1 min read

ଭୂକମ୍ପରେ ଥରିଲା ଆଣ୍ଡାମାନ-ନିକୋବର ଦ୍ୱୀପପୁଞ୍ଜ

ନୂଆଦିଲ୍ଲୀ : ଗୁରୁବାର ଅପରାହ୍ନରେ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ନିକଟରେ ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି। ରିପୋର୍ଟ ଅନୁଯାୟୀ, ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୫.୧ ଥିଲା। ଭୂକମ୍ପର କେନ୍ଦ୍ରସ୍ଥଳ ଆଣ୍ଡାମାନ ଦ୍ୱୀପପୁଞ୍ଜର ବାମ୍ବୋ ଫ୍ଲାଟ୍ସର ପ୍ରାୟ ୨୧୮ କିଲୋମିଟର ଉତ୍ତର-ଉତ୍ତରପଶ୍ଚିମରେ ଅବସ୍ଥିତ। ସୂଚନା ଅନୁଯାୟୀ, ଅପରାହ୍ନ ୩ଟା ସମୟରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା। ୫.୧ ତୀବ୍ରତାର ଏହା ମଧ୍ୟମରୁ ଶକ୍ତିଶାଳୀ ବର୍ଗରେ ଅନ୍ତର୍ଭୁକ୍ତ, ଯାହା ଆଖପାଖ ସମୁଦ୍ର ଏବଂ ଦ୍ୱୀପପୁଞ୍ଜ ଅଞ୍ଚଳରେ […]

1 min read

ପଶ୍ଚିମବଙ୍ଗ ସ୍କୁଲ୍ ବହିରେ ହେବ ପରିବର୍ତ୍ତନ

ନୂଆଦିଲ୍ଲୀ : ପଶ୍ଚିମବଙ୍ଗର ସରକାରୀ ସ୍କୁଲ୍ରେ ପଢ଼ାଯାଉଥିବା ବଙ୍ଗଳା ଭାଷା ବହିରେ ଖୁବ୍ଶୀଘ୍ର ବଡ଼ ପରିବର୍ତ୍ତନ ହୋଇପାରେ। ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ସରକାର ଗଠନ କରିଥିବା ପାଠ୍ୟକ୍ରମ ସମୀକ୍ଷା କମିଟି ବହିରେ ବ୍ୟବହୃତ କିଛି ଶବ୍ଦ ବଦଳାଇବା ସହ ଇତିହାସ ପାଠ୍ୟକ୍ରମରେ ସଂଶୋଧନ କରିବାକୁ ସୁପାରିସ କରିଛି। ପ୍ରସ୍ତାବ ଅନୁସାରେ, ବଙ୍ଗଳା ବହିରେ ‘ପାଣି’ ବଦଳରେ ‘ଜଳ’ ଏବଂ ‘ଆବ୍ବା’ ବଦଳରେ ‘ବାବା’ ଭଳି ଶବ୍ଦ ବ୍ୟବହାର କରାଯିବ। ଏହା ସହ ହିନ୍ଦୁ ରାଷ୍ଟ୍ରବାଦୀ ନେତା ଡକ୍ଟର ଶ୍ୟାମା […]

1 min read

ବାଣ ଉପରେ ପ୍ରତିବନ୍ଧକ ଲଗାଇବା ସପକ୍ଷରେ ନାହାନ୍ତି ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ସୁପ୍ରିମକୋର୍ଟ କହିଛନ୍ତି ଯେ ଦିଲ୍ଲୀ-ଏନସିଆର (Delhi-NCR) ରେ ବାଣ ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଇବା ସପକ୍ଷରେ ସେ ନାହାନ୍ତି; ବରଂ, କୋର୍ଟ ଏକ ସନ୍ତୁଳିତ ନିର୍ଦ୍ଦେଶ ଜାରି କରିବେ। କୋର୍ଟ ଜୋର ଦେଇ କହିଛନ୍ତି ଯେ ଯେଉଁମାନେ ନିୟମ ଉଲ୍ଲଂଘନ କରି ବାଣ ବିକ୍ରି କରୁଛନ୍ତି, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ। ଏହା ସହିତ କୋର୍ଟ ପରାମର୍ଶ ଦେଇଛନ୍ତି ଯେ ବିରାଟ କୋହଲିଙ୍କ ଭଳି ପ୍ରତିଷ୍ଠିତ ବ୍ୟକ୍ତିମାନଙ୍କୁ ବାଣ ସମ୍ବନ୍ଧୀୟ ସଚେତନତା […]

