ଓଡିଶା
ଥାନାବାବୁଙ୍କୁ ମାଡ଼ ଘଟଣା: ନିରପେକ୍ଷ ତଦନ୍ତ ଦାବି
ବଲାଙ୍ଗୀର/ଭୁବନେଶ୍ବର,୨୫-୦୮-୨୪ (ପିପିଏସ): ୨୬ ନମ୍ବର ଜାତୀୟ ରାଜପଥ ବଲାଙ୍ଗୀର ଦେଓଗାଁ ରାସ୍ତାର ସୋନଗଡ଼ ନଦୀ ବ୍ରିଜ ଉପରେ ମାତାଲ ତୁଷୁରା ଥାନା ଅଧିକାରୀ ଦେଖାଇଥିବା ଦବଙ୍ଗିରି କୁନେଇ ଅସନ୍ତୋଷ ବଢ଼ିବାରେରେ ଲାଗିଛି। ପୁଲିସ କରୁଥିବା ତଦନ୍ତକୁ ସନ୍ଦେହ କରି ଦେଓଗାଁର ସଚେତନ ନାଗରିକ ନିରପେକ୍ଷ ତଦନ୍ତ ଦାବି କରିଛନ୍ତି। ସ୍ଥାନୀୟ ଜନତା ରବିବାର ସନ୍ଧ୍ୟାରେ ଦେଓଗାଁ ପୁଲିସକୁ ଏକ ଦାବିପତ୍ର ଦେଇଛନ୍ତି। ନିଶା ଖାଇଥିବା ତୁଷୁରା ଥାନା ଅଧିକାରୀ ଶଶୀଭୂଷଣ ମିଶ୍ର ଓ କନେଷ୍ଟବଳ ଅରୁଣ ଜେନା […]
ଶେଷ ହେଲା ସଞ୍ଜୟ ରାୟର ପଲିଗ୍ରାଫ୍ ଟେଷ୍ଟ
ବହୁ ଚର୍ଚିତ କୋଲକାତା ଦୁଷ୍କର୍ମ ଓ ହତ୍ୟା ମାମଲା ପଲିଗ୍ରାଫ ଟେଷ୍ଟ ପରେ ଜେଲରୁ ବାହାରିଲା ସିବିଆଇ ଜାରି ରହିଛି ଆଗାମୀ ତଦନ୍ତ କୋଲକାତା/ଭୁବନେଶ୍ବର,୨୫-୦୮-୨୪ (ପିପିଏସ): କୋଲକାତାର ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଜଣେ ସ୍ନାତକୋତ୍ତର ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଦେଶରେ ଆଲୋଡ଼ନ ସୃଷ୍ଟି କରିଛି। ଏହି ଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରାୟର ଅଗଷ୍ଟ ୨୫ ତାରିଖ ରବିବାର ଦିନ ତାର ପଲିଗ୍ରାଫ୍ ଟେଷ୍ଟ ଶେଷ ହୋଇଛି। ପ୍ରାୟ ଚାରିଘଣ୍ଟା ଧରି […]
ବାଂଲାଦେଶରେ ଫସିଛି ଆଦାନିଙ୍କ ୬୭୧୧ କୋଟି
ନୂଆଦିଲ୍ଲୀ/ଭୁବନେଶ୍ବର,୨୫-୦୮-୨୪ (ପିପିଏସ): ବାଂଲାଦେଶରେ ଦେଖାଦେଇଥିବା ରାଜନୈତିକ ସଙ୍କଟ ଭାରତକୁ ବିଭିନ୍ନ କ୍ଷେତ୍ରରେ ପ୍ରଭାବିତ କରିଥିବା ବେଳେ ସେଥିରୁ ଦେଶର ଦ୍ବିତୀୟ ବଡ଼ ଧନୀ ଗୌତମ ଆଦାନି ବାଦ୍ ପଡ଼ିନାହାନ୍ତି। ବାଂଲାଦେଶକୁ ନେଇ ତାଙ୍କ ଚିନ୍ତା ବଢ଼ିଯାଇଛି। ଆଦାନି ଗ୍ରୁପ୍ର କମ୍ପାନି ଆଦାନି ପାୱାର ବାଂଲାଦେଶକୁ ବିଦ୍ୟୁତ୍ ଯୋଗାଣ କରୁଛି। ସେ ବାବଦରେ କମ୍ପାନି ୮୦୦ ନିୟୁତ ଡଲାର (୬୭୧୧ କୋଟି ଟଙ୍କା) ପାଇବାକୁ ଅଛି। ଶୀଘ୍ର ଦେୟ ଦେବାକୁ ଆଦାନି ପାୱାର ପକ୍ଷରୁ ବାଂଲାଦେଶର ଅନ୍ତରୀଣ ସରକାରଙ୍କ […]
ମାତିଛନ୍ତି କାଠ ମାଫିଆ
