ପ୍ରମୁଖ ଖବର
ବାତ୍ୟା ସମ୍ପର୍କିତ ମିଛ ଖବର ପ୍ରସାରଣ କରି ଲୋକଙ୍କୁ ଭୟଭୀତ କଲେ ବନ୍ଧା ହେବେ : ଉପ ମୁଖ୍ୟମନ୍ତ୍ରୀ
ବଙ୍ଗୋପସାଗରରେ ସୃଷ୍ଟି ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’ର ମୁକାବିଲା ତଥା ଜିଲ୍ଲାର ସ୍ଥିତି ନିୟନ୍ତ୍ରଣ ପାଇଁ ଓଡ଼ିଶା ସରକାରଙ୍କ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ରାୟଗଡ଼ାଜିଲ୍ଲା ଦାୟିତ୍ୱରେ ଥିବା ବରିଷ୍ଠ ଅଧିକାରୀ କେ ସୁଦର୍ଶନ ଚକ୍ରବର୍ତ୍ତୀ, ଜିଲ୍ଲାପାଳ ଆଶୁତୋଷ କୁଲକର୍ଣୀ ଓ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତିରେ ଅନୁଷ୍ଠିତ ଏହି ବୈଠକରେ ବାତ୍ୟା ପୂର୍ବ ପ୍ରସ୍ତୁତି ଓ ପରବର୍ତ୍ତୀ ପୁନରୁଦ୍ଧାର କାର୍ଯ୍ୟ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା।ଏହି […]
‘ନମୋ ଘାଟ’ ରେ ବାୟୁସେନାର ଶକ୍ତି ପ୍ରଦର୍ଶନ
ବାରାଣସୀ :ଉତ୍ତରପ୍ରଦେଶର ବାରାଣସୀରେ ଆୟୋଜିତ ହୋଇଛି ଭାରତୀୟ ବାୟୁସେନାର ୯୪ତମ ପ୍ରତିଷ୍ଠା ଦିବସ। ଚଳିତ ବର୍ଷ ଏହି ଅବସରରେ ଭବ୍ୟ ଏୟାର ଶୋ ‘ୱିଙ୍ଗ୍ସ ଓଭର ଗଙ୍ଗା’ରେ ଭାରତୀୟ ବାୟୁସେନା ଦେଖାଇଛି ନିଜର ପରାକ୍ରମ। ଏହି ଆକାଶୀୟ ପ୍ରଦର୍ଶନରେ ରାଫେଲ୍, ସୁଖୋଇ, ମିରାଜ୍-୨୦୦୦, ମିଗ୍-୨୯ ଓ ଜାଗୁଆର୍ ଭଳି ଶକ୍ତିଶାଳୀ ଯୁଦ୍ଧ ବିମାନ ସହ ଆପାଚେ ଏବଂ ଚିନୁକ୍ ହେଲିକପ୍ଟର ନିଜର ନିଜର ଦମ୍ ଦେଖାଇଛନ୍ତି। ଅକ୍ଟୋବର ୨୨ରୁ ଆରମ୍ଭ ହୋଇଥିବା ଏହି ଆୟୋଜନରେ ମୋଟ ୧୦୦ଟି […]
ଯେଉଁଠାରେ ଯୁଦ୍ଧ ହୁଏ ସେଠାରେ ଶାନ୍ତି ପ୍ରତି ବିପଦ ଥାଏ : ଏସ. ଜୟଶଙ୍କର
ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ବିବୃତି ଦେଇଛନ୍ତି। ସେ କହିଛନ୍ତି ଯେ, ଯେଉଁଠାରେ ଯୁଦ୍ଧ ହୁଏ ସେଠାରେ ଶାନ୍ତି ପ୍ରତି ବିପଦ ଥାଏ। ସେ ୟୁକ୍ରେନ ଏବଂ ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ଏବଂ ବିଶ୍ୱର ଲୋକ ଏବଂ ଅର୍ଥନୀତି ଉପରେ ଏହାର ସୁଦୂରପ୍ରସାରୀ ପ୍ରଭାବ ବିଷୟରେ ଚିନ୍ତା ପ୍ରକାଶ କରିଛନ୍ତି।ମିଳିତ ଜାତିସଂଘ ଦିବସ ଅବସରରେ ଦିଲ୍ଲୀରେ ଆୟୋଜିତ ଚିନ୍ମୟ ଅମୃତ ମହୋତ୍ସବ ବିଶ୍ୱ ସମ୍ମିଳନୀରେ ଜୟଶଙ୍କର ଭାରତର ମତକୁ ଦୋହରାଇ […]
