November 2026
କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା; SC ଛାତ୍ରଛାତ୍ରୀଙ୍କୁ ମିଳିବ ୮୬ ହଜାର ଟଙ୍କା
ଉଚ୍ଚଶିକ୍ଷା ହାସଲ କରିବାକୁ ଚାହୁଥିବା ଅନୁସୂଚିତ ଜାତି ବର୍ଗର ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର । କେନ୍ଦ୍ର ସରକାରଙ୍କ ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ‘ଟପ୍ କ୍ଲାସ୍ ଏଜୁକେସନ୍ ସ୍କିମ୍ ଫର୍ SC ଷ୍ଟୁଡେଣ୍ଟସ୍’ ଯୋଜନାରେ ଆବେଦନ ପ୍ରକ୍ରିୟା ଜାରି ରହିଛି । ଏହି ଯୋଜନା ଅଧୀନରେ ଯୋଗ୍ୟ ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷା ପାଇଁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ । ତେଣୁ ଯେଉଁମାନେ ଏହି ସୁଯୋଗର ଲାଭ ଉଠାଇବାକୁ ଚାହୁଁଛନ୍ତି, ସେମାନେ ନଭେମ୍ବର ୩୦ ତାରିଖ […]
ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା ‘ଅକୱାନ୍’
୧୮ରୁ ଓଡ଼ିଶାରେ ବର୍ଷା, ୧୯ରୁ ୨୧ ଯାଏଁ ପ୍ରଭାବ ବଢ଼ିବା ଆଶଙ୍କା ଭୁବନେଶ୍ୱର: ବଙ୍ଗୋପସାଗରରେ ଘନୀଭୂତ ହେଉଛି ସମ୍ଭାବ୍ୟ ବାତ୍ୟା ‘ଅକୱାନ୍’। ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅଧିକ ଘନୀଭୂତ ହୋଇ ଅବପାତର ରୂପ ନେଇଛି। ଏହା ଉତ୍ତର-ପଶ୍ଚିମ ଦିଗକୁ ଗତି କରି ନଭେମ୍ବର ୧୬ରେ ସାମୁଦ୍ରିକ ଝଡ଼ ଏବଂ ୧୭ ତାରିଖରେ ଭୀଷଣ ବାତ୍ୟାରେ ପରିଣତ ହେବାର ଆଶଙ୍କା ରହିଛି। ଏହାର ପ୍ରଭାବରେ ନଭେମ୍ବର ୧୮ରୁ ଓଡ଼ିଶାରେ ବର୍ଷା ଆରମ୍ଭ ହେବ। ୧୯ରୁ ୨୧ ତାରିଖ […]
ଆସନ୍ତା ଡିସେମ୍ବର ପ୍ରଥମ ସପ୍ତାହରେ ସଂସଦର ଶୀତକାଳୀନ ଅଧିବେଶନ: ଲୋକସଭା ଆସନ ୮୫୦କୁ ବଢ଼ାଇବାକୁ ପ୍ରସ୍ତାବ
ନୂଆଦିଲ୍ଲୀ: ଆସନ୍ତା ଡିସେମ୍ବର ପ୍ରଥମ ସପ୍ତାହରେ ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହେବାର ସମ୍ଭାବନା ରହିଛି। ଏହି ଅଧିବେଶନରେ ମହିଳା ସଂରକ୍ଷଣ ଲାଗୁ କରିବା ସମ୍ପର୍କିତ ସମ୍ବିଧାନ ସଂଶୋଧନ ବିଲ୍ ପାରିତ କରିବାକୁ କେନ୍ଦ୍ର ସରକାର ଗୁରୁତ୍ୱ ଦେଉଛନ୍ତି। ଏଥିପାଇଁ ନିର୍ବାଚନମଣ୍ଡଳୀର ସୀମା ପୁନଃନିର୍ଦ୍ଧାରଣ ଜରିଆରେ ଲୋକସଭା ଆସନ ସଂଖ୍ୟା ବର୍ତ୍ତମାନର ୫୪୩ରୁ ସର୍ବାଧିକ ୮୫୦କୁ ବୃଦ୍ଧି କରିବାକୁ ପ୍ରସ୍ତାବ ରହିଛି। ଏନେଇ ସଂସଦୀୟ ଅଧିବେଶନର ସମ୍ଭାବ୍ୟ ତାରିଖ ସ୍ଥିର କରିବାକୁ ସରକାରୀ ସ୍ତରରେ ଆଲୋଚନା ଚାଲିଛି। […]
ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳତା କେବଳ ଏକ ଆର୍ଥିକ ଲକ୍ଷ୍ୟ ନୁହେଁ : ରାଜନାଥ ସିଂହ
