ପ୍ରମୁଖ ଖବର
ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ମନ୍ତ୍ରାଳୟଗୁଡ଼ିକର ସମୀକ୍ଷା ବୈଠକ
ନୂଆଦିଲ୍ଲୀ: ମନ୍ତ୍ରୀମାନଙ୍କ କାର୍ଯ୍ୟଧାରା ଓ ବିଭିନ୍ନ ମନ୍ତ୍ରଣାଳୟର ପ୍ରଦର୍ଶନକୁ ନେଇ ସୋମବାର ସନ୍ଧ୍ୟାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୈଠକରେ ଅଧ୍ୟକ୍ଷତା କରିବେ। ବିଭିନ୍ନ ମନ୍ତ୍ରଣାଳୟର ପ୍ରମୁଖ କାର୍ଯ୍ୟକ୍ରମ, ଯୋଜନାର ଅଗ୍ରଗତି ଓ ମନ୍ତ୍ରୀମାନଙ୍କ ପ୍ରଦର୍ଶନ ଉପରେ ଏଥିରେ ଆଲୋଚନା ହେବ। ସାମାଜିକ ନ୍ୟାୟ ଓ ଜନକଲ୍ୟାଣ ସମ୍ପର୍କିତ କାର୍ଯ୍ୟକୁ ବୈଠକରେ ବିଶେଷ ଗୁରୁତ୍ୱ ଦିଆଯିବ। ଏଥିପାଇଁ ସମାଜ କଲ୍ୟାଣ ସହ ଜଡ଼ିତ ବିଭାଗର ରାଜ୍ୟମନ୍ତ୍ରୀ ଓ ସ୍ୱାଧୀନ ଦାୟିତ୍ୱରେ ଥିବା ରାଜ୍ୟମନ୍ତ୍ରୀମାନଙ୍କୁ […]
୧୫୨୦ ଶିକ୍ଷକ ପଦ ଖାଲି, ୫୭% ଉଚ୍ଚପ୍ରାଥମିକ ସ୍କୁଲରେ ସ୍ଥାୟୀ ପ୍ରଧାନଶିକ୍ଷକ ନାହାନ୍ତି
କଳାହାଣ୍ଡି (ପିପିଏସ୍): ସର୍ବଶିକ୍ଷା ଓ ଗୁଣାତ୍ମକ ଶିକ୍ଷା ନେଇ ସରକାରଙ୍କ ଦାବି ମଧ୍ୟରେ କଳାହାଣ୍ଡି ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥାର ଚିନ୍ତାଜନକ ଚିତ୍ର ସାମ୍ନାକୁ ଆସିଛି। ୨୦୨୬ ଏପ୍ରିଲରେ ପ୍ରକାଶିତ ତଥ୍ୟ ଅନୁସାରେ, ଜିଲ୍ଲାର ପ୍ରାଥମିକ ଓ ଉଚ୍ଚପ୍ରାଥମିକ ସ୍ତରରେ ୧୫୨୦ଟି ଶିକ୍ଷକ ପଦ ଖାଲି ପଡ଼ିଛି। ଏହା ସହ ୮୨୬ଟି ଅନୁମୋଦିତ ପ୍ରାଥମିକ ସ୍ତରର ଲେଭଲ୍-୪ ପ୍ରଧାନଶିକ୍ଷକ ପଦ ମଧ୍ୟରୁ ୨୪୨ଟି ଖାଲି ରହିଛି। ଉଚ୍ଚପ୍ରାଥମିକ ସ୍ତରର ୬୬୫ଟି ଅନୁମୋଦିତ ପ୍ରଧାନଶିକ୍ଷକ ପଦ ମଧ୍ୟରୁ ୨୮୪ଟି ପଦ […]
ପର୍ଯ୍ୟଟକ ବଢ଼ୁଛନ୍ତି, ଭିତ୍ତିଭୂମି ବିକାଶରେ ପଛୁଆ ମୟୂରଭଞ୍ଜ
