ଆଞ୍ଚଳିକ ଖବର
ଆମ ବସ୍ରୁ ବାହାରିଲା ଧୂଆଁ, ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ବର୍ତ୍ତିଲେ ୨୦ରୁ ଉର୍ଦ୍ଧ୍ୱ ଯାତ୍ରୀ।
ଗୋପ (ପିପିଏସ )ପୁରୀ-କୋଣାର୍କ ରୁଟ୍ରେ ଘଟିଛି ଏକ ବଡ଼ ଦୁର୍ଘଟଣା। ଚଳନ୍ତା ‘ଆମ ବସ୍’ରୁ ହଠାତ୍ ପ୍ରବଳ ଧୂଆଁ ବାହାରିବା ସହ ଟାୟାର ଫାଟିଯାଇଛି। ତେବେ ଡ୍ରାଇଭରଙ୍କ ସଠିକ୍ ସମୟରେ ଉପସ୍ଥିତ ବୁଦ୍ଧି ଓ ସଜାଗତା ଯୋଗୁଁ ଅଳ୍ପକେ ବର୍ତ୍ତିଯାଇଛନ୍ତି ୨୦ରୁ ଉର୍ଦ୍ଧ୍ୱ ଯାତ୍ରୀ। ସୂଚନା ଅନୁସାରେ ପୁରୀ ଓ କୋଣାର୍କ ଆଡ଼ୁ ଗୋପ ଦେଇ ଭୁବନେଶ୍ୱର ଅଭିମୁଖେ ଯାଉଥିଲା ଏକ ‘ଆମ ବସ୍’। ଗାଡ଼ିଟି ନିଜ ଗତିରେ ଯାଉଥିବା ସମୟରେ ଗୋପ ପଟେଳିଆ ଛକ ନିକଟରେ […]
ଯାଜପୁର ଜିଲ୍ଲାରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ଯାଜପୁର,୨୫୲୭: ଯାଜପୁର ଜିଲ୍ଲାରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ‘ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ (BBSA)’ ଅଧୀନରେ ବ୍ଲକ ଓ ପୌରାଞ୍ଚଳ ସ୍ତରୀୟ ସାମର୍ଥ୍ୟ ଶିବିରଗୁଡ଼ିକର ସଫଳ ଆୟୋଜନ ନିମନ୍ତେ ଏକ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ (ADM) ଶ୍ରୀ ଯୁଧିଷ୍ଠିର ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲାର ପ୍ରଶାସନିକ ଭିତ୍ତିଭୂମି ପ୍ରସ୍ତୁତି ଏବଂ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରିବା ନେଇ […]
ଓଡିଆ ସାହିତ୍ୟ ସେବା ଓ ସୁରକ୍ଷା ପରିବାର ଆନୁକୁଲ୍ୟରେ ଭଜନ କାର୍ଯ୍ୟକ୍ରମ
ବଲାଙ୍ଗିର, ୨୫୲୭: ସ୍ଥାନୀୟ ରାମ ଚରିତ ମାନସ ମନ୍ଦିର, ଡେର୍ଲିମାର୍କେଟ ପରିସରରେ ଓଡିଆ ସାହିତ୍ୟ ସେବା ଓ ସୁରକ୍ଷା ପରିବାରର ଆନୁକୁଲ୍ୟରେ ରଶ୍ମି ପାତ୍ରଙ୍କ ସଭାପତିତ୍ୱ ଓ ସମ୍ପାଦକ ଦିଲିପ କୁମାର ପୁରୋହିତ ଙ୍କ ନେତୃତ୍ୱରେ ରଥଯାତ୍ରା ଉପଲକ୍ଷେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଉଦେ୍ଦଶ୍ୟରେ ଏକ ଭଜନ ସନ୍ଧ୍ୟା ଆସର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ଭବାନୀ ଶଙ୍କର ପଟେଲ ଓ ବଳିଷ୍ଠ ପଧାନ ଉପସ୍ଥିତ ରହି ନିଜସ୍ୱ ଉଚିତ ଭଜନ […]