ନୂଆଦିଲ୍ଲୀ: ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳତା କେବଳ ଏକ ଆର୍ଥିକ ଲକ୍ଷ୍ୟ ନୁହେଁ, ବରଂ ଏକ ରଣନୈତିକ ଆବଶ୍ୟକତା ମଧ୍ୟ ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଅଣ-ବିନାଶକାରୀ ମୂଲ୍ୟାଙ୍କନ ଏବଂ ସମର୍ଥନ ପ୍ରଯୁକ୍ତିବିଦ୍ୟା ଉପରେ ଅନୁଷ୍ଠିତ ୩୬ତମ ବାର୍ଷିକ ସମ୍ମିଳନୀ ଏବଂ ଅନ୍ତରୀକ୍ଷ ଉପରେ ଆନ୍ତର୍ଜାତୀୟ ଆଲୋଚନାଚକ୍ରକୁ ଭର୍ଚୁଆଲ୍ ଭାବରେ ସମ୍ବୋଧିତ କରି କହିଛନ୍ତି। ସେ ଉନ୍ନତ ନିରୀକ୍ଷଣ ପ୍ରଯୁକ୍ତିବିଦ୍ୟାରେ ସ୍ୱଦେଶୀ କ୍ଷମତା ବିକାଶ, ସ୍ଥିର ଗୁଣବତ୍ତା ନିଶ୍ଚିତତା ଅଭ୍ୟାସକୁ ପ୍ରୋତ୍ସାହିତ କରିବା ଏବଂ ପରୀକ୍ଷା ଫଳାଫଳର ସଠିକତା, ନିର୍ଭରଯୋଗ୍ୟତା ସୁନିଶ୍ଚିତ […]
ପାକିସ୍ତାନକୁ କୂଟନୈତିକ ସହାୟତା ମାଗିଲା ଭାରତ
ନୂଆଦିଲ୍ଲୀ ; ଗତ ୭ ମାସ ଧରି ପାକିସ୍ତାନର କରାଚୀ ବନ୍ଦରରେ ୬ ଜଣ ଭାରତୀୟ ନାବିକ ଫସି ରହିଛନ୍ତି । ଏମାନଙ୍କ ମଧ୍ୟରେ ଭାରତୀୟ ମର୍ଚ୍ଚାଣ୍ଟ ନେଭିର ଜଣେ ମୁଖ୍ୟ ଅଧିକାରୀ ମଧ୍ୟ ଅଛନ୍ତି । ପରିବାରବର୍ଗଙ୍କ ବାରମ୍ବାର ନିବେଦନ ଏବଂ ନାବିକମାନଙ୍କୁ ପ୍ରତ୍ୟାବର୍ତ୍ତନ କରିବାରେ ବିଳମ୍ବ ମଧ୍ୟରେ ଭାରତ ସରକାର ବର୍ତ୍ତମାନ ପାକିସ୍ତାନରୁ କୂଟନୈତିକ ସହାୟତା ଲୋଡିଛନ୍ତି । ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଏହା ନିଶ୍ଚିତ ହୋଇଛି । ୬ ଜଣ ଭାରତୀୟ ନାବିକଙ୍କୁ […]
ରାଜସ୍ଥାନ ରେଳ ଟ୍ରାକ୍ ବିସ୍ଫୋରଣ ମାମଲାର ଅଭିଯୁକ୍ତଙ୍କୁ ୧୦ ଦିନିଆ ରିମାଣ୍ଡ
ନୂଆଦିଲ୍ଲୀ : ରାଜସ୍ଥାନର ଶ୍ରୀ ଗଙ୍ଗାନଗରରେ ଘଟିଥିବା ‘୫୦ ଜିବି’ ରେଳ ଟ୍ରାକ୍ ବିସ୍ଫୋରଣ ଘଟଣାରେ ଗିରଫ ହୋଇଥିବା ଦୁଇ ବ୍ୟକ୍ତିଙ୍କୁ କୋର୍ଟରେ ହାଜର କରାଯାଇଥିଲା। ଅଧିକ ପଚରାଉଚରା ପାଇଁ କୋର୍ଟ ସେମାନଙ୍କୁ ୧୦ ଦିନ ପାଇଁ ପୋଲିସ ହେପାଜତକୁ ପଠାଇ ଦେଇଛନ୍ତି। ଏହି ୧୦ ଦିନ ମଧ୍ୟରେ ପୋଲିସ ଅଭିଯୁକ୍ତମାନଙ୍କୁ ମୁଖ୍ୟତଃ ପାଞ୍ଚଟି ଭିନ୍ନ ଦିଗକୁ ନେଇ ପଚରାଉଚରା କରିବ। ଏହା ବ୍ୟତୀତ, ଏହି ସମୟ ମଧ୍ୟରେ କ୍ରାଇମ ସିନ୍ ରିକ୍ରିଏସନ୍ ମଧ୍ୟ କରାଯିବ। ତଦନ୍ତକାରୀ […]
ପଳାତକ ଲଳିତ ମୋଦିଙ୍କୁ ମିଳିଲା ବ୍ରିଟେନର ନାଗରିକତା
ଲଣ୍ଡନ : ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL)ର ପ୍ରତିଷ୍ଠାତା ଲଳିତ ମୋଦି ଶନିବାର ଏକ ବଡ଼ ଘୋଷଣା କରିଛନ୍ତି। ତାଙ୍କୁ ଆନୁଷ୍ଠାନିକ ଭାବେ ବ୍ରିଟିଶ ନାଗରିକତା ମିଳିଥିବା ସେ ସୂଚନା ଦେଇଛନ୍ତି। ବ୍ରିଟେନର ପ୍ରତିଷ୍ଠିତ ‘ଅକ୍ସଫୋର୍ଡ ୟୁନିଅନ୍’ରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ସେ ଏହି ସୂଚନା ଶେୟାର କରିଛନ୍ତି। ଭାରତର ଏହି ପଳାତକ ବ୍ୟବସାୟୀ ଏହାକୁ ନିଜ ଜୀବନର ଏକ ଅତ୍ୟନ୍ତ ଭାବପ୍ରବଣ, ବ୍ୟକ୍ତିଗତ ଏବଂ ଗର୍ବଭରା ‘ନୂଆ ଅଧ୍ୟାୟ’ ବୋଲି ବର୍ଣ୍ଣନା କରିଛନ୍ତି। ଅକ୍ସଫୋର୍ଡ […]
୬୦ ଦିନ ପାଇଁ ଗୃହବନ୍ଦୀ ୱାଙ୍ଗଚୁକ୍!