ମହାକାଶ ମିଶନ ପାଇଁ ଇସ୍ରୋର ଆଗାମୀ ଯୋଜନା
ଚେନ୍ନାଇ: ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)ର ଅଧ୍ୟକ୍ଷ ଭି. ନାରାୟଣନ କହିଛନ୍ତି ଯେ, ଭାରତ ୨୦୨୯ ସୁଦ୍ଧା ଦେଶରେ ଚାରୋଟି କାର୍ଯ୍ୟକ୍ଷମ ଲଞ୍ଚ୍ ପ୍ୟାଡ୍ ସହିତ ଏହାର ମହାକାଶ କାର୍ଯ୍ୟକଳାପକୁ ଉଲ୍ଲେଖନୀୟ ଭାବରେ ବିସ୍ତାର କରିବ। ଘରୋଇ କ୍ଷେତ୍ରର ତଥା ବିଶ୍ୱର ବର୍ଦ୍ଧିତ ଚାହିଦା ପୂରଣ କରିବା ପାଇଁ ମହାକାଶ କ୍ଷେତ୍ରରେ ଘରୋଇ କମ୍ପାନିଗୁଡ଼ିକ ସହିତ ସହଭାଗୀତା ମଧ୍ୟ ବିସ୍ତାର କରାଯିବ। ଚେନ୍ନାଇର ଏକ ଘରୋଇ ବିଶ୍ୱବିଦ୍ୟାଳୟରେ ଆୟୋଜିତ ସମାବର୍ତ୍ତନ ସମାରୋହରେ ନାରାୟଣନ ଇସ୍ରୋର ଭବିଷ୍ୟତ […]
ଆମର ଯାତ୍ରା ବିନା ବାଧାରେ ଜାରି ରହିଛି: ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମନ କି ବାତ ମାସିକ ରେଡିଓ କାର୍ଯ୍ୟକ୍ରମର ୧୩୯ତମ ଏପିସୋଡ୍ରେ କହିଛନ୍ତି, ୧୨ ବର୍ଷ ପୂର୍ବେ ବିଜୟାଦଶମୀର ପବିତ୍ର ଅବସରରେ, ଆମେ ମନ କି ବାତ ଆରମ୍ଭ କରିଥିଲୁ। ସେବେଠାରୁ, ଆମର ଯାତ୍ରା ବିନା ବାଧାରେ ଜାରି ରହିଛି। ଆପଣମାନେ ସମସ୍ତେ ଏହି ଯାତ୍ରାରେ ମୋର ସାଥୀ ଏବଂ ମାର୍ଗଦର୍ଶକ ହୋଇ ଆସିଛନ୍ତି। ମୋ ପାଇଁ ମନ କି ବାତ ଆମ ଦେଶର ସାଧାରଣ ଲୋକଙ୍କ କଠିନ ପରିଶ୍ରମ, ସାହସ, ଦୃଢ଼ ସଂକଳ୍ପ, ସମର୍ପଣ ଏବଂ ସେବା ମନୋଭାବକୁ […]
୧୨ଟି ରାଶିର ଫଳାଫଳ: 25/10/26
ରାଶି (Zodiac) ଆଜିର ଭାଗ୍ୟଫଳ (Today’s Prediction) ଶୁଭ ଅଙ୍କ (Lucky No) ମେଷ (Aries) କର୍ମକ୍ଷେତ୍ରରେ ନୂତନ ଦାୟିତ୍ୱ ମିଳିପାରେ। ସମସ୍ତ କାର୍ଯ୍ୟ ସଫଳତାର ସହ ଶେଷ ହେବ। କିନ୍ତୁ କ୍ରୋଧ ଉପରେ ନିୟନ୍ତ୍ରଣ ରଖିବା ଆବଶ୍ୟକ। ୯ ବୃଷ (Taurus) ଆର୍ଥିକ ସ୍ଥିତିରେ ସୁଧାର ଆସିବ। ଦୂର ଯାତ୍ରା ସଫଳ ହେବ। ପରିବାରରେ ସୁଖ ଶାନ୍ତି ବଜାୟ ରହିବ। ନୂଆ କାର୍ଯ୍ୟାରମ୍ଭ ପାଇଁ ଶୁଭ ଦିନ। ୬ ମିଥୁନ (Gemini) ବ୍ୟବସାୟରେ ପ୍ରଚୁର ଲାଭ […]
