Odia news latest
ଅମ୍ବାନୀଙ୍କୁ ପଛରେ ପକାଇ ଆଦାନୀ ଭାରତର ଏକ ନମ୍ବର ଧନୀ
ନୂଆଦିଲ୍ଲୀ: ଭାରତର ସବୁଠୁ ଧନୀ ବ୍ୟକ୍ତିଙ୍କ ମୁକୁଟ ପୁଣି ଥରେ ଗୌତମ ଆଦାନୀଙ୍କ ମୁଣ୍ଡରେ। ଏମ୍୩ଏମ୍ ହୁରୁନ୍ ଭାରତୀୟ ଧନୀ ତାଲିକା-୨୦୨୬ ଅନୁସାରେ, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ମୁଖ୍ୟ ମୁକେଶ ଅମ୍ବାନୀଙ୍କୁ ପଛରେ ପକାଇ ଗୌତମ ଆଦାନୀ ଦେଶର ଏକ ନମ୍ବର ଧନୀ ହୋଇଛନ୍ତି। ଆଦାନୀ ପରିବାରର ମୋଟ ସମ୍ପତ୍ତି ୯.୨୩ ଲକ୍ଷ କୋଟି ଟଙ୍କା ବୋଲି ତାଲିକାରେ ଦର୍ଶାଯାଇଛି। ଗତବର୍ଷ ହୁରୁନ୍ ତାଲିକାରେ ୯.୫୫ ଲକ୍ଷ କୋଟି ଟଙ୍କାର ସମ୍ପତ୍ତି ସହ ମୁକେଶ ଅମ୍ବାନୀ ଓ ପରିବାର […]
କୋଟି କୋଟି ଖର୍ଚ୍ଚ, ୮ କିମି ପାଇଁ ଜୀବନ ଦୁର୍ବିଷହ: ବଣ୍ଡାଘାଟିରେ ବିକାଶ ଅପହଞ୍ଚ
ମାଲକାନଗିରି: ଆଦିମ ଜନଜାତି ବଣ୍ଡା ସମ୍ପ୍ରଦାୟର ବିକାଶ ପାଇଁ ଯୋଜନା ଓ ଅନୁଦାନର ଅଭାବ ନାହିଁ। ସରକାରୀ ଯୋଜନାକୁ ଛାଡ଼ିଲେ ସ୍ୱତନ୍ତ୍ର ଭାବେ କାମ କରୁଛି ବଣ୍ଡା ଉନ୍ନୟନ ସଂସ୍ଥା। ବାର୍ଷିକ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା। ତଥାପି ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଓ ପାନୀୟ ଜଳ ଭଳି ମୌଳିକ ସୁବିଧାରୁ ବଞ୍ଚିତ ହୋଇ ଅଭାବୀ ଜୀବନ ବିତାଉଛନ୍ତି ବଣ୍ଡାଘାଟିର ବରଗୁଡ଼ା ଗ୍ରାମବାସୀ। ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ମୁଦୁଲିପଡ଼ା ପଞ୍ଚାୟତଠାରୁ ୮ କିମି ଦୂରରେ […]
ପାନୀୟ ଜଳ ସମସ୍ୟାକୁ ନେଇ ପଞ୍ଚାୟତ କାର୍ଯ୍ୟାଳୟ ଘେରାଉ
ରାୟଗଡ଼ା: ବର୍ଷ ବର୍ଷ ଧରି ପାନୀୟ ଜଳ ସମସ୍ୟାରେ ଛଟପଟ ହେଉଥିବା ଅଭିଯୋଗ କରି ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଲକ ଅନ୍ତର୍ଗତ ଅମ୍ବାଭଟା ପଞ୍ଚାୟତର ଛତ୍ର କଲୋନୀର ଗ୍ରାମବାସୀ ଆଜି ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିବା ସହ ମୁଖ୍ୟ ଫାଟକରେ ତାଲା ପକାଇଥିଲେ। ପାନୀୟ ଜଳ ସମସ୍ୟାର ସମାଧାନ ନହେବା ପର୍ଯ୍ୟନ୍ତ ତାଲା ଖୋଲାଯିବ ନାହିଁ ବୋଲି ଗ୍ରାମବାସୀ ଚେତାବନୀ ଦେଇଥିଲେ। ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ, ଛତ୍ର କଲୋନୀରେ ଥିବା ପାଣି ଟାଙ୍କି ଦୀର୍ଘଦିନ ହେଲା […]