ନୂଆଦିଲ୍ଲୀ : ଲଦାଖର ସାମାଜିକ କର୍ମୀ ସୋନମ୍ ୱାଙ୍ଗଚୁକ୍ଙ୍କୁ ଆସନ୍ତା ୬୦ ଦିନ ପାଇଁ ଗୃହବନ୍ଦୀ କରିଛି ଲଦାଖ ପ୍ରଶାସନ । ଲେହର ଅତିରିକ୍ତ ଜିଲା ମାଜିଷ୍ଟ୍ରେଟ୍ ଜାରି କରିଥିବା ଆଦେଶ ଅନୁସାରେ, ୱାଙ୍ଗଚୁକ୍ଙ୍କ ଯାତାୟାତ ଉପରେ କଟକଣା ଲଗାଯାଇଛି । ଏଥିସହ କୌଣସି ରାଲି କିମ୍ବା ଶୋଭାଯାତ୍ରାରେ ଯୋଗଦେବାକୁ ମଧ୍ୟ ତାଙ୍କୁ ଅନୁମତି ନାହିଁ । ପୋଲିସର ଏକ ରିପୋର୍ଟ ଆଧାରରେ ପ୍ରଶାସନ ଭାରତୀୟ ନାଗରିକ ସୁରକ୍ଷା ସଂହିତା (BNSS)ର ଧାରା ୧୬୩ ଲାଗୁ କରି […]
ଜବାହରଲାଲ ନେହେରୁଙ୍କ ୧୩୭ତମ ଜନ୍ମବାର୍ଷିକୀରେ ଶ୍ରଦ୍ଧାଞ୍ଜଳି
ନୂଆଦିଲ୍ଲୀ : ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କ ୧୩୭ ତମ ଜନ୍ମବାର୍ଷିକୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜବାହରଲାଲା ନେହେରୁଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ଜବାହରଲାଲ ନେହରୁଙ୍କ ଜୟନ୍ତୀ ଅବସରରେ ତାଙ୍କ ସମାଧିସ୍ଥଳ ‘ଶାନ୍ତି ବନ’ ଠାରେ ପ୍ରମୁଖ କଂଗ୍ରେସ ନେତା ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । କଂଗ୍ରେସର ଜାତୀୟ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ, କଂଗ୍ରେସ ସଂସଦୀୟ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବଂ ଦଳର ବରିଷ୍ଠ ନେତା ଅଶୋକ ଗେହଲଟଙ୍କ ସହ ପ୍ରମୁଖ କଂଗ୍ରେସ ନେତା ପୁଷ୍ପାଞ୍ଜଳି ଅର୍ପଣ […]
ମଧ୍ୟପ୍ରଦେଶରେ ଭୂମିକମ୍ପ ଝଟକା
ଭୋପାଳ: ମଧ୍ୟପ୍ରଦେଶରେ ଭୂମିକମ୍ପ ଝଟକା । ଶନିବାର ସକାଳ ପ୍ରାୟ ୯ଟା ୧୫ରେ ମଧ୍ୟପ୍ରଦେଶର ଖରଗୋନ ଜିଲ୍ଲାରେ ଭୂମିକମ୍ପ ଅନୁଭୂତ ହୋଇଛି । ରାଷ୍ଟ୍ରୀୟ ଭୂମିକମ୍ପ ବିଜ୍ଞାନ କେନ୍ଦ୍ର ମୁତାବକ, ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୫ ରେକର୍ଡ କରାଯାଇଛି । ଭୂମିକମ୍ପର କେନ୍ଦ୍ର ଭୂଗର୍ଭରୁ ୧୦ କିଲୋମିଟର ଦୂରରେ ଥିଲା । ତେବେ ଏଥିରେ କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି ।