1 min read

ଆନ୍ଦୋଳନ ସମୟରେ ହିଂସା କଲେ ମିଳିବନି ସରକାରୀ ଚାକିରି

ଲକ୍ଷ୍ନୌ: ବିଗତ କିଛି ମାସ ହେଲା ଦେଶବ୍ୟାପୀ ଭିନ୍ନଭିନ୍ନ ସ୍ଥାନରେ ବିରୋଧ ପ୍ରଦର୍ଶନ କରାଯାଇଛି। କିଛି ସ୍ଥାନରେ ତୀବ୍ର ଆନ୍ଦୋଳନ ମଧ୍ୟ ଦେଖାଯାଇଛି। ଏଥିରେ ଛାତ୍ରଛାତ୍ରୀ ଏବଂ ସରକାରୀ ଚାକିରି ପାଇଁ ପ୍ରସ୍ତୁତ ହେଉଥିବା ପ୍ରାର୍ଥୀମାନେ ମଧ୍ୟ ସାମିଲ ହେଉଛନ୍ତି। ତେବେ ଏଭଳି ସ୍ଥିତିରେ ଉତ୍ତରପ୍ରଦେଶ ସରକାର ରାଜ୍ୟରେ ସରକାରୀ ଚାକିରି ପାଇଁ ଚରିତ୍ର ଯାଞ୍ଚ ନିୟମରେ ପରିବର୍ତ୍ତନ କରାଯାଇଛି। ଏହି ନିୟମ ଅନୁଯାୟୀ ଯଦି କୌଣସି ବ୍ୟକ୍ତି ବ୍ୟବସ୍ଥାରେ ପରିବର୍ତ୍ତନ ପାଇଁ ରାଜରାସ୍ତାରେ ହିଂସା ସହିତ ଜଡ଼ିତ ରୁହନ୍ତି, ତାଙ୍କୁ […]

1 min read

ଏଲ୍‌ ନିନୋର ଭୟଙ୍କର ପ୍ରଭାବ, ଭାରତରେ ୫୫ ହଜାର ମୃତ୍ୟୁ ଆଶଙ୍କା

ନୂଆଦିଲ୍ଲୀ : ଆକାଶରୁ ବର୍ଷିବ ନିଆଁ! ତାତିରେ ଜଳିବ ଭାରତ? ଏଲ୍‌ ନିନୋକୁ ନେଇ ଆସିଛି ଛାତିଥରାଇ ଦେବା ଭଳି ଆକଳନ। ନୂଆ ଟ୍ରାକର୍‌ର ଅନୁମାନ ଅନୁସାରେ, ଆସନ୍ତା ୬ ମାସରେ ବିଶ୍ୱରେ ଅତ୍ୟଧିକ ଗରମ ଯୋଗୁଁ ୩ ଲକ୍ଷ ୭୩ ହଜାରରୁ ଅଧିକ ଅତିରିକ୍ତ ମୃତ୍ୟୁ ହୋଇପାରେ। ଏଥିରେ ଭାରତର ସ୍ଥିତି ସବୁଠାରୁ ଚିନ୍ତାଜନକ। ଅକ୍ଟୋବରରୁ ମାର୍ଚ୍ଚ ମଧ୍ୟରେ ଦେଶରେ ପ୍ରାୟ ୫୫ ହଜାର ଲୋକଙ୍କ ମୃତ୍ୟୁ ହୋଇପାରେ ବୋଲି ଆକଳନ କରାଯାଇଛି। ତେବେ ଏହା […]

1 min read

ଆମେରିକାକୁ ରାଜନାଥଙ୍କ ଚେତାବନୀ ! 