ଲ୍ୟାଣ୍ଡ ଅଫ୍ ଫାୟାରର ଐତିହାସିକ ମନ୍ଦିରରେ ଜୟଶଙ୍କର
ନୂଆଦିଲ୍ଲୀ : ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଅଜରବୈଜାନରେ ପହଞ୍ଚିଥିବା ବେଳେ ରାଜଧାନୀ ବାକୁରେ ଥିବା ଐତିହାସିକ ଅତେଶଗାହ ଅଗ୍ନି ମନ୍ଦିର ପରିଦର୍ଶନ କରିଥିଲେ। ପ୍ରାୟ ୮ ବର୍ଷ ପରେ ଜଣେ ଭାରତୀୟ ବୈଦେଶିକ ମନ୍ତ୍ରୀଙ୍କ ଏହା ପ୍ରଥମ ସ୍ୱତନ୍ତ୍ର ଦ୍ୱିପାକ୍ଷିକ ଗସ୍ତ ବୋଲି କୁହାଯାଉଛି। ଏହି ଗସ୍ତ ସମୟରେ ଦୁଇ ଦେଶ ମଧ୍ୟରେ ରାଜନୈତିକ, ଆର୍ଥିକ ଓ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ନେଇ ଆଲୋଚନା ହୋଇଛି। ଅଜରବୈଜାନକୁ ‘ଲ୍ୟାଣ୍ଡ ଅଫ୍ ଫାୟାର’ […]
ଯୁବପିଢ଼ିଙ୍କ ଭବିଷ୍ୟତକୁ ନୂଆ ଦିଗ ଦେବ : ଯୋଗୀ ଆଦିତ୍ୟନାଥ
ଲକ୍ଷ୍ନୌ:ଉତ୍ତରପ୍ରଦେଶର ସମସ୍ତ ୭୫ଟି ଜିଲ୍ଲାରେ ସାଇବର ଥାନା ପ୍ରତିଷ୍ଠା କରାଯାଇଛି। ଏଥିସହ ପ୍ରତି ମଣ୍ଡଳରେ ଫରେନ୍ସିକ୍ ଲ୍ୟାବ୍ ପ୍ରତିଷ୍ଠା କରିବା ଦିଗରେ ପଦକ୍ଷେପ ନିଆଯାଉଛି ବୋଲି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି। ‘ଟେକ୍ସଙ୍ଗମ ୨୦୨୬’ରେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ), ସାଇବର ଫରେନ୍ସିକ୍, କ୍ୱାଣ୍ଟମ୍ ଟେକ୍ନୋଲୋଜି ଓ ଡାଟା ସୁରକ୍ଷା ଭଳି ଆଧୁନିକ ବିଷୟ ଉପରେ ଆଲୋଚନା ହେବ। ବୈଜ୍ଞାନିକ ତଦନ୍ତକୁ ସୁଦୃଢ଼ କରିବା ସହ ଯୁବପିଢ଼ିଙ୍କ ପାଇଁ ରୋଜଗାରର ନୂଆ ସୁଯୋଗ ସୃଷ୍ଟି କରିବା ସରକାରଙ୍କ ଲକ୍ଷ୍ୟ।ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ, ବୈଷୟିକ ଜ୍ଞାନକୌଶଳର ନୂଆ ସମ୍ଭାବନାକୁ ଜନହିତ, ନ୍ୟାୟ ଓ ଯୁବପିଢ଼ିଙ୍କ ଉଜ୍ଜ୍ୱଳ ଭବିଷ୍ୟତ ସହ ଯୋଡ଼ିବା ଆଜିର ସବୁଠାରୁ ବଡ଼ ଆବଶ୍ୟକତା। ଏଥିପାଇଁ ସାଇବର ସୁରକ୍ଷା ଓ ଫରେନ୍ସିକ୍ ବିଜ୍ଞାନ କ୍ଷେତ୍ରରେ ଆଧୁନିକ ପ୍ରଯୁକ୍ତି, ବୈଜ୍ଞାନିକ ଗବେଷଣା ଓ ତାଲିମପ୍ରାପ୍ତ ମାନବ ସମ୍ବଳକୁ ପ୍ରୋତ୍ସାହନ ଦେବା ଜରୁରୀ।