1 min read

ଅନୁପ୍ରବେଶକାରୀଙ୍କୁ ଖୋଜି ଖୋଜି ଦେଶରୁ ବାହାର କରିବୁ : ଶାହ

ନୂଆଦିଲ୍ଲୀ : କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ହରିୟାଣା ଗସ୍ତରେ ଅଛନ୍ତି। ଏହି ଅବସରରେ ସେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କରନାଲ୍‌ରୁ ଏକ କିଲୋମିଟର ଯାଏଁ ‘ଗଣତନ୍ତ୍ର ବଞ୍ଚାଅ, ଅରାଜକତା ହଟାଅ’ ପଦଯାତ୍ରାର ନେତୃତ୍ୱ ନେଇଥିଲେ। ମଞ୍ଚରୁ ସମ୍ବୋଧିତ କରି ଅମିତ ଶାହ କହିଛନ୍ତି ଯେ କଂଗ୍ରେସର ଅରାଜକତା ଏବଂ ତୁଷ୍ଟୀକରଣ ରାଜନୀତି ଏବେ ସମ୍ପୂର୍ଣ୍ଣ ଭାବରେ ଏକ୍ସପୋଜ୍ ହୋଇସାରିଛି। ଦେଶବାସୀ ଏହା ବିରୋଧରେ ରାସ୍ତାକୁ ଓହ୍ଲାଇଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି, ‘ଆଜି ଆମର ବିଜେପି ଦ୍ୱାରା ଆୟୋଜିତ ‘ଗଣତନ୍ତ୍ର ବଞ୍ଚାଅ, ଅରାଜକତା ହଟାଅ’ ରାଲିର ଶେଷ ଦିନ। ଅକ୍ଟୋବର୨୨ ରୁ ନଭେମ୍ବର ୫ ପର୍ଯ୍ୟନ୍ତ, ଏହି ରାଲି ଦେଶବ୍ୟାପୀ ଦଳୀୟ ମୁଖ୍ୟାଳୟରେ ଅନୁଷ୍ଠିତ ହୋଇଥିଲା। ସବୁଠି,ଆମେ ସମାନ ଉତ୍ସାହ ଏବଂ ପ୍ରବଳ ଭିଡ଼ ଦେଖିଲୁ। ଦେଶର ରାସ୍ତାଗୁଡ଼ିକ ଆମର ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତି ପ୍ରଚଣ୍ଡ ଜନ ସମର୍ଥନ ଦେଖାଇଥିଲା’ ରାହୁଲ ଗାନ୍ଧୀଙ୍କୁ ୩ କୋଟି ଅନୁପ୍ରବେଶକାରୀଙ୍କ ଚିନ୍ତା। ଆମେ ଏସଆଇର ଉପରେ ବିଶେଷ ଅଧିବେଶନ ଡକାଇବାକୁ ପ୍ରସ୍ତୁତ। ଆମେ ଅନୁପ୍ରବେଶକାରୀଙ୍କୁ ଖୋଜିଖୋଜି ଦେଶରୁ ବାହାର କରିବାକୁ ଚେଷ୍ଟା କରୁଛୁ।

Leave a Reply

Your email address will not be published. Required fields are marked *