ନୂଆଦିଲ୍ଲୀ : ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆମେରିକାକୁ ଏକ ବଡ଼ ଏବଂ କଡ଼ା ଚେତାବନୀ ଦେଇଛନ୍ତି । ଫିଲିପାଇନ୍ସର ସେବୁ ଠାରେ ଅନୁଷ୍ଠିତ ୧୩ତମ ଆସିଆନ୍ ପ୍ରତିରକ୍ଷା ମନ୍ତ୍ରୀ ସମ୍ମିଳନୀ-ପ୍ଲସ୍ ସମୟରେ ଆମେରିକାର ଯୁଦ୍ଧ ସଚିବ ପିଟ୍ ହେଗସେଥଙ୍କୁ ଭେଟି ରାଜନାଥ ସିଂହ ଏହି ଚିନ୍ତା ବ୍ୟକ୍ତ କରିଛନ୍ତି । ଆମେରିକା ସରକାର ପାକିସ୍ତାନକୁ ୬୪.୯ କୋଟି ଡଲାରର ଏଫ୍-୧୬ ସପୋର୍ଟ ଏବଂ ଅପଗ୍ରେଡ୍ ପ୍ୟାକେଜ୍ ଦେବାକୁ ନିଷ୍ପତ୍ତି ନେଇଛି । ଏହି ପ୍ୟାକେଜ୍ ମଧ୍ୟରେ […]

1 min read

ଆଜିର ରାଶିଫଳ: 29 ଅକ୍ଟୋବର 2026

ଜାଣନ୍ତୁ ଆପଣଙ୍କ ରାଶି ପାଇଁ ଆଜିର ଦିନ କେମିତି ରହିବ। ମେଷ: ଅଟକି ରହିଥିବା କାମ ଆଗକୁ ବଢ଼ିବ। ଘରେ ବଡ଼ମାନଙ୍କ ପରାମର୍ଶ ମାନନ୍ତୁ। ବୃଷ: ଆର୍ଥିକ ଦିଗରେ ଲାଭର ଯୋଗ ଅଛି, କିନ୍ତୁ ଅଯଥା ଖର୍ଚ୍ଚରୁ ଦୂରେଇ ରୁହନ୍ତୁ। ମିଥୁନ: କର୍ମକ୍ଷେତ୍ରରେ ଆପଣଙ୍କ କଥାକୁ ଗୁରୁତ୍ୱ ମିଳିବ। ନୂଆ ଯୋଜନା ଆରମ୍ଭ କରିପାରନ୍ତି। କର୍କଟ: ମନ କିଛି ଚଞ୍ଚଳ ରହିବ। ପରିବାର ସହ ସମୟ କଟାଇଲେ ଶାନ୍ତି ମିଳିବ। ସିଂହ: ଆତ୍ମବିଶ୍ୱାସ ବଢ଼ିବ। ତେବେ କାହା […]

1 min read

ପଶ୍ଚିମ ଏସିଆ ଯୁଦ୍ଧ‌ରେ ୨୨ ଭାରତୀୟଙ୍କ ମୃତ୍ୟୁ: ବିଦେଶ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ଗତ ଆଠ ମାସ ହେଲା ପଶ୍ଚିମ ଏସିଆରେ ଯୁଦ୍ଧ ଲାଗି ରହିଥିବାବେଳେ ଭାରତ ଏହାର ୨୨ ଜଣ ନାଗରିକଙ୍କୁ ହରାଇଛି। ଫେବ୍ରୁଆରି ୨୮ରେ ଆମେରିକା ଓ ଇସ୍ରାଏଲ ମିଳିତ ଭାବେ ଇରାନ ଉପରେ ଆକ୍ରମଣ କରିଥିବାବେଳେ ଏଥିରେ ତେହେରାନର ତତ୍‌କାଳୀନ ସର୍ବୋଚ୍ଚ ନେତାଙ୍କ ସମେତ ଦେଶର ଅନେକ ପ୍ରମୁଖ ନେତୃବର୍ଗଙ୍କ ମୃତ୍ୟୁ ହୋଇଥିଲା। ପଶ୍ଚିମ ଏସିଆରେ ସେବେଠାରୁ ଅଶାନ୍ତି ଲାଗି ରହିଥିବାବେଳେ ୨୨ ଜଣ ଭାରତୀୟଙ୍କ ମୃତ୍ୟୁ ହୋଇଥିବାବେଳେ ସେମାନଙ୍କ ମଧ୍ୟରେ ୧୪ ଜଣ ନାବିକ ମଧ୍ୟ ସାମିଲ ଅଛନ୍ତି ବୋଲି […]

