ଓଡ଼ିଶାର ନୂଆ ରାଜ୍ୟପାଳ ନିଯୁକ୍ତ ହେଲେ ହରିବାବୁ କମ୍ଭମପତି

ଭୁବନେଶ୍ୱର ୨୪-୧୨-୨୦୨୪ (ପିପିଏସ) : ଓଡ଼ିଶାର ନୂଆ ରାଜ୍ୟପାଳ ନିଯୁକ୍ତ ହେଲେ ହରିବାବୁ କମ୍ଭମପତି | ଏହାପୂର୍ବରୁ ମିଜୋରାମର ରାଜ୍ୟପାଳ ଥିଲେ | ରଘୁବର ଦାସଙ୍କ ସ୍ଥାନ ନେବେ ହରିବାବୁ | ପୂର୍ବରୁ ଆନ୍ଧ୍ରରେ ବିଜେପି ରାଜ୍ୟ ସଭାପତି ଥିଲେ | ୨୦୧୪ରେ ବିଶାଖାପାଟଣାରୁ ଲୋକସଭାକୁ ନିର୍ବାଚିତ ମଧ୍ୟ ହୋଇଥିଲେ | ଉଲ୍ଲେଖ ଥାଉ କି ଜୁଲାଇ, ୨୦୨୧ରେ ତାଙ୍କୁ ମିଜୋରାମ ରାଜ୍ୟପାଳ ଭାବେ ନିଯୁକ୍ତି ମିଳିଥିଲା | ୨୦୧୪ ମସିହାରେ ଲୋକସଭା ନିର୍ବାଚନରେ ସେ ବିଜେପି ଟିକେଟରେ ବିଶାଖାପାଟଣାରୁ ନିର୍ବାଚନ ଲଢ଼ିଥିଲେ | ସେ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ୱାଇ.ଏସ ଜଗନ ମୋହନ ରେଡ୍ଡୀଙ୍କ ମା ତଥା ରାଜଶେଖର ରେଡ୍ଡୀଙ୍କ ପତ୍ନୀ ୱାଇ ଏସ ବିଜୟାମ୍ମାଙ୍କୁ ପରାସ୍ତ କରିଥିଲେ | ସେହିପରି ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ମୁତାବକ ରଘୁବର ଦାସ ଇସ୍ତଫା ଦେଇଥିବାବେଳେ ତାହାକୁ ମଂଜୁର କରାଯାଇଛି | ସେହିପରି ଜେନେରାଲ ଭିକେ ସିଂହଙ୍କୁ ମିଜୋରାମ ରାଜ୍ୟପାଳ, ବିହାର ରାଜ୍ୟପାଳ ଥିବା ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକରଙ୍କୁ କେରଳର ରାଜ୍ୟପାଳ, କେରଳ ରାଜ୍ୟପାଳ ଆରିଫ ମହମ୍ମଦ ଖାନଙ୍କୁ ବିହାର ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଛି | ସେହିପରି ଅଜୟ କୁମାର ଭଲଲାଙ୍କୁ ମଣିପୁର ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି |

Leave A Reply

Your email address will not be published.