ବାହୁଡ଼ା ଯାତ୍ରା ଅବସରରେ ବଲାଙ୍ଗୀର ପୈ।ର ପରିଷଦ ପକ୍ଷରୁ ଦୁଇଟି “ସ୍ବର୍ଗ ରଥ”ଲୋକାର୍ପଣ
ବଲାଙ୍ଗୀର,୨୫୲୭ (ପିପିଏସ): ପବିତ୍ର ବାହୁଡ଼ା ଯାତ୍ରା ଅବସରରେ ବଲାଙ୍ଗୀର ପୈ।ର ପରିଷଦ ପକ୍ଷରୁ ଦୁଇଟି ଅତ୍ୟାଧୁନିକ “ସ୍ବର୍ଗ ରଥ”ଲୋକାର୍ପଣ ହୋଇଯାଇଛି।ଏଥିରୁ ଗୋଟିଏ ଡିପ୍ ଫ୍ରିଜର୍ ସୁବିଧା ଯୁକ୍ତ ରହିଥିବା ବେଳେ ଆଉ ଗୋଟିଏ ସାଧାରଣ ବର୍ଗର ହୋଇଛି।ପୈ।ରାଧ୍ୟକ୍ଷା ଲିକା ସାହୁ ଏହି ଦୁଇଟି ସ୍ବର୍ଗ ରଥର ଉଦଘାଟନ କରିଛନ୍ତି।ପୈ।ର ନିର୍ବାହୀ ଅଧିକାରୀ ସନ୍ତୋଷ ବେହେରା ମଧ୍ୟ ଉପସ୍ଥିତ ଥିଲେ। ଏଥିରେ ବରିଷ୍ଠ ପରିଷଦ ସଦସ୍ୟ ମହେନ୍ଦ୍ର ବାଗ, ଶମ୍ଭୁ ନାଗ, ନନ୍ଦିନୀ ପୋଡ଼, କିଶୋର କୁମ୍ଭାର, ଲଲାଟେନ୍ଦୁ […]
ସମ୍ପର୍ଣ୍ଣ ହେଲା ବାହୁଡା ଯାତ୍ରା: ଭକ୍ତଙ୍କୁ ରଥ ଉପରେ ସୁନା ବେଶରେ ଦର୍ଶନ ଦେଲେ।
ରାୟଗଡ,୨୫୲୭:ରାୟଗଡ ଶ୍ରଦ୍ଧା ଶ୍ରୀକ୍ଷତ୍ର ଅଭିମୁଖେ ଚତୁର୍ଦ୍ଧାମୂର୍ତ୍ତି ନଅ ଦିନ ପରେ ଫେରିଛନ୍ତି। ପୂଜକ ପ୍ରଭାକର ପଣ୍ଡାଙ୍କ ଦ୍ୱାରା ଶୁକ୍ରବାର ପ୍ରାତଃ ନୀତିକାନ୍ତି ହୋଇଥିଲା। ମଧ୍ୟାହ୍ନ ରେ ବ୍ରାହ୍ମଣ ସାହି ଶ୍ରୀଅଙ୍ଗ ସେବାୟତଙ୍କ ଦ୍ୱାରା ଚତୁର୍ଦ୍ଧାମୂର୍ତ୍ତିଙ୍କୁ ବେଶ କରାଯାଇଥିଲା। ଖଣ୍ଡୁଆ ପାଟରେ ସଜ୍ଜିତ ହୋଇଥିଲେ ବଡ଼ଭାଇ ବଳଭଦ୍ର, ମହାପ୍ରଭୁ ଜଗନ୍ନାଥ, ଦେବୀ ସୁଭଦ୍ରା ଏବଂ ସୁଦର୍ଶନ। ଏଥିସହ ଟାହିଆ ଭିଡ଼ାଯାଇଥିଲା ଶ୍ରୀଜୀଉଙ୍କୁ। ସୁସଜ୍ଜିତ ହେବାପରେ ବିଗ୍ରହଙ୍କୁ ପହଣ୍ଡିବିଜେ କରି ଚତୁର୍ଦ୍ଧାମୂର୍ତ୍ତିଙ୍କୁ ରଥାରୂଢ କରଯାଇଥିଲା। ରାଜପୁରୋହିତ ବିରଞ୍ଚି ନାରାୟଣ ଦାସଙ୍କ […]
ଗମ୍ଭାରୀପଦରରେ ସପ୍ତାହେ ହେଲା ପଡ଼ି ରହିଛନ୍ତି ଅଜଣା ବୃଦ୍ଧ, ଉଦ୍ଧାର ପାଇଁ ଜିଲ୍ଲା ପରିଷଦ ସଦସ୍ୟଙ୍କ ଦାବି
