ଧର୍ମେନ୍ଦ୍ରଙ୍କୁ ଭେଟିଲେ ଅମରେଶ, ରାଜନୈତିକ ମହଲରେ ଚର୍ଚ୍ଚା
1 min read

ଧର୍ମେନ୍ଦ୍ରଙ୍କୁ ଭେଟିଲେ ଅମରେଶ, ରାଜନୈତିକ ମହଲରେ ଚର୍ଚ୍ଚା

ଭୁବନେଶ୍ୱର ୨୪-୧୨-୨୦୨୪ (ପିପିଏସ) : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଜେଡି କର୍ପୋରେଟର ଅମରେଶ ଜେନା ଭେଟିବା ନେଇ ବଢିଲା ଚର୍ଚ୍ଚା। ଦୀର୍ଘଦିନ ହେବ ଭୁବନେଶ୍ବର ବିଜେଡି ନେତୃତ୍ବଙ୍କ ଉପରେ ଅସନ୍ତୋଷ ଜାହିର କରୁଥିବା ଅମରେଶଙ୍କୁ ଏବେ ଖୋଲାଖୋଲି ବିଜେପି ନେତାଙ୍କ ସହ ବିଭିନ୍ନ କାର୍ଯ୍ୟକ୍ରମରେ ଦେଖିବାକୁ ମିଳୁଛି। ଭୁବନେଶ୍ବରରେ ଅମରେଶଙ୍କୁ ଧର୍ମେନ୍ଦ୍ର ଡାକି କିଛି ପଚାରିବା ପରେ ସେ ବିଜେପିର ନିକଟତର ହେଉଥିବା ଚର୍ଚ୍ଚା ହେଉଛି। ଏହି ଚର୍ଚ୍ଚାକୁ ବଳ ଦେଇଛି ବିଜେପି ବିଧାୟକ ବାବୁ ସିଂଙ୍କ ବୟାନ।

ବାବୁ କହିଛନ୍ତି, ଅମରେଶଙ୍କ ପାଇଁ ବିଜେପିର ଦ୍ବାର ଖୋଲା ରହିଛି। ଅମରେଶ ଆମ ଭାଇ। ଅନ୍ୟପଟେ ଏଭଳି ଚର୍ଚ୍ଚା ଭିତରେ ଅମରେଶ କହିଛନ୍ତି, ବିଜେଡି ସୁପ୍ରିମୋ ମଧ୍ୟ ଅନ୍ୟ ଦଳର ନେତାଙ୍କୁ ଭେଟୁଛନ୍ତି। ତେଣୁ ଏଥିରେ ବିଜେଡିର କୌଣସି ଅସୁବିଧା ନାହିଁ। ମୁଁ ଭୁବନେଶ୍ବର ପାଇଁ କାମ କରୁଛି। କାମ କରିବା ଲୋକ କାମ କରିବା ଲୋକଙ୍କୁ ଖୋଜେ। ବିଜେପିକୁ ଯିବା ପୂର୍ବରୁ ମିଡ଼ିଆକୁ ଡାକି ଜଣାଇବି। 

Leave a Reply

Your email address will not be published. Required fields are marked *