ପ୍ରଥମ ମୁସଲିମ୍ ସିନେଟର ଭାବେ ନିର୍ବାଚିତ ହେଲେ ଅବଦୁଲ୍ ଏଲ୍-ସାୟେଦ
1 min read

ପ୍ରଥମ ମୁସଲିମ୍ ସିନେଟର ଭାବେ ନିର୍ବାଚିତ ହେଲେ ଅବଦୁଲ୍ ଏଲ୍-ସାୟେଦ

ୱାଶିଂଟନ୍: ଆମେରିକା ରାଜନୀତିରେ ସୃଷ୍ଟି ହୋଇଛି ଏକ ନୂତନ ଇତିହାସ। ଆମେରିକା ମିଡଟର୍ମ ନିର୍ବାଚନରେ ମିଚିଗାନ୍ ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ସିନେଟ୍ ଆସନରୁ ବିଜୟୀ ହୋଇ ଡେମୋକ୍ରାଟିକ୍ ନେତା ଅବଦୁଲ୍ ଏଲ୍-ସାୟେଦ ପ୍ରଥମ ମୁସଲିମ୍ ଆମେରିକୀୟ ଭାବେ ଆମେରିକା ସିନେଟକୁ ନିର୍ବାଚିତ ହୋଇଛନ୍ତି। ସେ ନିଜର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ତଥା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମର୍ଥିତ ରିପବ୍ଲିକାନ୍ ପ୍ରାର୍ଥୀ ମାଇକ୍ ରୋଜର୍ସଙ୍କୁ କଡ଼ା ମୁକାବିଲାରେ ପରାସ୍ତ କରିଛନ୍ତି। ଅବସର ନେଉଥିବା ଡେମୋକ୍ରାଟିକ୍ ସିନେଟର ଗ୍ୟାରୀ ପିଟର୍ସଙ୍କ ସ୍ଥାନ ସେ ଗ୍ରହଣ କରିବେ। ମିଚିଗାନର ଡେଟ୍ରୋଏଟରେ ଜନ୍ମିତ ଅବଦୁଲ୍ ଏଲ୍-ସାୟେଦ ପେଶାରେ ଜଣେ ଚିକିତ୍ସକ, ଏପିଡେମିଓଲୋଜିଷ୍ଟ (ମହାମାରୀ ବିଶେଷଜ୍ଞ) ଏବଂ ଜନସ୍ୱାସ୍ଥ୍ୟ ପ୍ରଶାସକ। ସେ ଅକ୍ସଫୋର୍ଡ ୟୁନିଭରସିଟିରୁ ପବ୍ଲିକ୍ ହେଲ୍ଥରେ ପିଏଚଡି ଏବଂ କଲମ୍ବିଆ ୟୁନିଭରସିଟିରୁ ଚିକିତ୍ସା ବିଜ୍ଞାନରେ ଡିଗ୍ରୀ ହାସଲ କରିଛନ୍ତି। ସେ ଡେଟ୍ରୋଏଟ୍ ସ୍ୱାସ୍ଥ୍ୟ ବିଭାଗର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଏବଂ ୱେନ୍ କାଉଣ୍ଟିର ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରି ନିଜର ଦକ୍ଷତା ପ୍ରମାଣିତ କରିଥିଲେ। ସ୍ୱାସ୍ଥ୍ୟସେବାର ସୁଲଭତା, ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ଦର ନିୟନ୍ତ୍ରଣ ଏବଂ ଆର୍ଥିକ ଅସମାନତା ଦୂରୀକରଣକୁ ସେ ନିଜ ନିର୍ବାଚନୀ ପ୍ରଚାରର ମୁଖ୍ୟ ମୁଦ୍ଦା କରିଥିଲେ।

Leave a Reply

Your email address will not be published. Required fields are marked *