ଓଡ଼ିଶାରେ ପ୍ରବଳ ବର୍ଷା ଓ ବଜ୍ରପାତ ଆଶଙ୍କା
ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା ଓ ବିଜୁଳି ଘଡ଼ଘଡ଼ି ସହ ୩୦ରୁ ୪୦ କିମି ବେଗରେ ଝଟକା ପବନ ବହିବାର ସମ୍ଭାବନାକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ବିଭାଗ। ମୌସୁମୀ ଋତୁରେ ବର୍ତ୍ତମାନ ୧୧ଟି ଲଘୁଚାପ ସୃଷ୍ଟି ହୋଇଥିବା ବେଳେ ଗତ ୨୪ ଘଣ୍ଟାରେ ରାଜ୍ୟର ସବୁ ଜିଲ୍ଲାରେ ସ୍ୱାଭାବିକ ବର୍ଷା ସହ ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ରେକର୍ଡ କରାଯାଇଛି। ଏହାସହ ଗୋଟିଏ ସ୍ଥାନରେ ଅତ୍ୟଧିକ ପ୍ରବଳ […]
ଦୈନିକ ରାଶିଫଳ
ମେଷ: ଆଜି ନୂଆ ଦାୟିତ୍ୱ ମିଳିପାରେ। କାମରେ ତତ୍ପରତା ରଖନ୍ତୁ, କିନ୍ତୁ ତରବରିଆ ନିଷ୍ପତ୍ତି ଏଡ଼ାନ୍ତୁ। ପରିବାରରେ ଆଲୋଚନା କରି ଆଗକୁ ବଢ଼ିବା ଭଲ। ବୃଷ: ବ୍ୟବସାୟ କିମ୍ବା ଚାକିରିରେ ଅଟକିଥିବା କାମ ଆଗକୁ ବଢ଼ିପାରେ। ଆର୍ଥିକ କାରବାରରେ କାଗଜପତ୍ର ଭଲଭାବେ ଯାଞ୍ଚ କରନ୍ତୁ। ସମ୍ପର୍କରେ ଧୈର୍ଯ୍ୟ ରଖିବା ଲାଭଦାୟକ। ମିଥୁନ: ଯୋଗାଯୋଗ ଓ ଆଲୋଚନାରୁ ନୂଆ ସୁଯୋଗ ମିଳିପାରେ। ପଢ଼ାଶୁଣାରେ ମନୋଯୋଗ ବଢ଼ିବ। ଅନାବଶ୍ୟକ ଖର୍ଚ୍ଚ ଉପରେ ନଜର ରଖନ୍ତୁ। କର୍କଟ: ପରିବାର ଓ ଘରୋଇ […]
ଡାକ୍ତରଙ୍କ ପ୍ରେସକ୍ରିପସନ୍ ବିନା ମିଳିବନି କଫ୍ ସିରପ୍
ନୂଆଦିଲ୍ଲୀ: ନିଶା ପାଇଁ କଫ୍ ସିରପ୍ର ଦୁରୁପଯୋଗ ବଢ଼ୁଥିବା ଅଭିଯୋଗ ମଧ୍ୟରେ ଏହାର ବିକ୍ରୟ ଉପରେ ନିୟମ କଡ଼ାକଡ଼ି କରିବାକୁ ସରକାର ପଦକ୍ଷେପ ନେଇଛନ୍ତି। ଡାକ୍ତରଙ୍କ ପ୍ରେସକ୍ରିପସନ୍ ବିନା କଫ୍ ସିରପ୍ ଭଳି ପ୍ରେସକ୍ରିପସନ୍ ଔଷଧ ବିକ୍ରି ନହେବା ନିଶ୍ଚିତ କରିବାକୁ ଔଷଧ ନିୟମରେ ପରିବର୍ତ୍ତନ ଆଣିବାକୁ ପ୍ରସ୍ତାବ ରହିଛି। ସରକାରୀ ସୂତ୍ର ଅନୁଯାୟୀ, ବୟସ୍କଙ୍କ ପାଇଁ ପ୍ରସ୍ତୁତ କେତେକ କଫ୍ ସିରପ୍ ପିଲାମାନଙ୍କୁ ଦିଆଯାଉଥିବା ଘଟଣା ସାମ୍ନାକୁ ଆସିଛି। ଏଭଳି ବ୍ୟବହାରକୁ ରୋକିବା ସହ ଔଷଧର […]
ଆଜିର ରାଶିଫଳ — ୧୭ ସେପ୍ଟେମ୍ବର ୨୦୨୬
