1 min read

ଚିଠା ତାଲିକାରୁ ନାଁ କଟିଥିଲେ ଫର୍ମ-୬ ଦାଖଲ କରିପାରିବେ ଭୋଟର

ନୂଆଦିଲ୍ଲୀ : ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ବେଳେ ଚିଠା ତାଲିକାରୁ ପୁରୁଣା ଭୋଟରଙ୍କ ନାମ କଟିଥିଲେ, ସେମାନେ ନିଜ ନାମ ଯୋଡ଼ିବା ପାଇଁ ଫର୍ମ-୬ ଦାଖଲ କରିପାରିବେ। ଲୋକ ପ୍ରତିନିଧି ଆଇନ, ୧୯୫୦ର ଧାରା ୩୧ ଅଧୀନରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଭୟ ନ ରଖି ପୁରୁଣା ଭୋଟରମାନେ ସେମାନଙ୍କ ନାମ ଭୋଟର ତାଲିକାରେ ଯୋଡ଼ିବା ପାଇଁ ଫର୍ମ-୬ ଦାଖଲ କରିପାରିବେ। ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ପତ୍ର ଲେଖି ଏହା ଜଣାଇଛନ୍ତି।

ଭୋଟର ତାଲିକାରେ ସେମାନଙ୍କ ନାଁ ପ୍ରଥମ ଥର ପାଇଁ ଯୋଡ଼ାଯିବ ବୋଲି ଉକ୍ତ ଭୋଟରଙ୍କୁ ଉକ୍ତ ଫର୍ମରେ ଘୋଷଣାନାମା ଦେବାକୁ ହେବ। ଅନେକ ଭୋଟର ବିଶ୍ୱାସ କରନ୍ତି ପୂର୍ବରୁ ଭୋଟର ତାଲିକାରେ ନାମ ଥିବା ସତ୍ତ୍ୱେ ଫର୍ମ-୬ ଦାଖଲ କଲେ, ଏହାକୁ ମିଥ୍ୟା ଘୋଷଣାନାମା ବିବେଚନା କରାଯାଇ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ। ତେବେ ଫର୍ମ-୬ରେ ଏହି ଘୋଷଣାନାମା ୨୦୨୨ ଅଗଷ୍ଟ ୧ରୁ କାର୍ଯ୍ୟକାରୀ ହୋଇଥିବା ଇସି ସ୍ପଷ୍ଟ କରିଦେଇଛନ୍ତି।

Leave a Reply

Your email address will not be published. Required fields are marked *