ମୁଖ୍ୟମନ୍ତ୍ରୀ ଶନିବାର ନିଜର ସୋସିଆଲ ମିଡିଆ ଆକାଉଣ୍ଟ ‘ଏକ୍ସ’ରେ ଲେଖିଛନ୍ତି ଯେ, ଲକ୍ଷ୍ନୌସ୍ଥିତ ଉତ୍ତରପ୍ରଦେଶ ଷ୍ଟେଟ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଫରେନ୍ସିକ୍ ସାଇନ୍ସ (UPSIFS)ରେ ଆୟୋଜିତ ‘ଟେକ୍ସଙ୍ଗମ ୨୦୨୬’ରେ ସେ ଯୋଗଦେବେ।
‘ଅଭିଜିତ୍ ଦୀପକେ ଭଳି ଲୋକ ଦେଶ ପାଇଁ ମୁଣ୍ଡବିନ୍ଧାର କାରଣ’: ପିୟୂଷ ଗୋୟଲ
ବର୍ଲିନ: କେନ୍ଦ୍ର ମନ୍ତ୍ରୀ ପିୟୁଷ ଗୋୟଲ ବର୍ଲିନରେ କକ୍ରୋଚ ଜନତା ପାର୍ଟି (ସିଜେପି) ନେତା ଅଭିଜିତ୍ ଦୀପକେଙ୍କୁ କଟାକ୍ଷ କରି ତାଙ୍କୁ ଦେଶ ପାଇଁ ମୁଣ୍ଡବିନ୍ଧାର କାରଣ ବୋଲି କହିଛନ୍ତି। ଭାରତୀୟ ପ୍ରତିଭାକୁ ସ୍ବଦେଶ ଫେରାଇ ଆଣିବା ପାଇଁ ସରକାରଙ୍କ କାର୍ଯ୍ୟକ୍ରମ ବିଷୟରେ ଭାରତୀୟ ଛାତ୍ରଙ୍କ ସହିତ କଥାବାର୍ତ୍ତା କରିବା ସମୟରେ ଗୋୟଲ ଦୀପକେଙ୍କୁ ପରିହାସ କରିଥିଲେ।ଜର୍ମାନୀର ରାଜଧାନୀ ବର୍ଲିନରେ ଭାରତୀୟ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରର ଗବେଷଣା ଛାତ୍ରଛାତ୍ରୀଙ୍କ ସହ ଆଲୋଚନା ବେଳେ ସେ ଏହି ମତ ରଖିଥିଲେ। ଗୋୟଲ ଚୀନ୍ର ଉଦାହରଣ […]
ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସର ମାଷ୍ଟରପ୍ଲାନ
ନୂଆଦିଲ୍ଲୀ: କଂଗ୍ରେସ ଆଗାମୀ ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ପ୍ରସ୍ତୁତି ନିମନ୍ତେ ଦେଶର ୫ଟି ରାଜ୍ୟରେ ନିର୍ବାଚନୀ ୱାର୍ ରୁମ୍ ଅଧ୍ୟକ୍ଷ ନିଯୁକ୍ତ କରିଛି। ଦଳର ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଏହି ନିଯୁକ୍ତିଗୁଡ଼ିକୁ ଅନୁମୋଦନ କରିଛନ୍ତି। ଦଳ ପକ୍ଷରୁ ଜାରି କରାଯାଇଥିବା ତାଲିକା ଅନୁଯାୟୀ, ଉତ୍ତର ପ୍ରଦେଶ, ପଞ୍ଜାବ, ଗୋଆ, ମଣିପୁର ଏବଂ ଉତ୍ତରାଖଣ୍ଡରେ ଭିନ୍ନ ଭିନ୍ନ ନେତାଙ୍କୁ ଏହି ଦାୟିତ୍ୱ ଅର୍ପଣ କରାଯାଇଛି। କଂଗ୍ରେସ ଦ୍ୱାରା ପ୍ରଦତ୍ତ ସୂଚନା ମୁତାବକ, ଉତ୍ତର ପ୍ରଦେଶରେ ସଚିନ ଯାଦବଙ୍କୁ ନିର୍ବାଚନୀ […]
