1 min read

ଆସନ୍ତାକାଲିଠାରୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ: କଟକ ବାଲିଯାତ୍ରା ମହୋତ୍ସବ ଓ ଭୁବନେଶ୍ୱରରେ ଜାତୀୟ ହୋମିଓପାଥି ସମ୍ମିଳନୀରେ ଯୋଗଦେବେ

ନୂଆଦିଲ୍ଲୀ/ଭୁବନେଶ୍ୱର (ପ୍ରଜାତନ୍ତ୍ର ରିପୋର୍ଟ): ଭାରତର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆସନ୍ତାକାଲି ଅର୍ଥାତ୍ ନଭେମ୍ବର ୨୪ରୁ ୨୫ ତାରିଖ ପର୍ଯ୍ୟନ୍ତ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ରାଷ୍ଟ୍ରପତି ଭବନ ପକ୍ଷରୁ ଜାରି କରାଯାଇଥିବା ସରକାରୀ ସୂଚନା ଅନୁଯାୟୀ, ଏହି ଗସ୍ତ ସମୟରେ ରାଷ୍ଟ୍ରପତି କଟକ ଏବଂ ଭୁବନେଶ୍ୱରରେ ଆୟୋଜିତ ଦୁଇଟି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ଯୋଗଦେବେ। ଗସ୍ତର ପ୍ରଥମ ଦିନ ତଥା ନଭେମ୍ବର ୨୪ ତାରିଖ (ମଙ୍ଗଳବାର) ଦିନ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଐତିହାସିକ କଟକ […]

1 min read

ବିବାଦ ଓ ଇସ୍ତଫାର ୧୧ ଦିନ ପରେ ଏନଭିଡିଆ (NVIDIA) CEO ପଦକୁ ଫେରିଲେ ଜେନସନ୍ ହୁଆଙ୍ଗ

ନୂଆଦିଲ୍ଲୀ/କାଲିଫର୍ଣ୍ଣିଆ : ବିଶ୍ୱର ସର୍ବବୃହତ କୃତ୍ରିମ ବୁଦ୍ଧିମତ୍ତା (AI) ଚିପ୍ ନିର୍ମାତା କମ୍ପାନୀ ‘ଏନଭିଡିଆ’ (NVIDIA) ରେ ଏକ ବଡ଼ ଧରଣର ନାଟକୀୟ ପରିବର୍ତ୍ତନ ଦେଖିବାକୁ ମିଳିଛି। ବିବାଦ କାରଣରୁ ନିଜ ପଦରୁ ଇସ୍ତଫା ଦେବାର ମାତ୍ର ୧୧ ଦିନ ପରେ ପୁଣିଥରେ କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (CEO) ଭାବେ ପ୍ରତ୍ୟାବର୍ତ୍ତନ କରିଛନ୍ତି ସହ-ପ୍ରତିଷ୍ଠାତା ଜେନସନ୍ ହୁଆଙ୍ଗ। ସୋମବାର (ନଭେମ୍ବର ୨୩) କମ୍ପାନୀର ବୋର୍ଡ ଅଫ୍ ଡାଇରେକ୍ଟର୍ସ ସର୍ବସମ୍ମତିକ୍ରମେ ତାଙ୍କୁ ପୁନର୍ବାର ପ୍ରେସିଡେଣ୍ଟ, ସିଇଓ (CEO) […]

1 min read

ଭାରତ ପହଞ୍ଚିଲେ ନେପାଳ ପ୍ରଧାନମନ୍ତ୍ରୀ ବାଲେନ୍ଦ୍ର ‘ବାଲେନ’ ଶାହ

ନୂଆଦିଲ୍ଲୀ (ପ୍ରଜାତନ୍ତ୍ର ରିପୋର୍ଟ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିମନ୍ତ୍ରଣ କ୍ରମେ ନେପାଳର ପ୍ରଧାନମନ୍ତ୍ରୀ ବାଲେନ୍ଦ୍ର ‘ବାଲେନ’ ଶାହ ରବିବାରଠାରୁ ଦୁଇ ଦିନିଆ (ନଭେମ୍ବର ୨୨-୨୩) ଭାରତ ଗସ୍ତରେ ଆସି ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ନେପାଳର ପ୍ରଧାନମନ୍ତ୍ରୀ ଭାବେ ପଦଭାର ଗ୍ରହଣ କରିବା ପରେ ଭାରତକୁ ଏହା ତାଙ୍କର ପ୍ରଥମ ଗସ୍ତ ହେବା ସହ କୌଣସି ବିଦେଶୀ ରାଷ୍ଟ୍ରକୁ ମଧ୍ୟ ପ୍ରଥମ ସରକାରୀ ଗସ୍ତ। ଏହି ଐତିହାସିକ ଗସ୍ତ ଅବସରରେ ଶ୍ରୀ ଶାହ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ […]