ବୌଦ୍ଧ, ୨୪/୭: ଗୁରୁବାର ଅପରାହ୍ନ ୪ ଘଣ୍ଟା ସମୟରେ ବୌଦ୍ଧ ବ୍ଲକ ଅନ୍ତର୍ଗତ ଗମ୍ଭାରୀପଦର ଛକରେ ଥିବା ଯାତ୍ରୀ ବିଶ୍ରମାଗାରରେ ଗତ ରଥଯାତ୍ରା ଦିନ ଠାରୁ ଜଣେ ଅଜଣା ବ୍ଯକ୍ତି ଆଶ୍ରୟ ନେଉଥିବା ବେଳେ ତାଙ୍କୁ ଉଦ୍ଧାର ପାଇଁ ଦାବି କରିଛନ୍ତି ଜିଲ୍ଲା ପରିଷଦ ସଦସ୍ୟ ବିଶ୍ୱଜିତ ମିଶ୍ର l ପରିତ୍ୟକ୍ତ ଯାତ୍ରୀ ବିଶ୍ରାମଗାରର ଅଳିଆ ଆବର୍ଜନା, ସନ୍ତସନ୍ତିଆ ଓ ଆସ୍ଵାସ୍ଥ୍ୟକର ପରିବେଶରେ ରହୁଥିବାରୁ ମଶା କାମୁଡି ରୋଗ ହେବାର ଆଶଙ୍କା ରହିଛି । ଆଖପାଖ ଲୋକେ […]
ହରଭଙ୍ଗା ଗ୍ରାମରେ ସାପ କାମୁଡ଼ାରେ ମୃତ ଯୁବକଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର
ବୌଦ୍ଧ, ୨୪/୭: ଶୁକ୍ରବାର ଦିନ ୧ ଘଣ୍ଟା ସମୟରେ ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅନ୍ତର୍ଗତ ହରଭଙ୍ଗା ଗ୍ରାମରେ ସାପ କାମୁଡ଼ାରେ ମୃତ ଯୁବକଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରା ଯାଇଛି l ମିଳିଥିବା ସୂଚନା ଅନୁଯାୟୀ ହରଭଙ୍ଗା ଗ୍ରାମର ରମାକାନ୍ତ ଦୀପଙ୍କ ପୁଅ ରାଧାକାନ୍ତ ଗୁରୁବାର ରାତିରେ ନିଜ ଘରେ ଶୋଇଥିବା ବେଳେ ପ୍ରାୟ ରାତି ୩ଟା ସମୟରେ ଏକ ବିଷଧର ସାପ କାମୁଡ଼ି ଦେଇଥିଲା। ପରିବାର ଲୋକେ ତୁରନ୍ତ ତାଙ୍କୁ ହରଭଙ୍ଗା […]
ଚାଷ କ୍ଷେତ୍ରରୁ ମେଡିକାଲ କଲେଜ; ଦୃଢ଼ ପରିଶ୍ରମ ବଳରେ ନିଟ୍ ପରୀକ୍ଷାରେ ସଫଳତା ପାଇଲେ ଲକ୍ଷ୍ମୀ ବାନରା।
କଳିଙ୍ଗନଗର, ୨୪/୭(ପିପିଏସ): ଗରିବୀ କେବେ ବି ସ୍ୱପ୍ନ ଓ ସଫଳତାର ପଥରେ ବାଧା ସୃଷ୍ଟି କରିପାରେ ନାହିଁ। ଦୃଢ଼ ଇଚ୍ଛାଶକ୍ତି, କଠିନ ପରିଶ୍ରମ ଓ ମନୋବଳ ଥିଲେ ସଫଳତା ନିଶ୍ଚିତ ଏହାର ଜୀବନ୍ତ ଉଦାହରଣ ପାଲଟିଛନ୍ତି ଯାଜପୁର ଜିଲ୍ଲା ଦାନଗଦୀ ବ୍ଲକ୍ ଅନ୍ତର୍ଗତ ନଡ଼ିଆଭଙ୍ଗା ପଞ୍ଚାୟତର ନାକେଦୀପୁର ଗ୍ରାମର ଜନଜାତି ଛାତ୍ରୀ ଲକ୍ଷ୍ମୀ ବାନରା । ଆର୍ଥକ ଅଭାବ ମଧ୍ଯରେ ବାପା ସିପାହୀ ବାନରାଙ୍କ ସଂଘର୍ଷ ପୂର୍ଣ୍ଣ ପରିବାରରେ ବଢ଼ି ଉଠିଥୁବା ଲକ୍ଷ୍ମୀ ନିଜର ଅକ୍ଲାନ୍ତ ପରିଶ୍ରମ […]