ବାରିପଦା: ଜଙ୍ଗଲ, ପାହାଡ଼ ଓ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ମୟୂରଭଞ୍ଜରେ ପର୍ଯ୍ୟଟନର ଅପାର ସମ୍ଭାବନା ରହିଛି। ଶିମିଳିପାଳ ଜାତୀୟ ଉଦ୍ୟାନ ସମେତ ଅନେକ ଐତିହ୍ୟସ୍ଥଳୀ ଓ ପର୍ଯ୍ୟଟନସ୍ଥଳକୁ ଦେଖିବା ପାଇଁ ପ୍ରତିବର୍ଷ ଦେଶବିଦେଶରୁ ପର୍ଯ୍ୟଟକ ଆସୁଛନ୍ତି। ତେବେ ଅନେକ ପର୍ଯ୍ୟଟନସ୍ଥଳୀରେ ମୌଳିକ ଭିତ୍ତିଭୂମିର ଅଭାବ ପର୍ଯ୍ୟଟନ ବିକାଶରେ ବାଧା ସୃଷ୍ଟି କରୁଛି। ସରକାରୀ ତଥ୍ୟ ଅନୁସାରେ, ଗତ ୫ ବର୍ଷରେ ଶିମିଳିପାଳ ସମେତ ବିଭିନ୍ନ ପର୍ଯ୍ୟଟନସ୍ଥଳୀ ବୁଲିବାକୁ ୯୦ ଲକ୍ଷ ୩୭ ହଜାର ୫୧୯ ଜଣ ପର୍ଯ୍ୟଟକ […]
ଏଣିକି ଟ୍ରାଫିକ୍ ଜାମ୍ରୁ ମିଳିବ ମୁକ୍ତି, ଭୁବନେଶ୍ୱରକୁ ଘେରିବ ୧୨୯ କିମିର ରିଙ୍ଗ୍ରୋଡ୍
ଭୁବନେଶ୍ୱର (ପିପିଏସ୍): ଏଣିକି ଟ୍ରାଫିକ୍ ଜାମ୍ରୁ ମିଳିବ ମୁକ୍ତି। ରାଜଧାନୀ ଭୁବନେଶ୍ୱରକୁ ଘେରିବ ୧୨୯ କିଲୋମିଟର ଲମ୍ବା ରିଙ୍ଗ୍ରୋଡ୍। ରାଜଧାନୀର ଟ୍ରାଫିକ୍ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିବାକୁ ରାଜ୍ୟ ସରକାର ଏହି ମେଗା ପ୍ରକଳ୍ପ ହାତକୁ ନେଇଛନ୍ତି। ଏନେଇ ଆଜି ଲୋକସେବା ଭବନରେ ପୂର୍ତ୍ତମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ବୈଠକରେ ରିଙ୍ଗ୍ରୋଡ୍ର ଆଲାଇନ୍ମେଣ୍ଟ ମଧ୍ୟ ସ୍ଥିର କରାଯାଇଛି। ଏହି ପ୍ରକଳ୍ପକୁ ନେଇ ଖୁବ୍ଶୀଘ୍ର କାମ ଆରମ୍ଭ ହେବା ନେଇ ଆଶା ପ୍ରକାଶ ପାଇଛି। ରାଜଧାନୀ […]
ମାର୍ଚ୍ଚ ଶେଷ କିମ୍ବା ଏପ୍ରିଲ ପ୍ରଥମ ସପ୍ତାହରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ!
