1 min read

ଜରାଜୀର୍ଣ୍ଣ ଅବସ୍ଥାରେ ଦୁଗ୍ଧ ପ୍ରକ୍ରିୟାକରଣ କେନ୍ଦ୍ର

ଦୁଗ୍ଧ ସଂଗ୍ରହ ୫ ହଜାର ଲିଟରରୁ ୫୦୦ ଲିଟରକୁ ଖସିଲା ପାରଳାଖେମୁଣ୍ଡି: ସକାଳ ପାଇଲେ ସଭିଙ୍କୁ ଦୁଗ୍ଧର ଆବଶ୍ୟକତା ପଡ଼େ। ତେଣୁ ଦୁଗ୍ଧର ଚାହିଦା ମେଣ୍ଟାଇବା ପାଇଁ ରାଜ୍ୟ ସରକାର ଦୁଗ୍ଧ ଉତ୍ପାଦନକୁ ଗୁରୁତ୍ୱ ଦେଇ ସାରା ରାଜ୍ୟରେ କାର୍ଯ୍ୟ କରୁଛି ଓମଫେଡ୍ କେନ୍ଦ୍ର। ଓମଫେଡ୍ ମାଧ୍ୟମରେ ଦୁଗ୍ଧ ଉତ୍ପାଦନ କରୁଥିବା ଚାଷୀଙ୍କଠାରୁ ଉଚିତ ମୂଲ୍ୟରେ ଦୁଗ୍ଧ ସଂଗ୍ରହ କରି ସୁଲଭ ମୂଲ୍ୟରେ ଲୋକଙ୍କ ନିକଟରେ ପହଞ୍ଚାଇବାର ବ୍ୟବସ୍ଥା ହୋଇଛି। ଏକଦା ଲୋକଙ୍କ ଏକ ନିର୍ଭରଶୀଳ ସଂସ୍ଥା […]

1 min read

ଯାଜପୁର ଜିଲ୍ଲାର ୭ଟି ବିଧାନସଭା ନିର୍ବାଚନମଣ୍ଡଳୀର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶିତ

ଯାଜପୁର (ପିପିଏସ ) ଗଣତନ୍ତ୍ରର ମହାପର୍ବରେ ପ୍ରତ୍ୟେକ ଭୋଟରଙ୍କ ଅଧିକାରକୁ ସୁନିଶ୍ଚିତ କରିବା ଦିଗରେ ଆଉ ଏକ ପଦକ୍ଷେପ ସ୍ୱରୂପ, ଯାଜପୁର ଜିଲ୍ଲାର ୭ଟି ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ. ଆଇ. ଆର )-୨୦୨୬ ପ୍ରକ୍ରିୟା ପରେ ଚୂଡ଼ାନ୍ତ ଭୋଟର ତାଲିକା ଆଜି ପ୍ରକାଶ ପାଇଛି। ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ ଅମ୍ବର କୁମାର କର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହି ଚୂଡ଼ାନ୍ତ ଭୋଟର […]

1 min read

ଇଟାଲୀର ସ୍କୁଲ୍‌ରେ ବୁର୍ଖା-ନିକାବ ଉପରେ ବ୍ୟାନ୍‌ ପ୍ରସ୍ତାବ, ବିଦେଶୀ ଛାତ୍ର ସଂଖ୍ୟା ମଧ୍ୟ ସୀମିତ ହେବ

ରୋମ୍: ଇଟାଲୀର ସ୍କୁଲ୍‌ଗୁଡ଼ିକରେ ବୁର୍ଖା ଓ ନିକାବ ପିନ୍ଧିବା ଉପରେ ନିଷେଧ ଲଗାଇବାକୁ ପ୍ରସ୍ତାବ ଦେଇଛନ୍ତି ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି। ସେପ୍ଟେମ୍ବର ୨୦, ୨୦୨୬ରେ ଏକ ଦଳୀୟ ଯୁବ ସମାବେଶରେ ମେଲୋନି କହିଥିଲେ ଯେ ଏ ସମ୍ପର୍କିତ ପ୍ରସ୍ତାବ ଖୁବଶୀଘ୍ର ମନ୍ତ୍ରିମଣ୍ଡଳରେ ଆଗତ ହେବ। ତେବେ ଏହା ଏଯାବତ୍‌ ଆଇନରେ ପରିଣତ ହୋଇନାହିଁ; ଆଗାମୀ ବିଧାନ ପ୍ରକ୍ରିୟା ଶେଷ ହେବା ପରେ ହିଁ ଏହା କାର୍ଯ୍ୟକାରୀ ହୋଇପାରିବ। ମେଲୋନିଙ୍କ ପ୍ରସ୍ତାବରେ କେବଳ ବୁର୍ଖା ଓ ନିକାବ ଉଲ୍ଲେଖ […]