ଭୁବନେଶ୍ବର/କେନ୍ଦୁଝର /୨୫-୦୮-୨୪ (ପିପିଏସ): କେନ୍ଦୁଝର ଜିଲ୍ଲା ସଦର ରେଞ୍ଜ ମାଇଦାନକେଲ ବିଟ୍ ଅନ୍ତର୍ଗତ ନେଲୁଙ୍ଗ ଗ୍ରାମ୍ୟ ଜଙ୍ଗଲରେ ମାତିଛନ୍ତି କାଠ ମାଫିଆ। କିଛିଦିନ ହେବ ରାଜ୍ୟ ବାହାରର କାଠ ମାଫିଆମାନେ ମେସିନ ସାହାଯ୍ୟରେ ଗଛ କାଟି ବିଭିନ୍ନ ସ୍ଥାନକୁ ଚାଲାଣ କରୁଛନ୍ତି। ଏନେଇ ଗ୍ରାମବାସୀ ପଚାରିଲେ ବନ ବିଭାଗ ଅନୁମତି ଦେଇଥିବା କହୁଛନ୍ତି। ଗତକାଲି ଜଙ୍ଗଲରେ କଛ କଟା ଚାଲିଥିବା ସମୟରେ ଗ୍ରାମବାସୀ ବନ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ବିଭାଗୀୟ କର୍ମଚାରୀମାନେ ପହଞ୍ଚିଥିଲେ। ସେମାନଙ୍କୁ […]
ଖାଇରେ ଖସିପଡ଼ିଲା ବସ, ୨୫ମୃତ
ଲାହୋର/ଭୁବନେଶ୍ବର,୨୫-୦୮-୨୪ (ପିପିଏସ): ପାକିସ୍ତାନର ପଞ୍ଜାବ ପ୍ରଦେଶରେ ଏକ ମର୍ମନ୍ତୁଦ ବସ୍ ଦୁର୍ଘଟଣା ଘଟିଛି। କାହୁଟାରୁ ରାଓ୍ବଲପିଣ୍ଡି ଯାଉଥିବା ଏକ ଯାତ୍ରୀବାହୀ ବସ୍ ଏକ ଗଭୀର ଖାଇକୁ ଖସି ପଡ଼ିଛି। ଏହି ଦୁର୍ଘଟଣାରେ ୨୫ ଜଣଙ୍କର ମୃତ୍ୟୁ ଘଟିଛି। ଆଉ କେତେକ ରିପୋର୍ଟ ଅନୁସାରେ ବସ ଦୁର୍ଘଟଣାରେ ମୋଟ ୨୯ ଜଣଙ୍କ ମୃତ୍ୟୁ ହୋଇଛି । ପାକିସ୍ତାନୀ ଚ୍ୟାନେଲ୍ ଜିଓ ନ୍ୟୁଜ୍ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ୨୬ ଜଣ ଯାତ୍ରୀଙ୍କୁ ନେଇ ବସ୍ଟି କାହୁଟାରୁ ରାୱଲପିଣ୍ଡି ଅଭିମୁଖେ […]
ଆରମ୍ଭ ହେଲା ରାଜ୍ୟ ଫିଜିଓଥେରାପିଷ୍ଟ ବ୍ୟାଡମିଣ୍ଟନ ଲିଗ
ଭୁବନେଶ୍ବର,୨୫-୦୮-୨୪ (ପିପିଏସ): ସ୍ୱାସ୍ଥ୍ୟ ହିଁ ସମ୍ପଦ, ଆଉ କ୍ରୀଡା ଦ୍ୱାରା ହିଁ ସ୍ୱାସ୍ଥ୍ୟ ଠିକ ରହେ | କିଛି ଏଭଳି ବାର୍ତ୍ତା ନେଇ ଆଜିଠାରୁ ଭୁବନେଶ୍ୱରରେ ଆରମ୍ଭ ହୋଇଯାଇଛି ରାଜ୍ୟ ଫିଜିଓଥେରାପିଷ୍ଟ ବ୍ୟାଡମିଣ୍ଟନ ଲିଗ | ଭୁବନେଶ୍ୱରର ପାୱାର ସଟଲର ବ୍ୟାଡମିଣ୍ଟନ ଏକାଡେମୀଠାରେ ଏହି କ୍ରୀଡା ପ୍ରତିଯୋଗିତା ଆରମ୍ଭ ହୋଇଥିବାବେଳେ ଆଜି ଭୁବନେଶ୍ୱର ମେୟର ସୁଲୋଚନା ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାର ଉଦଘାଟନ କରିଥିଲେ | ଆସନ୍ତା ସେପ୍ଟେମ୍ବର ୮ ତାରିଖରେ ବିଶ୍ୱ […]
ସୁଶାନ୍ତ ଧଳସାମନ୍ତ ସେଲ୍ରୁ ମିଳିଲା ମୋବାଇଲ : ମାଦକ ଦ୍ରବ୍ୟ ସହ ଟ୍ରିମର ଓ ଲାଇଟର
ବଲାଙ୍ଗୀର/ଭୁବନେଶ୍ବର,୨୫-୦୮-୨୪ (ପିପିଏସ) : ଜେଲରେ ଜୋରଦାର ହେଉଛି ଚଢାଉ। ବଲାଙ୍ଗୀର ଗ୍ୟାଙ୍ଗୱାର ଖବର ସାମନାକୁ ଆସିବା ପରେ ଏବେ କଡ଼ାକଡ଼ି ଚେକିଂ ଚାଲିଛି । ବଲାଙ୍ଗୀର ଜେଲରେ ରେଡ୍ ବେଳେ ଗ୍ୟାଙ୍ଗଷ୍ଟର ସୁଶାନ୍ତ ଧଳ ସାମନ୍ତ ସେଲରୁ ମିଳିଥିବା ଜଣାପଡିଛି। ଶନିବାର ଜେଲରେ ଚଢ଼ାଉ କରିଥିଲା ପୋଲିସ। ସେଲ୍ ଭିତରୁ ମିଳିଥିଲା ମାଦକ ଦ୍ରବ୍ୟ ସହ ଟ୍ରିମର ଓ ଲାଇଟର। ଏଥିସହ ଜେଲର ଅନ୍ୟ ସେଲରୁ ପୁଲିସ ବିଡ଼ି, ସିଗାରେଟ୍, ଦିଆସିଲ୍ ଓ ଅନ୍ୟ ନିଶାଦ୍ରବ୍ୟ ଜବତ […]
ଜିଲ୍ଲା ମୁଖ୍ୟ କାରାଗାର ସମେତ ୪ ଜେଲରେ ପୋଲିସର ଚଢ଼ାଉ : ବିପୁଳ ନିଶା ସାମଗ୍ରୀ ଜବତ