ଭୁବନେଶ୍ୱର (ପିପିଏସ୍): ଆସନ୍ତା ମାର୍ଚ୍ଚ ଶେଷ କିମ୍ବା ଏପ୍ରିଲ ପ୍ରଥମ ସପ୍ତାହରେ ଓଡ଼ିଶାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ହୋଇପାରେ। ଏନେଇ ରାଜ୍ୟ ନିର୍ବାଚନ କମିଶନ ପ୍ରସ୍ତୁତି ଜୋରଦାର କରିଥିବା ନେଇ ରାଜ୍ୟ ନିର୍ବାଚନ କମିଶନର ମଧୁସୂଦନ ପାଢ଼ୀ ସୂଚନା ଦେଇଛନ୍ତି। ନିର୍ବାଚନକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ଭୋଟର ତାଲିକା ପ୍ରସ୍ତୁତ କରାଯିବ। ଆସନ୍ତା ଅକ୍ଟୋବର ୨୪ରୁ ନଭେମ୍ବର ୭ ତାରିଖ ପର୍ଯ୍ୟନ୍ତ ଘରକୁ ଘର ସର୍ଭେ କରାଯିବ। ସର୍ଭେ ପରେ ଭୋଟର ତାଲିକାକୁ ନେଇ ଆପତ୍ତି ଓ […]
କଟକରେ ବିଜେପିର ଦୁଇଦିନିଆ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଆରମ୍ଭ
କଟକ: କଟକସ୍ଥିତ ଅଣ୍ଡର୍ ଷ୍ଟାଡିୟମ୍ ପରିସରରେ ରାଜ୍ୟ ବିଜେପିର ଦୁଇଦିନିଆ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଆରମ୍ଭ ହୋଇଛି। ବୈଠକକୁ ଉଦ୍ଘାଟନ କରି ବିଜେପିର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ସୁନୀଲ ବଂଶଲ ଦଳୀୟ ନେତା ଓ କର୍ମକର୍ତ୍ତାଙ୍କୁ ସାଂଗଠନିକ କାର୍ଯ୍ୟ ସମ୍ପର୍କରେ ମାର୍ଗଦର୍ଶନ ଦେଇଛନ୍ତି। ସରକାରୀ ପଦପଦବିରେ ନିଯୁକ୍ତି ପ୍ରସଙ୍ଗରେ ସରକାରଙ୍କ ନିଷ୍ପତ୍ତି ସମ୍ପୂର୍ଣ୍ଣ ହୋଇଥିବାରୁ ବ୍ୟକ୍ତିଗତ ଆଶା ଓ ଆକାଂକ୍ଷାକୁ ପଛରେ ରଖି ସାଂଗଠନିକ ସ୍ୱାର୍ଥ ପାଇଁ କାମ କରିବାକୁ ଶ୍ରୀ ବଂଶଲ କର୍ମକର୍ତ୍ତାଙ୍କୁ ପରାମର୍ଶ ଦେଇଛନ୍ତି। […]
୧୧ ଦିନ ପରେ ମାଟି ତଳୁ ଜୀବିତ ଉଦ୍ଧାର ହେଲେ ମହିଳା
ନେପାଳ: ନେପାଳର ନୁୱାକୋଟ ଜିଲ୍ଲା ବେତ୍ରାବତୀ ଅଞ୍ଚଳରେ ଉଦ୍ଧାର ଅଭିଯାନ ସମୟରେ ଘଟିଛି ଏକ ଆଶ୍ଚର୍ଯ୍ୟଜନକ ଘଟଣା। ତ୍ରିଶୂଳୀ ନଦୀରେ ଭୟଙ୍କର ବନ୍ୟା ଓ ଭୂସ୍ଖଳନର ପ୍ରାୟ ୧୧ ଦିନ ପରେ ମାଟି ଓ ଧ୍ୱଂସାବଶେଷ ତଳୁ ଜଣେ ମହିଳାଙ୍କୁ ଜୀବିତ ଉଦ୍ଧାର କରାଯାଇଛି। ଉଦ୍ଧାର ହୋଇଥିବା ମହିଳା ହେଉଛନ୍ତି ବିଦୁର ମ୍ୟୁନିସିପାଲିଟି-୧୦ର ଚନ୍ଦିକା ଶ୍ରେଷ୍ଠ। ତାଙ୍କ ବୟସ ପ୍ରାୟ ୫୫ରୁ ୫୬ ବର୍ଷ ମଧ୍ୟରେ ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, ଚନ୍ଦିକା ଶ୍ରେଷ୍ଠ ଆନନ୍ଦଙ୍କ ଘର […]