1 min read

ଜୟଶଙ୍କର, ପୂର୍ବତନ ସେନା ମୁଖ୍ୟ ଓ ସିବିଆଇ ନିର୍ଦ୍ଦେଶକଙ୍କୁ ଏସ୍‌ଆଇଆର ନୋଟିସ୍‌

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ଚାଲିଥିବା ନିର୍ବାଚନ କମିଶନଙ୍କ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ ଏସ୍‌ଆଇଆରକୁ ନେଇ ଆସିଛି ବଡ଼ ଖବର। କେନ୍ଦ୍ରମନ୍ତ୍ରୀ ଏସ୍‌ ଜୟଶଙ୍କର ଓ ପତ୍ନୀ କୟୋକୋ ଏସ୍‌ ଜୟଶଙ୍କରଙ୍କୁ ନିର୍ବାଚନ କମିଶନ ପଠାଇଛନ୍ତି ଏସ୍‌ଆଇଆର ନୋଟିସ। ଅର୍ଥାତ ଏମାନେ ଦିଲ୍ଲୀର ଭୋଟର ଭାବେ ସର୍ଭେ ବେଳେ ଚିହ୍ନଟ ହୋଇ ନାହାନ୍ତି। ଏମାନଙ୍କ ବ୍ୟତୀତ ସିବିଆଇ ନିର୍ଦ୍ଦେଶକ ପ୍ରବୀଣ ସୁଦ ଓ ତାଙ୍କ ପରିବାର, ପୂର୍ବତନ ସେନାଧ୍ୟକ୍ଷ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ଓ ତାଙ୍କ ପତ୍ନୀ, […]

1 min read

କୋଟି କୋଟି ଖର୍ଚ୍ଚ, ୮ କିମି ପାଇଁ ଜୀବନ ଦୁର୍ବିଷହ: ବଣ୍ଡାଘାଟିରେ ବିକାଶ ଅପହଞ୍ଚ

ମାଲକାନଗିରି: ଆଦିମ ଜନଜାତି ବଣ୍ଡା ସମ୍ପ୍ରଦାୟର ବିକାଶ ପାଇଁ ଯୋଜନା ଓ ଅନୁଦାନର ଅଭାବ ନାହିଁ। ସରକାରୀ ଯୋଜନାକୁ ଛାଡ଼ିଲେ ସ୍ୱତନ୍ତ୍ର ଭାବେ କାମ କରୁଛି ବଣ୍ଡା ଉନ୍ନୟନ ସଂସ୍ଥା। ବାର୍ଷିକ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା। ତଥାପି ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଓ ପାନୀୟ ଜଳ ଭଳି ମୌଳିକ ସୁବିଧାରୁ ବଞ୍ଚିତ ହୋଇ ଅଭାବୀ ଜୀବନ ବିତାଉଛନ୍ତି ବଣ୍ଡାଘାଟିର ବରଗୁଡ଼ା ଗ୍ରାମବାସୀ। ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ମୁଦୁଲିପଡ଼ା ପଞ୍ଚାୟତଠାରୁ ୮ କିମି ଦୂରରେ […]

1 min read

ବିକାଶ ଯୋଜନାର ଲମ୍ବା ତାଲିକା, ଲାଞ୍ଜିଆ ସଉରାଙ୍କ ଦୁଃଖ ସେମିତି ଯୋଜନା କାଗଜରେ

ରାୟଗଡ଼ା: ରାୟଗଡ଼ା ଜିଲ୍ଲାରେ ବସବାସ କରୁଥିବା ଜନଜାତିଙ୍କ ମଧ୍ୟରୁ ଲାଞ୍ଜିଆ ସଉରା ଅନ୍ୟତମ। ପାହାଡ଼ିଆ ଅଞ୍ଚଳରେ ବସବାସ କରୁଥିବା ଏହି ସମ୍ପ୍ରଦାୟର ବିକାଶ ଲାଗି ସରକାର ଅନେକ ଯୋଜନା ପ୍ରଣୟନ କରିଛନ୍ତି। ହେଲେ ବାଟମାରଣା କାରଣରୁ ଲାଞ୍ଜିଆଙ୍କ ସାମାଜିକ-ଆର୍ଥିକ ସ୍ଥିତିରେ ଆସିନାହିଁ କାଞ୍ଚିତ ପରିବର୍ତ୍ତନ। ଆଦିତାଲ ଚିତ୍ରକଳା ଲାଞ୍ଜିଆ ସଉରାଙ୍କୁ ସ୍ୱତନ୍ତ୍ର ପରିଚୟ ଦେଇଥିବାରୁ ଜିଆଇ ଟ୍ୟାଗ୍‌ ପ୍ରଦାନ କରିଛନ୍ତି ସରକାର। ହେଲେ ପ୍ରଚାର ପ୍ରସାର ଅଭାବରୁ ଏହି ଚିତ୍ରକଳା ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚି […]