ନୟାଗଡ଼/ଭୁବନେଶ୍ବର,୨୫-୦୮-୨୪ (ପିପିଏସ) : ନୟାଗଡ଼ର ୪ଟି ଜେଲରେ ପୋଲିସ ରେଡ୍ କରିଛି । ନିଶା କାରବାର ନେଇ ଆଜି ଭୋରରୁ ଜିଲ୍ଲା ମୁଖ୍ୟ କାରାଗାର ସହ ୩ ଉପ କାରାଗାରରେ ରେଡ୍ ଚାଲିଛି l ମାଜିଷ୍ଟ୍ରେଟ ଓ ନୟାଗଡ଼ ଏସପିଙ୍କ ଉପସ୍ଥିତିରେ ଚଢାଉରେ ବହୁ ବରିଷ୍ଠ ଅଧିକାରୀ ସାମିଲ ହୋଇଛନ୍ତି । ନୟାଗଡ଼ ଜିଲ୍ଲା ମୁଖ୍ୟ କାରାଗାରରୁ ବିପୁଳ ନିଶା ଦ୍ରବ୍ୟ ଜବତ ହୋଇଛି। ଦଶପଲ୍ଲା ଉପ କାରାଗାରରୁ ମଧ୍ୟ ଜବତ ହୋଇଛି ବିପୁଳ ପରିମାଣର ନିଶା […]
ସେପ୍ଟେମ୍ବରରେ ୧୭ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ, ସୁଭଦ୍ରା ଯୋଜନା କରିବେ ଉଦ୍ଘାଟନ : ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ବର,୨୫-୦୮-୨୪ (ପିପିଏସ) : ସେପ୍ଟେମ୍ବରରେ ୧୭ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଓଡ଼ିଶାରେ ଆସି ସୁଭଦ୍ରା ଯୋଜନା କରିବେ ଉଦ୍ଘାଟନ। ମହିଳାଙ୍କ ଆକାଉଣ୍ଟକୁ ସିଧାସଳଖ ଯିବ ଟଙ୍କା । ଏନେଇ ସୂଚନା ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସୂଚନା ମୁତାବକ, ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ ସହ ଆଶିଷ ଲାଭ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଆଇନ୍ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ପୁରୀ ସାଂସଦ […]
ଆଉ ନାହାନ୍ତି ଆଇଏଲଏସ୍ ବୈଜ୍ଞାନିକ ଡକ୍ଟର ସନ୍ଦୀପ ମିଶ୍ର : କର୍କଟ ରୋଗର ଚିକିତ୍ସା କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ଲାଗି ଥିଲେ ଚର୍ଚ୍ଚାରେ
ଭୁବନେଶ୍ବର,୨୫-୦୮-୨୪ (ପିପିଏସ) : କର୍କଟ ରୋଗର ଚିକିତ୍ସା କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ଲାଗି ଚର୍ଚ୍ଚାରେ ଥିବା ଆଇଏଲଏସ୍ ବୈଜ୍ଞାନିକ ଡକ୍ଟର ସନ୍ଦୀପ ମିଶ୍ର ଆଉ ନାହାନ୍ତି। ଭୁବନେଶ୍ୱର ସ୍ଥିତ ଘରୁ ଡକ୍ଟର ସନ୍ଦୀପ ମିଶ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଛି । ତାଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରାଯାଇଛି। ବୈଜ୍ଞାନିକ ସନ୍ଦୀପ ମିଶ୍ର ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଥିବା ବେଳେ ଏହାପଛର କାରଣ ସ୍ପଷ୍ଟ ହୋଇନାହିଁ। ଏନେଇ ପରିବାର ଲୋକଙ୍କ ପ୍ରତିକ୍ରିୟା ମିଳିନାହିଁ । […]