1 min read

କଟକ ଜିଲ୍ଲାସ୍ତରୀୟ ୧୨୭ତମ ଉତ୍କଳ କେଶରୀ ହରେକୃଷ୍ଣମହତାବ ଜୟନ୍ତୀ ପାଳିତ

କଟକ : କଟକ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ,କଟକ ଉନ୍ନୟନ କର୍ତ୍ତୃପକ୍ଷ ଏବଂ କଟକ ମହାନଗର ନିଗମଙ୍କ ମିଳିତ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ୧୨୭ତମ ଉତ୍କଳକେଶରୀ ଡଃ ହରେକୃଷ୍ଣ ମହତାବ ଜୟନ୍ତୀ ଆଜି ପ୍ରେସଛକସ୍ଥିତ ମହତାବଙ୍କ ପ୍ରତିମୂର୍ତ୍ତି ପ୍ରାଙ୍ଗଣରେ ପାଳିତ ହୋଇଯାଇଛି । ପ୍ରଦୀପ ପ୍ରଜ୍ଵଳନ ପୂର୍ବକ ଡ଼ଃ ମହତାବଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ପ୍ରଦାନ କରି ଅତିଥିମାନେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ପରେ ପରେ ଏକ ଜୟନ୍ତୀ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଏହି ଜୟନ୍ତୀ […]

1 min read

୯ ବର୍ଷରେ ଭୁଶୁଡ଼ିବାକୁ ବସିଲା କୋଟି କୋଟି ଟଙ୍କାର ସେତୁ!

ଧର୍ମଗଡ଼(ପିପିଏସ୍): ଲୋକଙ୍କ ଯାତାୟାତକୁ ସୁଗମ କରିବା ପାଇଁ ସରକାର ଖର୍ଚ୍ଚ କରୁଛନ୍ତି କୋଟି କୋଟି ଟଙ୍କା। ନିର୍ମାଣ ହେଉଛି ବଡ଼ ବଡ଼ ସେତୁ। ହେଲେ ନିର୍ମାଣର ମାତ୍ର ୯ ବର୍ଷ ମଧ୍ୟରେ ଯଦି ସେତୁ ଭଗ୍ନାବସ୍ଥାକୁ ଚାଲିଆସେ, ତେବେ ନିର୍ମାଣ କାର୍ଯ୍ୟର ମାନକୁ ନେଇ ଉଠିବା ସ୍ୱାଭାବିକ ପ୍ରଶ୍ନ। ଏଭଳି ଏକ ଚିତ୍ର ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ସିନାପଲି ଗାଁ ନିକଟସ୍ଥ ଉଦନ୍ତି ନଦୀ ଉପରେ ନିର୍ମିତ ସେତୁରେ। ନିର୍ମାଣର ମାତ୍ର ୯ […]

1 min read

ଭଦ୍ରକରେ ମହତାବଙ୍କ ୧୨୭ତମ ଜୟନ୍ତୀ ସମାରୋହ ପାଳିତ

ଭଦ୍ରକ (ପ୍ରଜାତନ୍ତ୍ର ରିପୋର୍ଟ): ଉତ୍କଳକେଶରୀ ଡକ୍ଟର ହରେକୃଷ୍ଣ ମହତାବ ଥିଲେ ଆଧୁନିକ ଓଡ଼ିଶାର ଅନ୍ୟତମ ନିର୍ମାତା। ସେ ଥିଲେ ଓଡ଼ିଶାର ଶେଷ ପ୍ରଧାନମନ୍ତ୍ରୀ ଏବଂ ପ୍ରଥମ ମୁଖ୍ୟମନ୍ତ୍ରୀ। କେନ୍ଦ୍ର ମନ୍ତ୍ରୀ ଭାବେ କାର୍ଯ୍ୟ କରି ସେ ଜାତୀୟ ରାଜନୀତିରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ହୀରାକୁଦ ନଦୀବନ୍ଧ ନିର୍ମାଣଠାରୁ ଆରମ୍ଭ କରି ବାରବାଟୀ ଷ୍ଟାଡିୟମ୍, ୧୬ ନମ୍ବର ଜାତୀୟ ରାଜପଥ ଏବଂ ନୂତନ ରାଜଧାନୀ ଭୁବନେଶ୍ୱର ପ୍ରତିଷ୍ଠା ପର୍ଯ୍ୟନ୍ତ ନବ ଓଡ଼ିଶା ନିର୍ମାଣରେ ସେ ଥିଲେ […]