1 min read

ଅଗ୍ନିସୁରକ୍ଷା ପ୍ରମାଣପତ୍ର ନାହିଁ, ଆବେଦନ ବି କରିନି ପ୍ରଶାସନ

ସମ୍ବଲପୁର: ସମ୍ବଲପୁରର ଜମାଦାରପାଲିଠାରେ ରାଜ୍ୟର ତୃତୀୟ ଡପଲର ରାଡାର ଷ୍ଟେସନ୍‌କୁ ବୁଧବାର ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିଛନ୍ତି। କିନ୍ତୁ ସୁରକ୍ଷିତ ନୁହେଁ ଏହି ରାଡାର ଷ୍ଟେସନ୍‌ର ୫ ମହଲା କୋଠା। କାରଣ ଏହି ଷ୍ଟେସନ୍‌ର ଅଗ୍ନିନିର୍ବାପକ ସୁରକ୍ଷା ପ୍ରମାଣପତ୍ର ସମେତ କୌଣସି ଜରୁରୀ କାଗଜପତ୍ର ନାହିଁ। ଆଶ୍ଚର୍ଯ୍ୟଜନକ ଭାବେ ଏଥିପାଇଁ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗ ବା ନିର୍ମାଣକାରୀ ପୂର୍ତ୍ତ ବିଭାଗ ପକ୍ଷରୁ କୌଣସି ଆବେଦନ ମଧ୍ୟ ହୋଇନାହିଁ। କିନ୍ତୁ ବିନା ଅଗ୍ନିଶମ ପ୍ରମାଣପତ୍ରରେ ଏହି ଡପଲର […]

1 min read

ପାନୀୟ ଜଳ ସମସ୍ୟାକୁ ନେଇ ପଞ୍ଚାୟତ କାର୍ଯ୍ୟାଳୟ ଘେରାଉ

ରାୟଗଡ଼ା: ବର୍ଷ ବର୍ଷ ଧରି ପାନୀୟ ଜଳ ସମସ୍ୟାରେ ଛଟପଟ ହେଉଥିବା ଅଭିଯୋଗ କରି ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଲକ ଅନ୍ତର୍ଗତ ଅମ୍ବାଭଟା ପଞ୍ଚାୟତର ଛତ୍ର କଲୋନୀର ଗ୍ରାମବାସୀ ଆଜି ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିବା ସହ ମୁଖ୍ୟ ଫାଟକରେ ତାଲା ପକାଇଥିଲେ। ପାନୀୟ ଜଳ ସମସ୍ୟାର ସମାଧାନ ନହେବା ପର୍ଯ୍ୟନ୍ତ ତାଲା ଖୋଲାଯିବ ନାହିଁ ବୋଲି ଗ୍ରାମବାସୀ ଚେତାବନୀ ଦେଇଥିଲେ। ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ, ଛତ୍ର କଲୋନୀରେ ଥିବା ପାଣି ଟାଙ୍କି ଦୀର୍ଘଦିନ ହେଲା […]

1 min read

ମଧ୍ୟପ୍ରଦେଶରେ ୮ ଜଣଙ୍କ ମୃତ୍ୟୁ ଘଟଣା; ମୁଖ୍ୟମନ୍ତ୍ରୀଙ୍କ ଶୋକ

ମଧ୍ୟପ୍ରଦେଶରେ ୮ ଜଣଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସେ ଗଭୀର ସମବେଦନା ଜଣାଇବା ସହ ମୃତକଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିଛନ୍ତି। ମୃତଦେହଗୁଡ଼ିକୁ ସସମ୍ମାନେ ଓଡ଼ିଶା ଫେରାଇ ଆଣିବା ପାଇଁ ମଧ୍ୟପ୍ରଦେଶର ସ୍ଥାନୀୟ ପ୍ରଶାସନ ସହ ଆବଶ୍ୟକ ସମନ୍ୱୟ ରଖିବାକୁ ସମ୍ପୃକ୍ତ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ପ୍ରାଥମିକ ସୂଚନା ଅନୁସାରେ, ଝରଣାରେ ପ୍ରବଳ ବଢ଼ି ପାଣି ଥିବା ସମୟରେ କାର୍‌ଟି ଏହାକୁ […]

1 min read

ମା’ ବଗଳାମୁଖୀଙ୍କ ଦର୍ଶନ ପୂର୍ବରୁ ଅଘଟଣ, ୭ ଓଡ଼ିଆ ପର୍ଯ୍ୟଟକଙ୍କ ମୃତ୍ୟୁ

ଭୁବନେଶ୍ୱର: ମଧ୍ୟପ୍ରଦେଶରେ ଘଟିଛି ଅତ୍ୟନ୍ତ ଦୁଃଖଦ ଅଘଟଣ। ମା’ ବଗଳାମୁଖୀଙ୍କ ଦର୍ଶନ ପାଇଁ ଯାଉଥିବା ବେଳେ ଅଗର ମାଲୱା ଜିଲ୍ଲା ନଳଖେଡ଼ା ଅଞ୍ଚଳରେ ଏକ କାର୍‌ ଝରଣାର ପ୍ରବଳ ସ୍ରୋତରେ ଭାସିଯିବାରୁ ୭ ଜଣ ଓଡ଼ିଆ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ କାର୍‌ ଚାଳକଙ୍କର ମଧ୍ୟ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ମୃତକମାନେ ଭୁବନେଶ୍ୱର ଜୟଦେବ ବିହାର ଅଞ୍ଚଳର ଏକ ପରିବାରର ସଦସ୍ୟ ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, ପରିବାରର ସଦସ୍ୟ ଓ ସମ୍ପର୍କୀୟମାନେ ମଧ୍ୟପ୍ରଦେଶ […]