଇଏମ୍ଡି)ର ୧୫୦ ବର୍ଷ ପୂର୍ତ୍ତି ଅବସରରେ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଏକ ଦିବସୀୟ ଉପଯୋଗକର୍ତ୍ତା କର୍ମଶାଳା ଅନୁଷ୍ଠିତ ହୋଇଛି। ‘ଓଡ଼ିଶା ଉପରେ ଅତ୍ୟନ୍ତ ଭୀଷଣ ପାଣିପାଗ ଜନିତ ଘଟଣାସମୂହ ଶୀର୍ଷକ କର୍ମଶାଳାରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ମୁଖ୍ୟଅତିଥି […]
ଜାନୁଆରିରୁ ବିକ୍ରି ହୋଇ ପାରିବ ପାର୍ଟପ୍ଲଟ : ରାଜସ୍ବ ମନ୍ତ୍ରୀ
ଭୁବନେଶ୍ୱର ୨୪-୧୨-୨୦୨୪ (ପିପିଏସ) : ଜାନୁଆରିରୁ ବିକ୍ରି ହୋଇ ପାରିବ ପାର୍ଟପ୍ଲଟ। ଏନେଇ ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ସେ କହିଛନ୍ତି, ଡିସେମ୍ବର ୩୧ ତାରିଖରେ ହେବାକୁ ଥିବା ବୈଠକରେ ସମାଧାନର ବାଟ ବାହାରିବ। ନୂଆବର୍ଷରୁ ଆଉ ରହିବନି ଏହି ସମସ୍ୟା। ଆବଶ୍ୟକ ପଡ଼ିଲେ ରେରା ଆଇନରେ ସଂଶୋଧନ କରାଯିବ। ପୂର୍ବରୁ ରେରା କମିଟିକୁ ଏନେଇ କୁହାଯାଇଛି। ଆଇନ ଶବ୍ଦ ସଂଯୋଜନାରେ ଅସୁବିଧା ଥିଲା।ନୂଆବର୍ଷରୁ ଆଉ ରହିବନି ଏହି ସମସ୍ୟା। ଆବଶ୍ୟକ ପଡ଼ିଲେ ରେରା […]
ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କର ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ଲୋକାର୍ପଣ
ମାତ୍ର ୩୫ ଦିନରେ ୧୦ ଫୁଟ୍ ଉଚ୍ଚତାବିଶିଷ୍ଟ ଏହି ବ୍ରୋଞ୍ଜ ପ୍ରତିମୂର୍ତ୍ତି ୧୮ ଜଣ କାରିଗରଙ୍କ ଦ୍ବାରା ନିର୍ମିତ ହୋଇଛି କଟକ,୨୪-୧୨-୨୦୨୪ (ପିପିଏସ) : ରାଜ୍ୟ ସରକାରଙ୍କ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତଥା କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ କାଠଯୋଡ଼ି ନିକଟ ବେଲ-ଭ୍ୟୁ ଛକ ଠାରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ର ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ଲୋକାର୍ପଣ କରାଯାଇଛି । ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି […]
କଂଗ୍ରେସ ସାରା ଦେଶବାସୀଙ୍କୁ କ୍ଷମା ମାଗୁ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର ୨୪-୧୨-୨୦୨୪ (ପିପିଏସ) : ବାବା ସାହେବ ଆମ୍ବେଦକର ପ୍ରସଙ୍ଗକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପ୍ରେସ୍ମିଟ୍ । କଂଗ୍ରେସ ସରକାରଙ୍କ ସମୟରେ ନେହୁରୁ ବାବା ସାହେବ ଆମ୍ବେଦକରଙ୍କୁ ଅସମ୍ମାନ କରିଥିବା କଥା କହିଲେ ମୁଖ୍ୟମନ୍ତ୍ରୀ । ଗୃହମନ୍ତ୍ରୀ ଅମିତ ଶାହ ରାଜ୍ୟସଭାରେ ଦେଇଥିବା ମନ୍ତବ୍ୟକୁ ନେଇ ଏବେ ରାଜନୈତିକ ତୁମ୍ବି ତୋଫାନ ଲାଗି ରହିଛି । ଏବେ ଅମିତ ଶାହଙ୍କୁ କ୍ଷମା ପ୍ରାର୍ଥନା କରିବାକୁ ଦାବି କରିଛି । ତେବେ ଅମିତ ଶାହ ନୁହେଁ ବରଂ […]
କେବେ ମିଳିବ ଶୁଦ୍ଧ ପାନୀୟ ଜଳ
:-ମେଗା ପାନୀୟ ଜଳ ପ୍ରକଳ୍ପରେ କେବେ ମିଳିବ ପାଣି ? :-ପାଣି ପାଈଁ ଆଉଟୁ ପାଉଟୁ ୨ଟି ବ୍ଲକର ୧ଲକ୍ଷରୁ ଉର୍ଦ୍ଧ ଲୋକ :-ନେତା ଙ୍କ ପ୍ରତିଶ୍ରୁତି କେବେ ହେବ ପୂରଣ ? ଅସ୍ତରଙ୍ଗ/ଭୁବନେଶ୍ୱର ୨୨-୧୨-୨୦୨୪ (ପିପିଏସ) : ଲୁଣି ଓ ଖାରି ପାଣି ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ପୁରୀ ଜିଲ୍ଲା କାକଟପୁର ଓ ଅସ୍ତରଙ୍ଗ ବ୍ଲକର ୧ଲକ୍ଷରୁ ଉର୍ଦ୍ଧ ଲୋକ।ଖରା ଦିନେ ଆସିଲେ ମାଇଲି ମାଇଲି ବାଟ ଚାଲିବାକୁ ପଡୁଛି। ନଚେତ କିଣା ପାଣି ଶୋଷ […]