1 min read

PF ନିୟମରେ ୮ଟି ବଡ଼ ପରିବର୍ତ୍ତନ! ଏଣିକି ଉଠାଇପାରିବେ ୯୦% ଟଙ୍କା

ନୂଆଦିଲ୍ଲୀ (ପ୍ରଜାତନ୍ତ୍ର ରିପୋର୍ଟ): ଦେଶର କୋଟି କୋଟି ବେତନଭୋଗୀ କର୍ମଚାରୀଙ୍କ ପାଇଁ କର୍ମଚାରୀ ଭବିଷ୍ୟନିଧି ସଂଗଠନ ବା ଇପିଏଫ୍‌ଓ (EPFO) ନିୟମରେ ଅନେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରାଯାଇଥିବା ନେଇ ରିପୋର୍ଟ ପ୍ରକାଶ ପାଇଛି। ପିଏଫ୍ ଆକାଉଣ୍ଟରୁ ଟଙ୍କା ଉଠାଣ, ଦ୍ରୁତ କ୍ଲେମ୍ ସେଟେଲମେଣ୍ଟ, ଅବସର ପରେ ନିୟମିତ ମାସିକ ଆୟ ଏବଂ ପେନସନ୍ ସମ୍ପର୍କିତ ମୋଟ ୮ଟି ବଡ଼ ପରିବର୍ତ୍ତନ ବିଷୟରେ ଏଥିରେ ସୂଚନା ଦିଆଯାଇଛି। ଏହି ନୂତନ ବ୍ୟବସ୍ଥା କାର୍ଯ୍ୟକାରୀ ହେବା ଫଳରେ କର୍ମଚାରୀମାନଙ୍କ ପାଇଁ […]

1 min read

ଆସନ୍ତା ବର୍ଷଠାରୁ ଭାରତରେ ୧୦୦୦ କିମି ରେଞ୍ଜର କ୍ଷେପଣାସ୍ତ୍ର ପରୀକ୍ଷା କରିବ ଜାପାନ

ଟୋକିଓ/ନୂଆଦିଲ୍ଲୀ : ଭାରତ ଏବଂ ଜାପାନ ମଧ୍ୟରେ ଦ୍ୱିପାକ୍ଷିକ ପ୍ରତିରକ୍ଷା ଓ ରଣନୈତିକ ସମ୍ପର୍କରେ ଏକ ଐତିହାସିକ ପଦକ୍ଷେପ ନିଆଯାଇଛି। ଏଣିକି ଜାପାନ ସେନା ପ୍ରଥମ ଥର ପାଇଁ ଭାରତ ମାଟିରେ ନିଜର ଦୂରଗାମୀ କ୍ଷେପଣାସ୍ତ୍ର ପରୀକ୍ଷଣ କରିବ। ଗୁରୁବାର ଟୋକିଓଠାରେ ଦୁଇ ଦେଶ ମଧ୍ୟରେ ଆୟୋଜିତ ମନ୍ତ୍ରୀସ୍ତରୀୟ ବୈଠକରେ ଏ ନେଇ ଗୁରୁତ୍ୱପୂର୍ଣ୍ଣ ସହମତି ପ୍ରକାଶ ପାଇଛି। ଏହି ନିଷ୍ପତ୍ତି ଅନୁଯାୟୀ, ଆସନ୍ତା ବର୍ଷଠାରୁ ଜାପାନ ନିଜର ଲମ୍ବା ଦୂରଗାମୀ କ୍ଷେପଣାସ୍ତ୍ରଗୁଡ଼ିକର ପରୀକ୍ଷଣ ପାଇଁ ଭାରତର […]

1 min read

ମା’ଙ୍କୁ ହରାଇ ଭାବବିହ୍ୱଳ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ

ଲକ୍ଷ୍ନୌ : ମା’ଙ୍କୁ ହରାଇ ମ୍ରିୟମାଣ ହୋଇପଡ଼ିଛନ୍ତି ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଶୁକ୍ରବାର ଉତ୍ତରାଖଣ୍ଡର ପୌଡ଼ି ଗଡ଼ୱାଲ ଜିଲ୍ଲାସ୍ଥିତ ନିଜ ପୈତୃକ ଗ୍ରାମ ପଞ୍ଚୁରରେ ତାଙ୍କ ମା’ ସାବିତ୍ରୀ ଦେବୀଙ୍କ ପରଲୋକ ଘଟିଥିଲା। ଶନିବାର ସକାଳେ ପଞ୍ଚୁର ଗ୍ରାମରୁ ସାବିତ୍ରୀ ଦେବୀଙ୍କ ପାର୍ଥିବ ଶରୀରକୁ ଅନ୍ତିମ ସଂସ୍କାର ନିମନ୍ତେ ହରିଦ୍ୱାର ଅଣାଯାଇଥିଲା। ମା’ଙ୍କ ଶେଷଯାତ୍ରାରେ ପାର୍ଥିବ ଶରୀରକୁ କାନ୍ଧ ଦେବା ସମୟରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଆଖିରୁ ଲୁହ ଝରି ପଡ଼ିଥିଲା। ମା’ଙ୍କ ଶେଷ ବିଦାୟର […]