1 min read

ବାରାଣସୀରେ ଅଖିଲେଶଙ୍କ ବଡ଼ ବିଜୟ

ଉତ୍ତର ପ୍ରଦେଶ ବିଧାନ ପରିଷଦ ବା ଏମଏଲସି ନିର୍ବାଚନରେ ଅଖିଲେଶ ଯାଦବଙ୍କ ସମାଜବାଦୀ ପାର୍ଟିକୁ ବଡ଼ ସଫଳତା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକସଭା ଆସନ ବାରାଣସୀରେ ସପାକୁ ମିଳିଛି ଦମଦାର ବିଜୟ। ବାରାଣସୀ ଶିକ୍ଷକଙ୍କ ଏମଏଲସି ସିଟ୍‌ ଓ ବାରାଣସୀ ଗ୍ରାଜ୍ୟୁଏଟ୍ସ ଆସନରେ ସପା ପ୍ରାର୍ଥୀ ବିଜୟ ହାସଲ କରିଛନ୍ତି। କେବଳ ବାରାଣସୀ ନୁହେଁ, ଆଗ୍ରା ଟିଚର୍ସ ନିର୍ବାଚନୀ ମଣ୍ଡଳରେ ମଧ୍ୟ ସପା ବିଜୟ ବାନା ଉଡ଼ାଇବାକୁ ସକ୍ଷମ ହୋଇଛି। ସପା ବାରାଣସୀରେ ଅଦ୍ଭୂତପୂର୍ବ ସଫଳତା ପାଇଥିଲେ […]

1 min read

ନୂଆଦିଲ୍ଲୀ ଏସ୍‌ସିଓ ସମ୍ମିଳନୀ ପାଇଁ ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ

ନୂଆଦିଲ୍ଲୀ : ପାକିସ୍ତାନକୁ ନୂଆଦିଲ୍ଲୀ ଆସିବାକୁ ଭାରତର ନିମନ୍ତ୍ରଣ। ପହଲଗାମ ନରସଂହାର ଓ ଅପରେସନ ସିନ୍ଦୂର ପରେ ସୃଷ୍ଟି ହୋଇଥିବା ତିକ୍ତତା ପରେ ପ୍ରଥମଥର ପାଇଁ ପାକିସ୍ତାନକୁ ନିମନ୍ତ୍ରଣ କରିଛି ଭାରତ। ଦିଲ୍ଲୀରେ ଅନୁଷ୍ଠିତ ସଂଘାଇ କର୍ପୋରେସନ ଅର୍ଗାନାଇଜେସନ(ଏସ୍‌ସିଓ) ସମ୍ମିଳନୀରେ ଯୋଗ ଦେବାକୁ ଭାରତ ପକ୍ଷରୁ ପାକିସ୍ତାନକୁ କରାଯାଇଛି ନିମନ୍ତ୍ରଣ। ନୂଆଦିଲ୍ଲୀରେ ପ୍ରଥମଥର ପାଇଁ ଏସ୍‌ସିଓ ସିଭିଲାଇଜେସନ ଡାଏଲଗ ଫରୋମ ଅନୁଷ୍ଠିତ ହେଉଛି। ଏଥିପାଇଁ ଆୟୋଜକ ଦେଶ ଭାବେ ଭାରତ ଏସ୍‌ସିଓର ସମସ୍ତ ୧୦ ସଦସ୍ୟ ରାଷ୍ଟ୍ରର […]