ଜାତିସଂଘର ନୂଆ ବିଶ୍ୱ ମାନଚିତ୍ରକୁ ମଞ୍ଜୁରି; ଆଫ୍ରିକାର ଆକାର ଦେଖାଯିବ ଅଧିକ ସଠିକ୍
ଜାତିସଂଘରେ ୧୬୪ ଦେଶର ସମର୍ଥନ, ଏକାକୀ ବିରୋଧ କଲା ଆମେରିକା ନ୍ୟୁୟର୍କ: ବିଶ୍ୱର ମାନଚିତ୍ରକୁ ନେଇ ଜାତିସଂଘରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। ବିଶ୍ୱର ମହାଦେଶଗୁଡ଼ିକର ପ୍ରକୃତ ଆକାରକୁ ଅଧିକ ସଠିକ୍ ଭାବେ ଦର୍ଶାଇବା ପାଇଁ ‘କରେକ୍ଟ ଦ ମ୍ୟାପ୍’ ପ୍ରସ୍ତାବକୁ ଜାତିସଂଘ ସାଧାରଣ ପରିଷଦ ସମର୍ଥନ କରିଛି। ପ୍ରସ୍ତାବ ସପକ୍ଷରେ ୧୬୪ଟି ଦେଶ ଭୋଟ ଦେଇଥିବା ବେଳେ ଆମେରିକା ଏକମାତ୍ର ଦେଶ ଭାବେ ବିରୋଧ କରିଛି। ୬ଟି ଦେଶ ଭୋଟଦାନରୁ ବିରତ ରହିଥିଲେ। ଏହି ପଦକ୍ଷେପର […]
🌟 ଆଜିର ରାଶିଫଳ: ଜାଣନ୍ତୁ ୧୨ ରାଶି ପାଇଁ କେମିତି ରହିବ ଦିନ
♈ ମେଷ ଆଜି କାର୍ଯ୍ୟକ୍ଷେତ୍ରରେ ମନ ଲଗାଇ କାମ କରିବେ। ଆପଣଙ୍କ ନୂଆ କୌଶଳ ବ୍ୟବସାୟକୁ ଆଗକୁ ବଢ଼ାଇବ। ପରିବାରରେ ଖୁସିର ବାତାବରଣ ରହିବ। ଆର୍ଥିକ ସ୍ଥିତିରେ ଉନ୍ନତି ହୋଇପାରେ। ♉ ବୃଷ ବ୍ୟବସାୟୀଙ୍କ ପାଇଁ ଦିନଟି ଲାଭଦାୟକ ରହିବ। ବ୍ୟବସାୟରେ ଆଶା କରୁଥିବା ସଫଳତା ଓ ଲାଭ ମିଳିପାରେ। ଜୀବନସାଥୀଙ୍କ ସହ ଭଲ ତାଳମେଳ ରହିବ। ଗାଡ଼ି ଚଳାଇବା ବେଳେ ସତର୍କ ରୁହନ୍ତୁ। ♊ ମିଥୁନ ପରିବାର ସଦସ୍ୟଙ୍କ ସହ ଆଜି ଆନନ୍ଦର ସମୟ କାଟିବେ। […]
ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟାକାଣ୍ଡକୁ ନେଇ ତେଜ ହେଲା ରାଜନୀତି
ଭୁବନେଶ୍ୱର: ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟାକାଣ୍ଡକୁ ନେଇ ରାଜ୍ୟ ରାଜନୀତି ପୁଣି ଥରେ ସରଗରମ ହୋଇଛି। ବିରୋଧୀ ଓ ଶାସକ ଦଳ ମଧ୍ୟରେ ଏହି ଘଟଣାକୁ ନେଇ ବାକ୍ଯୁଦ୍ଧ ତୀବ୍ର ହୋଇଥିବା ବେଳେ କମିଶନ ରିପୋର୍ଟକୁ ନେଇ ମଧ୍ୟ ରାଜନୈତିକ ବୟାନବାଜି ଆରମ୍ଭ ହୋଇଛି। ସ୍ୱାମୀଜୀଙ୍କ ୧୮ତମ ବଳିଦାନ ଦିବସ ଅବସରରେ ତାଙ୍କ ଏକମାତ୍ର ସୁପୁତ୍ର ଲୋକନାଥ ନାଥ ଜଲେଶପଟ୍ଟା ଆଶ୍ରମରେ ପହଞ୍ଚି ସ୍ୱାମୀଜୀଙ୍କ ବଳିଦାନ ପୀଠରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ତାଙ୍କ ସହ ତାଙ୍କ ବୋହୂ ବାସନ୍ତୀ […]