ମେଷ: କର୍ମକ୍ଷେତ୍ରରେ ନୂଆ ଦାୟିତ୍ୱ ମିଳିପାରେ। ଅଧୁରା କାମ ସାରିବାକୁ ଧ୍ୟାନ ଦିଅନ୍ତୁ। ଅନାବଶ୍ୟକ ଖର୍ଚ୍ଚରୁ ଦୂରେଇ ରୁହନ୍ତୁ। ବୃଷ: ଆର୍ଥିକ ଦିଗରେ ଆଶ୍ୱସ୍ତି ମିଳିପାରେ। ବ୍ୟବସାୟରେ ନୂଆ ସୁଯୋଗ ଆସିବ। ପରିବାରର କୌଣସି ସଦସ୍ୟଙ୍କ ସହଯୋଗ ମିଳିପାରେ। ମିଥୁନ: ଆଜି ଯୋଗାଯୋଗ ଓ ଆଲୋଚନାରେ ଲାଭ ମିଳିବ। ଚାକିରିରେ ନୂଆ ପ୍ରସ୍ତାବ ଆସିପାରେ। ତରବରିଆ ନିଷ୍ପତ୍ତି ନେବାରୁ ବଞ୍ଚନ୍ତୁ। କର୍କଟ: ଘରୋଇ ଦାୟିତ୍ୱ ବଢ଼ିପାରେ। ପୁରୁଣା ଆର୍ଥିକ ଚିନ୍ତା କିଛି ମାତ୍ରାରେ କମିବ। ନିଜ ଯୋଜନାକୁ […]
ଭୂତକୋଠି ପାଲଟିଛି ରାଜ୍ୟର ଦ୍ୱିତୀୟ ଶୀତଳଭଣ୍ଡାର: ଝାଳବୁହା ଚାଷର ମିଳୁନି ଉଚିତ ମୂଲ୍ୟ
ରାଉରକେଲା: ଚାଷୀଙ୍କ ଉତ୍ପାଦିତ ପନିପରିବାର ଅଭାବୀ ବିକ୍ରି ରୋକିବା ପାଇଁ ସୁନ୍ଦରଗଡ଼ର କୁଆରମୁଣ୍ଡା ବ୍ଲକରେ ସ୍ଥାପିତ ହୋଇଥିଲା ରାଜ୍ୟର ଦ୍ୱିତୀୟ ଶୀତଳଭଣ୍ଡାର। ହେଲେ ଏବେ ଏହାର ଅବସ୍ଥା ଶୋଚନୀୟ। ଡାଏରି ଫାର୍ମ ନିକଟ ପ୍ରାୟ ୨ ଏକର ଜମିରେ ଉଦ୍ୟାନକୃଷି ବିଭାଗ ପକ୍ଷରୁ ନିର୍ମିତ ଶୀତଳଭଣ୍ଡାରର ଭୂତକୋଠି ପାଲଟିଛି। ଏଠାରେ ଥିବା ବିଭିନ୍ନ ଯନ୍ତ୍ରପାତିକୁ ଖଣ୍ଡଖଣ୍ଡ କରି କେତେକ ଦୁର୍ବୃତ୍ତ ବିକ୍ରି କରିଦେଇଥିବା ଅଭିଯୋଗ ହୋଇଛି। ଗୋଦାମ ଗୃହର ଝରକା, କବାଟ ଏପରିକି ଟାଇଲ୍ ଚଟାଣକୁ ମଧ୍ୟ […]
ଆଜିର ରାଶିଫଳ
ମେଷ ଆଜି ଆର୍ଥିକ ସମସ୍ୟାର ସମାଧାନ ହୋଇପାରେ। ଦୃଷ୍ଟିକୋଣରେ ସକାରାତ୍ମକ ପରିବର୍ତ୍ତନ ଦେଖିବେ। ଜମି କିମ୍ବା ଗାଡ଼ି ସମ୍ବନ୍ଧୀୟ ମାମଲା ଥିଲେ ଅନୁକୂଳ ଖବର ମିଳିପାରେ। ବୃଷ ଧାର୍ମିକ ଓ ଆଧ୍ୟାତ୍ମିକ କାର୍ଯ୍ୟ ପ୍ରତି ଆଗ୍ରହ ବଢ଼ିବ। ନିଜ ଲକ୍ଷ୍ୟ ପ୍ରତି ଏକାଗ୍ର ରହିଲେ ସଫଳତା ମିଳିବ। ସମାଜରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ଗଢ଼ିପାରିବେ। ମିଥୁନ ପ୍ରେମ ସମ୍ପର୍କରେ ଭଲ ପରିବର୍ତ୍ତନ ଆସିପାରେ। ଛାତ୍ରଛାତ୍ରୀ ଓ ଯୁବବର୍ଗ ନିଜ ସଫଳତାକୁ ନେଇ ଆତ୍ମବିଶ୍ୱାସୀ ରହିବେ। ନୂଆ […]
ଆଜିର ରାଶିଫଳ
♈ ମେଷ ଆଜି ନୂଆ କାମ ଆରମ୍ଭ କରିବାର ଯୋଗ ରହିଛି। ଚାକିରିରେ ନିଜ ଦକ୍ଷତା ପ୍ରମାଣ କରିବେ। ଅଧିକ ଦାୟିତ୍ୱ ମିଳିଲେ ମଧ୍ୟ ଆତ୍ମବିଶ୍ୱାସର ସହ କାମ କରିପାରିବେ। ଆର୍ଥିକ ଦିଗରେ ଅପ୍ରତ୍ୟାଶିତ ଲାଭ ହୋଇପାରେ। ♉ ବୃଷ ଘରୋଇ ମାମଲାରେ ଆଜି ଆପଣଙ୍କ ନିଷ୍ପତ୍ତି ଗୁରୁତ୍ୱ ପାଇବ। ଜମି, ଘର କିମ୍ବା ସମ୍ପତ୍ତି ସମ୍ପର୍କିତ ଆଲୋଚନା ଆଗକୁ ବଢ଼ିପାରେ। ବ୍ୟବସାୟରେ ପୁରୁଣା ଗ୍ରାହକଙ୍କଠାରୁ ଲାଭ ମିଳିବ। ଖର୍ଚ୍ଚ ଉପରେ ନଜର ରଖନ୍ତୁ। ♊ ମିଥୁନ […]
